
ବର୍ତ୍ତମାନ ସୋସିଆଲ ମିଡିଆରେ କ ଖବର ପ୍ରଚାର ଯେଉଛି ଯେ ଉତ୍ତରପ୍ରଦେଶର ଶିକ୍ଷକ ଯୋଗ୍ୟତା ପରୀକ୍ଷା, ପ୍ରଶ୍ନ କାଗଜ ଲିକ୍ ହେତୁ ରଦ୍ଦ କରା ଯାଇଛି। ଏହି କାରଣରୁ ଆସନ୍ତା ବର୍ଷ ନିର୍ବାଚନ ପାଇଁ ରାଜନୈତିକ ନିଆ ଲଗାଇଛି।
ଏହା ମଧ୍ୟରେ ସୋସିଆଲ ମିଡିଆରେ ରାସ୍ତାର ସୋଇଥିବା କିଛି ଲୋକଙ୍କର ଏଏକ ଭିଡିଓ ଭାଇରାଲ ହେଉଛି। ଭିଡିଓ ଦେଖି ଜଣା ପଡୁଛି ଯେ ଏହା ଶୀତ ମାସ ଭିଡିଓ ଅଟେ। ଭିଡିଓ ପୋଷ୍ଟ କରି ଦାବି କରା ଯାଇଛି ଯେ ରାସ୍ତାରେ ସୋଇଥିବା ଲୋକ ଉତ୍ତରପ୍ରଦେଶ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀ ମାନେ ଅଟନ୍ତି ଏବଂ ସେମାନେ ପରୀକ୍ଷା କେନ୍ଦ୍ର ବାହାରେ ଅପେକ୍ଷା କରିଛନ୍ତି କିନ୍ତୁ ପ୍ରଶ୍ନପତ୍ର ଲିକ୍ ହେତୁ ପରୀକ୍ଷା ବାତିଲ କରି ଦିଆ ଗଲା।
କ’ଣ ଦାବି ଏହି ପୋଷ୍ଟର?
୨୮ ନଭେମ୍ବରରେ ପ୍ରଶାନ୍ତ ଗାଆଣ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ “ଉତ୍ତରପ୍ରଦେଶ ଶିକ୍ଷକ ଯୋଗ୍ୟତା (UPTET) ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀ ମାନେ ଖୋଲା ଆକାଶ ତଳେ ରାତ୍ରିଯାପନ କାଲେ କିନ୍ତୁ ସକାଳୁ ପ୍ରଶ୍ନପତ୍ର ଲିକ୍ ପରୀକ୍ଷା ବାତିଲ। ବେରିଜଗାର ଯୁବକ ଆଉ କେତେ ସଂଘର୍ଷ କରିବୀ?”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ଗୁଗୁଲ କ୍ରୋମ ସାହାଯ୍ୟତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ସର୍ଚ୍ଚ କରିଲା ପରେ ଫଳାଫଳରେ ଆମକୁ ୨୮ ନଭେମ୍ବର ରେ ପରଫର୍ମ ଇଣ୍ଡିଆ ନାମକ ୱେବସାଇଟରେ ହି ଫୋଟୋ ବିଷୟରେ ଉଲ୍ଲୀଖ ହୀଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ରାସ୍ତାରେ ସୋୟୀଥିବା ଲୋକେ ରାଜସ୍ଥାନର ବେରୋଜଗାର ଲୋକ ଅଟନ୍ତି ଯେଉଁମାନେ ଲକ୍ଷ୍ନୋରେ ପ୍ରିୟାଙ୍କା ଗାନ୍ଧୀଙ୍କ ଅଫିସ ସାମନାରେ ତାଙ୍କର ଅପେକ୍ଷା କରୁଛନ୍ତି।

ଏହି ବିଷୟରେ ଟୁଇଟରରେ ଯାଇ ସର୍ଚ୍ଚ କରିଲା ପରେ ଆମକୁ ଉତ୍ତରପ୍ରଦେଶ ପୋଲିସର ଫ୍ୟାକ୍ଟ ଚେକ୍ ନାମର ଏଏକ ଅଫିସିଆଲ ଟୁଇଟର ହେଣ୍ଡେଲରେ ଭାଇରାଲ ଦାବିକୁ ମିଥ୍ୟା ବୋଲି କୁହା ଯାଇଥିବା ମିଳିଲା। ଉତ୍ତରପ୍ରଦେଶ ପୋଲିସ ସ୍ପଷ୍ଟ କରିଛି ଯେ “ଭାଇରାଲ ହେଉଥିବା ଫୋଟୋ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀ ମାନଙ୍କର ଫୋଟୋ ନୁହେଁ ବରଂ ରାଜସ୍ଥାନରୁ ଆସିଥିବା ଜୀବକଙ୍କ ଫୋଟୋ ଅଟେ। ଆଡମିଟ୍ କାର୍ଡ ଉପରେ ଆଧାର କରି UPTET ପ୍ରାର୍ଥୀ ମାନଙ୍କୁ ବସ୍ ମାଧ୍ୟମରେ ଘରକୁ ପଠା ଯାଉଛି ଏବଂ ଏହି ପରୀକ୍ଷା ରାଜ୍ୟ ଖର୍ଚ୍ଚରେ ପୁନର୍ବାର କରାଯିବ। ଦୟାକରି ବିଭ୍ରାନ୍ତ ଖବର ବିସ୍ତାର କରନ୍ତୁ ନାହିଁ।”
ଆମେ ସର୍ଚ୍ଚ କରି ଜାଣିବାକୁ ପାଇଲୁ ଯେ ଏହି ବିଭ୍ରାଟକାରୀ ପୋଷ୍ଟ ସର୍ବପ୍ରଥମେ “ଆପଣ ଦେଓରିଆ” ନାମକ ସୋସିଆଲ ମିଡିଆ କାଉଣ୍ଟରେ ପୋଷ୍ଟ ହେଇଥିଲା। ଏହି ବିଭ୍ରାନ୍ତକାରୀ ପୋଷ୍ଟ ସେୟାର କରିବା କାରଣରୁ ଦେଓରିଆ ପୋଲିସ ସେହି ଏକାଉଣ୍ଟ ବ୍ୟବହାରକାରୀଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶ ପୋଲିସର ଫ୍ୟାକ୍ଟ ଚେକ୍ ଟୁଇଟ ମାଧ୍ୟମରେ କହିଛି ଯେ ପ୍ରିନ୍ସ ଯାଦବ ନାମକ ଜଣେ ଯୁବକଙ୍କୁ ବିଭ୍ରାନ୍ତକାରୀ ଫୋଟୋ ପୋଷ୍ଟ କରିଥିବାରୁ ଗିରଫ କରିଛି ଏବଂ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଚାଲିଛି।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଫଳାଫଳରେ ଆମକୁ ଦୈନିକ ଭାସ୍କର ପତ୍ରିକାରେ ଏହି ଘଟଣା ବିଷୟରେ ଉଲ୍ଲେଖ ହେଇଥିବା ମିଳିଲା। ରିପୋର୍ଟର ଶୀର୍ଷକରେ ଲେଖା ଯାଇଛି, “ଉତ୍ତରପ୍ରଦେଶରେ ପ୍ରିୟାଙ୍କା ଗାନ୍ଧୀଙ୍କ ରାଜସ୍ଥାନର ବେରୋଜଗାର ଯୁବକ ମାନେ ପହଞ୍ଚିଲେ ଏବଂ ଧରଣା ଦେଲେ। ଏହି ଧରଣାରେ ମହିଳା ମାନ ମଧ୍ୟ ଯୋଗଦାନ ଦେଇଥିଲେ।”

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ସଂପୂର୍ଣ୍ଣ ଭାବରେ ମିଥ୍ୟା ଅଟେ। ଭିଡିଓରେ ରାସ୍ତାରେ ସୋଇଥିବା ଲୋକେ UPTET ପରୀକ୍ଷାର୍ଥୀ ନୁହନ୍ତି ବରଂ ପ୍ରିୟାଙ୍କା ଗାନ୍ଧୀଙ୍କ ସହିତ ସାକ୍ଷାତ କରିବାକୁ ଆସିଥିବା ରାଜସ୍ଥାନ ବେରୋଜଗାର ଲୋକ ମାନେ ଅଟନ୍ତି।

Title:କ’ଣ ଉତ୍ତରପ୍ରଦେଶ ଟିଇଟି ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀ ମାନେ ଖୋଲା ଆକାଶ ତଳେ ସୋଇଛନ୍ତି?
Fact Check By: Siddharth SahuResult: False
