ଜବାହରଲାଲ ନେହେରୁ କହିଛନ୍ତି କି ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଦେଇନଥିଲେ? ଯାନନୁ ସତ୍ୟତା।

Altered Political

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂଙ୍କର ଏକ ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ନେହରୂ ନିଜେ ସ୍ଵୀକାର କରିଛନ୍ତି ଯେ ସେ ଦେଶର ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ ନାହାଁନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ଏଡିଟ୍ କରା ଯାଇଛି। ମୂଳ ଭିଡିଓରେ ଜବାହାରଲାଲ ନେହରୂ ମୋହମ୍ମଦ ଅଲି ଜିନ୍ନାହଙ୍କ ବିଷୟରେ କହୁଛନ୍ତି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଏକ ବିରଳ ଭିଡିଓ ଫୁଟେଜ୍ ଅଛି। ଯେଉଁଥିରେ ନେହେରୁ ଜଣେ ବ୍ରିଟିଶ ସାମ୍ବାଦିକଙ୍କୁ ଏକ ସାକ୍ଷାତକାର ଦେଉଛନ୍ତି। ନେହେରୁ ନିଜେ ସ୍ୱୀକାର କରୁଛନ୍ତି ଯେ ଏହା ସତ୍ୟ ଯେ ମୁଁ ସ୍ୱାଧୀନତା ସଂଗ୍ରାମରେ କେବେବି ଅଂଶଗ୍ରହଣ କରି ନାହିଁ। ତା’ପରେ ସାମ୍ବାଦିକ ପଚାରିଛନ୍ତି, ମହାତ୍ମା ଗାନ୍ଧୀ ଦେଶର ବିଭାଜନ ଚାହୁଁଛନ୍ତି କି? ତା’ପରେ ନେହେରୁ ସେଠାରେ କହିଥିଲେ, ମହାତ୍ମା ଗାନ୍ଧୀ ଜି ଆଦୌ ବିଭାଜନ ଚାହୁଁନଥିଲେ କିନ୍ତୁ ମୁଁ ଭାବିଲି ଦେଶ ବିଭାଜିତ ହେବା ଉଚିତ କାରଣ ହିନ୍ଦୁ ଏବଂ ମୁସଲମାନମାନେ ଏକାଠି ରହିପାରିବେ ନାହିଁ ଏବଂ ମୁଁ ଗାନ୍ଧୀ ଜୀଙ୍କୁ ଦେଶ ବିଭାଜନ ପାଇଁ ରାଜି କରାଇ ଥିଲି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ପ୍ରସାର ଭାରତୀ ଆର୍କାଇଏଭ ନାମକ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ସହିତ ସୂଚନା ଦିଆ ଯାଇଛି ଯେ ଏହା ୧୯୬୪ ମସିହାରେ ଜବାହାରଲାଲ ନେହରୂଙ୍କର ଟିଭି ରେ ଶେଷ ସାକ୍ଷାତକାର ଥିଲା। 

ଭିଡିଓରେ ଜବାହାରଲାଲ ନେହରୂ କହୁଛନ୍ତି, “ମୋହମ୍ମଦ ଅଲି ଜିନ୍ନାହ ସ୍ଵାଧୀନତା ସଂଗ୍ରାମରେ ଆଦୌ ଜଡ଼ିତ ନଥିଲେ। ବାସ୍ତବରେ ସେ ଏହାକୁ ବିରୋଧ କରିଥିଲେ। ମୁସ୍ଲିମ ଳିଗ୍ ୧୯୧୧ ମସିହାରେ ଗଠନ କରା ଯାଇଥିଲା। ଏହା ବ୍ରିଟିଶ ମାନଙ୍କ ଦ୍ଵାରା ଗଠନ କରା ଯାଇଥିଲା ଏବଂ ଲାଗୁ କରା ଯାଇଥିଲା ଯାହା ଦ୍ଵାରା ଦେଶରେ ବିଭାଜନ ଆସୁ। ସେମାନେ ଏଥିରେ କିଛି ମାତ୍ରାରେ ସଫଳ ହେଇଥିଲେ। ତ’ପରେ ଶେଷରେ ଦେଶରେ ବିଭାଜନ ଆସିଲା।

Archive

୨୦୧୯ ରେ ମଧ୍ୟ ପ୍ରସାର ଭାରତୀ ୟୁଟ୍ୟୁବ ଚ୍ୟାନାଲ ରେ ନେହରୁଙ୍କର ସାକ୍ଷାତ୍କାରର ସମ୍ପୁର୍ଣ୍ଣ ଭିଡିଓ ପ୍ରସାରିତ ହେଇଥିଲା। ଏହି ଭିଡିଓ ର ୧୪.୫୧ ମିନିଟ ରୁ ୧୫.୪୭ ମିନିଟ ମଧ୍ୟରେ ଆପଣ ମାନେ ଭାଇରାଲ କ୍ଲିପ୍ ଦେଖି ପାରିବେ। 

ଆମେ ଜାଣିବାକୁ ପାଇଲୁ ଯେ ମୂଳ ଭିଡିଓରେ ନେହରୂ ନିଜ ବିଷୟରେ ନୁହେଁ ମୋହମ୍ମଦ ଅଲି ଜିନ୍ନାହଙ୍କ ବିଷୟରେ କହିଥିଲେ। ଭିଡିଓରେ ଯେଉଁ ସ୍ଥାନରେ ନେହରୂ ଜିନ୍ନାହଙ୍କୁ ସମ୍ବୋଧିତ କରି କହିଥିଲେ ତାହାକୁ ଏଡିଟ କରି ‘ମୁଁ’ ଯୋଡା ଯାଇଛି ଯାହା ଦ୍ଵାରା ଏପରି ଲାଗୁଛି ଯେ ନେହରୂ ନିଜ ବିଷୟରେ କହୁଛନ୍ତି। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ମୂଳ ଭିଡିଓକୁ ଏଡିଟ୍ କରା ଯାଇଛି। ପ୍ରକୃତ ଭିଡିଓରେ ଜବାହାରଲାଲ ନେହରୂ ମୋହମ୍ମଦ ଅଲି ଜିନ୍ନାହଙ୍କ ବିଷୟରେ କହୁଛନ୍ତି। 

Avatar

Title:ଜବାହରଲାଲ ନେହେରୁ କହିଛନ୍ତି କି ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଦେଇନଥିଲେ? ଯାନନୁ ସତ୍ୟତା।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *