ଦେଶବ୍ୟାପୀ ଲକ୍ ଡାଉନ ଏବଂ ଏହି କଷ୍ଟଦାଯକ ସମୟରେ ସୋସିଆ ମିଡିଆଆମର ସର୍ବୋତ୍ତମ ବନ୍ଧୁ ହୋଇସାରିଛି। ଆମେ କ୍ରମାଗତ ଭାବରେ ସୋସିଆଲ ମିଡିଆ ସହିତ ଯୋଡ଼ି ହୋଇଛୁ। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଭାଇରାଲ ପୋଷ୍ଟ ଦାବି କରିଛି ଯେ fଫେସବୁକ ଆମର ଆମର ସମସ୍ତ ଫେସବୁକ ଏକାଉଣ୍ଟ ଏବଂ ଫୋନ୍ କାର୍ଯ୍ୟକଳାପକୁ ଟ୍ରାକିଂ କରୁଛି ଯାହା ଆମର ବ୍ୟକ୍ତିଗତତଥ୍ୟ ଯେପରିକି ନେଟ୍ ବ୍ୟାଙ୍କିଙ୍ଗ ମଧ୍ୟ ଅନ୍ତର୍ଭୁକ୍ତ କରେ। ଏହି ଭାଇରାଲ ଭିଡିଓରେ ଏହା ମଧ୍ୟ ବର୍ଣନା କରା ଯାଇଅଛି ଯେ ଜଣେ କିପରି ଫେସବୁକର ଅଫ୍ ଫେସବୁକ କାର୍ଯ୍ୟକଳାପକୁ ପରିଚାଳନା ଏବଂ ବନ୍ଦ କରି ପାରିବ। ଏହି ଭିଡିଓରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଫେସବୁକ ଅଧିକାରୀ ମାନେ ଫେସବୁକ ବ୍ୟବହାର କରୁନଥିଲେ ମଧ୍ୟ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନାକୁ ଟ୍ରାକିଂ କରିବାର ବିଷୟ ସ୍ପଷ୍ଟ କରି ନାହାଁନ୍ତି।

Screenshot_20210603-060208.png

Archive Video

ଫେସବୁକରେ ଅଫ୍ ଫେସବୁକ ନାମକ ବିକଳ୍ପ ଅଛି। ଅଫ୍ ଫେସବୁକ କାର୍ଯ୍ୟକଳାପ ଆପଙ୍କୁ ଆପ୍ ଏବଂ ୱେବସାଇଟ ଗୁଡ଼ିକର ଏକ ସାରାଂଶ ଦେଖିବାକୁ ଦିଏ ଯାହା ଆପଣଙ୍କର କାର୍ଯ୍ୟକଳାପ ବିଷୟରେ ଫେସବୁକକୁ ସୂଚନା ପଠାଇଥାଏ ଏବଂ ଯଦି ଆପଣ ଚାହାନ୍ତି ତେବେ ଏହି ସୂଚନା ଗୁଡ଼ିକକୁ ଆପଣଙ୍କ ଏକାଉଣ୍ଟରୁ ହଟାଇ ପାରିବେ।

ଅଫ୍ ଫେସବୁକ କ’ଣ?

କଳ୍ପନା କରନ୍ତୁ ଏକ ପୋଷାକ ୱେବସାଇଟ ସେହି ଲୋକଙ୍କୁ ବିଜ୍ଞାପନ ଦେଖାଇବାକୁ ଚାହୁଁଛି ଯେଉଁ ମାନେ ଏକ ନୂତନ ଜୋତାରେ ଆଗ୍ରହୀ। ସେମାନେ ଫେସବୁକକୁ ସୂଚନା ପଠାଇ ପାରିବେ ଯେ ଏକ ନିର୍ଦ୍ଧିଷ୍ଟ ଉପକରଣରେ କେହି ସେହି ଜୋତା ଦେଖିଛନ୍ତି। ଯଦି ସେହି ଡିଭାଇସ୍ ସୂଚନା କାହାର ଫେସବୁକ ଏକାଉଣ୍ଟ ସହିତ ମେଲ ହୁଏ, ସେମାନେ ସେହି ଜୋଟା ବିଷୟରେ ବିଜ୍ଞାପନ ଦେଖାଇ ପାରନ୍ତି।

ଫେସବୁକ ଅନୁଯାୟୀ ଆପଣ ଅଣଲାଇନ୍ ରେ ଯାହା କରନ୍ତି ତାହା ମଧ୍ୟରୁ ଅଧିକାଂଶ ତଥ୍ୟ ସୃଷ୍ଟି କରିଥାଏ ଯେପରିକି ଯେତେବେଳେ ଆପଣ କିଛି ଜିନିଷ କିଣନ୍ତି ବା ଛୁଟିଦିନର ଗନ୍ତବ୍ୟସ୍ଥଳ ଖୋଜନ୍ତି। ବେଳେବେଳେ ବ୍ୟବସାୟୀ ମାନେ ସେହି ତଥ୍ୟକୁ ଫେସବୁକ ସହିତ ଅଂଶୀଦାର କରନ୍ତି। ଆପଣଙ୍କର ପସନ୍ଦ ସହିତ ମେଲ ଖାଉ ଥିବା ଜିନିଷର ବିଜ୍ଞାପନ ଦେଖାଇବା ପାଇଁ ବ୍ୟବସାୟକକୁ ସଠିକ୍ ଦର୍ଶକ ଖୋଜିବାରେ ସାହାଯ୍ୟ କରିବାକୁ ଏହି ତଥ୍ୟ ବ୍ୟବହୃତ ହୁଏ। ଫେସବୁକର ଅଫ୍ ଫେସବୁକ କାର୍ଯ୍ୟକଳାପର ସାହାଯ୍ୟରେ ଆପଣ ଅନ୍ୟ ଆପ୍ ଏବଂ ୱେବସାଇଟରେ ଫେସବୁକ ଆପଣଙ୍କର କାର୍ଯ୍ୟକଳାପ ବିଷୟରେ ଗ୍ରହଣ କରୁଥିବା ସୂଚନାର ଏକ ସାରାଂଶ ଦେଖି ପାରିବେ। ଆପଣଙ୍କର ଏକାଉଣ୍ଟରୁ ଏହାକୁ ହଟାଇବାର ବିକଳ୍ପ ମଧ୍ୟ ଅଛି।

FB1.jpg

Facebook | Archive

ଏହା ଏକ ଫୋପନୀୟତା ଉଲଂଘନ କି?

ଉତ୍ତରଟି ନାଁ। ଫେସବୁକ ବର୍ଷ ବର୍ଷ ଧରି ଗ୍ରାହକଙ୍କୁ ଟ୍ରାକ୍ ଏବଂ ଟାର୍ଗେଟ୍ କରିବା ପାଇଁ ୱେବସାଇଟ ଏବଂ ଆପ୍ ସହିତ ସହଭାଗିତା କରି ଆସୁଛି। ଫେସବୁକ ସହିତ କେଉଁ ୱେବସାଇଟ ଏବଂ ଆପ୍ ଆମର ପସନ୍ଦ, ନାପସନ୍ଦ ଏବଂ ସର୍ଚ ଡାଟା ସେୟାର କରୁଛି ଆମେ ସହଜରେ ଯାଞ୍ଚ କରି ପାରିବା। ଯଦି ଆମେ କୌଣସି ସୂଚନା ହଟାଇବା ପାଇଁ ଚାହୁଁ ତାହାର ବିକଳ୍ପ ମଧ୍ୟ ଅଛି। ଫେସବୁକରେ ଉପଭୋକ୍ତାଙ୍କୁ ସେମାନଙ୍କର ପସନ୍ଦ ଏବଂ ପସନ୍ଦ ଅନୁଯାୟୀ ବିଜ୍ଞାପନ ଏବଂ ପରାମର୍ଶ ସହିତ ଅଧିକ ବ୍ୟକ୍ତିଗତ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଏହା କରା ଯାଇଥାଏ।

ଡାଟା ଅଂଶୀଦାର କରୁଥିବା ୱେବସାଇଟ ଏବଂ ଏପ୍ ଗୁଡ଼ିକ ହଟାଇବା କିମ୍ବା ଯାଞ୍ଚ କରିବା ପାଇଁ ନିମ୍ନଲିଖିତ ପଦକ୍ଷ୍ଯେପ ଗୁଡ଼ିକୁ ଅନୁସରଣ କରନ୍ତୁ:

୧) ଫେସବୁକ ୱେବସାଇଟ କିମ୍ବା ଆପ୍ ଖୋଲନ୍ତୁ।

୨) ସେଟିଂ ସମୂହକୁ ଯାଆନ୍ତୁ।

୩) ଆପଣଙ୍କର ଫେସବୁକ ସୂଚନା ବିକଳ୍ପ ଚୟନ କରିଲା ପରେ ଅଫ୍ ଫେସବୁକ କାର୍ଯ୍ୟକଳାପ ଉପରେ କ୍ଲିକ୍ କରନ୍ତୁ।

୪) ଏଠାରୁ ଆପଣ ଅଧିକ ସୂଚନା ପାଇଁ ଆପଣଙ୍କର ଅଫ୍ ଫେସବୁକ ପରିଚାଳନା କାଇବାକୁ ମଧ୍ୟ କ୍ଲିକ୍ କରି ପାରିବେ।

ଫେସବୁକ ସ୍ପଷ୍ଟ ଭାବରେ କହିଛି ଯେ ସେମାନେ ଆପଣଙ୍କ ସୂଚନା କାହାକୁ ବିକ୍ରୟ କରନ୍ତି ନାହିଁ। ସେମାନେ ବ୍ୟବସାୟ କିମ୍ବା ସଂସ୍ଥା ଗୁଡ଼ିକଙ୍କ ସହିତ ସମ୍ବେଦନଶୀଳ ସୂଚନା ଯେପରିକି ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସୂଚନା, ଆପଣଙ୍କର ଜନ୍ମ ତାରିଖ ବା ପାସ୍ୱାର୍ଡ ବାଣ୍ଟିବାକୁ ବାରଣ କରନ୍ତି। ଯଦି ସେମାନେ କୌଣସି ବ୍ୟବସାୟ ବା ସଂସ୍ଥାକୁ ଫେସବୁକର ଏହି ସର୍ତ୍ତାବଳୀକୁ ଉଲ୍ଲଂଘନ କରିଥିବା ଦେଖନ୍ତି, ତେବେ ସେମାନେ ସେହି ବ୍ୟବସାୟ ବା ସଂସ୍ଥା ବିରୋଧରେ କାର୍ଯ୍ୟନୁଷ୍ଠାନ କରନ୍ତି। ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ଆପଣଙ୍କର ନେଟ୍ ବ୍ୟାଙ୍କିଙ୍ଗ, ସୁବିଧା ସହିତ ଆପଣଙ୍କର ସମସ୍ତ ବ୍ୟକ୍ତିଗତ ସୂଚନା ସୁରକ୍ଷିତ ଅଟେ।

help.jpg

Archive

ଶେଷକଥା:

ତେଣୁ, ଏହା ସ୍ପଷ୍ଟ ଯେ ଫେସବୁକ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନା ଏବଂ ସେମାନଙ୍କୁ ଅବଗତ ନକରି କୌଣସି ସୂଚନା ଟ୍ରାକିଙ୍ଗ କରେ ନାହିଁ। ଫେସବୁକର ଅଫ୍ ଫେସବୁକ କାର୍ଯ୍ୟକଳାପ ବିଷୟରେ ପ୍ରତ୍ୟେକ ବିବରଣୀ ତାଙ୍କ ୱେବସାଇଟରେ ସମସ୍ତଙ୍କ ପାଇଁ ଉପଲବ୍ଧ ଅଛି। ବ୍ୟବସାୟ ଏବଂ ସଂଗଠନରୁ ଫେସବୁକ ଦ୍ଵାରା ସଂଗୃହିତ ତଥ୍ୟ ହେଉଛି ଉପଭୋକ୍ତାଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ଏକ ଉତ୍ତମ ଅଭିଜ୍ଞତା ପ୍ରଦାନ କରିବା। ଏହି ତଥ୍ୟ ଉପଭୋକ୍ତା ଦ୍ଵାରା ସହଜରେ ପରିଚାଳିତ ହୋଇପାରିବ।

Avatar

Title:କ’ଣ ଫେସବୁକ ପ୍ରକୃତରରେ ଆପଣଙ୍କର ଅଫ୍ ଫେସବୁକ କାର୍ଯ୍ୟକଳାପକୁ ଦୈନିକ ଭିତ୍ତିରେ ଟ୍ରାକିଂ କରେ?

Fact Check By: Siddharth Sahu

Result: Explainer