ସମଗ୍ର ରାଜ୍ୟରେ ମଦ ବିସ୍ତାର କରାଯାଉ- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ?

False Political

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ କିଛି ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିବାର ଶୁଣିବାକୁ ମିଳୁଛି। ଭିଡିଓରେ ଦାବି ହେଉଛି ଯେ ମୁଖ୍ୟମନ୍ତ୍ରୀ ରାଜ୍ୟ ଏକ୍ସାଇଜ୍ ବିଭାଗର ଅଧିକାରୀମାନଙ୍କୁ ରାଜ୍ୟରେ ଏତେ ପରିମାଣର ମଦ ବିସ୍ତାର କରିବାକୁ କହୁଛନ୍ତି ଯାହା ଦ୍ୱାରା ଲୋକମାନେ ମଦ୍ୟପାନ କରିପାରିବେ। ଆମ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ପ୍ରମାଣିତ ହେଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ୍ସାଇଜ୍ ବିଭାଗର ଅଧିକାରୀମାନଙ୍କୁ ଦେଇଥିବା ନିର୍ଦ୍ଦେଶନାମା ସହ ଜଡିତ ଭିଡିଓର କିଛି ଅଂଶକୁ ଅଲଗା କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। 

Santosh Kumar Sahoo ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ୍ସାଇଜ୍ ବିଭାଗର ଅଧିକାରୀମାନଙ୍କୁ କ’ଣ କହୁଛନ୍ତି ଦେଖନ୍ତୁ।ଏହି ମଦ ରାଜ୍ୟରେ ଏତେ ବିସ୍ତାର ହେଉ, ସମଗ୍ର ରାଜ୍ୟବାସୀ ମଦ୍ୟପାନ କରିବା ପରେ ମଦ୍ୟପାନ କରୁଛନ୍ତି। ତଥାପି ତୁମକୁ ଏକ CM ଦରକାର, ଯିଏ ତୁମକୁ ଏବଂ ତୁମ ପିଲାମାନଙ୍କୁ ମଦ୍ୟପାନ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଉଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ତେବେ କଣ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ୍ସାଇଜ୍ ବିଭାଗରକୁ କହୁଛନ୍ତି ସମଗ୍ର ରାଜ୍ୟରେ ମଦ ବିସ୍ତାର କରାଯାଉ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Office of Shivraj ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଭିଡିଓର ମୂଳ ଭିଡିଓ ପାଇଲୁ। ଖବର ଅନୁସାରେ ମୂଳ ଭିଡିଓକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। 12 ଜୁନ୍  2020 ରେ ଏକ ଟୁଇଟ୍ ରେ ପୁରା ଭିଡିଓ ସେୟାର କରି ଏଥିରେ ଲେଖା ଯାଇଛି, କଂଗ୍ରେସର ଡର୍ଟି ଟ୍ରିକ୍ସ ବିଭାଗ ଦ୍ୱାରା ଜାରି ହୋଇଥିବା ନକଲି ଭିଡିଓକୁ ଟୁଇଟ୍ କରୁଥିବା ଏବଂ ସେୟାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

2:36 ମିନିଟର ଏହି ମୂଳ ଭିଡିଓ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଶିବରାଜ ସିଂ ଚୌହାନଙ୍କ ଏହି ଭିଡିଓ ସେହି ସମୟରୁ ଯେତେବେଳେ ସେ କ୍ଷମତାରେ ନଥିଲେ। ଭିଡିଓରେ ସେ କ୍ୟାମେରା ଆଗରେ ରାଜ୍ୟର ପରିସ୍ଥିତିକୁ ସାମ୍ବାଦିକମାନଙ୍କୁ କହୁଛନ୍ତି। ଏହି କ୍ରମରେ ସେ ନୂତନ ଏକ୍ସାଇଜ୍ ନୀତିକୁ ବିରୋଧ କରିଥିଲେ ଏବଂ ତତ୍କାଳୀନ ସରକାରଙ୍କ ତତ୍କାଳୀନ ସରକାରଙ୍କ ମଦ ନୀତି ଯୋଗୁଁ ସାଧାରଣ ଲୋକ ତଥା ରାଜ୍ୟକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ କରିଥିଲେ।

ତେଳେ ଭାଇରାଲ ଭିଡିଓ ଏବଂ ଆମକୁ ମିଳିଥିବା ଭିଡିଓର ବିଶ୍ଲେଷଣ କରିଲୁ। ତଳେ ବିଶ୍ଳେଷଣ ଦେଖି ସ୍ପଷ୍ଟ ହେଉଛି ମୂଳ ଭିଡିଓକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। 

ଶେଷକଥା-

ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ମୀଳ ଭିଡିଓକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Avatar

Title:ସମଗ୍ର ରାଜ୍ୟରେ ମଦ ବିସ୍ତାର କରାଯାଉ- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *