ପୋଲିସ କର୍ମିଙ୍କ ସହ ଇ-ରିକ୍ସା ପାଣି ଭର୍ତ୍ତି ରାସ୍ତାରେ ଓଲଟି ପଡ଼ିଥିବାର ଏହି ଭିଡିଓ ଉତ୍ତରପ୍ରଦେଶର ?

False Social

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଇ-ରିକ୍ସା ପାଣି ଭର୍ତ୍ତି ରାସ୍ତାରେ ଓଲଟି ପଡିଥିବାର ଦେଖାଯାଉଛି।  ଏହି ଇ-ରିକ୍ସାରେ ପୋଲିସ୍ ବସିଥିବାର ଦେଖାଯାଉଛନ୍ତି। ଏହି ଭିଡିଓ ଉତ୍ତରପ୍ରଦେଶର ବୋଲି ଦାବି କରାଯାଇଛି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ଉତ୍ତରପ୍ରଦେଶର ନୁହେଁ ବରଂ ରାଜସ୍ଥାନର ଅଟେ। 

Mahua Moitra Fans ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଇ-ରିକ୍ସା ପାଣି ଭର୍ତ୍ତି ରାସ୍ତାରେ ଓଲଟି ପଡିଥିବା ଏହି ଭିଡିଓ ଉତ୍ତରପ୍ରଦେଶର ଅଟେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 1000ରୁ ଅଧିକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ତେବେ କଣ ପୋଲିସ କର୍ମି ବସିଥିବା ଇ-ରିକ୍ସା ପାଣି ଭର୍ତ୍ତି ରାସ୍ତାରେ ଓଲଟି ପଡିଥିବା ଏହି ଦୃଶ୍ୟ ଉତ୍ତରପ୍ରଦେଶର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଏହି ଖବର ଆମକୁ bhaskar ପେଜରେ ଦେଖିବାକୁ ମିଳିଲା। ଯାହାକି 4 ଦିନ ପୂର୍ବରୁ ପୋଷଶ୍ଟ କରାଯାଇଥିଲା। ଖବର ଅନୁସାରେ ରାଜସ୍ଥାନର ଦୌସା ଜିଲ୍ଲାର ବାଣ୍ଡିକୁଇ ସହରରେ ବର୍ଷା ପରେ ରାସ୍ତାଟି ପାଣିରେ ବୁଡ଼ି ଯାଇଥିଲା। ଏଥିମଧ୍ୟରେ ପୋଲିସ କର୍ମି ଅଟୋରେ କୋଲାନା ଜେଲ ଆଡକୁ ଯାଉଥିଲେ। ଏହି ସମୟରେ ଆଗ୍ରା ଫାଟକ ନିକଟରେ 3ଫୁଟରୁ ଅଧିକ ପାଣି ଜମିଥିଲା। ଏହି ପରିସ୍ଥିତିରେ ଅଟୋ ଏକ ଖାଲରେ ଅଟକି ଯାଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ କେହି ଗୁରୁତର ଆହତ ହୋଇନଥିଲେ ମଧ୍ୟ ଏହାକୁ ନେଇ ସୋସିଆଲ ମିଡିଆ ଏବଂ ଲୋକମାନେ ପରିହାସ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହାପରେ ଆମକୁ UPPOLICE FACT CHECKରେ ଏକ ଟ୍ୱିଟ ମିଳିଲା। ଲୋକମାନେ ଭାଇରାଲ ଭିଡିଓକୁ ଉତ୍ତରପ୍ରଦେଶର କହି ଭାଇରାଲ କରାଯାଉଥିବା ଟ୍ୱିଟର ଉତ୍ତରେ ସେ ସ୍ପଷ୍ଟ କରିଛନ୍ତି ଯେ, ଭାଇରାଲ ଭିଡିଓ ଉତ୍ତର ପ୍ରଦେଶର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହାର ଅନ୍ୟ ଏକ ଖବର  News18 Rajasthan ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଦେଖିବାକୁ ମିଳିବ। ଏହି ଭିଡିଓ Navbharat Times ୟୁଟ୍ୟବ ଚ୍ୟାନେଲରେ ମଧ୍ୟ ଦେଖିବାକୁ ମିଳୁଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଉତ୍ତର ପ୍ରଦେଶର ନୁହେଁ ବଂର ରାଜସ୍ଥାନର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଇ- ରିସ୍କାରୁ ପୋଲିସ କର୍ମି ପାଣି ଭର୍ତ୍ତିଥିବା ରାସ୍ତାରେ ପଡ଼ିଯାଉଥିବାର ଭାଇରାଲ ଭିଡିଓ ଉତ୍ତରପ୍ରଦେଶର ନୁହେଁ ବରଂ ରାଜସ୍ଥାନର ଅଟେ।

Avatar

Title:ପୋଲିସ କର୍ମିଙ୍କ ସହ ଇ-ରିକ୍ସା ପାଣି ଭର୍ତ୍ତି ରାସ୍ତାରେ ଓଲଟି ପଡ଼ିଥିବାର ଏହି ଭିଡିଓ ଉତ୍ତରପ୍ରଦେଶର ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *