
୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଓଡ଼ିଶାରେ ବିଶାଳ ରେଲି କରୁଛି। ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ବିଜେପି ନିର୍ବାଚନ ଜିତିବା ପରେ ଓଡ଼ିଶାକୁ ସର୍ବଶ୍ରେଷ୍ଟ ରାଜ୍ୟରେ ପରିଣତ କରି ଦେବ।
ବର୍ତ୍ତମାନ ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ପଟ୍ଟନାୟକଙ୍କର ଫୋଟୋ ଧରି ଚିଡ଼ା ହେଇଥିବା ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋକୁ ଏପରି ସେୟାର କରା ଯାଉଛି ଯେ ବିଜେପି ନବୀନ ପଟନାୟକଙ୍କୁ ସମର୍ଥନ ଦେଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଗୋଟିଏ ଏଡିଟେଡ୍ ଫୋଟୋ ଅଟେ। ଅସଲି ଫୋଟୋରେ ଧର୍ମେନ୍ଦ୍ର ପ୍ରଧାନ ମୋଦୀଙ୍କୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ପ୍ରଦାନ କରୁଛନ୍ତି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଆମକୁ ୫ ଡିସେମ୍ବର ୨୦୧୫ ର ଜି ନ୍ୟୁଜ୍ ୱେବସାଇଟରେ ଏକ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ଫୋଟୋରେ ଆମେ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୋଦୀଙ୍କୁ ସମାନ ପୋଷାକ ଏବଂ ଅବସ୍ଥାରେ ଦେଖିବାକୁ ପାଇଲୁ। କିନ୍ତୁ ଏହି ଫୋଟୋରେ ସେମାନେ ନବୀନ ପଟ୍ଟନାୟକଙ୍କର ଫୋଟୋ ନୁହେଁ, ବରଂ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଧରିଛନ୍ତି।
ରିପୋର୍ଟ ଅନୁଯାୟୀ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡର ପ୍ରଦାନ କରୁଛନ୍ତି। ଏଲପିଯି ଗ୍ୟାସ ସବସିଡି ଫେରସ୍ତ ଯୋଜନାକୁ ମୋଦୀ ସରକାର ନୂଆ ଉପାୟରେ ପ୍ରାରମ୍ଭ କରି ଏହାର ନାମ ପହଲ ରଖିଛନ୍ତି। ୧ ଜାନୁଆରୀ ୨୦୧୫ ମସିହାରେ ଏହି ଯୋଜନା ସାରା ଦେଖରେ ଲାଗୁ କରା ଯାଇଥିଲା। ସରକାରୀ ବିବୃତ୍ତି ଅନୁଯାୟୀ ପହଲ ଯୋଜନାକୁ ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ଶାମିଲ କରା ଯାଇଅଛି। ଏହି ଯୋଜନା ଅନ୍ତର୍ଗତ ୩୦ ଜୁନ ୨୦୧୫ ସୁଧା ୧୨.୫୭ କୋଟି ପରିବାରଙ୍କ ବ୍ଯାଙ୍କ ଖାତାରେ ପାଇସା ଜମା କରି ଦିଆ ଯାଇଅଛି।

ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ଜି ନ୍ୟୁଜ୍ ୱେବସାଇଟରେ ପ୍ରକାଶିତ ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। ଅସଲି ଫୋଟୋରେ ଧର୍ମେନ୍ଦ୍ର ପ୍ରଧାନ ମୋଦୀଙ୍କୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ପ୍ରଦାନ କରୁଛନ୍ତି।

Title:କ’ଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ପଟ୍ଟନାୟକଙ୍କର ଫୋଟୋ ଧରି ଚିଡ଼ା ହେଇଛନ୍ତି? ଜାଣନ୍ତୁ ସତ୍ୟତା।
Fact Check By: Siddharth SahuResult: Altered
