କ’ଣ ଆମ ଆଦମ୍ୟ ପାର୍ଟି ଇସଲାମକୁ ପ୍ରୋତ୍ସାହିତ କରିଥିବା ବେଳେ ହିନ୍ଦୁ ଧର୍ମ ବିରୁଦ୍ଧରେ ଏକ ପୋଷ୍ଟର ଲଗେଇଛି? ଜାଣନ୍ତୁ ସତ୍ୟ।

False Political

କିଛି ଦିନ ପୂର୍ବରୁ ଗୁଜୁରାଟର ଆମ ଆଦମ୍ୟ ପାର୍ଟି ଅଧ୍ୟକ୍ଷ ଗୋପାଳ ଇଟାଲିୟାଙ୍କ ଏକ ଭିଡିଓ ସାମନାକୁ ଆସିଥିଲା ଯେଉଁଥିରେ ସେ ରୀତିନୀତି ଉପରେ ମନ୍ତବ୍ୟ ଦେଇଥିଲେ। ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିରୋଧ କରା ଯାଇଥିଲା। 

ଆମ ଆଦମ୍ୟ ପାର୍ଟିର ବିଜ୍ଞାପନର ଏକ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ଆମ ଆଦମ୍ୟ ପାର୍ଟି ସମଗ୍ର ଗୁଜୁରାଟରେ ଜନସଚେତନା ପରିଦର୍ଶନ କରୁଛି ଏବଂ ପ୍ରଚାର ପାଇଁ ଅନେକ ସ୍ଥାନରେ ପୋଷ୍ଟର ଲଗାଉଛି। ଏହି ପୋଷ୍ଟରରେ ଲେଖା ଯାଇଅଛି “ନମାଜ ପଢିବ ଗୁଜୁରାଟ। ଭାଗବତ ସପ୍ତାହ ଏବଂ ସତ୍ୟନାରାୟନ କଥା ପରି ଫାଲତୁ ଧାରଣା ଛାଡ଼।”

ଫ୍ୟାକ୍ତ କ୍ରିଷେଣ୍ଡୋ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ପ୍ରମାଣ ହୋଇଛି। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ହାଇରାଲ ହେଉଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ଆମ ଆଦ୍ମି ପାର୍ଟି ଥଙ୍ଗଧ ନାମକ ଫେସବୁକ ଏକାଉଣ୍ଟରେ ଭାଇରାଲ ଫୋଟୋର ମୂଳ ପୋଷ୍ଟର ପାଇଲୁ ଯାହାକୁ ଆପଣ ନିମ୍ନରେ ଦେଖିପାରିବେ। 

Archive

ଏହା ପରେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ଫଳାଫଳରେ ଆମକୁ ‘ଆପ ଗୁଜୁରାଟ ମିଶନ୍ ୨୦୨୨’ ଅଫିସିଆଲ ଟୁଇଟର ଏକାଉଣ୍ଟରେ ଭାଇରାଲ ଫୋଟୋ ବିଷୟରେ ଗୋଟିଏ ଟୁଇଟ ମିଳିଲା। ଏହି ଟୁଇଟରେ ଆମ ଆଦମ୍ୟ ପାର୍ଟି ସ୍ପଷ୍ଟ କରିଛି “ଆମେ ଚାହୁଁ ଯେ ଗୁଜୁରାଟର ରାଜନୀତି ହିନ୍ଦୁ-ମୁସଲମାନ, ଧର୍ମ-ଜାତି, ଭାରତ-ପାକିସ୍ତାନ ଠାରୁ ଉଠି ସରକାରୀ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଡାକ୍ତରଖାନା, ବିଦ୍ୟୁତ ଏବଂ ଅନ୍ୟାନ୍ୟ ସୁବିଧା ଉପରେ ଧ୍ୟାନ ହେଉ।”

Archive

ଭାଇରାଲ ପୋଷ୍ଟର ପ୍ରସଙ୍ଗରେ ଆମ ଆଦମ୍ୟ ପାର୍ଟିର ସୋସିଆଲ ମିଡିଆଦଳର ସଦସ୍ୟ ‘କପିଲ’ ତାଙ୍କ ଅଫିସିଆଲ ଟୁଇଟର ଏକାଉଣ୍ଟରେ ଭାଇରାଲ ପୋଷ୍ଟ ବିଷୟରେ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି ଯେ ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଅଛି। 

Archive

ମୂଳ ଫୋଟୋ ଏବଂ ଭାଇରାଲ ହେଉଥିବା ଫୋଟୋ ମଧ୍ୟରେ ପାର୍ଥକ୍ୟ ଆପଣ ତଳେ ଦେଖି ପାରିବେ। 

Copy of Horizontal Image Comparison.png

ଶେଷକଥା: 

ଆମ ଅନୁସନ୍ଧାନରେ ଉପରୋକ୍ତ ପୋଷ୍ଟ ମିଥ୍ୟା ପ୍ରମାଣିତ ହୋଇଛି। ମୂଳ ପୋଷ୍ଟରର ଫୋଟୋକୁ ଏଡିଟ୍ କରି ଗୁଜବ ସୃଷ୍ଟି କରା ଯାଉଅଛି। ମୂଳ ପୋଷ୍ଟରରେ ‘ଗୁଜୁରାଟ ବର୍ତ୍ତମାନ ବଦଳିବ’ ଟ୍ୟାଗଲାଇନ ଅଛି।

Avatar

Title:କ’ଣ ଆମ ଆଦମ୍ୟ ପାର୍ଟି ଇସଲାମକୁ ପ୍ରୋତ୍ସାହିତ କରିଥିବା ବେଳେ ହିନ୍ଦୁ ଧର୍ମ ବିରୁଦ୍ଧରେ ଏକ ପୋଷ୍ଟର ଲଗେଇଛି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *