ଭାଇରାଲ ଫୋଟୋରେ କ’ଣ ମନମୋହନ ସିଂହ ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଛନ୍ତି?

False Political

18 ଜାନୁଆରିରେ  Amitabh Pradhan ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ ହୋଇଥିବା ଫୋଟୋରେ କୌଣସି ବ୍ୟକ୍ତି ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଥିବାର ଦେଖା ଯାଉଛି। ଏହା ଛଡ଼ା ଫୋଟୋରେ  ରାହୁଲ ଗାନ୍ଧି ମଧ୍ୟ ଥିବାର ଦେଖା ଯାଇଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଥିବା ବ୍ୟକ୍ତି ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅଟନ୍ତି। ଫୋଟୋରେ ସୋନିଆ ଗାନ୍ଧିଙ୍କର ବୟଷ 71 ବର୍ଷ ଏବଂ ମନମୋହନ ସିଂହର ବୟଷ 85 ଲେଖି କଟାକ୍ଷ୍ୟ ମଧ୍ୟ କରାଯାଇଛି ଏବଂ ହିନ୍ଦିରେ ଲେଖା ଯାଇଛି ଯେ, ୟେ ଥେ ହମାରେ ପ୍ରଧାନମନ୍ତ୍ରୀ(ଇଏ ଥିଲେ ଆମ ପ୍ରଧାନମନ୍ତ୍ରୀ)। ତେବେ ପୋଷ୍ଟରେ କ’ଣ ମନମୋହନ ସିଂହ ସୋନିଆ ଗାନ୍ଧିଙ୍କ ଗୋଡ଼ ଛୁଇଁ ମୁଣ୍ଡିଆ ମାରୁଛନ୍ତି।

ଏଠାରେ ଲିଙ୍କ୍ ଦେଖନ୍ତୁ-Facebook  । Archive

ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଫୋଟୋକୁ ଗୁଗୁଲରେ ପାକାଇ ରିଭର୍ସ ଇମେଜ କରିଲୁ। ରିଭର୍ସ ଇମେଜରେ ଆମକୁ କିଛି ଲିଙ୍କ ମିଳିଳା। Gett image ନାମକ ୱେବସାଇଟରେ ଆମକୁ ଏହି ଫୋଟୋ ମିଳିଲା।   ପୋଷ୍ଟରେ ଲେଖା ଯାଇଛି ଯେ, ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଥିବା ବ୍ୟକ୍ତି କଂଗ୍ରେସର ଜଣେ କର୍ମି ଅଟନ୍ତି। ଏହି ଫୋଟୋ ଇଣ୍ଡିଆ ୟୁଥ କଂଗ୍ରେସ କନଭେନ୍ସନ କାର୍ଯ୍ୟକ୍ରମର ଫୋଟୋ ଅଟେ।

ଏଠାରେ ଲିଙ୍କ ଦେଖନ୍ତୁ-Gett image ।  Archive

ଏହା ପରେ ଆମକୁ Gett image ପୋଜରେ ସେହି କାର୍ଯ୍ୟକ୍ରମର ଅନ୍ୟ ଏକ ଫୋଟୋ ମିଳିଲା । ଯେଉଁଥିରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାର ଦେଖା ଯାଉଛି। କାର୍ଯ୍ୟକ୍ରମରେ  ମନମୋହନ ସିଂହ ନିଳ ରଙ୍ଗର ପଗଡ଼ି ପିନ୍ଧିଥିବାର ଦେଖା ଯାଉଛି। କିନ୍ତୁ ଭାଇରାଲ ଫୋଟୋରେ ସୋନିଆ ଗାନ୍ଧିକୁ ମୁଣ୍ଡିଆ ମାରୁଥିବା ବ୍ୟକ୍ତି ହଳଦିଆ ରଙ୍ଗର ପଗଡ଼ି ପିନ୍ଧିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋରେ , ସୋନିଆ ଗାନ୍ଧିକୁ ମୁଣ୍ଡିଆ ମାରୁଥିବା ବ୍ୟକ୍ତି ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନୁହନ୍ତି।

ଏଠାରେ ଲିଙ୍କ ଦେଖନ୍ତୁ- Gett imageArchive

ଏହା ଛଡ଼ା ଏହାର ଅନ୍ୟ ଏକ ଫୋଟୋ ମଧ୍ୟ ପାଇଲୁ ଯେଉଁଥିରେ ମନମୋହନ ସିଂହ ସୋନିଆ ଗାନ୍ଧି ପାଖରେ ବସୁଥିବାରେ ଦେଖା ଯାଉଛନ୍ତି।

ଏଠାରେ ଲିଙ୍କ ଲେଖନ୍ତୁ- Gett imageArchive 

ଆମେ ଭାଇରାଲ ଫୋଟୋ ଏବଂ ଆମକୁ ମିଳିଥିବା ପ୍ରକୃତ ଫୋଟୋକୁ ବିଶ୍ଲେଷଣ କରିଲୁ। ଭାଇରାଲ ଫୋଟୋରେ ମୁଣ୍ଡିଆ ମାରୁଥିବା ବ୍ୟକ୍ତି ହଳଦିଆ ପଗଡ଼ି ପିନ୍ଧିଛନ୍ତି କିନ୍ତୁ ସେହି କାର୍ଯ୍ୟରେ ଉପସ୍ଥିତ ମନମୋହନ ସିଂହ ଫୋଟୋରେ ନିଳ ରଙ୍ଗର ପିଗଡ଼ି ପିନ୍ଧିଛନ୍ତି। ତଳେ ଆମ ବିଶ୍ଲେଷଣ   ଦେଖନ୍ତୁ।

ଶେଷକଥା-

ଆମ ଅନୁସନ୍ଧାନରେ ପାଇଲୁ ଯେ,  ଫେସବୁକ ଭାଇରାଲ ଫୋଟୋରେ ମନମୋହନ ସିଂହ ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରିବା ଦାବି ମିଥ୍ୟା ଅଟେ। ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଥିବା ବ୍ୟକ୍ତି କଂଗ୍ରେସ କର୍ମି ଅଟନ୍ତି।

Avatar

Title:ଭାଇରାଲ ଫୋଟୋରେ କ’ଣ ମନମୋହନ ସିଂହ ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଛନ୍ତି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *