
ସାଧାରଣତଃ ସବୁ ଦେଶରେ ଲୋକ ଗାଈ ପାଳି ଥାନ୍ତି, କାରଣ ଏମାନଙ୍କଠାରୁ କ୍ଷିର, ଦହି, ଓ ଘିଅ ଇତ୍ୟାଦି ମିଳିଥାଏ। ସେଥିପାଇଁ ଗାଈକୁ ଭଲ ଖାଇବାକୁ ଦେବା ମଧ୍ୟ ବହୁତ ଜରୁରୀ ହେଇଥାଏ। ଗାଈର ମହତ୍ଵ ଆଜି କାଲି ସମୟରେ ବହୁତ ଅଟେ।
23 ଡିସେମ୍ବରରେ କେ ନ୍ୟୁଜ ଓଡ଼ିଶା ସାଇଟରେ ଗୋଟିଏ ଅନୁଛେଦ ପୋଷ୍ଟ କରା ଯାଇଅଛି ଯେଉଁ ଥିରେ ଏହା ଦାବି କରା ଯାଇଅଛି ଯେ ଆମେରିକାରେ ସର୍ଜେରୀ ମାଧ୍ୟମରେ ଗାଈ ପେଟରେ ଏକ କଣା କରା ଯାଇ ଥାଏ ଏବଂ ଏହା କେବଳ ଗାଈର ସୁରକ୍ଷା ପାଇଁ କରା ଯାଇଥାଏ। ଏହି ପ୍ରକ୍ରିୟା ଦ୍ଵାରା ଗାଈକୁ କୌଣସି ପ୍ରକାର ର କ୍ଷତି ପହଞ୍ଚିନଥାଏ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଗାଈ ଚାରା ସହିତ ବେଳେ-ବେଳେ ଅନ୍ୟ ଜିନିଷ ମଧ୍ୟ ଖାଇ ଦିଏ ଯେଉଁଥିପାଇଁ ତାକୁ ଖାଇବା ହଜମ କରିବା ପାଇଁ କଷ୍ଟ ହୁଏ। ତେବେ ଗାଈ ପେଟରେ ଏପରି ଛିଦ୍ର କରିବା କାରଣ ଏହା ସାହାଯ୍ୟରେ ଗାଈ ପେଟକୁ ସଫା କରା ଯାଇଥିବା ଏବଂ ପ୍ଲାଷ୍ଟିକ ଭଳି ଜିନିଷକୁ ବାହାର କରା ଯାଇଥିବା ସମ୍ଭବ ହେଇଥାଏ।

ଏହି ଖବରଟି ଫେସବୁକରେ ମଧ୍ୟ ଭାଇରାଲ କରା ଯାଇଅଛି।

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ପୋଷ୍ଟ ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ଆଗେ ପୋଷ୍ଟରେ ଛାପି ଥିବା ଫୋଟୋର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡିତ କିଛି ନ୍ୟୁଜ ପତ୍ରିକା ସାଇଟ ମିଳିଲା
21 ମେ ମସିହାରେ “ଡେଲି ମେଲ” ପତ୍ରିକାରେ ଛପି ଥିବା ଅନୁଛେଦ ଅନୁସାରେ ଗାଈ ପେଟରେ କଣା କରିବା ଖବରଟି ସ୍ଵୀଜେରଲେଣ୍ଡ ଦେଶର। ଏହି ଅନୁଛେଦରେ ଏହା ଲେଖା ଯାଇଅଛି ଯେ ସ୍ଵୀଜେରଲେଣ୍ଡରେ ମାତ୍ର ୧୪ ଟି ଗାଈ ପେଟରେ ଛିଦ୍ର କରି ତାଙ୍କ ପେଟରେ କାନୁଲ୍ଲା ଲଗା ଯାଇଅଛି। ଏହି ଛିଦ୍ର ୮ ଇଞ୍ଚର ଅଟେ। ଗାଈର ହଜମ କରିବା ପ୍ରଣାଳି ବିଷୟରେ ଅନୁସନ୍ଧାନ କରିବା ଉଦ୍ଦେଶ୍ୟରେ ଏହି ପ୍ରକ୍ରିୟା କରା ଯାଉଛି। ଏହି ଅନୁସନ୍ଧାନ ସାହାଜ୍ଯରେ ଗାଈ ମାନଙ୍କୁ ଅନ୍ୟ ପୌଷ୍ଟିକ ଖାଦ୍ଯ ଦିଆ ଯାଇ ହେବ। କାନୁଲ୍ଲା ଲଗାଇଲା ପରେ ଗାଈକୁ କିଛି ଦିନ ପାଇଁ ଘାସ ଚରିବା ପାଇଁ ଛଡା ଯାଏ। ଚାରା ଖାଇ ସାରିଲା ପରେ ଗାଈ ପେଟରୁ ସେହି ଖାଦ୍ୟ ବାହାର କରି ତାର ଅନୁସନ୍ଧାନ କରା ଯାଏ। ଗାଇ ପେଟରେ କାନୁଲ୍ଲା ଲଗାଇବା ସମୟରେ ଗାଈକୁ ବେହୋସ କରି ଦିଆ ଯାଏ।

୨୪ ଆଉଗୁଷ୍ଟ ୨୦୧୭ ମସିହାରେ ନ୍ୟୁଜ ୧୮ ପତ୍ରିକାରେ ଚାପିଥିବା ଅନୁଛେଦରେ ଏହା ଲେଖା ହେଇଅଛି ଯେ ୨୦୧୪ ମସିହାରେ ସ୍ଵୀଜେରଲେଣ୍ଡରେ କିଛି ବୈଜ୍ଞାନିକ ମାନେ ଗାଈ ପେଟରେ ଛିଦ୍ର କରି ଏପରି ଜନ୍ତ୍ର ଲଗାୟିଛନ୍ତି ଯାହା ଦ୍ଵାରା ଗାଈର ହଜମ କରିବା ପ୍ରକ୍ରିୟା ବିଷୟରେ ବିସ୍ତାରରେ ଜାଣି ହେବ। ଏହି ଗାଈ ମାନଙ୍କୁ “କେନୁଲ୍ଲେଟେଡ ଗାଇ” କୁହା ଯାଏ। ଗାଈ ପେଟରେ ଛିଦ୍ର କରି କାନୁଲ୍ଲା ଲଗାଇଲା ପାରେ ଗାଈ କୁ ବିଭିନ୍ନ ପ୍ରକାର ଆହାର ଖାଇବାକୁ ଦିଆ ଯାଏ। ସମୟ-ସମୟରେ ଗାଇ ପେଟରେ ଖାଇବାର ପ୍ରଶିକ୍ଷଣ କରା ଯାଏ।

ଶ୍ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେଗାଈ ପେଟରେ ଛିଦ୍ର କରି ତାଙ୍କ ପେଟରୁ ଅଖାଦ୍ଯ ଜିନିଷ ବାହାର କରିବା ଦାବି ଗୋଟିଏ ମିଥ୍ୟା କଥା। ପ୍ରକୃତରରେ ଗାଈର ହଜମ ପ୍ରକ୍ରିୟା ବିଷୟରେ ଅନୁସନ୍ଧାନ କରିବା ପାଇଁ ଏହି ଉପାଏ କରା ଯାଇଅଛି। ଦାବି କରା ଯାଇଥିବା କଥାର ସତ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କେଉଁ କାରଣ ପାଇଁ ଚାଷୀ ଗାଈ ପେଟରେ କଣା କରିଥାନ୍ତି? କ’ଣ ଏହି ଘଟଣା ଆମେରିକାରେ ହେଉ ଥିବା ମିଳିଛି? ଜାଣନ୍ତୁ ସତ।
Fact Check By: Siddharth SahuResult: False