କ’ଣ ଇସ୍ରାଏଲ, ଲିବିୟା ଓ ତୁର୍କୀ ମଧ୍ୟରେ ଲେଜର ରଶ୍ମି ଯୁଦ୍ଧ ଚାଲିଛି ? ଜାଣନ୍ତୁ ସତ୍ୟତା।

False Social

ଇସ୍ରାଏଲ , ଲିବିୟା ଏବଂ ତୁର୍କୀ ମଧ୍ୟରେ ହୋଇଥିବା ବିବାଦିୟ  ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଲେଜର ରଶ୍ମି ଦ୍ୱାରା ଯୁଦ୍ଧ କରାଯାଉଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଲେଜର ରଶ୍ମି ଯୁଦ୍ଧ ଇସ୍ରାଏଲ, ଲିବିୟା ଓ ତୁର୍କୀ ମଧ୍ୟରେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। 

20 ମଇରେ Arya Yajnadatta ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଥିଲେ। ପୋଷ୍ଟରେ ଦାବି କରାଯାଇଛି ଯେ, ଇସ୍ରାଏଲ, ଲିବିୟା ଓ ତୁର୍କୀ ମଧ୍ୟରେ ଲେଜର ରଶ୍ମି ଯୁଦ୍ଧ ଚାଲିଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 14ଥର ସେୟାର କରାଯିବା ସହ ପୋଷ୍ଟକୁ 1000ରୁ ଅଧିକ ଲୋକ ଦେଖି ସାରିଛନ୍ତି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-Facebook ।  Archive

ତେବେ କଣ ଭାଇରାଲ ଭିଡିଓରେ ଇସ୍ରାଏଲ, ଲିବିୟା ଓ ତୁର୍କୀ ମଧ୍ୟରେ ଲେଜର ରଶ୍ମି ଯୁଦ୍ଧ ଚାଲିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। Saionji Rei ନାମକ ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ମିଳିଲା। ଯାହାକି 22 ଅଗଷ୍ଟ 2020ରେ ପୋଷ୍ଟ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓର ବର୍ତ୍ତମାନ ଇସ୍ରାଏଲ ଯୁଦ୍ଧ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଭାଇରାଲ ଭିଡିଓ ଏବଂ ଆମକୁ ମିଳିଥିବା ଭିଡିଓର ବିଶ୍ଳେଷଣ ଦେଖନ୍ତୁ। ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ଭିଡିଓ ଦୁଇଟି ସମାନ। ଏହା ଛଡ଼ା ଭାଇରାଲ ହେଉଥିବା ଭିଡିଓ କୌଣସି ପ୍ରକୃତ ଯୁଦ୍ଧର ଭିଡିଓ ନୁହେଁ ଏହା ଏକ ଭିଡିଓ ଗେମର ଅଂଶ ଅଟେ। ଅଧିକ ସୂଚନା ପାଇଁ ତଳେ ବିଶ୍ଲେଷଣ ଦେଖନ୍ତୁ।

ଏହା ପେର ଆମେ ଉପରୋକ୍ତ ଭିଡିଓରେ ଲେଖାଯାଇଥିବା ବାକ୍ୟକୁ ଜାପାନିଜରୁ  ଇଂଗ୍ରାଜିରେ ଅନୁବାଦ କଲୁ। ଶିର୍ଷକରେ ଲେଖାଯାଇଥିବା ଯେ, ଏହା ARMA3 (ArmA 3 – A-10 Warthog / Thunderbolt C-RAM ଶୁଟିଂ ସଂକଳନ) ନାମକ ଏକ କମ୍ପ୍ୟୁଟର ଗେମର ଅଂଶ ଅଟେ । ଏହା ପରେ ଆମେ ARMA3 ସମ୍ପର୍କରେ ସର୍ଚ୍ଚ କରିଲୁ। ARMA3 ଯୁଦ୍ଧ ପରିସ୍ଥିତି ଉପରେ ଆଧାରିତ ଏକ କମ୍ପ୍ୟୁଟର ଖେଳ ଏବଂ ଏହି ପ୍ରକାରର ଆନିମେଟେଡ୍ ଉପାଦାନଗୁଡ଼ିକୁ ଅନ୍ତର୍ଭୁକ୍ତ କରେ।  ଆମେ ଦେଖିପାରୁ ଯେ ସେହି ଉପାୟରେ ନିଆଯାଇଥିବା ଏକ ଭିଡିଓକୁ ଇସ୍ରାଏଲ୍-ପାଲେଷ୍ଟାଇନ ବିବାଦ ଭାବରେ ଭୁଲ ଭାବରେ ଉପସ୍ଥାପିତ କରାଯାଇଛି। 

ଶେଷକଥା-

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଇସ୍ରାଏଲ, ଲିବିୟା ଓ ତୁର୍କୀ ମଧ୍ୟରେ ଲେଜର ରଶ୍ମି ଯୁଦ୍ଧ ଚାଲିଥିବା ଦାବିରେ ଭାଇରାଲ ଭିଡିଓ ଏକ ଭିଡିଓ ଗେମର ଭିଜୁଆଲ୍ ଅଟେ।

Avatar

Title:କ’ଣ ଇସ୍ରାଏଲ, ଲିବିୟା ଓ ତୁର୍କୀ ମଧ୍ୟରେ ଲେଜର ରଶ୍ମି ଯୁଦ୍ଧ ଚାଲିଛି ? ଜାଣନ୍ତୁ ସତ୍ୟତା।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *