କ’ଣ କୃଷକମାନେ ଆନ୍ଦୋଳନ ସମୟରେ ଭାରତ ସେନା ଚୀନ ସୀମା ଅଭିମୁଖ ଯବାନଙ୍କୁ ଅଟକାଇ ରଖିଥିଲେ? ଜାଣନ୍ତୁ ସତ୍ୟ।

Misleading Social

ଅନେକ ମାସ ଧରି ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ କୃଷକ ଆନ୍ଦୋଳନ ଚାଲି ଆସୁଛି। ସମାନ ଘଟଣା ବିଷୟରେ ଆମେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିଛୁ। ଫ୍ୟାକ୍ଟ କ୍ରିଷେଣ୍ଡୋ ପୂର୍ବରୁ ଏହି ପରି ଅନେକ ନକଲି ଭାଇରାଲ ପୋଷ୍ଟକୁ ମିଥ୍ୟା ପ୍ରମାଣ କରି ସାରିଛି। 

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଆମେ ଦେଖିବାକୁ ପାଇଲୁ ଯେ ରାସ୍ତା ମାଝିରେ ସେନାର ଅନେକ ଗାଡି ଛିଡା ହୋଇଛି ଏବଂ ଜଣେ ଯବାନ ସେଠାରେ ଆନ୍ଦୋଳନ କରୁଥିବା କୃଷକଙ୍କ ସହିତ କିଛି ବାର୍ତ୍ତା କରୁଛନ୍ତି। ଭିଡିଓକୁ ଭାଇରାଲ କରି ଦାବି କରା ଯାଇଛି ଯେ ଆନ୍ଦୋଳନ ସମୟରେ କୃଷକମାନେ ଚୀନ ସୀମା ଅଭିମୁଖ ଭାରତ ସେନା ଗାଡିକୁ ଅଟକାଇ ରଖିଛନ୍ତି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୭ ଅକ୍ଟୋବରରେ ମୋନାଲିସା ବିଶ୍ଵାଲ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି, “ଚୀନ ସୀମାରେ ଯୁଧ୍ୟ ହେବ ସମ୍ଭାବନା ଅଛି, ଭାରତ ସେନା ବାହିନୀକୁ ଚୀନ ସୀମାକୁ ପହଞ୍ଚାଉଛି, ଏପରି ଜଟିଳ ପରିସ୍ଥିତିରେ କୃଷକ ମାନେ ସେନାବାହିନୀଙ୍କୁ ଅଟକାଇଛନ୍ତି। ସେନାର ଅଧା ଗାଡିକୁ ଛାଡି ଦିଆ ଯାଇଛି ଆଉ ଅଧାକୁ ଅଟକାଇ ଦିଆ ଯାଇଛି। ସେନା ଅଧିକାରୀ ମାନେ ଅନୁରୋଧ କରୁଛନ୍ତି କିନ୍ତୁ ନକଲି କିଷାନ ମାନଙ୍କ ଉପରେ କୌଣସି ପ୍ରଭାବ ପଡୁ ନାହିଁ। ଏମାନେ ଦେଶର ଅସଲି କିଷାନ ନୁହନ୍ତି, କିଷାନ ଭେଷରେ ସବୁ ଦେଶଦ୍ରୋହୀ।”

Facebook | Archive

ଆଣ ଅନୁସନ୍ଧାନ: 

କିଛି ଦିନ ପୂର୍ବରୁ ଅରୁଣାଚଳ ପ୍ରଦେଶ ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ସାମାନ୍ୟ ସଂଘର୍ଷ ହେବାର ଖବର ଆସିଥିଲା। ତେବେ ଗଣମାଧ୍ୟମର ଏକ ରିପୋର୍ଟରେ କୁହା ଯାଇଛି ଯେ ଆଲୋଚନା ମାଧ୍ୟମରେ ଉଭୟ ପକ୍ଷଙ୍କ ମଧ୍ୟରେ ଏହି ବିବାଦର ସମାଧାନ ହୋଇଥିଲା। ଏହି ବିବାଦର ପ୍ରସଙ୍ଗ ଉପରୋକ୍ତ ଲିଙ୍କ୍ ରେ ଦିଆ ଯାଇଛି। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୨୭ ସେପ୍ଟେମ୍ବର ରେ ଦି ଟ୍ରାଇବ୍ୟୁନ ପତ୍ରିକା ୱେବସାଇଟରେ ସମାନ ଘଟଣା ବିଷୟରେ ଏକ ସମ୍ବାଦ ପ୍ରକାଶିତ ହେଇଥିବା ମିଳିଲା। ସମ୍ବାଦ ଅନୁଯାୟୀ ଜଲନ୍ଧରର ରାମା ମଣ୍ଡୀ ଅଞ୍ଚଳରେ କୃଷକ ମାନେ ଭାରତ ସେନାର ଗାଡିକୁ ଅଟକାଇ ଥିଲେ। ସଠିକ କାଗଜପତ୍ର ଦେଖାଇଲା ପରେ ଅଧଘଣ୍ଟା ସମୟରେ  ସେମାନେ ସେଠାରୁ ବାହାରି ପାରିଲେ। ସେନାର ଏହି ଟ୍ରକ୍ ଗୁଡିକ ଅରିଟସରରୁ ରୋହତକ ଗ୍ରସ୍ତ କରୁଥିଲା। ସେନାର କାଗଜପତ୍ର ଦେଖିଲା ପରେ ଭାରତ କିଷାନ ସଂଗଠନ ସେନାର ଗାଡିକୁ ଛାଡିଥିଲେ। ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ଏହି ଘଟଣା ଭାରତ ଚୀନ ବିବାଦର ସମ୍ବାଦ ଗଣମାଧ୍ୟମରେ ଆସିବା ପୂର୍ବର ଘଟଣା ଅଟେ। 

TT.jpg

The Tribune | Archive

କୃଷକ ମାନେ ୨୭ ସେପ୍ଟେମ୍ବରରେ ସକାଳ ୬ ତ ରୁ ସନ୍ଧ୍ୟା ୬ ତ ପର୍ଯ୍ୟନ୍ତ ଭାରତ ବନ୍ଦ ଘୋଷଣା କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେମାନେ ଭାରତ ବନ୍ଦ ଅଂଶ ଭାବରେ ସେନାର ଗାଡି ଗୁଡିକ ଅଟକାଇଥିଲେ। ଏହି ପ୍ରସଙ୍ଗରେ ଅମାକୁ ସିଏନଏନ  ନ୍ୟୁଜ ୧୮ ର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ କୁହା ଯାଇଛି ଯେ କୃଷକ ମାନେ ସେନା ଯବାନଙ୍କର କାଗଜପତ୍ର ଯାଞ୍ଚ କରିଲା ପରେ ତାଙ୍କୁ ସେହି ଅଞ୍ଚଳରୁ ଯିବା ପାଇଁ ଅନୁମତି ଦେଇଥିଲେ।

ଆମେ ଭାରତ ସେନା ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଲୁ କିନ୍ତୁ ସେମାନେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି। ଏହି ଘଟଣା ବିଷୟରେ ଭାରତୀୟ ସେନାର ଅଧିକାରୀ ମାନେ ଅଲ୍ଟ ନ୍ୟୁଜକୁ କହିଛନ୍ତି: 

“୨୭ ସେପ୍ଟେମ୍ବରରେ ସେନାର ୨୦ ଟି ଯାନ ବୀର କପୁର୍ତାଲାଇ ରୁ ସାଙ୍ଘବାଳ ଗ୍ରସ୍ତ କରିଥିଲା। ଏହି ଦୁଇଟି ସ୍ଥାନ ପଞ୍ଜାବରେ ଅବସ୍ଥିତ ଅଟେ। କୃଷକ ମାନେ ଜଲନ୍ଧର ପାକାପାଖି ସେନାର ଯାନକୁ ଅଟକାଇ ଥିଲେ। ଏହି ଯାନ ଗୁଡିକ ସେହି ସ୍ଥାନରେ କେବଳ ୨୦ ମିନିଟ ଅଟକି ରହିଥିଲେ। କୃଷକମାନେ ସେନାକୁ ଆଦର ସହିତ ଅଭିବାଦନ ଜଣାଇଥିଲେ। ଭାଇରାଲ ଭିଡିଓ ପୁରା ଘଟଣାକୁ ଦେଖାଇ ନାହିଁ। ଭାରତ-ଚୀନ ସୀମା ପ୍ରସଙ୍ଗରେ ଏହି ଭିଡିଓର କୌଣସି ସମ୍ବନ୍ଧ ନାହିଁ।”

ଶେଷକଥା

କୃଷକମାନେ ସେନାର ଗାଡି ଗୁଡିକୁ ଅଟକାଇଥିବା ଘାତନାକୁ ମିଥ୍ୟା ଭାବରେ ପ୍ରସଙ୍ଗ ବାହାରେ ସେୟାର କରା ଯାଉଛି। ଏହି ଘଟଣା ଭାରତ ବନ୍ଦ ଦିନ ପଞ୍ଜାବର ଜଲନ୍ଧରରେ ଘଟିଥିଲା। 

Avatar

Title:କ’ଣ କୃଷକମାନେ ଆନ୍ଦୋଳନ ସମୟରେ ଭାରତ ସେନା ଚୀନ ସୀମା ଅଭିମୁଖ ଯବାନଙ୍କୁ ଅଟକାଇ ରଖିଥିଲେ?

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *