
ଏହି ବର୍ଷ ୫ ଅଗସ୍ଟରେ ଭାରତର ରାଷ୍ଟ୍ରପତି ଜମ୍ମୁ-କଶ୍ମୀରରୁ ଧାରା 370 ହଟାଇ ଜମ୍ମୁ-କଶ୍ମୀର ରାଜ୍ୟକୁ ଦୁଇଭାଗ କରିବା ପାଇଁ ମଞ୍ଜୁରୀ ଦେଇଥିଲେ। ଏହି ଆଦେଶ ପେରେ ଜମ୍ମୁ-କଶ୍ମୀରକୁ ଲଦାଖ ଏବଂ ଜମ୍ମୁ-କଶ୍ମୀର ନାମରେ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶରେ ପରିବରର୍ତ୍ତନ କରାଯାଇଥିଲା। ଏହା ପରେ ସର୍ଭେ ଜେନେରାଲ ଅଫ ଇଣ୍ଡିଆ ଦ୍ଵାରା ୩୧ ଅକ୍ଟୋବର କୁ ଭାରତର ଏକ ନୂଆ ମାନଚିତ୍ର ତିଆରି କରା ଗଲା। ସେବେଠାରୁ ସୋସିଆଲ ମିଡିଆରେ ଜମ୍ମୁ-କଶ୍ମୀର ରାଜ୍ୟର ଦୁଇଟି ଅଂସକୁ ଭାଗକରି ଏକ ନୂଆ ଭାରତ ମାନଚିତ୍ର କହି ଭାଇରାଲ କରାଯାଉଛି।
୨ ନଭେମ୍ବରରେ ଜୟନ୍ତ ମାହାନ୍ତ ନାମକ ଜଣେ ଫେସବୁକୟୁଜର ନୂଆ ଭାରତ ମାନଚିତ୍ର ଦାବି କରି ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଥିବା ମାନଚିତ୍ର ଜମ୍ମୁ-କଶ୍ମୀରକୁ ସମାନ ଦୁଇ ଭାଗରେ ଭାଗ ହୋଇଥିବାର ଦେଖାଯାଇଛି।

ଫେସବୁକ ପୋଷ୍ଟର ଲିଙ୍କ ଦେଖନ୍ତୁ-facebook । Archive
ତେବେ ଫେସବୁକରେ କରାଯାଇଥିବା ଦାବି କେତେ ସତ ସେ ବିଷୟରେ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନର ଆରମ୍ଭରେ ଆମେ ଗୁଗୁଲରେ India map after removal of article 370 ଲେଖି ସର୍ଚ କରିଲୁ। ଏହି ସର୍ଚରେ ଆମକୁ ଏହି ସମ୍ପର୍କରେ ଅନେକ ପେଜ ମିଳିଲା। ସେଥିମଧ୍ୟରୁ map of india ୱେବସାଇଟରେ ଭାରତ ଏକ ନକ୍ସା ଦିୟାଯାଇଛି। ଏବଂ ନକ୍ସା ଉପରେ ସ୍ପଷ୍ଟ ଲେଖାଯାଇଛି ଯେ,,ଆମେ ଭାରତ ସରକାର ତରଫରୁ ନୋଟିଫିକେସନ ଏବଂ ସରକାରି ୱେବସାଇଟରେ ଭାରତ ମାନଚିତ୍ର ପରିବର୍ତ୍ତନର ପ୍ରତିକ୍ଷ୍ୟା କରିଛୁ। ଜମ୍ମୁ-କଶ୍ମୀର ଏବଂ ଲଦାଖ ଭିତରେ ଥିବା ବାଉଣ୍ଡରି ଏକ ଉଦାହରଣ ପାଇଁ କରାଯାଇଥିଲା। ଭାରତ ସରକାର ଦ୍ୱାରା ଜାରି ଏହି ମାନଚିତ୍ର ଦେଖନ୍ତୁ।

ଏଠାରେ ପେଜ ଲିଙ୍କ ଦେଖନ୍ତୁ- map of india । Archive
ଏହା ପରେ times of indiaପେଜରେ 2 ନଭେମ୍ବରକୁ ଏକ ଅନୁଚ୍ଛେଦ ପ୍ରକାଶିତ କରା ଯାଇଥିଲା। ଅନୁଚ୍ଛେଦରେ ଭାରତ ସରକାର ଭାରତର ନୂଆ ମାନଚିତ୍ର ପ୍ରକାଶ କରିବା କଥା ଲେଖା ଯାଇଛି। ଏହା ସହିତ ଭାରତର ଏକ ନୂଆ ମାନଚିତ୍ର ମଧ୍ୟ ପୋଷ୍ଟ କରାଯାଇଛି। ପୋଷ୍ଟ କରାଯାଇଥିବା ମାନଚିତ୍ର ଭାଇରାଲ ହେଉଥିବା ମାନଚିତ୍ରଠାରୁ ସମ୍ପୁର୍ଣ୍ଣ ଅଲଗା। ଅନୁଚ୍ଛେଦରେ ପ୍ରକାଶିତ କରାଯାଇଥିବା ମାନଚିତ୍ରରେ ଜମ୍ମୁ-କଶ୍ମୀର ଠାରୁ ଲଦାଖ ଅଧିକ ଜାଗା ଦେଖା ଯାଉଛି।

ଏଠାରେ ପେଜର ଲିଙ୍କ ଦେଖନ୍ତୁ- Times of india ।Archive
୨ ନଭେମ୍ବରରେ Livemint ଏବଂ The economic timesନ୍ୟୁଜ ପେଜରେ ମଧ୍ୟ ଏକ ମାନଚିତ୍ର ପ୍ରକାସିତ ହୋଇଥିଲା , ଯାହା ଭାଇରାଲ ହେଉଥିବା ମାନଚିତ୍ର ଠାରୁ ସମ୍ପୁର୍ଣ୍ଣ ଅଲଗା ଅଟେ। ଏହା ଛଡ଼ା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ 2 ନଭେମ୍ବରରେ ନିଜ ଟୁଇଟର ଆକାଉଣ୍ଟରେ ଭାରତର ଏକ ନୂଆ ମାନଚିତ୍ର ପୋଷ୍ଟ କରିଛନ୍ତି,ଯାହାକି ଭାଇରାଲ ହେଉଥିବା ମାନଚିତ୍ର ଠାରୁ ସମ୍ପୁର୍ଣ୍ଣ ଅଲଗା। ଏଣୁ ଭାଇରାଲ ହେଉଥିବା ନୂଆ ଭାରତ ମାନଚିତ୍ର ଭୁଲ ଅଟେ।
ଶେଷକଥା-
ଆମେ ଅନୁସନ୍ଧାନରୁ ପାଇଲୁ ଯେ, ଫେସବୁକରେ ପୋଷ୍ଟ କରାଯାଇଥିବା ମାନଚିତ୍ର ଭୁଲ ଅଟେ। ଅନୁଚ୍ଛେଦ 370 ହଟିଲା ପରେ ଭାରତ ସରକାର ଦ୍ୱାରା ପ୍ରକାଶିତ କରାଯାଇଥଇବା ମାନଚିତ୍ରରେ ଜମ୍ମୁ-କଶ୍ମିର ଠାରୁ ଲଦାଖ ଅଧିକ କ୍ଷେତ୍ର ନେଇଥିବାର ଦେଖା ଯାଉଛି। ହେଲେ ଭାଇରାଲ ହେଉଥିବା ଭାରତ ମାନଚିତ୍ରରେ ଜମ୍ମୁ-କଶ୍ମିର ଏବଂ ଲଦାଖ ଦୁଇ ସମାନ ମାଗରେ ଭାଗ ହେଲା ପରି ଦେଖାଯାଉଛୁନ୍ତି। ଏଣୁ ପୋଷ୍ଟରେ କରାଯାଇଥିବା ଦାବି ସମ୍ପୁର୍ଣ୍ଣ ମିଥ୍ୟା ଅଟେ।

Title:ଧାରା 370 ହଟିଲାପେରେ ଏକ ଭୁଲ ଭାରତ ମାନଚିତ୍ର ଭାଇରାଲ ହେଉଛି
Fact Check By: Saritadevi SamalResult: False