
କର୍ଣାଟକାରେ ମୁସଲିମ ଛାତ୍ରୀ ମାନେ ହିଜାବ ପିନ୍ଧି କଲେଜ୍ ଯୌଥବା ନେଇ ଏକ ବିଶାଳ ବିଦ୍ରୋହ ସୃଷ୍ଟି କରିଛି। ବିଗତ କିଛି ଦିନରୁ ଏହି ଘଟଣାଟି ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି। ମୁସଲମାନ ଝିଅ ମାନେ ହିଜାବ ପିନ୍ଧିଥିବାରୁ ଏହାକୁ ବିରୋଧ କରି ହିନ୍ଦୁ ଛାତ୍ର ଛାତ୍ରୀ ମାନେ ଭଗାୱା ପିନ୍ଧି କଲେଜ୍ ଯିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଘଟଣା ଖୁବ ଜୋର ଶାରିଛି। ଆମେ ଘଟଣା ସମ୍ବନ୍ଧୀୟ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ପାଇଲୁ।
ଏହି ପ୍ରସଙ୍ଗରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଛାତ୍ରୀ ହିଜାବ ପିନ୍ଧିଥିବା ସମୟରେ ଅନ୍ୟ ଜଣେ ଜିନ୍ସ ପିନ୍ଧିଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଜିନ୍ସ ପିନ୍ଧିଥିବା ମହିଳା ଏବଂ ହିଜବ ପିନ୍ଧି ଆନ୍ଦୋଳାଣ କରୁଥିବା ମହିଳା ସମାନ ଅଟନ୍ତି।
କ’ଣ ଦାବି କରା ଯାଇଛି?
୧୦ ଜାନୁଆରୀରେ ସାଗରିକା ମୋହାପାତ୍ର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଦୁଇଟି ଫୋଟୋ ସେୟାର କରି କହିଛନ୍ତି, “ଏ ସେହି ଯୁବତୀ ଯେ କର୍ଣାଟକ କଲେଜରେ ବୁର୍ଖା ପିନ୍ଧିବା ପାଇଁ ଆଲ୍ଲାହୁ ଅକବର ନାରା ଦେଉଥିଲେ- UPର ମୌଲାନା ଖୁସି ହୋଇ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ – ହିଜବ କେବଳ ସ୍କୁଲ କଲେଜରେ ଦରକାର – ବାହାରେ ଫଟା ଜିନ୍ସ ପିନ୍ଧାଯିବ”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ପୋଷ୍ଟର ପ୍ରଥମ ଫୋଟୋ କ’ଣ ପ୍ରକୃତରେ କର୍ଣାଟକାରେ ଚାଲୁଥିବା ହୀନଯାବ ଆନ୍ଦୋଳନରୁ ଆସିଛି? ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଫଳାଫଳରେ ଆମକୁ ୮ ଫେବ୍ରୁଆରିରେ ୱାନ୍ ଇଣ୍ଡିଆ ହିନ୍ଦୀର ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ କର୍ଣାଟକାର ହିଜାବ ଆନ୍ଦୋଳନର ଏକ ଦୃଶ୍ୟ ବୋଲି କୁହା ଯାଇଛି। ଘଟଣା କର୍ଣାଟକାର ମାଡିୟା ଆଞ୍ଚଲର ଅଟେ। ବୁର୍ଖା ପିନ୍ଧି ଜଣେ ଛାତ୍ରୀ କଲେଜ ଯାଉଥିବା ସମୟରେ ଭଗାୱା ଶାଲ୍ ପିନ୍ଧିଥିବା କିଛି ଯୁବକ ‘ଜୟ ଶ୍ରୀ ରାମ’ ନାରା ଦେଉଛନ୍ତି। ଏହା ପରେ ସେହି ଛାତ୍ରୀ ମଧ୍ୟ ଅଲ୍ଲାହ ହୁ ଅକବର ନାରା ଦେଇଥିଲେ।
ଏହା ଦ୍ଵାରା ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ ହେଇଥିବା ପ୍ରଥମ ଫୋଟୋ ପ୍ରକୃତରେ ହିଜାବ ଆନ୍ଦୋଳନର ଫୋଟୋ ଅଟେ। କିନ୍ତୁ କ’ଣ ପୋଷ୍ଟରେ ଜିନ୍ସ ପିନ୍ଧିଥିବା ଯୁବତୀଙ୍କ ସହ ଏହାର କିଛି ସମ୍ବନ୍ଧ ଅଛି? ଆସନ୍ତୁ ଜାଣିବା।
ପୋଷ୍ଟର ଦ୍ଵିତୀୟ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଫଳାଫଳରେ ଆମକୁ ‘ନଜମା ନାଜିର ଚିକ୍କାନାରେଲେ’ ନାମକ ଏକ ଫେସବୁକ ହେଣ୍ଡେଲରେ ଭାଇରାଲ ଫୋଟୋ ପୋଷ୍ଟ ହେଇଥିବା ମିଳିଲା। ୧୩ ମଇ ୨୦୧୮ ରେ ଭାଇରାଲ ଫୋଟୋ ଏକ ପ୍ରୋଫାଇଲ୍ ଫୋଟୋ ଭାବରେ ବ୍ୟବହୃତ ହୋଇଥିଲା। ଏଥିରୁ ଆମେ ଧାରଣା ପାଇଲୁ ଯେ ଭାଇରାଲ ଫୋଟୋରେ ଯୁବତୀଙ୍କ ନାମ ନଜମା ନାଜିର ଅଟେ।

ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ନଜମା ନାଜିରଙ୍କ ସହିତ ଯୋଗାଯୋଗ କରିଲା। ସେ ସୂଚନା ଦେଲେ ଯେ, “କର୍ଣାଟକାର ମାଣ୍ଡିୟାରେ ସ୍ଥିତ ପିଏଏସ୍ କଲେଜରେ ଯେଉଁ ଯୁବତୀକୁ ହିଜାବ ପିନ୍ଧିଥିବାରୁ ହଇରାଣ କରା ଯାଇଥିଲା, ମୁଁ ସେହି ଯୁବତୀ ନୁହେଁ। ମୋର ନାମ ନଜମା ନାଜିର ଅଟେ। ମୁଁ ଜଣେ ସାମାଜିକ କର୍ମୀ ଏବଂ ଜନତା ଦଳ ସେକୁଲାର (JDS) ର ସଦସ୍ୟ। ମୁଁ ପୂର୍ବରୁ ସିଏଏ ଏବଂ ଏନଆରସି ଆନ୍ଦୋଳନରେ ଯୋଗଦାନ ଦେଇଛି। ଏଥର ମଧ୍ୟ ମୁଁ କର୍ଣାଟକାରେ ହିଜାବ ବିବାଦ ବିରୋଧରେ ଭାଗ ନେଇଥିଲି। ସୋସିଆଲ ମିଡିଆରେ ମୋର ଫୋଟୋ ଭାଇରାଲ କରି ମୋର ରାଜନୈତିକ କ୍ୟାରିଅର କୁ ନଷ୍ଟ କରିବାକୁ ଚେଷ୍ଟା କରା ଯାଉଛି। ସୋସିଆଲ ମିଡିଆରେ ମୋ ବିଷୟରେ ସେୟାର କରା ଯାଉଥିବା ସମସ୍ତ ଦାବି ଭିତ୍ତିହୀନ ଅଟେ।”
ଏନଡିଟିଭି ଅନୁଯାୟୀ, କର୍ଣାଟକା ହିଜାବ ବିବାଦର କେନ୍ଦ୍ର ମୁସକାନ କହିଛନ୍ତି ଯେ ସେ ସବୁବେଳେ ବୁର୍ଖା ଏବଂ ହିଜାବ ପିନ୍ଧି କଲେଜ ଯାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ହିଜାବ ତାଙ୍କ ଶରୀରର ଏକ ଅଂଶ। ଆଜି ପର୍ଯ୍ୟନ୍ତ ତାଙ୍କ ପୃନ୍ସିପାଲ୍ର ଏହି ମାମଲାରେ ହସ୍ତକ୍ଷେପ କରିନାହାଁନ୍ତି। ବାହାର ଲୋକ ଏହି ସବୁ ବିରୋଧ ଆରମ୍ଭ କରିଛନ୍ତି ବୋଲି ମୁସକାନ କହିଛନ୍ତି।
ଶେଷକଥା:
ତଥ୍ୟ ଯାଞ୍ଚ କରିବା ପରେ ପ୍ରମାଣିତ ହେଇଛି ଯେ ଭାଇରାଲ ଦାବି ମିଥ୍ୟା ଏବଂ ଭିତ୍ତିହୀନ ଅଟେ। ଭାଇରାଲ ଫୋଟୋରେ ଜିନ୍ସ ପିନ୍ଧିଥିବା ଯୁବତୀ ନଜମା ନାଜିର ଅଟନ୍ତି ଏବଂ ସେ ହିଜାବ ଆନ୍ଦୋଳନରେ ଭାଇରାଲ ଫୋଟୋରେ ହଇରାଣ ହୋଇଥିବା ଯୁବତୀ ନୁହନ୍ତି।

Title:କ’ଣ ଫୋଟୋରେ ଜିନ୍ସ ପିନ୍ଧିଥିବା ମହିଳା କର୍ଣାଟକାରେ ଚାଲୁଥିବା ହିଜାବ ଆନ୍ଦୋଳନର ମହିଳା ଅଟନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
