କ’ଣ ପ୍ରକୃତରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଜେଡ଼ି ଦଳ ପାର୍ଟି ଚିହ୍ନ ଶଙ୍ଖ ଚିତ୍ରାଙ୍କନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

Altered Political

ଆସନ୍ତା ନିର୍ବାଚନ ପାଇଁ ବିଜେପି ଓଡ଼ିଶାର ଅନେକ ସ୍ଥାନରେ ପ୍ରଚାର କରିବା ଆରମ୍ଭ କରିଛି। ଏହି ସମୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କର ଏକ ଫୋଟୋ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ସେ ପାର୍ଟିର କିଛି ସଦସ୍ୟଙ୍କ ସହିତ ଏକ କାନ୍ଥରେ ବିଜେଡ଼ି ପାଟି ଚିହ୍ନ ‘ଶଙ୍ଖ’ ଚିତ୍ରାଙ୍କନ କରୁଛନ୍ତି। 

ଏହି ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନ୍ତି, “ମଧ୍ଯପ୍ରଦେଶର ପୂର୍ବତନ ମୁଖ୍ଯମନ୍ତ୍ରୀ, ବରିଷ୍ଠ ବିଜେପି ନେତା ଶିବରାଜ ଚୌହ୍ବାନଙ୍କର ବି ପସନ୍ଦ ଶଙ୍ଖ।” ନିମ୍ନରେ ଆପଣ ମାନେ ସେହି ପୋଷ୍ଟ ଦେଖି ପାରିବେ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଦି ଟାଇମ୍ସ ଅଫ୍ ଇଣ୍ଡିଆର ଟୁଇଟର ହେଣ୍ଡେଲରେ ପୋଷ୍ଟ ହେଇଥିବା ମିଳିଲା। ଫୋଟୋରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ଯେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କିଛି ପାର୍ଟି କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟଙ୍କ ସହିତ ଏକ କାନ୍ଥରେ ବିଜେପି ପାର୍ଟି ଚିହ୍ନ ପଦ୍ମ ଫୁଲ ଚିତ୍ରାଙ୍କନ କରୁଛନ୍ତି। 

ରିପୋର୍ଟ ଅନୁଯାୟୀ, “ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଟକ ଜିଲ୍ଲାରେ ଲୋକସଭା ନିର୍ବାଚନ ପାଇଁ କାନ୍ଥରେ ଚିତ୍ର ଅଭିଯାନ ସମୟରେ ଦଳର ଚିହ୍ନ ଆଙ୍କିଛନ୍ତି।”

ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ପ୍ରକୃତ ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

୧୪ ଫେବ୍ରୁଆରି ୨୦୨୪ ର ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଜଗତସିଂପୁର ରେ ଏକ ସଭାକୁ ସମ୍ବୋଧିତ କରି ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ରାଜ୍ୟରେ କ’ଣ ଚାଲିଛି ତାହା ବିଷୟରେ ଅଜ୍ଞାନ୍ତ। ଶିବରାଜ ଏହା ମଧ୍ୟ କହିଛନ୍ତି ଯେ ନବୀନ ପଟ୍ଟନାୟାକ ରାଜ୍ୟର ଶାସନ କିଛି ସରକାରୀ ଅଧିକାରୀଙ୍କୁ ଦେଇଛନ୍ତି ଯାହା ଫଳରେ ରାଜ୍ୟରେ ଦୁର୍ନୀତି ବୃଦ୍ଧି ପାଇଛି। ସେ ଓଡ଼ିଶାରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଯନ୍ତ୍ରଣା ବିଷୟରେ ମଧ୍ୟ କହିଛନ୍ତି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଏହା ଏକ ଏଡିଟ୍ କରା ଯାଇଥିବା ଫୋଟୋ ଅଟେ। ପ୍ଶିବରାଜ ସିଂ ଚୌହାନଙ୍କର ବିଜେପି ପାର୍ଟି ଚିହ୍ନ ‘ପଦ୍ମ ଫୁଲ’ ଚିତ୍ରାଙ୍କନ କରୁଥିବା ଫୋଟୋକୁ ଏଡିଟ୍ କରି ସେ ବିଜେଡ଼ି ପାର୍ଟି ଚିହ୍ନ ‘ଶଙ୍ଖ’ ଚିତ୍ରାଙ୍କନ କରୁଥିବା ଦର୍ଶା ଯାଇଛି। 

Avatar

Title:କ’ଣ ପ୍ରକୃତରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଜେଡ଼ି ଦଳ ପାର୍ଟି ଚିହ୍ନ ଶଙ୍ଖ ଚିତ୍ରାଙ୍କନ କରୁଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *