2017 ଭିଡିଓକୁ ବାଲେଶ୍ୱରରେ ୟଶ୍ ସାଇକ୍ଲୋନ ତାଣ୍ଡବ ଦାବିରେ ଭାଇରାଲ।

False Social

26 ମେ ରେ ୟଶ ସାଇକ୍ଲୋନ ପଶ୍ଚିମବଙ୍ଗ ଏବଂ ଓଡିଶାରେ ପ୍ରବଳ ଘୂର୍ଣ୍ଣିବଳୟ ସୃଷ୍ଟି କରିଥିଲା। ଏହାର ଭିଡିଓ ଲୋକମାନେ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି। ତେବେ ସେଥିମଧ୍ୟରୁ କିଛି ସତ୍ୟ ହୋଇଥିବା ବେଳେ କିଛି ମିଥ୍ୟା ମଧ୍ୟ ଅଟେ। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ  ବ୍ରିଜକୁ ସମୁଦ୍ର ପାଣି ଭୟଙ୍କର ରୂପରେ ମାଡ଼ି ଆସୁଥିବାର ଦେଖାଯାଉଛି।   ଭିଡିଓରେ ଦାବି କରାଯାଉଛି ଯେ, ଏହି ଭିଜୁଆଲ୍ ୟଶ ବାତ୍ୟା ସମୟରେ ଓଡିଶାର ବାଲେଶ୍ୱର ନିକଟସ୍ଥ ଏକ ସ୍ଥାନର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ମିଥ୍ୟା ପ୍ରମାଣିତ ହେଲା। 

Prasenjeet Digar ନାମକ ଜଣେ ଟ୍ୱିଟର ୟୁଜର ଭାଇରାଲ ଭିଡିଓ 26 ମେ ରେ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ବ୍ରିଜ ଉପରକୁ ସମୁଦ୍ର ପାଣି ଭୟଙ୍କର ରୂପରେ ମାଡ଼ି ଆସୁଥିବାର ଏହି ଭିଜୁଆଲ୍ ଓଡିଶାର ବାଲେଶ୍ୱର ନିକଟସ୍ଥ ଏକ ସ୍ଥାନରେ ୟଶ ବାତ୍ୟା ନିଜ ତାଣ୍ଡବ ଦେଖାଉଥିବା ସମୟର ଅଟେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଭିଡିଓକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ତେବେ କଣ ବ୍ରିଜ ଉପରକୁ ସମୁଦ୍ର ପାଣି ଭୟଙ୍କର ରୂପରେ ମାଡ଼ି ଆସୁଥିବାର ଏହି ଭିଡିଓ ଓଡିଶାର ବାଲେଶ୍ୱରେ ହେଉଥିବା  ୟଶ ବାତ୍ୟା ସମୟର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡ଼ରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।   WorldBuzz ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 22 ଜାନୁଆରି 2018ରେ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଭାଇରାଲ ଭିଡିଓ ଲକ୍ଷ୍ମୀଦୀପର ବୋଲି ଲେଖାଯାଇଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

Dweepdiary Lakdhadweep ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ଯାହାକି 26 ଅଗଷ୍ଟ 2017ରେ ପୋଷ୍ଟ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓର ବର୍ତ୍ତମାନ ୟଶ ସାଇକ୍ଲୋନ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଭାଇରାଲ ହେଉଥିବା ଭିଡିଓର ମୂଳ ଭିଡିଓ ଆମକୁ Laksh Dweep ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହୋଇଥିବାର ପାଇଲୁ। ଯାହାକି 24 ଅଗଷ୍ଟ 2017ରେ ପ୍ରକଶିତ କରାଯାଇଥିଲା। ଏହା ପୂର୍ବରୁ ଭିଡିଓ ପୋଷ୍ଟ ହୋଇଥିବାର ଆମକୁ କୌଣସି ପେଜରେ ମିଳି ନାହିଁ।  ଭାଇରାଲ ଭିଡିଓର ବର୍ତ୍ତମାନ ୟଶ୍ ବାତ୍ୟା ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ଆମକୁ ମିଳିଥିବା ଭିଡିଓରେ Minicoy Eastern Jetty ଲେଖାଯାଇଛି। ଏହାକୁ ନେଇ ଆମେ ଗୁଗୁଲ ମ୍ୟାପରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହି ସ୍ଥାନର ଲୋକେସନ ସହ ଫଟୋ ମଧ୍ୟ ମିଳିଲା। ଯାହାକି ଭାଇରାଲ ଭିଡିଓରେ ଦେଖାଯାଉଥିବା ବ୍ରିଜ ସ୍ଥାନ ସହ ସମାନ ଦେଖାଯାଉଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ସମୁଦ୍ର ପାଣି ବ୍ରିଜ ଉପରକୁ ଭୟଙ୍କର ଭାବରେ ମାଡ଼ି ଆସୁଥିବା ଭିଡିଓ ଚାରି ବର୍ଷ୍ ପୁରୁଣା ଅଟେ। ଭିଡିଓର ବାଲେଶ୍ୱର କିମ୍ବା ୟଶ୍ ସାଇକ୍ଲୋନ ସହ କୌଣସି ସମ୍ପର୍କ ନାହିଁ।

Avatar

Title:2017 ଭିଡିଓକୁ ବାଲେଶ୍ୱରରେ ୟଶ୍ ସାଇକ୍ଲୋନ ତାଣ୍ଡବ ଦାବିରେ ଭାଇରାଲ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *