କ’ଣ ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରସିଦ୍ଧ ଗାୟକ ରିହାନାଙ୍କୁ ଅନୁପଯୁକ୍ତ ଭାବରେ ଦେଖୁଛନ୍ତି? ଜାଣନ୍ତୁ ସତ୍ୟତା। 

Altered Political

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରିହାନାଙ୍କ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ରିହାନା ପ୍ରଧାନମନ୍ତ୍ରୀଙ୍କ ନିକଟରେ ବସିଥିବା ସମୟରେ ମୋଦୀଜି ତାଙ୍କୁ ଅନୁପଯୁକ୍ତ ଭାବରେ ଦେଖୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହା ନେଇ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା ଏବଂ ପରିହାସ କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଗୋଟିଏ ଏଡିଟେଡ୍ ଫୋଟୋ ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଏଇଥର ଠିକ କଳାଧନ ଉପରେ ନଜର ପଡିଛି

ଚଳିତ ନିର୍ବାଚନ ରେ 15 ଲକ୍ଷ ମିଳିଯିବ ଲାଗୁଚି

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋରୁ ମୋଦୀଙ୍କ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୦୨୦ ମସିହାରେ ଫେସବୁକରେ ପୋଷ୍ଟ ହେଇଥିବା ଏକ ଫୋଟୋ ମିଳିଲା ଯେଉଁଥିରେ ମୋଦୀ ସମାନ ପୋଷାକ ଏବଂ ସମାନ ଭାବରେ ଚେୟାରରେ ବସିଥିବା ଦେଖିବାକୁ ମିଳିଲା। ଫୋଟୋରେ ଆମେ ଏହା ମଧ୍ୟ ଦେଖିବାକୁ ପାଇଲୁ ଯେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଥିବା ଚେୟାର ଖାଲି ଅଛି। ସେଥିରେ ଆମେରିକାର ଗାୟକ ରିହାନା ବସି ନାହାଁନ୍ତି। ତେଣୁ ଏହା ସ୍ପଷ୍ଟ ହେଉଛି ଯେ ଭାଇରାଲ ଫୋଟୋରେ ରିହନଙ୍କ ଛବି ଏଡିଟ୍ କରି ଯୋଡା ଯାଇଛି।

Facebook | Archive

ଅଧିକ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ମୋଦୀଙ୍କ ଏହି ଫୋଟୋ ୨୦୧୯ ରେ ଦିଲ୍ଲୀର ତାଲକାଟୋରା ଷ୍ଟେଡିୟମ ରେ ଆୟୋଜିତ ହେଇଥିବା ଏକ ବ୍ୟବସାୟୀ ସମ୍ମେଳନୀରୁ ଆସିଛି। ଏହି ସମ୍ମେଳନ ଏପ୍ରିଲ ୨୦୧୯ ରେ ଆୟୋଜିତ ହେଇଥିଲା ଯାହାର ଭିଡିଓ ଆପଣ ମାନେ ନିମ୍ନରେ ଭାରତୀୟ ଜନତା ପାର୍ଟିର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଦେଖି ପାରିବେ। 

ପ୍ରୋକେରଳ ନାମକ ୱେବସାଇଟରେ ଉପରୋକ୍ତ ଭିଡିଓର ଏକ ଫୋଟୋ ମଧ୍ୟ ଦେଖି ପାରିବ ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଳଙ୍କ ସହିତ ବସିଥିବା ଦେଖିବାକୁ ମିଳିଛି। 

Archive

ଭାଇରାଲ ଭିଡିଓରେ ଗାୟକ ରିହାନାଙ୍କ ଫୋଟୋର ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ତାଙ୍କର ଏକ ଫୋଟୋ ମିରର ପତ୍ରିକା ୱେବସାଇଟରେ ୨୦୧୭ ମସିହାରେ ପ୍ରକାଶିତ ହେଇଥିବା ମିଳିଲା। ଏହି ଫୋଟୋରେ ସେ ସମାନ ସ୍ଥିତିରେ ବସିଛନ୍ତି ଯେପରି ସେ ଭାଇରାଲ ଫୋଟୋରେ ମୋଦୀଙ୍କ ସହିତ ବସିଥିବା ଦେଖିବାକୁ ମିଳିଛି। ଦୁଇଟି ଫୋଟୋରେ ସେ ସମାନ ପୋଷାକ ମଧ୍ୟ ପିନ୍ଧିଛନ୍ତି। 

Archive

ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ଅସଲି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

ଶେଷକଥା: 

ଆମ ଆଉସନ୍ଧାନରୁ ପ୍ରମାଣିତ ହେଲା ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରିହାସ କରି ତାଙ୍କର ଏକ ପୁରୁଣା ଫୋଟୋକୁ ଏଡିଟ୍ କରି ଭାଇରାଲ କରା ଯାଉଛି। ଅସଲି ଫୋଟୋରେ ମୋଦୀଙ୍କ ନିକଟ ଚେୟାର ଖାଲି ଥିଲା ଯେଉଁଥିରେ ରିହାନାଙ୍କ ଫୋଟୋକୁ ଏଡିଟ୍ କରି ଯୋଡା ଯାଇଛି।

Avatar

Title:କ’ଣ ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରସିଦ୍ଧ ଗାୟକ ରିହାନାଙ୍କୁ ଅନୁପଯୁକ୍ତ ଭାବରେ ଦେଖୁଛନ୍ତି? ଜାଣନ୍ତୁ ସତ୍ୟତା।

Written By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *