
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ରାସ୍ତା ମଝିରେ ନମାଜ ପଢୁଥିବା ସମୟରେ ପୋଲିସର ଏକ ଦଳ ଆସି ତାଙ୍କ ଉପରେ ଆକ୍ରମଣ କରୁଛି। ପୋଷ୍ଟରେ ଦାବି କରା ଯାଇଛି ଯେ ଏହି ଭିଡିଓ ଉତ୍ତରପ୍ରଦେଶର ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
ପୋଲିସ ଏବଂ ନମାଜ ପଢୁଥିବା ଜନସାଧାରଣ ଲୋକଙ୍କ ମଧ୍ୟରେ ହେଉଥିବା ଏକ ଝଗଡାର ଭିଡିଓକୁ ପୋଷ୍ଟ କରି ଜଣେ ଫେସବୁକ ବ୍ୟବହାରକାରୀ ଦାବି କରିଛନ୍ତି ଯେ ଦେଶରେ ପ୍ରଥମଥର ରାସ୍ତା ଅବରୋଧ କରି ନମାଜ ପଢୁଥିବା ଲୋକଙ୍କ ପିଠିରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରହାର ବାଜିଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଭିଡିଓର ପ୍ରଥମ କିଛି ସେକେଣ୍ଡରେ ଯେତେବେଳେ ପୋଲିସ ରାସ୍ତା ଅବରୋଧ କରିଥିବା ଲୋକଙ୍କ ଉପରେ ଆକ୍ରମଣ କରୁଥିଲା ସେଠାରେ ଏକ ଦୁକାନ ଦେଖିବାକୁ ମିଳିଲା ଯାହାର ନାମ ଏସ ଡିନ୍ ଟେଲର୍ସ ବୋଲି ଉଲ୍ଲେଖ ହୋଇଛି। ଗୁଗୁଲ ମ୍ୟାପ୍ ରେ ଯାଇ ଏସ ଡିନ୍ ଟେଲର୍ସ ଲେଖି ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା ମଧ୍ୟପ୍ରଦେଶ ରାଜ୍ୟର ଜବଲପୁର ସହର ଅଛି।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଫଳାଫଳରେ ଟାଇମ୍ସ ଅଫ୍ ଇଣ୍ଡିଆ ୱେବସାଇଟରେ ପ୍ରକାଶିତ ଏକ ସମ୍ବାଦ ମିଳିଲା। ଏହି ୱ୍ବସାଇଟରେ ପ୍ରକାଶିତ ହେଇଥିବା ଫୋଟୋରେ ମଧ୍ୟ ଆମେ ଏସ ଡିନ୍ ଟେଲର୍ସ ନାମକ ଦୋକାନ ଦେଖି ପାରିବା। ସମ୍ବାଦ ଅନୁଯାୟୀ ଏହି ଭାଇରାଲ ଭିଡିଓର ଘଟଣା ମଧ୍ୟପ୍ରଦେଶର ଜବଲପୁର ସହରର ଅଟେ। ଖବର ଅନୁଯାୟୀ ଜବଲପୁରରେ ଇଦ୍ ଶୋଭାଯାତ୍ରା ସମୟରେ କିଛି ଲୋକେ ପୋଲିସ ଉପରେ ପଥର ଏବଂ ବାନ ଫୋପାଡି ଆକ୍ରମଣ କରିଥିଲେ। ଏହା ଜବାବରେ ପୋଲିସ ମଧ୍ୟ ତାଙ୍କ ଉପରେ ଲାଠି ଚାର୍ଜ ଏବଂ ଲୁହବୋହା ଗ୍ୟାସ ଗୋଳି ଚଳାଇ ଆକ୍ରମଣ କରିଥିଲା।

ଏହା ପରେ ଆମେ ୟୁଟ୍ୟୁବରେ ସର୍ଚ୍ଚ କରିଲା ପରେ ଏମପି ତକ୍ ନାମକ ଏକ ଚ୍ୟାନାଲରେ ଏହି ଘଟଣାର ଏକ ଭିଡିଓ ୧୯ ଅକ୍ଟୋବରରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ଅନୁଯାୟୀ ଇଦ୍ ମିଲାଦ ଉନ ନବୀ ଅବସରରେ ଆୟୋଜିତ ହେଇଥିବା କାର୍ଯ୍ୟକ୍ରମରେ କିଛି ଲୋକେ ପୋଲିସ ଉପରେ ବାନ ଫିଙ୍ଗି ଆକ୍ରମଣ କରିଥିଲେ ଏବଂ ଜବାବରେ ପୋଲିସ ମଧ୍ୟ ଲାଠି ଚାର୍ଜ ଏବଂ ଲୁହବୋହା ଗ୍ୟାସର ବ୍ୟବହାର କରିଥିଲା। ଏହି ଘଟଣା ଜବଲପୁରର ଗୋହାଲପୁର ଅଞ୍ଚଳର ମାଛ ବଜାର ନିକଟରେ ଘଟିଥିଲା। କରୋନା ସଂକ୍ରମଣ ପାଇଁ ପ୍ରଶାଶନ ଚଳିତ ବର୍ଷ ଜୂଲୁସ ଇଉପିଏରରେ କଟଣା ଲଗାଇଥିବାରୁ ଏକ ସମୁଦାୟ ଲୋକଙ୍କ ପ୍ରତିକ୍ରିୟା ଏପରି ଦେଖିବାକୁ ମିଳିଥିଲା।
ଘଟଣା ବିଷୟରେ ଅଧିକ ସୂଚନା ଏକତ୍ର କରିବା ପାଇଁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏସ ଡିନ୍ ଟେଲର୍ସ ଦୋକାନ ମାଲିକ ସହିତ ଯୋଗାଯୋଗ କରିଲା। ଦୋକାନ ମାଲିକ ଇରଫାନ ଆମକୁ ସୂଚନା ଦେଇଛନ୍ତି ଯେ ଭାଇରାଲ ଭିଡିଓ ଜବଲପୁରର ଅଟେ ଏବଂ ଇଦ୍ ଶୋଭାଯାତ୍ରା ପରେ ମଧ୍ୟପ୍ରଦେଶ ପୋଲିସ ଲାଠି ଚାର୍ଜ କରିଥିଲା।
ଫ୍ୟାକ୍ଟ କ୍ରିଷେଣ୍ଡୋ ଜବଲପୁର ଏସପି ସିଦ୍ଧାର୍ଥ ବାହୁଗୁନାଙ୍କ ସହିତ ମଧ୍ୟ ଯୋଗାଯୋଗ କରିଲା। ସେ ନିଶ୍ଚିତ କରିଛନ୍ତି ଯେ ଏହା ଇଦ୍ ଶୋଭାଯାତ୍ରା ସମୟରେ ଜବଲପୁରରେ ହେଇଥିବା ଦଙ୍ଗାର ଭିଡିଓ ଅଟେ। ଜନସମାଗମ ନିୟମ ଉଲ୍ଲଂଘନ କରିଥିବାରୁ ପୋଲିସକୁ ତାଙ୍କ ଉପରେ ଲାଠି ଚାର୍ଜ କରିବାକୁ ପଡିଥିଲା। କିଛି ଲୋକେ ପୋଲିସ ଉପରେ ମଧ୍ୟ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ଏହି ଘଟଣା ସମ୍ବନ୍ଧରେ ୨୦ ରୁ ଅଧିକ ଲୋକଙ୍କୁ ଗିରଫ କରା ଯାଇଅଛି ଏବଂ ତଦନ୍ତ ଜାରି ରହିଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ଉତ୍ତରପ୍ରଦେଶର ହେଇଥିବା ଦାବି ମିଥ୍ୟା ଅଟେ। ଏହି ଭିଡିଓ ମଧ୍ୟପ୍ରଦେଶ ରାଜ୍ୟର ଜବଲପୁର ସହରର ବୋଲି ସେଠିକାର ସ୍ଥାନୀୟ ଲୋକ ଏବଂ ଏସପି ନିଶ୍ଚିତ କରିଛନ୍ତି।

Title:କ’ଣ ରାସ୍ତାରେ ନମାଜ ପଢୁଥିବା ସମୟରେ ପୋଲିସ ଦ୍ଵାରା ଆକ୍ରମଣର ଏହି ଭିଡିଓ ଉତ୍ତରପ୍ରଦେଶର ଅଟେ?
Fact Check By: Siddharth SahuResult: False
