ଭୂବନେଶ୍ୱର ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ କଲେଜର ଏଡିଟ୍ ଫଟୋ ମିଥ୍ୟା ଦାବିରେ ଭାଇରାଲ ହେଉଛି।

False Social

ସୋସିଆଲ ମିଡିଆରେ ଏକ କଲେଜର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଲେଖାଯାଇଛି ଯେ, (Rajnikant Medical College of Engineering for Commerce and Arts) ବାଣିଜ୍ୟ ଏବଂ କଳା ପାଇଁ ରଜନୀକାନ୍ତ ମେଡିକାଲ କଲେଜ ଅଫ୍ ଇଞ୍ଜିନିୟରିଂ।  ଫଟୋ ସହ ଦାବି କରାଯାଉଛି ଯେ, ଏହା କିପରି ଶିଷା ପ୍ରଣାଳି । ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

31 ଜୁଲାାଇରେ Aditi ନାମକ ଜଣେ ଟ୍ୱିଟର ୟୁଜର ଭାଇରାଲ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ଏହି କଲେଜରେ ପ୍ରକୃତରେ କ’ଣ ଶିକ୍ଷା ଦିଆଯାଏ ତାହା କେହି ବୁଝାଇ ପାରିବେ କି? ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛା। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- TwitterArchive

ତେବେ କଣ ବାଣିଜ୍ୟ ଏବଂ କଳା ପାଇଁ ରଜନୀକାନ୍ତ ମେଡିକାଲ କଲେଜ ଅଫ୍ ଇଞ୍ଜିନିୟରିଂ ଏପରି ନାମରେ କୌଣସି କଲେଜ ଅଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। mattersindia ପେଜରେ ଭାଇରାଲ ଫଟୋର ମୂଳ ଫଟୋ ମିଳିଲା। ଖବର ଅନୁସାରେ ଭାଇରାଲ ଫଟୋର ମୂଳ ଫଟୋ ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର(Xavier Institute of Management, Bhubaneswar) ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- mattersindiaArchive

ଏହାପରେ ଆମକୁ ମିଳିଥିବା ଫଟୋ ଏବଂ ଭାଇରାଲ ଫଟୋକୁ ବିଶ୍ଲେଷଣ କରିଲୁ। ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର ଫଟୋକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ତଳେ ବିଶ୍ଲେଷଣ ଦେଖନ୍ତୁ।

Xavier Institute of Management, Bhubaneswar ଅଫିସିଆଲ ପେଜରେ ମଧ୍ୟ ଭାଇରାଲ ଫଟୋର ମୂଳ ଫଟୋ ଦେଖିପାରିବେ। ଏହା ଛଡ଼ା OTV ନ୍ୟୁଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ କ୍ୟାମ୍ପସରେ 23 ଟି କୋଭିଡ୍  ରୋଗି ମାମଲା ଚିହ୍ନଟ ହେବା ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) 10 ମେଇରେ ରାଜଧାନୀରେ ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱର (XIMB) କୁ ସିଲ୍ କରିଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- OTVArchive

ଶେଷକଥା

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭୂବନେଶ୍ୱର ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ କଲେଜର ଫଟୋକୁ ଏଡିଟ୍ କରି ବାଣିଜ୍ୟ ଏବଂ କଳା ପାଇଁ ରଜନୀକାନ୍ତ ମେଡିକାଲ କଲେଜ ଅଫ୍ ଇଞ୍ଜିନିୟରିଂ କଲେଜ ଦାବିରେ ଭାଇରାଲ ହେଉଛି।

Avatar

Title:ଭୂବନେଶ୍ୱର ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ କଲେଜର ଏଡିଟ୍ ଫଟୋ ମିଥ୍ୟା ଦାବିରେ ଭାଇରାଲ ହେଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *