
20 ଜାନୁଆରି Manful TV ନାମକ ଏକ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଦୁଇଟି ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଥିବା ଦୁଇଟି ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ପ୍ରତିମାକୁ ମୁଣ୍ଡିଆ ମାରୁଥିବାର ଦେଖା ଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଫୋଟୋରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଛନ୍ତି ଏବଂ ଦ୍ୱିତିୟ ଫୋଟୋରେ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରି ନାଥୁରାମ ଗଡ଼ସେକୁ ମୁଣ୍ଡିଆ ମାରୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, “ଗୁଳି ଖାଇ ମରିବା ବାଲା ଗାନ୍ଧିକୁ ବି ନମସ୍କାର କରୁଛି ଆଉ ଗୁଳି ମାରିବା ବାଲା ଗଡେଶ କୁ ବି ନମସ୍କାର କରୁଛି, ଶଶୁର ଏ ଗୋଟେ ଦୋମୁହାଁ ସାପ ଅଟେ, ଭଲ ଡ୍ରାମା କରିବା ଶିଖିଛି।“

ଏଠାରେ ଲିଙ୍କ ଦେଖନ୍ତୁ- Manful tv । Archive
ତେବେ କ’ଣ ଭାଇରାଲ ପୋଷ୍ଟର ଦ୍ୱିତିୟ ଫୋଟୋରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରି ନାଥୁରାମ ଗଡ଼ସେକୁ ମୁଣ୍ଡିଆ ମାରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଆମ ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ପୋଷ୍ଟର ଦ୍ୱିତିୟ ଫୋଟୋକୁ ଗୁଗଲରେ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ 6 ଏପ୍ରିଲ 2017ରେ International bussines teimes ରେ ପ୍ରାଶିତ ହୋଇଥିବା ଏକ ଅନୁଚ୍ଛେଦ ପାଇଲୁ। ଯେଉଁଥିରେ ଭାଇରାଲ ଫୋଟୋ ପ୍ରକାଶିତ କରାଯାଇଥିଲା। ଅନୁଚ୍ଛେଦ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଣ୍ଡିଆ ମାରୁଥିବା ପ୍ରତିମା ନାଥୁରାମ ଗଡସେର ନୁହେଁ ବରଂ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟର ଅଟେ। ଅନୁଚ୍ଛେଦକୁ ପଢ଼ିଲା ପରେ ଜଣାଗଲା ଯେ, 5 ଏପ୍ରିଲ 2017ରେ ବିଜେପି ସ୍ଥାପନା ଦିବସରରେ ଉତ୍ତର ପ୍ରଦେଶର ବିଜେପି କାର୍ଯ୍ୟାଳୟରେ ବିଜେପି କର୍ମି ଉପସ୍ଥିତ ହୋଇଥିଲେ। ସେଠାରେ ସବୁ ବିଜେପି କର୍ମି ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କର ପ୍ରତିମା ଉପରେ ଫୁଲ ଚଢ଼ାଇ ମୁଣ୍ଡିଆ ମାରିଥିଲେ।

ଏଠାରେ ଲିଙ୍କ ଦେଖନ୍ତୁ- International bussines teimes । Archive
ଏହା ଛଡ଼ା ଏହି କାର୍ଯ୍ୟକ୍ରମର ଏକ ଭିଡିଓ ନ୍ୟୁଜ 24ରେ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ପାଇଲୁ ,ଯାହାକୁକି 5 ଏପ୍ରିଲ 2017ରେ ପୋଷ୍ଟ କରାଯାଇଥିଲା। ପୋଷ୍ଟର କୁହାଯାଇଛି ଯେ, ଭାରତରେ ବିଜେପି ସରକାର ଗଢ଼ିଲା ପରେ 37 ବିଜେପି ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ପ୍ରତିମାରେ ଫୁଲ ଅର୍ପଣ କରି ବିଜେପିର ସବୁକର୍ମିଙ୍କୁ ଧନ୍ୟବାଦ ଜଣାଇଥିଲେ। ତଳେ ୟୁଟ୍ୟୁବ ଲିଙ୍କ ଦେଖିପାରିବେ।
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରି ନାଥୁରାମ ଗଡ଼ସେକୁ ମୁଣ୍ଡିଆ ମାରୁଥିବା ଦାବି ମିଥ୍ୟା ଅଟେ। ଭାଇରାଲ ପୋଷ୍ଟର ଦ୍ୱିତିୟ ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଣ୍ଡିଆ ମାରୁଥିବା ପ୍ରତିମା ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କର ଅଟେ।

Title:ଭାଇରାଲ ଫୋଟୋରେ କ’ଣ ନାଥୁରାମ ଗଡସେଙ୍କ ପ୍ରତିମାକୁ ମୁଣ୍ଡିଆ ମାରୁଛନ୍ତି? ଜାଣନ୍ତୁ ସତ୍ୟତା।
Fact Check By: Saritadevi SamalResult: False