Archives

ହରିୟାଣାରେ, ଅନ୍ତିମ ସଂସ୍କାର କରିବାକୁ ନିଆଯାଉଥିବା ଏହି ମୃତ ଶିଶୁ ପଲିଥିନ ଭିତରୁ ହସୁଥିଲା କି?

ସୋସିଆଲ ମିଡ଼ିଆରେ ଅନେକ ଆଶ୍ଟର୍ଯ୍ୟଜନକ ଘଟଣା ଭାଇରାଲ ହୋଇଥାଏ। ଯାହା କେତେ ଦୁର ସତ ତାହା ଜାଣିବା ପାଇଁ କେହି ଅନୁସନ୍ଧାନ କରନ୍ତି ନାହିଁ। ଏକ ଆଶ୍ଟର୍ଯ୍ୟଜନକ ଖବର ଆମ ସାମ୍ନାକୁ ଆସିଲା। 5 ଜୁନରେ Odia news 24 ପେଜରେ ଏପରି ଏକ ଖବର ଦେଖିବାକୁ ମିଳିଛି। ଯେଉଁଥିରେ ଦାବି କରାଯାଇଛି ଯେ, ହରିୟାଣାର ଯମୁନା ନଗରରେ ଏକ ମୃତ ଶିଶୁକୁ ପ୍ଲାଷ୍ଟିକ ବ୍ୟାଗରେ ଅନ୍ତିମ ସଂସ୍କାର କରିବା ପାଇଁ ନେଉଥିବା ସମୟରେ ଶିଶୁ ଜିବିତ […]

Continue Reading

ସୁବ୍ରୋତ ବାଗଚି କୋଭିଡ-19 ମୁଖପାତ୍ର ପଦରୁ ଇସ୍ତଫା ଦେବା ପାଇଁ କୌଣସି ଟ୍ୱିଟ୍ କରି ନହାନ୍ତି। ବଗଚିଙ୍କ 2019 ମସିହା ଟ୍ୱିଟକୁ ଏବେର କହି ଭାଇରାଲ କରାଯାଉଛି।

କୋରୋନା ଭାଇରାସ ରାଜ୍ୟରେ ବାପିବା ପରଠାରୁ ଓଡ଼ିଶା କୋରୋନା ଭାଇରସ ରୋଗର ମୁଖ ପାତ୍ର ଭାବେ ସୁବ୍ରତ ବାଗଜି ବେସ ଚର୍ଚ୍ଚିତ ହୋଇ ଯାଇଥିଲେ। ଦିନ ସରି ଆସୁଥିବା ମାତ୍ରେ ରାଜ୍ୟର ସମସ୍ତ ଟିଭି ଚ୍ୟାନେଲରେ ସୁବ୍ରତ ବାଗଚି ଲୋକଙ୍କୁ କୋରୋନା ସମ୍ବନ୍ଧିୟ ସୂଚନା ଏବଂ କିପରି ଏହି ମହାମାରି ଠାରୁ ରକ୍ଷା ମିଳିବ ସେ ନେଇ ଚର୍ଚ୍ଚା କରୁଥିବାର ଦେଖା ଯାଉଥିଲେ। କିନ୍ତୁ ଅଚାନକ କିଛି ଦିନ ହେଲା ସେ ସରକାର ତରଫରୁ କୋରୋନା ସମ୍ବନ୍ଧିୟ […]

Continue Reading

କ’ଣ ବିଶ୍ଵରେ ପ୍ରତ୍ଯେକ ୧୦୦ ବର୍ଷରେ ମାହାମାରୀ ହୁଏ? କେତେ ସତ୍ୟ ଏହି ଭିଡିଓ? ଆସନ୍ତୁ ଜାଣିବା।

ବିଶ୍ଵରେ କୋରୋନା ଭାଇରସ ବ୍ୟାପିବା ପରେ ଏହି ବିଷୟ ନେଇ ପ୍ରତ୍ଯେକ ଦିନ କିଛି ନା କିଛି ଖବର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହା ମଧ୍ୟରୁ କିଛି ସତ୍ୟ ତ କିଛି ମିଥ୍ୟା ଖବର ଥାଏ। ଏହି ସମୟରେ ଯେତେ ବେଳେ ସାରା ବିଶ୍ଵ ଏହି ରୋଗଠାରୁ ଉଦ୍ଧାର ପାଇବା ଆସା ନେଇ ବସିଛି, ସେହି ସମୟରେ କିଛି  ଏପରି ପୋଷ୍ଟ ଏବଂ ଭିଡିଓ ସାମନାକୁ ଆସୁଛି ଯେଉଁଟା ଲୋକଙ୍କୁ ବିଭ୍ରାନ୍ତ କରୁଛି ଓ ମନ […]

Continue Reading

କ’ଣ ଆମ ଦେଶର ନାମ ଇଣ୍ଡିଆ ତୁ ବଦଳାଈ ଭାରତ କରିବା ପାଇଁ ସୁପ୍ରିମ କୋର୍ଟ ଅନୁମତି ଦେଇଛି? ଜାଣନ୍ତୁ ସତ୍ୟ।

ଦେଶରେ ବିଭିନ୍ନ ପ୍ରକାର ଚର୍ଚା ଚାଲୁଅଛି। ଗତ କିଛି ମାସ ହେବ ମେକ୍ ଇନ ଇଣ୍ଡିଆ, ମେଡ୍ ଇନ ଇଣ୍ଡିଆ ଇତିୟାଦୀ ଶୁଣିବାକୁ ମିଳିଛି। କୋରୋନା ଦେଶରେ ନିଜ କାୟା ବିସ୍ତାର କରିଲା ପରେ ଲୋକେ ସ୍ଵଦେଶୀ ସାମଗ୍ରୀ ଅପନାଇବା ପାଇଁ ଚାହୁଁଛନ୍ତି। ଏହି ମଧ୍ୟରେ କିଛି ଦିନ ପୂର୍ବରୁ ଗୋଟିଏ ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଇଛି। ଜଣେ ବ୍ୟକ୍ତି ସୁପ୍ରିମ କୋର୍ଟରେ ଦେଶର ନାମ ଇଣ୍ଡିଆ ରୁ ଭାରତ କରିବା ପାଇଁ ନିବେଦନ […]

Continue Reading

ପଙ୍ଗପାଳପରି ଘୁରିବୁଲୁଥିବା ଅସଂଖ୍ୟ କାଉଙ୍କ ଏହି ଦୃଶ୍ୟ ସାଉଦି ଆରବର ନୁହେଁ ବରଂ US ଟେକ୍ସାସ୍ ଅଞ୍ଚଳ ଅଟେ।

ଦେଶରେ ପଙ୍ଗପାଳ ଆତଙ୍କକୁ ଦେଖି ଚିନ୍ତାର ବିଷୟ ବନୁଥିବା ବେଳେ ଏବେ ଅନ୍ୟ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ସୋସିଆଲ ମିଡ଼ିଆରେ ପଙ୍ଗପାଳ ଯେପରି ଅସଂଖ୍ୟ ସଂଖ୍ୟାରେ ଘୁରି ବୁଲୁଛନ୍ତି, ସେହିପରି ଅସଂଖ୍ୟ ସଂଖ୍ୟାରେ କାଉ ସାଉଦିଆରବରେ ଘୁରି ବୁଲିଥିବାର ଦେଖା ଯାଉଛି। 30 ମେ ରେ  Samir samanta ray ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଭିଡ଼ିଓ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଭିଡ଼ିଓରେ ଅସଂଖ୍ୟ ସଂଖ୍ୟାର କାଉ ଘୁରିବୁଲୁଥିବାର ଦେଖା […]

Continue Reading

ଅଯୋଧ୍ୟା ପୋଲିସ ମକ୍ ଡ୍ରିଲ ଭିଡ଼ିଓକୁ ସତ୍ୟ ଘଟଣା କହି ଭାଇରାଲ କରାଯାଉଛି।

ଅଯୋଧ୍ୟାରେ ରାମ ମନ୍ଦିର ବନିବା ଆରମ୍ଭ ଠାରୁ କିଛି ନା କିଛି ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ସୋସିଆଲ ମିଡ଼ିଆରେ ରାମ ମନ୍ଦିରର ସମସ୍ତ ସୂଚନା ଏବଂ ଖବର ହୁ ହୁ ହୋଇ ଭାଇରାଲ ହେଉଛି। ତେବେ ଏଥି ମଧ୍ୟରେ କିଛି ବିବାଦିଅ ଏବଂ  ମିଥ୍ୟା ଖବର ମଧ୍ୟ ପ୍ରଚାର ହେଉଛି। ତେବେ 2 ଜୁନରେ DS Beta Anil ନାମକ ଜଣେ ଫସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ […]

Continue Reading

କ’ଣ କୋରୋନା ମୃତ ଲୋକଙ୍କ ମଧ୍ୟରେ କୋରୋନା ରୋଗୀଙ୍କ ଚିକିତ୍ସା ହେଉଥିବା ଦୃଶ୍ୟ ଦିଲ୍ଲୀ ସରକାରୀ ହସ୍ପିଟାଲ ଅଟେ?

ପ୍ରତ୍ଯେକ ଦିନ କୋରୋନା ସଂଖ୍ୟା ବୃଦ୍ଧି ପାଉଛି। ଭାରତରେ ମଧ୍ୟ କୋରୋନା ସଂଖ୍ୟା ୨ ଲକ୍ଷ ଟପି ସାରିଲାଣି। ଗତ ୩ ଦିନ ମଧ୍ୟରେ ୮୦୦୦ ରୁ ଅଧିକ ଲୋକଙ୍କ ଆକ୍ରାନ୍ତ ହେଇ ଥିବା ଶୁଣିବାକୁ ମିଳିଛି। ଭାରତରେ କୋରୋନା ଆକ୍ରାନ୍ତ କେସ ସବୁ ଠାରୁ ବେସୀ ମାହାରାଷ୍ଟ୍ର ରେ ଦେଖିବା କୁ ମିଳିଛି। ଖବର ଅନୁଯାୟୋ ମାହାରାଷ୍ଟ୍ରରେ ୭୦୦୦୦ ଠାରୁ ଅଧିକ କେସ ଅଛି। ଲୋକେ ଚିକିତ୍ସା ପାଇଁ କଲ ବଳ ହେଲା ବେଳକୁ ପ୍ରଶାସନ […]

Continue Reading

କ‘ଣ ଏହି ବ୍ୟକ୍ତି କେରଳରେ ମୃତ୍ୟୁ ହୋଇଥିବା ଗର୍ଭବତି ହାତୀକୁ ପଣସରେ ବାଣ ପୁରାଇ ଖାଇବାକୁ ଦେଇଥିଲା?

କେରଳରେ ଏକ ଗର୍ଭବତୀ ହାତୀକୁ ଲୋକମାନେ ସପୁରିରେ ବାମ୍ ରଖି  ଖାଇବାକୁ ଦେଇଥିଲେ। ଯେଉଁଥିରେ ଗର୍ଭବତୀ ହାତୀକୁ ଯନ୍ତ୍ରଣା ହୋଇଥିଲା। ଲୋକମାନଙ୍କର ଏପରି ନିଷ୍ଠୁରତା କାମ ପାଇଁ ଗର୍ଭବତି ହାତୀ ପେଟରେ ଥିବା ଛୁଆର ମଧ୍ୟ ମୃତ୍ୟୁ ହେବା ସହ ହାତୀର ମଧ୍ୟ ମୃତ୍ୟୁ ହୋଇଛି। ଏଥିପାଇଁ କେରଳ ପୋଲିସ ଏହି ମାମଲାରେ କିଛି ଲୋକଙ୍କ ନାମରେ ମାମଲା ରଜୁ କରିଛି। ତେବେ ସୋସିଆଲ ମିଡ଼ିଆରେ ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଇଛି ଯେ, […]

Continue Reading

କ’ଣ ଭିଡିଓରେ ମୋଦୀ ସରକାର ର ଆଲୋଚନା କରୁ ଥିବା ମହିଳା ଅଟଳ ବିହାରୀ ବାଜପାୟୀଙ୍କ ଭାଣଜୀ? ଜାଣନ୍ତୁ ସତ୍ୟ।

ଗତ କିଛି ମାସ ହେଲା ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଆମକୁ ଦେଖିବା କୁ ମିଳିଛି ଯେ ଜଣେ ମହିଳା ବିଜେପି ସରକାର ଉପରେ ନିଜ ନିରାଶା ବ୍ୟକ୍ତ କରୁଛନ୍ତି। ୧ ଜୁନ ରେ ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଏହି ଭିଡିଓ ଭାଇରାଲ କରି ଦାବି କରିଛନ୍ତି ଯେ ବିଜେପି ସରକାର ଆଲୋଚନା କରୁଥିବା ମହିଳା ଅଟଳ ବିହାରୀ ବାଜପାୟୀଙ୍କ ଭାଣଜୀ ଅଟନ୍ତି। ଏହି ପୋଷ୍ଟକୁ ୪୪୯ ଲାଇକ୍ସ […]

Continue Reading

କ’ଣ ଚୀନ ସେନା ଠାରୁ ଭାରତୀୟ ସେନା ଦେଶକୁ ରକ୍ଷା କରୁଥିବା ଭିଡିଓ ଲଦାଖର? ଜାଣନ୍ତୁ ସତ୍ୟ।

ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଗମ୍ଭୀର ସ୍ଥିତି ଆଡ଼କୁ ପ୍ରଗତି କରୁଛି। ଦୁଇ ଦେଶ ପରସ୍ପର ସହିତ କଥା ଲାଗି ଏହି ସମସ୍ଯାର ସମାଧାନ ବାହାର କରିବାରେ ଲାଗିଛନ୍ତି। କିନ୍ତୁ ଗୋଟେ ଆଡ଼େ ଚୀନ ଭାରତ ସୀମାରେ ନିଜ ସୈନ୍ୟ ବଳ ଧୀରେ ଧୀରେ ବଢାଉଛି। ଏହି ଖବର ବର୍ତମାନ ମିଡିଆ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ କିଛି ପୁରୁଣା ଭିଡିଓ ମଧ୍ୟ ଭାଇରାଲ ହେଉଥିବା ଦେଖିବା କୁ ମିଳିଛି। […]

Continue Reading

କ’ଣ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ନିଖୋଜ ଅଛନ୍ତି ?

ରାଜ୍ୟରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସହ ପୋଲିସ କର୍ମି ଏବଂ  ଡାକ୍ତର ଅନେକ ପ୍ରୟାସ କରୁଛନ୍ତି। କୋରୋନା ଲକଡାଉନର ଚତୁର୍ଥ ପର୍ଯାୟ ସମାପ୍ତ ହେଲା ପରେ ରାଜ୍ୟରେ ସମସ୍ତ ଦୋକାନ ବଜାର ଖୋଲୁଥିବା ବେଳେ ଅନ୍ୟପଟେ କୋରୋନାକୁ ଚିନ୍ତା ଏଭଂ ରୋଗୀ ବଢ଼ିବାରେ ଲାଗିଛନ୍ତି। ଏବି ବିପଦ ସମୟରେ ଜନ ସାଧାରଣ ତାଙ୍କ ନେତା ଏବଂ ସରକାରଙ୍କ ସହାୟତା ଲୋଡୁଛନ୍ତି। 1 ଜୁନରେ  Jay Congress ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ […]

Continue Reading

କ’ଣ କିଛି ଦିନ ପୂର୍ବରୁ ଚୀନ ଆର୍ମୀ ଭାରତ ସୀମାରେ ପସୁଥିବା ବେଳେ ଭାରତ ସୈନ୍ୟ ତାଙ୍କୁ ଅଟକାଉଛନ୍ତି? ଜାଣନ୍ତୁ ସତ୍ୟ।

ଭାରତ ସୀମା ପାଖରେ ଚୀନ ନିଜ ସୈନ୍ୟ ବଳ ଏକତ୍ର କରିଲା ପରେ ଭାରତ ମଧ୍ୟ ନିଜ ସେନାର ଯବାନ ମାନଙ୍କୁ ସୀମାରେ ଏକତ୍ର କରୁଛି। ଏହି ଘଟଣା ନେଇ ବର୍ତମାନ ସ୍ଥିତି ବହୁତ ଗମ୍ଭୀର ଅଛି। ବର୍ଷ ବର୍ଷ ଧରି ଭାରତ ଆଉ ଚୀନ ସୀମାରେ ଆମନା ସାମନା ହେଉଛି। ଏହି ବିଷୟ ନେଇ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ୩୦ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ବିଜେପି […]

Continue Reading

ଅକ୍ଷୟ କୁମାର ତାଙ୍କ ଭଉଣୀ ପାଇଁ ପୁରା ବିମାନ ବୁକ୍ କରିଥିଲେ କି?

ଲକଡାଉନରେ ଯେତେବେଳେ ସୁପରଷ୍ଟାର ସୋନୁ ସୁଦ ପ୍ରବାଶି ଶ୍ରମିକ ମାନଙ୍କୁ ତାଙ୍କୁ ଘରକୁ ପଠାଇବା ପାଇଁ ଗାଡ଼ି ବ୍ୟବସ୍ଥା କରି ସମସ୍ତଙ୍କ ଠାରୁ ପ୍ରସଂସା ପାଉଛନ୍ତି। ଅନ୍ୟ ପଟେ ଅକ୍ଷୟ କୁମାରଙ୍କ ନାଁରେ ତାଙ୍କ ଭଉଣି ପାଇଁ ଏକ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରି ଚର୍ଚ୍ଚାରେ ବନି ରହିଛନ୍ତି। 31 ସେ ରେ News7 ଏକ ଖବର ପ୍ରକାଶଇତ କରିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ ବିମାନ ସେବା ଆରମ୍ଭ ହେଲା ପରେ […]

Continue Reading

କ’ଣ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଣମାଧ୍ୟମରେ ମିଛ କହିଛନ୍ତି କି ଓଡ଼ିଶାରେ କୋରୋନା ମୃତ୍ୟୁହାର ଦୁନିଆ ରେ ସବୁ ଠାରୁ କମ? ଜାଣନ୍ତୁ ସତ୍ୟ।

୨୮ ମେ ୨୦୨୦ ରେ ଜଣେ ଟୁଇଟର ୟୁଜର ନିଜ ତ୍ଵିଟୀର ହେଣ୍ଡେଲ ରେ ଟୁଇଟ କରି କହିଛନ୍ତି ଯେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଣମାଧ୍ୟମ ଆଗରେ ମିଛ କହିଛନ୍ତି ଯେ ଓଡ଼ିଶା ରେ କୋରୋନା ମୃତହାର ପୁରା ବିଶ୍ଵରେ ସବୁଠାରୁ କମ। କୋରୋନା ଆକ୍ରାନ୍ତ, ମୃତ ଏବଂ ଆରୋଗ୍ୟ ଚାର୍ଟ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ତଥ୍ୟ ଅନୁସାରେ ଭାରତରେ ହି ଓଡିଶାଠାରୁ ଭଲ ସ୍ଥିତିରେ ଅନେକ ରାଜ୍ୟ ଅଛନ୍ତି।  Archive […]

Continue Reading

ଗୁଜୁରାଟ ଯାଇଥିବା ଏହି ଓଡ଼ିଆ ଛୁଆଙ୍କ ବାପା କ’ଣ ଲକଡାଉନରେ ହଜି ଯାଇଛନ୍ତି ?

ଲକଡାଉନରେ ଇନେକ ପ୍ରବାଶି ଓଡ଼ିଆ ଗୁଜୁରାଟରେ ଫସି ରହିଥିବାର ଖବର ସାମ୍ନାକୁ ଆସାଛି। ସରକାର କିଛି ପ୍ରବାଶି ଓଡ଼ିଆଙ୍କୁ ରାଜ୍ୟକୁ ଆଣିଥିବା ବେଳେ କିଛି ଏବେ ମଧ୍ୟ ବାହାର ରାଜ୍ୟରେ ଫସି ରହିଛିନ୍ତି। ତେବେ ସୋସିଆଲ ମିଡ଼ିଆରେ ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ତିନୋଟି ଛୁଆ ଏବଂ ମାଁ ତାଙ୍କ ବାପା ଗୁଜୁରାଟରେ ଲକଡାଉନ ସମୟରେ ହଜି ଯାଇଥିବାର ଦାବି କରୁଛନ୍ତି। ତାଙ୍କର ଅହି ଫୋଟୋ ଆମ ଓଡ଼ିଆ ନାମକ ପେଜରେ ସେୟାର କରାଯାଇଛି। ପୋଷ୍ଟରେ […]

Continue Reading

କ’ ଣ ରାହୁଲ ଗାନ୍ଧୀ ଶ୍ରମିକଙ୍କୁ ଭଡ଼ାରେ ଆଣି ରାସ୍ତାରେ ବସାଇ ଦୁଃଖ ବୁଝିବାର ନାଟକ କରୁଥିଲେ ?

କୋରୋନା ପାଇଁ ଦେଶ ଲକଡାଉନ ସ୍ଥିତରୁ ଗତି କରିଛି। ଲକଡାଉନ ସମୟରେ ଅନେକ ପ୍ରବାଶି ଶ୍ରମିକ ନିଜ ନିଜ ଘରକୁ ଫେରୁଥିବାର ଅନେକ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହା ସହତ ରାହୁଲ ଗାନ୍ଧୀ ପ୍ରବାଶି ଶ୍ରମିକଙ୍କ ଦୁଃଖ ବୁଝିବା ପାଇଁ ତାଙ୍କ ପାଖରେ ବସି କଥା ହେଉଥିବା ଫୋଟୋ ମଧ୍ୟ ଭାଇରାଲ ହୋଇଥିଲା। ଏବେ ସେହି ଫୋଟୋ ସହ ଜଡ଼ିତ ଏକ ଦାବି ଭାଇରାଲ ହେଉଛି। 26 ମେ ରେ  Mamta Behera ନାମକ […]

Continue Reading

କ’ଣ ସୁସ୍ଥ ହେଲା ପରେ ମଧ୍ୟ ସେକ୍ସ ଦ୍ଵାରା ବ୍ୟାପୀ ପାରି ଥାଏ କୋରୋନା ଭୂତାଣୁ? ଜାଣନ୍ତୁ ସତ୍ୟ।

୧୭ ମେ ୨୦୨୦ ରେ ଓଡ଼ିଆ ସ୍କ୍ରାପ ସାଇଟରେ ଏହା ଦାବି କର ଯାଇଅଛି ଯେ କରୋନା ସଂକ୍ରମିତ ପୁରୁଷଙ୍କ ଶୁକ୍ରାଣୁରେ ଏହି ଭାଇରସ ପାଇବା ପରେ ଲୋକଙ୍କୁ ସେକ୍ସ ସମ୍ବନ୍ଧରେ ସଜାଗ ରହିବାକୁ କୁହାଯାଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି କାହା ଠାରେ କରୋନାର ଲକ୍ଷଣ ଦେଖା ଦିଏ, ତେବେ ତାକୁ ସେକ୍ସ ସମ୍ପର୍କରୁ ଦୂରେଇ ରହିବା ଉଚିତ୍। ଏଥି ସହିତ, ଜଣେ ବିଶେଷଜ୍ଞ କହିଛନ୍ତି ଯେ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ […]

Continue Reading

କ’ଣ ରୂପୀ ମରା ଟୀକା ଦ୍ଵାରା କୋରୋନା ଭାଇରସ କୁ ଖତମ କରିବା ସମ୍ଭବ? ଜାଣନ୍ତୁ ସତ୍ୟ।

ବିଶ୍ୱରେ କରୋନା ଭାଇରସକୁ ନେଇ ଲୋକ ଆତଙ୍କରେ ଅଛନ୍ତି। ବିଶେଷକରି ଗତ କିଛି ଦିନ ହେବ ରାଜ୍ୟରେ ଏକାଧିକ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଓଡ଼ିଶାର ଅଲଗା ଅଲଗା ଜାଗାରୁ କରୋନା ଭାଇରସ ସନ୍ଦିଗ୍ଧଙ୍କ ସମ୍ପର୍କରେ ଖବର ସାମ୍ନାକୁ ଆସୁଛି। ତେବେ କରୋନାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ନାନା କଥା ଶୁଣିବାକୁ ମିଳୁଛି। ଏହା ମଧ୍ୟରେ ବର୍ତମାନ ସୋସିଆଲ ମିଡିଆରେ କୋରୋନା ପାଇଁ ଅନେକ ଟୀକା […]

Continue Reading

2016 ଫାରୁଖାବାଦ ଶିବଲିଙ୍ଗର ପୁରୁଣା ଫଟୋ କୁ ବର୍ତ୍ତମାନ ଅଯୋଧ୍ୟା ନାମରେ ଭାଇରାଲ୍ ହୋଇଛି ।

ରାମ ମନ୍ଦିର ବନିବା ପାଇଁ ସମଗ୍ର ଦେଶରେ ଖୁଶିର ବାତାବରଣ ଅଛି। ଗତ କିଛି ଦିନ ତଳେ ରାମ ମନ୍ଦିର ଜମିକୁ ଖୋଳୁଥିବା ସମୟରେ ପୁରାତନ ଦିନର ମୁର୍ତି , ଶିବ ଲିଙ୍ଗ ସହ ହିନ୍ଦୁ ଧର୍ମର ଅନେକ ସଙ୍କେତ ମିଳିଛି। ତେବେ ମିଳିଥିବା ମୁର୍ତି ଗୁଡ଼ିକର ଫୋଟୋ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି। Rangalata foundation ନାମକ ଜଣେ ଫେସବୁକ ୟୁଜର 25 ମେ ରେ ତାଙ୍କ ଆକାଉଣ୍ଟରେ ଜମିରୁ ବାହାରିଥିବା  ଶିବ ଲିଙ୍ଗର ଏକ […]

Continue Reading

କ’ଣ ଉତ୍ତରାଖଣ୍ଡ ଜଙ୍ଗଲରେ ଭୟଙ୍କର ନିଆଁ ଲାଗି ଜିବଜନ୍ତୁ ମରିଛନ୍ତି? ଭାଇରାଲ ଫୋଟୋର ସତ୍ୟତା ଜାଣନ୍ତୁ।

ଅମ୍ପାନ ବାତ୍ୟାପରେ ଏବଂ କୋରୋନା  ସଂକ୍ରମଣ ମହାମାରି ମଧ୍ୟରେ ଅନ୍ୟ ଏକ ଖବର ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଉତ୍ତରାଖଣ୍ଡରେ ନିଆଁ ଲାଗିଥିବାର କିଛି ଫୋଟୋ  ଭାଇରାଲ ହୋଉଛି। ଦାବି କରାଯାଉଛି ଯେ, ଭାଇରାଲ ଫୋଟୋ ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ ଲାଗିଥିବାର ଫୋଟୋ ଅଟେ। ଫୋଟୋରେ ବଣୁଆ ଘୁଷୁରୀ , ଅନେକ ପଶୁ ଏବଂ ଜଙ୍ଗଲ ଜଳି ଭୟଙ୍କର ରୂପ ନେଇଥିବାର ଦେଖା ଯାଉଛି। ନ୍ୟୁଜ୍ ୱେବସାଇଟ୍ ମଧ୍ୟ ବିଭିନ୍ନ ଫଟୋ ସହିତ ଏକ ରିପୋର୍ଟ ପ୍ରକାଶ […]

Continue Reading

କ’ଣ ଚୀନ ସହିତ ଯୁଧ୍ୟ କରିବା ପାଇଁ ଭାରତ ଲେହ-ଲଦାକ ଅଞ୍ଚଲରେ ଗ୍ଲୋବ ମାଷ୍ଟର C-17 ବିମାନ ଏକତ୍ର କରିଛି? କ’ଣ ସତ୍ୟତା ଏହି ଭିଡିଓର?

୨୭ ମେ ରେ ଜଣେ ଫେସବୁକ ୟୁଜର “ଓଡ଼ିଶା ବ୍ରେକିଙ୍ଗ ନ୍ୟୁଜ” ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ଲେହ ଏୟାରବେସରେ ଠିଆ ହୋଇଥିବା ଏହି ସବୁ ବିମାନ C-17 ଗ୍ଲୋବମାଷ୍ଟର ଅଟେ, ଯାହାକି ଭାରତୀୟ ବାୟୁସେନାର ସବୁଠାରୁ ବଡ଼ ଏବଂ ଭୀମକାୟ ଷ୍ଟ୍ରେଟେଜିକ ଟ୍ରାନ୍ସପୋର୍ଟ ଓ ମାଲବାହକ ବିମାନ ଅଟେ। ଭାରତୀୟ ସଶସ୍ତ୍ର ସେନା ଚୀନ କୁ କାଉଣ୍ଟର କରିବା ପାଇଁ ଭାରି ଅସ୍ତ୍ରଶସ୍ତ୍ର ସହିତ ଖାଦ୍ୟ […]

Continue Reading

ହାଇଡ୍ରୋକ୍ସିଚ୍ଲୋରୋକାଇନ୍ ମେଡିଶିନର ଉଦ୍ଭାବନ ପ୍ରଫୁଲ୍ଲା ଚନ୍ଦ୍ର ରାୟ କରିଥିଲେ କି?

 ଔଷଧମାନଙ୍କ ମଧ୍ୟରେ ହାଇଡ୍ରୋକ୍ସି କ୍ଲୋରୋକାଇନ୍ ହେଉଛି ସାଧାରଣତ ଶୁଣାଯାଉଥିବା ନାମ।  ମାର୍ଚ୍ଚ 17 ରେ, ଇଟାଲୀ ମେଡିସିନ୍ ଏଜେନ୍ସିର IFA ବୈଜ୍ଞାନିକ ଆୟୋଗ COVID-19 ର ଚିକିତ୍ସା ପାଇଁ କ୍ଲୋରୋକାଇନ୍ ଏବଂ ହାଇଡ୍ରୋକ୍ସିଚ୍ଲୋରୋକାଇନ୍ ଅଫ୍ ଲେବଲ୍ ବ୍ୟବହାରକୁ ଅନ୍ତର୍ଭୁକ୍ତ କରିବା ଉପରେ ସକରାତ୍ମକ ମତ ପ୍ରକାଶ କରିଥିଲେ।  ଏହି ଔଷଧର କୋରୋନା ପ୍ରତିରକ୍ଷା ପାଇଁ ବ୍ୟବହୃତ ହେଉଥିବା ଖବର ପାଇବା ପରେ ବିଶ୍ୱର ସର୍ବବୃହତ ଔଷଧ ଉତ୍ପାଦନକାରୀ ଭାରତ ଏହାକୁ ଦାବି କରିବା ଆରମ୍ଭ କଲା। ହାଇଡ୍ରୋକ୍ଲୋରୋକାଇନ୍ […]

Continue Reading

ତିନି ବର୍ଷ ପୁରୁଣା ଭିଡ଼ିଓକୁ ଲକଡାଉନରେ ବହୁ ସଂଖ୍ୟାରେ ହାତୀ ଆସାମ ରୁ ମେଘାଳୟ ଯାଉଥିବା ଦାବିରେ ଭାଇରାଲ ହେଉଛି।

ଲକଡାଉନ ହେବା ସମୟଠାରୁ ପରିବେଷ କିଛି ମାତ୍ରାରେ ପ୍ରଦୁଷିତ ହେବା କମ ହୋଇଛି। ସୋସିଆଲ ମିଡ଼ିଆରେ ଏପରି କିଛି ଭିଡ଼ିଓ ଏବଂ ଫୋଟୋ ସାମ୍ନାକୁ ଆସିଛି ଯେଉଁଥିରେ ଲକଡାଉନ ସମୟରେ ପଶୁ ପକ୍ଷୀ ବାହାରେ ବୁଲୁଥିବା ଦାବିରେ ଭାଇରାଲ କରାଯାଇଛି। ସେହିପରି 2 ମେ ରେ   News Odisha ନାମକ ଜଣେ ଫେସବୁକ ୟୁଜର ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ବହୁ ସଂଖ୍ୟାରେ ହାତି ଏକ ଗାଁରେ  ପ୍ରବେଶ କରୁଥିବାର ଦୃଶ୍ୟ ଦେଖା ଯଆଉଛି। […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ମେ ୨୦୨୦ ମସିହାରେ ଆସିଥିବା ଅମ୍ଫାନ ବାତ୍ୟାର ଅଟେ?

୨୦ ମେ ୨୦୨୦ ରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରେ ଆସିଥିବା ଅମ୍ଫାନ ବାତ୍ୟା ଭଉତ କ୍ଷତି ପହଞ୍ଚାଇଛି। ବାତ୍ୟା ସମୟରେ ପବନର ବେଗ ୧୯୦ କିଲୋମିଟର ପ୍ରତି ଘଣ୍ଟା ଥିଲା ବୋଲି ସୂଚନା ମିଳିଛି। ଏହି ବାତ୍ୟା ରେ ଘର ଦ୍ଵାର ନଷ୍ଟ ହେବା ସହିତ କିଛି ଲୋକଙ୍କ ମୃତ୍ୟୁ ହେଇ ଥିବା ଖବର ମଧ୍ୟ ସାମନା କୁ ଆସିଛି। ଓଡ଼ିଶା ରେ ୨ ଲୋକଙ୍କ ମୃତ୍ୟୁ ହେଇଛି ବୋଲି ସୂଚନା ମିଳିଛି। ସୋସିଆଲ […]

Continue Reading

ଉନ୍ନାଓ ଅପରାଧି କୁଲଦିପ ସିଂ ସେଙ୍ଗରକୁ ଜାମିନ ମିଳିବା ଦାବି ମିଥ୍ୟା ଅଟେ।

ବିଜେପି ନେତା କୁଲଦିପ ସଂ ସେଙ୍ଗରକୁ  ଉନ୍ନାଓ ବଳାତ୍କାର ଅପରାଧରେ ଆଜିବନ କାରାଦଣ୍ଡ ଦିଆ ଯାଇଥିଲା। କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଏକ ଖବର ଭାଇରାଲ ହେଉଛି ଯେ, ହାଇକୋର୍ଟ ତାଙ୍କୁ ଜାମିନ ଦେଇ ଦେଇଛି। ଏହା ଖବରକୁ ନେଇ ସୋସିଆଲ ମିଡ଼ିଆରେ ଲୋକଙ୍କ ରାଗ ଏବଂ ଚର୍ଚ୍ଚା ବଢ଼ବାରେ ଲାଗିଛି। 25 ମେ ରେ Aktar Khan Fc ନାମକ ଜଣେ ଫେସବୁକ ୟୁଜର ବିଜେପି ନେତା କୁଲଦିପ ସଂ ସେଙ୍ଗରଙ୍କ କୁଷପୁତଳିକା ଦାହର ଫୋଟୋ […]

Continue Reading

କ’ଣ ଆମେରକା ଟିକ୍ ଟୋକ ଆପପ୍ ସମ୍ପୁର୍ଣ୍ଣ ବ୍ୟାନ କରିଦେଲା ?

ଗତ କିଛି ଦିନ ହେଲା ଟିକ୍ ଟକ୍ ବବାଦରେ ଘେରି ସହିଛି। ଏହି ଆପ ବିଶ୍ୱର ଅଧିକ ବ୍ୟବହାର କରାଯାଉଥିବା ଆପପ୍ ଅଟେ। ଏହା ସହ ଏହି ଆପରେ ଅମାନ୍ୟକର ଭିଡ଼ିଓ ପୋଷ୍ଟ କରାଯାଉଛି। 18 ବର୍ଷରୁ କମ ବୟଷର ପିଲାମାନେ ମଧ୍ୟ ଏହି ଆପପ ବ୍ୟବହାର କରିବାରୁ ତାଙ୍କ ଉପରେ ଖରାପ ପ୍ରଭବ ପଡୁଛି। ଏଥି ସହ ଟିକ୍ ଟକ ଆପ ଚାଇନାର ହୋଇଥାବରୁ ଲୋକେ େହାକୁ ଏଧିକ ବିରୋଧ କରିବାରେ ଲାଗିଛନ୍ତି। ଏହାକୁ ନେଇ […]

Continue Reading

କ’ଣ ମୋଦୀଜିଙ୍କ ଜୟକାର କରୁ ଥିବା ଏହି ଭିଡିଓ ପାକିସ୍ତାନର? କ’ଣ ପାକିସ୍ତାନର ଲୋକେ ମୋଦୀଙ୍କୁ ନିଜ ସମର୍ଥନ ଦେଊଛନ୍ତି? ଜାଣନ୍ତୁ ସତ୍ୟ।

୨୧ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ କିଛି ଲୋକ ନଚିଛନ୍ତି ଏବଂ କିଛି ନାରା ଲଗାଇବା ମଧ୍ୟ ଶୁଣିବାକୁ ମିଳିଛି। ଏହି ଭିଡିଓରେ କିଛି ଲୋକେ ବିଜେପି ପାର୍ଟି ପତାକା ମଧ୍ୟ ଧରି ଛିଡ଼ା ହେଇଛନ୍ତି। ଭିଡିଓ ରେ ଏହା ଦାବି କରା ଯାଇଅଛି ଯେ ଏହି ଲୋକ ମାନେ ପାକିସ୍ତାନୀ ଅଟନ୍ତି ଏବଂ ମୋଦୀଙ୍କ ନାମ […]

Continue Reading

2019 ଫୋଟୋକୁ ଅମ୍ପାନ ବାତ୍ୟାରେ ରାସ୍ତା ଉଡ଼ିଯିବା ଦାବିରେ ଭାଇରାଲ ହେଉଛି।

20 ମେ ରେ ଓଡ଼ଶା ସମେତ ପଶ୍ଚିମବଙ୍ଗରେ ଭୟଙ୍କର ବାତ୍ୟା ଅମ୍ପାନ୍ ହୋଇଥିଲା। ଏଥିରେ ଅନେକ କ୍ଷୟକ୍ଷଚି ହେବା ସହ ଲୋକଙ୍କର ଘର ମଧ୍ୟ ନଷ୍ଟ ହୋଇଛି। ବାତ୍ୟା ସମ୍ଭନ୍ଧିୟ ଅନେକ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଉଛି। ଏଥି ମଧ୍ୟରେ ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ରାସ୍ତା ପିଚୁ ଉଡ଼ି ଯାଇଥିବାର ଦେଖା ଯାଉଛି। Bindash Odia ନାମକ ଏକ ପୋଜରେ ଏହି ଫୋଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯଇଛି ଯେ, ବାତ୍ୟା […]

Continue Reading

ଇଫତାର ପାର୍ଟୀରେ ଜଣେ ହିନ୍ଦୁ ପୁରୋହିତଙ୍କ ପୁରୁଣା ଫୋଟୋକୁ ବିଭ୍ରାନ୍ତିକର ଦାବିରେ ଭାଇରାଲ କରାଯାଉଛି।

ଏହା ଲକଡାଉନରେ ମୁସ୍ଲିମମାନଙ୍କ ପର୍ବ ରୋଜା ଚାଲିଛି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଫୋଟୋ ଭାଇରାଲ ହେଉଛି। ଏଥି ମଧ୍ୟରେ 23 ମେ ରେ ରାଷ୍ଟ୍ରବାଦୀ ପ୍ରଣୟ ଆର୍ଯ୍ୟ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଜଣେ ସାଧୁଙ୍କ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ସ୍ୱାଧବୀ ପ୍ରଜ୍ଞାଙ୍କ ବିରୁଦ୍ଧରେ ଭୋପାଳ ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ଚରିତ୍ର ହୀନ ଦିଗ୍ଗବିଜୟ ସିଂ ପାଇଁ ନିର୍ବାଚନ ପ୍ରଚାର କରୁଥିଲା ଆଜି ଉତ୍ତରପ୍ରଦେଶରେ ମୌଲବୀ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ବିମାନ ଦୁର୍ଘଟଣା ର ଫୋଟୋ କିଛି ଦିନ ତଳେ ଘଟିଥିଲା? ଜାଣନ୍ତୁ ସତ୍ୟ।

୨୨ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ପାକିସ୍ତାନ ଇଣ୍ଟରନାସନାଲ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନ ଆଜି କରାଚୀଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଆଉ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ପିଆଇଏର ଏକ ବିମାନ ଗିଲଗିଟ ଏୟାରପୋର୍ଟରେ ଓହ୍ଲାଉଥିବାବେଳେ ରନେଓ୍ୱରୁ ଖସିଯାଇଥିଲା । ତେବେ ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଏକ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇଦେଇଥିଲେ । […]

Continue Reading

କ’ଣ ପାର୍ଲେ-ଜି ବିସ୍କୁଟ ପେକେଟରେ ଥିବା ଝିଅ ନିରୁ ଦେଶପାଣ୍ଡେଙ୍କ ସାନ ବେଳ ଫୋଟୋ? ଜାଣନ୍ତୁ ସତ୍ୟ।

ପାରଲେ ଜି ବିସ୍କୁଟ କୁ ପିଲାଠାରୁ ନେଇ ବୁଢା ପର୍ଯ୍ୟନ୍ତ ସବୁ ବର୍ଗ ର ଲୋକେ ଏହି ବିସ୍କୁଟ ଖାଇଥାନ୍ତି | ଅନେକ ଲୋକ ଙ୍କ ର ଏହା ପସନ୍ଦିତା ବ୍ରାଣ୍ଡ ଅଟେ | ଏହା ଆଗ ରୁ ଯେପରି ଥିଲା ଆଜି ବି ସେହିପରି ଅଛି | ଏହା ର ଡିଜାଇନ ରେ କିଛି ବି ପରିବର୍ତନ ହେଇ ନାହିଁ | ଏହି ପୋଷ୍ଟରେ କରା ଯାଇ ଥିବା ଦାବି ଅନୁସାରେ ଉପରେ ଯେଉଁ ପିଲାଟି […]

Continue Reading

2016ର ପୁରୁଣା ଫୋଟୋକୁ ପଶ୍ଚିମବଙ୍ଗ ଅମ୍ପାନ୍ ବାତ୍ୟାରେ ବାଘର ମୃତ୍ୟୁ ହେବା ଦାବିରେ ଭାଇରାଲ କରାଯାଉଛି।

ଅମ୍ପାନ୍ ବାତ୍ୟାରେ ଓଡ଼ିଶା ସହ ପଶ୍ଟିମବଙ୍ଗରେ ମଧ୍ୟ ଅଧିକ ମାତ୍ରାରେ କ୍ଷୟ କ୍ଷତି କରିଛି। ଏହି କ୍ଷୟ କ୍ଷତିର ଫୋଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 22 ମେ ରେ Bindas odia ନାମକ ଏକ ଫେସବୁକ ପେଜରେ ପଶ୍ଟିମବଙ୍ଗରେ ଅମ୍ପାନ କାରଣରୁ ବାଘମାନଙ୍କ ମୃତ୍ୟୁ ହୋଇଥବାର ଫୋଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବାତ୍ୟା ଅମ୍ପାନ ରେ ପଶ୍ଟିମ ବଙ୍ଗ ଜଙ୍ଗଲରେ ଏଣେତେଣେ ବାଘ ମରି ପଡ଼ି ରହିଛନ୍ତି। ଆମ […]

Continue Reading

କ’ଣ ବିଗତ ଦିନରେ ଆସିଥିବା ଅମ୍ଫାନ ବାତ୍ୟା ଏପରି ଟ୍ରକ୍ କୁ କ୍ଷତି ପହଞ୍ଚାଇଛି? କ’ଣ ଏହି ଘଟନା ପଶ୍ଚିମ ବଙ୍ଗର ସିଙ୍ଗପୁର ଅଞ୍ଚଳରେ ଘଟିଛି? ଜାଣନ୍ତୁ ସତ୍ୟ।

୨୦ ମେ ୨୦୨୦ ରେ ଅମଫାନ ବାତ୍ୟା ପଶ୍ଚିମ ବଙ୍ଗ ରେ ଭୟଙ୍କର ପ୍ରହାର ପକାଇଛି। ହଜାର ହଜାର ଗଛ ଉପୁଡ଼ି ଯାଇଅଛି, ଫୋନ ଓ ବିଦ୍ୟୁତ ପୋଲ ଭାଙ୍ଗି ଯାଇଅଛି ଏବଂ ଅନେକ ଘର ଭୁଶୁଡ଼ି ପଡିଛି। ବାତ୍ୟା ପରେ ସୋସିଆଲ ମିଡିଆରେ ଏହି ଘଟନା ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି।  ଏହା ମଧ୍ୟରେ ଆମେ ଏଏପରି ଗୋଟିଏ ଭିଡିଓ ସାମନା ସାମନୀ ହେଳୁ, ଯେଉଁଥିରେ ଏହା ଦାବି କରା ଅଛି […]

Continue Reading

କ‘ଣ ଓଡ଼ିଶାରେ ଅମ୍ପନ୍ ବାତ୍ୟା ରେ ଏକ ବିଜୁଳି ଖୁଣ୍ଟ ଖସିବାରୁ ଏହି ମହିଳାର ମୃତ୍ୟୁ ହୋଇଛି?

ଓଡ଼ିଶା ସରକାର କୋରୋନା ସହ ଲଢ଼ିବା ସହିତ ଏବେ ଅମ୍ପାନ ନାମକ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଏବଂ ଲୋକମାନଙ୍କ ସମସ୍ୟା ଉପରେ ମଧ୍ୟ ଧ୍ୟାନ ଦେବ। ଏହା ପ୍ରଥମ ଥର ପାଇଁ ନୁହେଁ , 3 ମେ 2019ରେ ଆସିଥିବା ଫନୀରେ ବହୁଳ ମାତ୍ରାରେ ହୋଇଥିବା କ୍ଷୟ କ୍ଷତିରୁ ମଧ୍ୟ ଓଡ଼ିଶା ସରକାର ରାଜ୍ୟକୁ ବାହାର କରିଥିଲେ। 20 ମେ 2020 ଅର୍ଥାତ୍ ଏହି ବର୍ଷ ଅନ୍ୟ ଏକ ବାତ୍ୟା ଅମ୍ପନ୍ ଆସି କିଛି ମାତ୍ରାରେ […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ସୁନ୍ଦରବନ ଅଞ୍ଚଲରେ ଅମ୍ଫାନ ବାତ୍ୟାର ପ୍ରଭାବ ଦର୍ଶାଉଛି? ଜାଣନ୍ତୁ ସତ୍ୟ।

ବାତ୍ୟା ନେଇ ଡର କାହା ମନରେ ନଥାଏ। ବାତ୍ୟା ଲୋକଙ୍କ ଘର ପରିବାର, ଜିନିଷ ଏବଂ ଜୀବିକା କୁ କ୍ଷତି ପହଞ୍ଚେଇ ଥାଏ। ଓଡ଼ିଶାରେ ପ୍ରାୟ ବାତ୍ୟା ଦେଖିବାକୁ ମିଳି ଥାଏ। ୧୯୯୯ ମହାବାତ୍ୟା, ଫାଇଲିନ, ହୁଡ଼-ହୁଡ଼, ତିତଳି, ଫନି ଇତ୍ୟାଦି ବିଗତ ବର୍ଷ ଧରି ଦେଖିବାକୁ ମିଳିଛି। କାଲୀ ଆସିଥିବା ବାତ୍ୟା ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ବଙ୍ଗରେ ନିଜ ପ୍ରଭାବ ପକାଇଛି। ଏହି ସମୟରେ ସୋସିଆଲ ମିଡିଆ ରେ ଏହା କୁ ନେଇ ଗୁଜବ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ଟିଭିରେ ପାକିସ୍ତାନ କୋରୋନା ସହ ଲଢ଼ିବା ପାଇଁ ସାହାଯ୍ୟ ମାଗୁଥିବା ଖବର ଦେଖି ତାଳି ମାରୁଛନ୍ତି ? ଜାଣନ୍ତୁ ସତ୍ୟ।

କୋରୋନା କାରଣରୁ ଦେଶରେ ଲକଡାଉନ ସ୍ଥିତି ବନିଛି। ଦେଶ ବାହାରେଥିବା ଲୋକେ ପଇସା ଦେଇ ଫ୍ଲାଇଟରେ ନିଜ ନିଜ ଘରେ ପହଁଚିଲେ କିନ୍ତୁ ଏହାର ଏକ ବଡ଼ ପ୍ରଭାବ ଗରିବ ଶ୍ରେଣିର ଲୋକମାନଙ୍କୁ ଭୋଗିବାକୁ ପଢ଼ୁଛି। ଗାଡ଼ି ମଟର ନ ଚାଲୁଥିବାରୁ ଗରିବ ଶ୍ରେଣିର ଲୋକେ ଚାଲିଚାଲି ନିଜ ଘରକୁ ଆସୁଥଇବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଏହା ଛଡ଼ା କେଉଂ ଦେଶ କୋରୋନା ଭାଇରସ ସହ କିପରି ଲଢ଼ୁଛି ସେ ନେଇଁ ମଧ୍ୟ ଖବର […]

Continue Reading

କ’ଣ 890 ବାରକୋଡ୍ ଦ୍ୱାରା ଜାଣିପାରିବେ କେଉଁ ଜିନିଷ ‘ମେଡ୍ ଇନ୍ ଇଣ୍ଡିଆ’ ଅଟେ ?

ଚାଇନାରୁ କୋରୋନା ମାହାମାରି ପୁରା ବିଶ୍ୱରେ ବ୍ୟାପିଥିବାରୁ ଚାଇନା ଏବେ ସମସ୍ତଙ୍କ ନଜରରେ ଆଛି। ଚାଇନାରୁ ଆସୁଥିବା ମାଲ ଏବଂ ଅନ୍ୟାନ୍ୟ ଜିନିସ କୁ ନ କିଣିବା ପାଇଁ ଦାବି କରାଯାଉଛି। ଏଥି ମଧ୍ୟରେ ବିଦେଶରୁ ଆସୁଥିବା ଜିନିସ ଏବଂ ଭାରତର ଜିନିସ କେଉଁଟା ତାହା ଜାଣିବା ପାଇଁ ସୋସିଆଲ ମିଡ଼ିଆରେ ଦୁଇଟି ବାର କୋଡ ଘୁରି ବୁଲୁଛି। ଯେଉଁଥିରେ କୁହା ଯାଉଛି ଯେ,890  ବାର କୋଡ଼ ଯେଉଁ ଜିନିଷରେ ଥିବ ତାହା ଭାରତର ଏବଂ 690 […]

Continue Reading

2013 ଫୋଟୋକୁ ଲକଡାଉନ ସମୟରେ ସୁପରଷ୍ଟାର ଜୋନ ଅବ୍ରାହମ 5 କୋଟି ଗାଡ଼ି ନେଇ ଏକ ଗାଁରେ ବୁଲୁଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ପାଇଁ ଲକଡାଉନଥିବା ସମୟରେ ସୋସିଆଲ ମିଡ଼ିଆରେ ଅନେଖ ଖବର ଭାଇରାଲ ହେଉଛି। ଏଥିମଧ୍ୟରେ 12 ମେ ରେ Odia patrika ନାମକ  ପେଜରେ ସୁପରଷ୍ଟାର ଜନ ଅବ୍ରାହମଙ୍କୁ ନେଇ ଏକ ଖବର ପ୍ରକାଶିତ କରାଯାଇଛି। ଖବରରେ ଦାବି କରାଯାଇଛି ଯେ, ଲକଡାଉନ ସମୟରେ ସୁପରଷ୍ଟାର ଜନ ଅବ୍ରାହମ ନିଜ ୫କୋଟି ଲମ୍ବରଗିନୀ ଗାଡି ଚଲାଇ ତାଙ୍କ ଗାଁକୁ ଯାଇଛନ୍ତି। ତାଙ୍କ ଗାଁରେ ଲୋକମାନେ ତାଙ୍କ ଗାଡ଼ିକୁ ଦେଖିବା ପାଇଁ ଭିଡ଼ ଲଗାଇଛନ୍ତି।  ଖବରରେ ଲେଖା ଯାଇଛି […]

Continue Reading

କ’ଣ ଏହି ମହିଳା ଜଣେ ଦାଦନ ଶ୍ରମିକ? କ’ଣ ଚାଲି ଚାଲି ତାଙ୍କ ପାଦର ଏପରି ଅବସ୍ତା ହେଇ ଯାଇଅଛି? ଜାଣନ୍ତୁ ସତ୍ୟ।

ସାରା ଦେଶରେ ବର୍ତମାନ ଦାଦନ ଶ୍ରମିକଙ୍କ ବିଷୟରେ ଚାଚା ଚାଲିଅଛି। ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟରେ ଯାଇ କାମ କରୁଥିବା ଶ୍ରମିକ ମାନେ କୋରୋନା ଭାଇରସ ପାଇଁ ସରକାର ଦ୍ଵାରା ଲାଗୁ କରା ଯାଇଥିବା ତାଲାବନ୍ଦ ସ୍ଥିତି ଯୋଗୁ ସେଠାରେ ଅଟକି ରହି ଯାଇଛନ୍ତି। ଏହି ସମୟରେ ଅନେକ ଖବର ମିଳିଛି ଯେ କେତେ ସ୍ଶ୍ରାମିକ ମାନେ କଷ୍ଟରେ ନିଜ ରାଜ୍ୟ ଫେରିଛନ୍ତି। କିଏ ସାଇକେଲ ରେ ତ କିଏ ସହ ସହ କିଲୋମିଟର ଚାଲି […]

Continue Reading

ପ୍ରିୟଙ୍କା ଗାନ୍ଧୀ ପ୍ରବାସୀ ଶ୍ରମିକମାନଙ୍କୁ ବସ୍ ଭଡା ଦେଇଥିବାରୁ କ ‘ଣ ଯୋଗୀ ଆଦିତ୍ୟନାଥ ଏହି ଟ୍ରେନ୍ ପରି ଲମ୍ବିଥିବା ବସଗୁଡ଼ିକୁ ରାଜ୍ୟରେ ପ୍ରବେଶର ଅନୁମତି ଦେଉନାହାନ୍ତି?

ପ୍ରବାଶି ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟରେ ଆଣିବା ପାଇଁ ଦେଶର ରାଜ୍ୟ ସରକାର ଜଥା ସମ୍ଭବ ପ୍ରୟାସ କରୁଛନ୍ତି। ପ୍ରବାଶି ଶ୍ରମିକମାନଙ୍କୁ ରାଜ୍ୟକୁ ଆଣିବା ପାଇଁ ବସ ଏବଂ ଟ୍ରେନ ବ୍ୟବସ୍ଥା କରାଯାଇଛି। ଲକଡାଉନ ସରକାର ଏବଂ ପ୍ରବାଶି ଶ୍ରମିକ ଦୁହିଙ୍କର ଚିନ୍ତା ବଢ଼ାଇବାରେ ଲାଗିଛି। ଏଥି ମଧ୍ୟରେ ଏକ ଫୋଟୋ ସହ ଖବର ଭାଇରାଲ ହେଉଛି ଯେ, ପ୍ରବାଶି ଶ୍ରମିକ ବସରେ  ଉତ୍ତରପ୍ରଦେଶ ସିମା ରେଖାରେ ପହଁଚିବା ପରହେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥ […]

Continue Reading

ରାଞ୍ଚିରେ ଇଫ୍ତାର ପାର୍ଟୀ ଆୟୋଜନ ଦାବିରେ ଭାଇରାଲ କରାଯାଉଥିବା ଫୋଟୋ 2017 ମସିହାର ଅଟେ।

କୋରୋନା ପାଇଁ ଯେଉଁଠି ସରକରା ଲକଡାଉନକୁ ଅତି କଠୋର ସହ ପାଳନ କରିବା ପାଇଁ ନିର୍ଦେଷ ଦେଉଛି। ଏଥିମଧ୍ୟରେ ଲେକମାନେ ଏହି ଲକଡାଉନ ନିୟମ ନ ମାନି ସରକାର ପାଇଁ ଚିନ୍ତା ବଢ଼ାଇବାରେ ଲାଗିଛନ୍ତି। ଏପରି ଏକ ଖବର ରାଞ୍ଚିରୁ ଆସୁଛି। ରାଞ୍ଚିରେ ଲକଡାଉନ ସତ୍ୱେ ଇଫତାର ଭୋଜିର ଆୟୋଜନ କରା ଯାଇଛି। ଇଫତାର ପାର୍ଟି ରୋକିବାକୁ ସେଠାରେ ପୋଲିସ ପହଞ୍ଚିଥିବା ବେଳେ ପୋଲିସ ଉପରେ ପଥର ମାଡ ହୋଇଛି ।  ଏହି ଖବରର The independenceରେ […]

Continue Reading

କ’ଣ କୋରୋନା ଭାଇରସକୁ ରୋକିବା ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ତାଲାବନ୍ଦ ପ୍ରକ୍ରିୟା ବାହାର କରିଛି? ଜାଣନ୍ତୁ ସତ୍ୟ।

ବର୍ତମାନ ସୁଧା ପାଖାପାଖି ୩ ଲକ୍ଷ ଲୋକଙ୍କ ମୃତ୍ୟୁ ଏବଂ ୪୩ ଲକ୍ଷ ଲୋକେ କୋରୋନା ଆକ୍ରାନ୍ତ ହେଇ ସାରିଛନ୍ତି। ଏହି ରୋଗ କୁ ବ୍ୟାପୀବାରୁ ଅଟକାଇବା ପାଇଁ ଅନ୍ୟ ଅନ୍ୟ ଦେଶ ସହିତ ଭାରତ ମଧ୍ୟ ତାଲାବଞ୍ଜ୍ଦ ସ୍ଥିତିରେ ଅଛି। ୧୭ ମେ ରେ ସମାପ୍ତ ହେବାର ଥିଲା ତାଲାବନ୍ଦ। କିନ୍ତୁ ବର୍ତମାନ ଏହା କୁ ଘୁଞ୍ଚେଇ ୩୧ ମେ କରା ଯାଇଅଛି। ଏହି ସମୟରେ ଲକ୍ ଡାଉନ ପ୍ରକ୍ରିୟାକୁ ନେଇ ଅନେକ ଲୋକ ଅନେକ […]

Continue Reading

କ’ଣ ଗୋଟିଏ ପ୍ଲାଷ୍ଟିକ ଚାଦରରେ ଘେରି ରହିଥିବା କାରଣରୁ ଜନ୍ମ ନେଇଥିବା ଏହି ଶିଶୁ ଏପରି ଦିଶୁଚି? ଏହା ଘଟଣା କେଉଁ ସ୍ଥାନର ଘଟିଛି? ଜାଣନ୍ତୁ ସତ୍ୟ।

ଏପରି ତ ଆଜିକାଲି ଅନେକ ଆଶ୍ଚଯ୍ୟକର ଘଟଣା ଦେଖିବାକୁ ମିଳିଥାଏ | ପିଲାଟି ଏକ ପ୍ଲାଷ୍ଟିକ ର ଚାଦର ରେ ଘେରି ରହିଥିଲା I କାରଣ ଏକ ପ୍ଲାଷ୍ଟିକ ପରି ତତ୍ୱ ପିଲାଟି ର ଶରୀର ରେ ଲାଗି ରହିଥିଲା | ଡାକ୍ତର ଙ୍କ କହିବା ଅନୁସାରେ ଏହି ପ୍ଲାଷ୍ଟିକ ମା ଗର୍ଭ ରେ ହିଁ ପିଲାର ବିକାଶ ସମୟ ରେ ପିଲା ଦେହ ରେ ଲାଗିରହିଛି I ଏବଂ ଏହି ଘଟଣା ସମ୍ପର୍କ ରେ କାହାରିକୁ […]

Continue Reading

2008ର ଫୋଟୋକୁ ବର୍ତ୍ତମାନ ପାକିସ୍ତାନ ସେନାଙ୍କ ହାଲତ ବଲୁଚିସ୍ତାନରେ ଏହି ପରି କହି ଭାଇରାଲ କରାଯାଉଛି।

କୋରୋନା ଭାଇରସରେ ସମଗ୍ର ବିଶ୍ୱ ଲଢ଼ୁଥିବା ବେଳେ , ଦେଶ ଦେଶ ମଧ୍ୟରେ ମଧ୍ୟ ଶିତଳ ଯୁଦ୍ଧ ଦେଖିବାକୁ ମିଳୁଛି। ପାକିସ୍ତାନ ନୂଆ ମିସାଇଲ ପ୍ରସ୍ତୁତ ଖବର ହେଉ ଅଥବା ଚାଇନାର ଆମେରିକା ସାମୂଦ୍ରିକ ଜାହାଜ ଉପରେ ହେଉ। ସୋସିଆଲ ମିଡ଼ିଆରେ ଖବର ଭାଇରାଲ ହେବାରେ ଲାଗିଛି। 9 ମେ ରେ Hrishikesh Mishra ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ କିଛି ଆଘାତ ସୈନ୍ୟଙ୍କର ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫୋଟୋରେ କିଛି […]

Continue Reading

କ’ଣ ଗୋଡ଼ ଛାଲ ବାହାରି ଯାଇ ଥିବା ଦୃଶ୍ୟ ଦାଦନ ଶାରିକଙ୍କର? କ’ଣ ଶ୍ରମିକ ମାନେ ଚାଲି ଘରକୁ ଫେରିଥିବା କାରଣରୁ ତାଙ୍କ ଗୋଡ଼ରେ ଫୋଟକା ହେଇ ଯାଇଛି? ଜାଣନ୍ତୁ ସତ୍ୟ।

କୋରୋନା ଭାଇରସକୁ ବ୍ୟାବୀବାରୁ ଅଟକାଇବା ପାଇଁ ସରକାର ବର୍ତମାନ ଦେଶ ସାରା ତାଲାବନ୍ଦ କରି ଦେଇଛନ୍ତି। ଏହା କାରାନରୁ ଅନ୍ୟ ରାଜ୍ୟ ଯାଇଥିବା ଶ୍ରମିକ ମାନେ ସେଠାରୁ ଫେରି ପାରୁ ନାହାନ୍ତି। କାମ ମିଳୁ ନାହିଁ ବୋଲି ତାଙ୍କ ଭୋକର କୌଣସି ସୀମା ନାହିଁ। ରାଜ୍ୟ ସରକାରକୁ ଅନେକ ଗୁହାର ଲଗାଇ ନିଜ ରାଜ୍ୟ ଫେରିବା ପାଇଁ ଇଛା ବ୍ୟକ୍ତ କରୁଛବ୍ତି। କିଛି ଶ୍ରମିକ ମାନେ ସହ ସହ କିଲୋମିତିର ଚାଲି ନିଜ ଗାଁ ଫେରିଛନ୍ତି। ଏହି […]

Continue Reading

କ’ଣ ଜଳ ବାୟୁରେ ପରିବର୍ତନ ଆସିବା କାରଣରୁ ପକ୍ଷୀ ମାନେ ରାସ୍ତାରେ ମରି ପଡିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋସ୍ତ ଭାଇରାଲ ହେଉଛି। ଏହି ପୋଷ୍ଟରେ ଦେଖିବା କୁ ମିଳିଛି ଯେ ଗୋଟିଏ ସ୍ଥାନରେ ଅନେକ ଲୋକ ଛିଡ଼ା ହେଇଛନ୍ତି ଏବଂ ରାସ୍ତା ମଝିରେ ବହୁ ପରିମାଣର ପକ୍ଷୀ ମରି ପଡ଼ିଛନ୍ତି। ବିଗତ କିଛି ଦିନ ତଳେ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ କରି ଏହା ଦାବି କରା ଯାଇଅଛି ଯେ ବର୍ଷା ହେଇ ବରଫ ପଡ଼ିଥିବାରୁ ଚଢେଇ ମାନେ ମରିଗଲେ। ଏହି ପୋଷ୍ଟକୁ ଅଧିକ ରୁ ଅଧିକ ସ୍ଶରେ […]

Continue Reading

କୁକୁଡ଼ା ଛୁଆ ବୁଲୁଥିବା ଭାଇରାଲ ଭିଡ଼ିଓ ଆସାମର ନୁହେଁ ବରଂ ପାକିସ୍ତାନ,କରାଚିର ଅଟେ। ଭିଡ଼ିଓର କୋରୋନା ସହ କୌଣସି ସମ୍ପର୍କ ନାହିଁ।

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ହଜାର ସଂଖ୍ୟାର କୁକୁଡ଼ା ଛୁଆ ବୁଲୁଥିବାର ଦେଖା ଯାଉଛିନ୍ତି। ଭିଡ଼ିଓରେ ଦାବି କରାଯାଇଛି ଯେ, କରୋନା ପାଇଁ ଆସାମରେ ହଜାର ସଂଖ୍ୟାର ଅଣ୍ଡା ଫିଙ୍ଗି ଦେଇଥିଲେ। କିନ୍ତୁ ଭଗବାନଙ୍କ ଦୟାରୁ ଆସାମରେ ଆପେ ଆପେ କୁକୁଡ଼ା ଛୁଆ ହଜାର ସଂଖ୍ୟାରେ ଜନ୍ମ ନେଇଛନ୍ତି। ଏହି ପୋଷ୍ଟଟି ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। କୋରୋନା ଆତଙ୍କରେ କୁକୁଡ଼ା ଅଣ୍ଡାକୁ ଫିଙ୍ଗି ଦିଆ ଯାଇଥିଲେ। ତଳେ ଭିଡ଼ିଓ ଦେଖନ୍ତୁ। ତେବେ […]

Continue Reading

ଗୁଜୁରାଟର ସୁରତରେ ପ୍ରବାଶି ଓଡ଼ିଆ ପ୍ରଦର୍ଶନ କରି ପୋଲିସ ଉପରେ ପଥର ପାକାଉଥିବା ଦାବିରେ ଭାଇରାଲ ହେଉଥିବା ଫୋଟୋ ପ୍ରକୃତରେ ମୁମ୍ବାଇର ପ୍ରଦର୍ଶନର ଅଟେ ।

କୋରୋନା ପାଇଁ ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ଶ୍ରମିକମାନଙ୍କୁ ରାଜ୍ୟକୁ ଆଣିବା ପାଇଁ ବିଭିନ୍ନ ସକ୍ଷମ ପ୍ରସ୍ତୁତି କରିଛନ୍ତି। ଏଥି ମଧ୍ୟରେ କିଛି ଶ୍ରମିକ ବାହାର ରାଜ୍ୟରେ ଆନ୍ଦୋଳନରେ ବସି ଜାଇଛନ୍ତି। କିଛି ଶ୍ରମିକ ରାଜ୍ୟକୁ ଆସି ଗଲେଣି ତ କିଛି ଅନ୍ୟ ରାଜ୍ୟରେ ଫସି ରହିଛନ୍ତି। ଗୁଜୁରାଟର ଶିଳ୍ପ ନଗରୀ ସୁରତରୁ ପୁଣିଥରେ ପ୍ରବାସୀ ଶ୍ରମିକମାନେ ହିଂସାକାଣ୍ଡ ଆରମ୍ଭ କରି ଜେଲେଣି। 9 ମେ ରେ    Knews ପେଜରେ ଏକ ଫୋଟୋ ସହ […]

Continue Reading

ଏହି ଝିଅଟି ଯେତେବେଳେ IAS ଟପ୍ପର ହେଲା ସେତେବେଳେ ତାଙ୍କ ପିତାଙ୍କୁ ରୁକ୍ସାରେ ବସାଇ ସହର ବୁଲିଥିଲେ କି? ଜାଣନ୍ତୁ ଭାଇରଲା ଫୋଟୋର ସତ୍ୟତା।

ସୋସିଆଲ ମିଡିଆରେ ଏକ ଚିତ୍ର ବହୁତ ସେୟାର କରାଯାଉଛ। ଏଥିରେ ଜଣେ ଝିଅ ହାତରେ ରିକ୍ସା ଟାଣୁଥିବାର ଦେଖାଯାଉଛୁ। ଜଣେ ବୃଦ୍ଧ ବ୍ୟକ୍ତି ରିକ୍ସାରେ ବସିଛନ୍ତି। ଚିତ୍ର ସହିତ ବାର୍ତ୍ତା ଏପରି ଯେ ଯେକେହି ଏହାକୁ ପଢ଼ନ୍ତି ତାଙ୍କ ହୃଦୟକୁ ସ୍ପର୍ଶ କରେ। ପୋଷ୍ଟରେ ଲେଖାଅଛି ଯେ,ଜଣେ ଆଇଏଏସ୍ ଟପ୍ପର ଝିଅ ତାଙ୍କ ପିତାଙ୍କୁ ରିକ୍ସାରେ ବସାଇ ବଜାର ବୁଲାଉଛନ୍ତି। ଏହି ପୋଷ୍ଟକୁ Bobal odisha ନାମକ ଫେସବୁକ୍ ପେଜରେ ସେୟାର କରାଯାଇଛି। ଅଧିକାଂଶ ଲୋକ ଏହି […]

Continue Reading

କ’ଣ କୋରୋନା ସମୟରେ ଦାଦନ ଶ୍ରମିକଙ୍କ ଠାରୁ ଲାଞ୍ଚ ନେଉଛନ୍ତି ଏହି ପୁଲିସ ଅଧିବକାରୀ? ଏହା କେଉଁ ସ୍ଥାନର ଘଟଣା? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବା କୁ ମିଳିଛି ଯେ ଜଣେ ପୋଲିସ ଅଧିକାରୀ କିଛି ମହିଳା ମାନଙ୍କ ଠାରୁ ରେଳ ଲାଇନ ରେ ପାଇସା ନେଉଛନ୍ତି। କୋରୋନା ଭାଇରସ ବ୍ୟାପୀ ଥିବାରୁ ସାରା ଦେଶରେ ତାଲାବନ୍ଦ ସ୍ଥିତି ଲାଗୁ ହେଇଛି। ତାଲାବନ୍ଦ ଯୋଗୁ ଦାଦନ ଶ୍ରମିକ ମାନେ ନିଜ ରାଜ୍ୟ ଓ ନିଜ ଘରକୁ ଫେରି ପାରୁ ନାହାନ୍ତି। ଦେଶର ଅନ୍ୟ ଅନ୍ୟ ସ୍ଥାନରେ ଅଟକି ରହି ଯାଇଛନ୍ତି ଶ୍ରମିକ […]

Continue Reading

କ’ଣ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାତ୍ରପତି ପଦ ରୁ ଅବସର ନେଲା ପରେ ବର୍ତମାନ ଗୋଟିଏ ପ୍ରାଇଭେଟ କମ୍ପାନୀ ରେ କାମ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲରେ ଭାଇରାଲ ହେଉଥିବା ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାଷ୍ଟ୍ରପତି ପଦ ରୁ ଅବସର ନେଲା ପରେ ବର୍ତମାନ ଗୋଟିଏ ପ୍ରାଇଭେଟ ଚାକିରି କରୁଛନ୍ତି। ଏହି ଫୋଟୋରେ ଦେଖିବା କୁ ମିଳିଛି ଯେ ପୂର୍ବତନ ରାଷ୍ଟ୍ରପତି ଓବାମା ନିଜ କମ୍ପୁଟରରେ ବସିକି କାମ କରୁଛନ୍ତି। ଏହି ପୋଷ୍ଟଟି ବିଗତ ଦିନରେ ଶୋକିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ ଏହା ମଧ୍ୟ ଲେଖା ଯାଇଅଛି […]

Continue Reading

2020 ବଞ୍ଚିବାର ଏକ ବର୍ଷ, ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା କର ନାହିଁ ଭଳି ରତନ ଟାଟା କୌଣସି ମତ ଦେଇ ନାହାଁନ୍ତି।

ଟାଟା ଗ୍ରୁପ୍ ଚେୟାରମ୍ୟାନ୍ ରତନ ଟାଟାଙ୍କ ନାମରେ ଏକ ଖବର ଭାଇରାଲ ହେଉଛି।   ରତନ ଟାଟା ନ୍ୟୁଜ ପେଜକୁ ତାଙ୍କ ମତ ଦେଇଛନ୍ତି ଯେ,, “2020 ବଞ୍ଚିବାର ଏକ ବର୍ଷ, ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା କର ନାହିଁ”। Umesh Garg ନାମକ ଜଣେ ଫେସବୁକ ୟୁଜର ଲେଖିଛନ୍ତି ଯେ, 2020 ବଞ୍ଚିବାର ଏକ ବର୍ଷ, ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା କର ନାହିଁ: ରତନ ଟାଟା ଜାମସେଦପୁର | ବ୍ୟବସାୟ ପ୍ରଫେସନାଲମାନଙ୍କ […]

Continue Reading

ରତନ ଟାଟା 18 ବର୍ଷିୟ ଏହି ଯୁବକର କମ୍ପାନୀରେ 50% ଅଂଶଧନ କିଣି ନାହାଁନ୍ତି।

ମେ 8 ତାରିଖରେ ସମ୍ବାଦ ପେଜରେ ରତନ ଟାଟାଙ୍କ ନାମରେ ଏକ ଖବର ପ୍ରକାଶିତ ହୋଇଛି। ଯେଉଁଥିରେ ଦାବି କରାଯାଇଛି ଯେ, 17 ବର୍ଷ ଅର୍ଜୁନ ଦେଶପାଣ୍ଡେ ନାମକ ଜଣେ ଯୁବକର କମ୍ପାନିରେ 50% ଅଂଶଧନ କିଣିଛନ୍ତି। ଖବରରେ ଲେଖା ଯାଇଛି ଯେ, ଟାଟା ଦେଶର ନବରତ୍ନ କମ୍ପାନୀଗୁଡିକ ମଧ୍ୟରେ ଅଛି ଏବଂ ଟାଟା ଗୃପ ର ମୁଖ୍ୟ ରତନ ଟାଟା 18 ବର୍ଷ ପୁରୁଣା ଡ୍ରଗ୍ ବିକ୍ରୟକାରୀ କମ୍ପାନୀ ଜେନେରିକ୍ ବେସ୍ ଆଧାର ଦେଶପାଣ୍ଡେଙ୍କ ଅଂଶଧନ […]

Continue Reading

କ’ଣ ଭିଡିଓରେ ଥିବା ଦମ୍ପତି ଇଟାଲୀ ର ଡାକ୍ତର? କ’ଣ କୋରୋନା ରୋଗୀଙ୍କର ଚିକିତ୍ସା କରିଥିବା ରୁ ତାଙ୍କ ମୃତ୍ୟୁ ଘଟି ଥିଲା? ଜାଣନ୍ତୁ ସତ୍ୟ।

ବିଗତ କିଛି ସପ୍ତାହ ଆଗରୁ ଗୋଟିଏ ଭିଡିଓ ସୋସିଆଲ ମିଡିଆ ଭାଇରାଲ ହେବା ଦେଖା ଯାଉଅଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ହସ୍ପିଟାଲରେ ଗୋଟିଏ ମହିଳା ଅସୁସ୍ଥ ଅବସ୍ତାରେ ଅଛନ୍ତି ଏବଂ ଗୋଟିଏ ଯୁବକ ତାଙ୍କ ପାଖକୁ ଆସି ତାଙ୍କୁ ପ୍ରେମ କରୁଛନ୍ତି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଏହି ଦମ୍ପତି ଇଟାଲୀ ର ଡାକ୍ତର ଓ ୧୩୪ କୋରୋନା ରୋଗୀଙ୍କ ଚିକିତ୍ସା କରିଲା ପରେ ଦୁଇ ଜଣଙ୍କ ମୃତ୍ୟୁ […]

Continue Reading

ବାରବାଙ୍ଗୀର ମକଡ୍ରିଲ ଭିଡିଓକୁ ଦିଲ୍ଲୀରୁ ଫେରାର ହୋଇଥିବା କରୋନା ରୋଗିକୁ ଧରିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ଆତଙ୍କ ଦେଶରୁ ସରିବାର ନାମ ନେଉ ନାହିଁ। ଏଥି ମଧ୍ୟରେ ଭିନ୍ନ ଭିନ୍ନ ଦାବି ସହିତ କରୋନାଭାଇରସ୍ ବିଷୟରେ ବିଭିନ୍ନ ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ସୋସିଆଲ ମିଡିଆରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ  ଦାବି କରାଯାଉଛି ଯେ,  ଦିଲ୍ଲିରୁ କାର ଯୋଗେ  ଫେରାର ହେଉଥିବା କୋରୋନା ରୋଗୀକୁ ପୋଲିସ ରାସ୍ତାରେ ଧରିଲା।  ଭାଇରାଲ ଭିଡିଓରେ,କାରରୁ ବାହାରୁଥିବା ବ୍ୟକ୍ତି ଏକ କରୋନା ଭାଇରସ୍ ସଂକ୍ରମିତ ବୋଲି ଦାବି […]

Continue Reading

କ’ଣ ତାଲାବନ୍ଦ ସମୟରେ ପାକିସ୍ତାନର ଗୋଟିଏ ପରିବାର ନିଜ ପିଲାକୁ ଟିୟୁସନ ପଠେଇଲେ ବୋଲି ସେ ପିଲା ଘରକୁ ପୁଲିସ ଡାକି ଆଣିଲା? ଜାଣନ୍ତୁ ସତ୍ୟ।

Photo Credit: Livemint ୧ ମେ ରେ ଓଡ଼ିଶା ଏକ୍ସକ୍ଲୁସିଭ ନାମକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି ଏହା କୁହା ଯାଇଅଛି ଯେ ମାହାମାରୀ ସମୟରେ ପୁଅ କୁ ଟିଉସନ ପଠେଇଲେ ବୋଲି ସେହି ପୁଅ ନିଜ ଘରକୁ ପୋଲିସ ଡାକି ଆଣିଲା। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହି ଭିଡିଓ ପାକିସ୍ତାନ ଦେଶର। ଏହି ଭିଡିଓରେ ଆମେ ଦେଖି ପାରିବା ଯେ ଗୋଟିଏ ପିଲା ପୋଲିସକୁ ନିଜ ଘରକୁ […]

Continue Reading

କ’ଣ କୋରୋନା ଭାଇରସ ଚୀନରେ ତିଆରି ହେଇଅଛି ବୋଲି ଜାପାନ ର ନୋବେଲ ବିଜେତା ପ୍ରଫେସର ତାଷୁକୁ ହୋଞ୍ଜୋ କହିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବିଗତ କିଛି ମାସ ଧରି ଏହା ଚର୍ଚାରେ ଚାଲି ଅଛି ଯେ କୋରୋନା ଭାଇରସ କେଉଁ ପ୍ରକାର ସୃଷ୍ଟି ହେଲା? ଏହା କୁ ନେଇ ଅନେକ ଲୋକ ଅନେକ ପ୍ରକାର ମତ ଦେଇଛନ୍ତି। କିନ୍ତୁ ବିଗତ କିଛି ସପ୍ତାହ ହେଲା ଅନ୍ୟ ଅନ୍ୟ ଲୋକଙ୍କ ନାମ ଜୁଆଡ଼ି ଏହା ଗୁଜବ ଭାଇରାଲ କରା ଯାଉଅଛି ଯେ କୋରୋନା ଭାଇରସ ଚୀନ ଲ୍ୟାବରେ ସୃଷ୍ଟି କରିଛି।  ୧୨ ଦିନ ପୂର୍ବରୁ ଏହି ପରି ଗୋଟିଏ ପୋଷ୍ଟ […]

Continue Reading

ତିନି ମାସ ପୁରୁଣା ଭିଡ଼ିଓକୁ ଭାରତରେ ଲକଡାଉନ୍ ସମୟରେ ପକ୍ଷୀମାନେ ସୁସ୍ଥ ଆକାଶରେ ଘୁରିବୁଲୁଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନାକୁ ନେଇ ସମଗ୍ର ବିଶ୍ୱ ଲକଡାଉନରେ ଥିବା ସମୟରେ ପଶୁ ପକ୍ଷୀ ନିର୍ଭୟରେ ବୁଲୁଥିବାର ଅନେତ ଭିଡ଼ିଓ ଏବଂ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହା ଭିଡ଼ିଓ ଏବଂ ଫୋଟୋ ଲୋକଙ୍କୁ ଖୁସି ମଧ୍ୟ କରୁଛି। ତେବେ ଏଥି ମଧ୍ୟରେ Satyajit Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଆକାଶରେ ଅସଂଖ୍ୟ ପକ୍ଷୀ ବୁଲୁଥିବାର ଦେଖା ଯାଉଛନ୍ତି। ସଂଖ୍ୟା ବହୁଳରେ ପକ୍ଷୀମାନେ ଆକାଶରେ ଘୁରି ବୁଲୁଛନ୍ତି। […]

Continue Reading

କ’ଣ ପଶ୍ଚିମ ବାଙ୍ଗାଲ ରେ ୯୦,୦୦୦ ଲୋକେ କୋରୋନା ଆକ୍ରାନ୍ତ ହେଇଛନ୍ତି? କ’ଣ ମମତା ବାନାର୍ଜୀ ନିଜ ରାଜ୍ୟର କୋରୋନା ଆକ୍ରାନ୍ତ ହେଇଥିବା ଲୋକଙ୍କ ପ୍ରକୃତର ସଂଖ୍ୟା ଗୁପ୍ତ ରାଖୀ ଥିଲେ? ଜାଣନ୍ତୁ ସତ୍ୟ।

୭ ଏପ୍ରିଲ ରେ ବ୍ରେକିଙ୍ଗ ନ୍ୟୁଜ ଓଡ଼ିଶା ନାମକ ସାଇଟରେ ପ୍ରକାଶିତ ହୋଇଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାନିଲେ ଯେ ରାଜ୍ୟରେ ପ୍ରାୟ ୯୦ ହଜାର କୋରୋନା ଆକ୍ରାନ୍ତ ଅଛନ୍ତି। ପ୍ରାୟ ୯୧, ୫୧୫ ଜଣ ଏବେ ଆକ୍ରାନ୍ତ ହୋଇଛନ୍ତି। ୮୭୨ ଜଣ ସାଙ୍ଘାତିକ ରହିଛନ୍ତି। ପ୍ରାୟ ୫ କୋଟି ୫୭ ଲକ୍ଷ ପରିବାର ଏହା ଭିତରେ ରହିଛନ୍ତି। ୩୭୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ […]

Continue Reading

ସଫୁରା ଜାରଗର ଅବିବାହିତ ହୋଇ ଗର୍ଭଧାରଣ କରିଥିବା ଦାବି ମିଥ୍ୟା ଅଟେ।

ସାହିନବାଗରେ ଏନଆରସି ଏବଂ ସିଏକୁ ନେଇ ଅନେକ ବିରୋଧ ପ୍ରଦର୍ଶନ କରାଯାଇଛି। ବିରୋଧ ପ୍ରଦର୍ଶନରେ ଅନେକ ଲୋକଙ୍କୁ ଗିରଫ କରାଯାଇଛି। ଏଥି ମଧ୍ୟରେ ସୁଫରା ଜରଗର ନାମକ ଜଣେ ମହିଳାଙ୍କୁ ବୋରୋଧ ପ୍ରଦର୍ଶନରୁ ଗିରଫ କରାଯାଇଥିଲା। ତେବେ ତାଙ୍କୁ ନେଇ ସୋସିଆଲ ମିଡ଼ିଆରେ ଏକ ଖବର ଏବେ ଭାଇରାଲ ହେଉଛି। ସୋସିଆଲ ମିଡ଼ିଆରେ ଦାବି କରାଯାଉଛି ଯେ, ସଫୁରା ଜାରଗର  ବିନା ବିବାହରେ ଦୁଇମାସ ହେଲା ପ୍ରେଗନେଣ୍ଟ ଅଛନ୍ତି।  4 ମଇରେ ବିଜେପି କୋଣାର୍କ ପୁରି ନାମକ […]

Continue Reading

ଆକର୍ବେଲ୍ଟଜ୍ କଣ୍ଢେଇ ଫୋଟୋକୁ ଆଫ୍ରିକାରେ ଲକଡାଉନ ସମୟରେ ବିଚିତ୍ର ଜୀବ ଦେଖା ଜିବା ଦାବିରେ ଭାଇରାଲ କରାଯାଉଛୁ।

ବିଶ୍ୱରୁ କୋରୋନା ଭୟ କମୁ ନାହିଁ। ଅଦେକ ଦେଶ ଲକଡାଉନରେ ଅଛନ୍ତି। ଏଥି ମଧ୍ୟରେ କିଛି ଜିବଜନ୍ତୁ ରାସ୍ତାରେ ବୁଲୁଥିବାର ଦେଖା ଯାଉଛନ୍ତି ତ କେଉଁଠି ବିଚିତ୍ର ଜନ୍ତୁ ଦେଖା ଯାଉଛନ୍ତି। ସୋସିଆଲ ମିଡ଼ିଆରେ ଏପରି କିଛି ଖବର ପାଇଲେ କିଛି ସମୟ ମଧ୍ୟରେ ତହା ଭାଇରାଲ  ହୋଇଯାଉଛି। 5 ଏପ୍ରିଲରେ ମଧ୍ୟ ଏପରି ଏକ ପୋଷ୍ଟ My ଓଡ଼ିଶା ପେଜରେ ଦେଖିବାକୁ ମିଳିଛି। ପୋଷ୍ଟରେ ଏକ ବିଚିତ୍ର ଜିବର କିଛି ଫୋଟୋ ଦିଆ ଯାଇଛି। ଜିବର […]

Continue Reading

କ’ଣ ଫୋଟୋରେ ଥିବା ଘଟଣା କାଶ୍ମିର? କ’ଣ ଭାରତର ଜାତୀୟ ପତାକା ଉପରେ ଗୌ ହତ୍ୟା କରା ଯାଉଛୁ କାଶ୍ମୀରରେ? ଜାଣନ୍ତୁ ସତ୍ୟ।

୫ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଓଡିଶା ୱ୍ହାତ୍ସ ଅପ ଗ୍ରୁପ ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ୪ ଟି ଫୋଟୋ ପୋଷ୍ଟ କରା ଯାଇଅଛି। ପ୍ରଥମ ଫୋଟୋରେ ଗୋଟିଏ ପୁଲିସ ଅଫିସର ହାତରେ ବାଡ଼ି ଧରି ଛିଡ଼ା ହେବା ଦେଖିବା କୁ ମିଳିଛି। ଦୁଇତ୍ୟା ଫୋଟୋରେ କିଛି ଲୋକ ଭାରତର ଜାତୀୟ ପତାକା ଜଳାଉ ଥିବା ଦେଖା ଯାଉଅଛି ଏବଂ ପତାକା ତଳେ ଗୋଟିଏ ଗାଈ ମରି […]

Continue Reading

ଦୁଇମାସ ପୁରୁଣା ଭିଡ଼ିଓକୁ ରିଷି କପୁରଙ୍କ ମୃତ୍ୟୁ ପୂର୍ବ ଦିନ ଭିଡ଼ିଓ ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସର ଭୟାବହତା ମଧ୍ୟରେ ଭାରତ 24 ଘଣ୍ଟା ମଧ୍ୟରେ ଦୁଇଟି ବଲିଉଡ ଷ୍ଟାର ହରାଇଲା। ଦେଶର ଦୁଇ ସୁପରଷ୍ଟାର ଇରଫାନ ଖାନ ଏବଂ  ରିଷି କପୁରଙ୍କ ମୃତ୍ୟୁ ଖବର ନେଇ ଦେଶବାସୀ ଶୋକ ପ୍ରକାଶ କରୁଛନ୍ତି। ଦୁଇ ବର୍ଷରୁ ଅଧିକ ସମୟ ଧରି କର୍କଟ ରୋଗ ସହ ସଂଗ୍ରାମ କରୁଥିବା ରିଷି କପୁରଙ୍କର ଏପ୍ରିଲ୍ 30, 2020 ରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ […]

Continue Reading

କ’ଣ ହାଇଡ୍ରୋକ୍ଳୋରୋକୁଇନ ପାଇଲା ପରେ ଆମେରିକାର ଛାତ୍ରଛାତ୍ରୀ ଏକତ୍ର ହୋଇ ଖୁସିରେ ଭାରତୀୟ ଜାତୀୟ ସଙ୍ଗୀତ ଗାଁ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ବିଦେଶୀ ଲୋକ ଭାରତୀୟ ରାଷ୍ଟ୍ର ଗୀତ ଗାଉଛନ୍ତି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଭାରତ ଆମେରିକାକୁ ହାଇଡ୍ରୋକ୍ଳୋରୋକୁଇନ ଔଷଧ ଯୋଗାଣ କରିଲା ପରେ, ଆମେରିକାର ଛାତ୍ରଛାତ୍ରୀ ଏକତ୍ର ହୋଇ ଖୁସିରେ ଭାରତୀୟ ରାଷ୍ଟ୍ର ଗୀତ ଗାଁ କରୁଛନ୍ତି।  COVID 19 ସହ ଲଢିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଭାରତ କୁ ହାଇଡ୍ରୋକ୍ସିକ୍ଳୋରୋକୁଇନ […]

Continue Reading

ଲକଡାଉନରେ ରାସ୍ତା ପାର କରୁଥିବା ଦାବିରେ ଭାଇରାଲ ଭିଡ଼ିଓ 2015 ଅରେଥାତ୍ ପାଞ୍ଚ ବର୍ଷ ପୁରୁଣା ଅଟେ।

କୋରୋନା ସଂକ୍ରମଣର ପ୍ରଭାବ ଭାରତରେ ଆଜିକୁ ଦୁଇ ମାସ ହୋଇଗଲାନି। କୋରୋନା ସଂକ୍ରମଣ ପାଇଁ ସମଗ୍ର ଦେଶ ଲକଡାଉନରେ ଅଛି। ରାସ୍ତାରେ ଲୋକ କିମ୍ବା ଗାଡ଼ି ମଟର ନାହିଁ କହିଲେ ଚଳେ। ସରକାର ଲୋକଙ୍କୁ ଘରୁ ନ ବାହାରିବା ପାଇଁ କଡ଼ାକଡ଼ି ନିୟମ ବନାଇଛି। କିନ୍ତୁ ଏଥି ମଧ୍ୟରେ ରାସ୍ତାରେ ଲୋକଙ୍କ ଯାତାୟତ କମଥିବାରୁ ବନ୍ୟ ଜନ୍ତୁ ଆରାମରେ ଚଲାବୁଲା କରୁଥିବାର ଭିଡ଼ିଓ ଏବଂ ଫୋଟୋ ଭାଇରାଲ ହେଉଛି। 2 ମଇରେ NNS odisha ନ୍ୟୁଜ ପେଜରେ […]

Continue Reading

କ’ଣ ଭିଡିଓରେ କାନ୍ଦୁଥିବା ବ୍ୟକ୍ତି ଇଟାଲୀର ପ୍ରଧାନମନ୍ତ୍ରୀ? କ’ଣ କୋରୋନା ଭାଇରସ ସାମନାରେ ହାର ମାନି ଅସହାୟ ହୋଇ ଏପରି କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ବିଶ୍ଵ ସାରା କୋରୋନା ର ହାହାକାର ବିସ୍ତାର ହୋଇଛି। ପ୍ରତ୍ଯେକ ଦିନ ଅନେକ ଲୋକଙ୍କଙ୍କ ସଙ୍କ୍ରାମାନ ଏବଂ ଅନେକ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ସୁଣିବାକୁ ମିଳୁଛି। କୌଣସି ଔଷଧ ବା ଟୀକା ବାହାରି ନଥିବା ଜୋଗୁ ମଣିଷ ବର୍ତମାନ ଅସହାୟ ହେଇ ବସିଛି। ଭଗବାନଙ୍କ ସାହା ଭାରୋଷା ରେ ଜୀବନ ବିତଉଛନ୍ତି।  ଏହି ସମୟରେ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଜଣେ […]

Continue Reading

କ’ଣ ତାଲାବନ୍ଦ ହେଇଥିବା ସମୟରେ ସିଂହ ମାନେ ରାସ୍ତା ମଝିରେ ବିଶ୍ରାମ କରୁଛନ୍ତି? ଜାଣନ୍ତୁ ସତ୍ୟ।

କୋରୋନା ପାଇଁ ବିଶ୍ଵ ସାରା ଅନେକ ଦେଶ ତାଲାବନ୍ଦ ଅବସ୍ତାରେ ଅଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଏହା ମଧ୍ୟରୁ ପଶୁ ପକ୍ଷୀଙ୍କୁ ନେଇକି ଭିଡିଓ ମଧ୍ୟ ଭାଇରାଲ ହେଉଛି। କେଉଁ ପୋସ୍ତରେ ମୟୂର ରାସ୍ତା ରେ ଚିଡ଼ା ହେବା ଦେଖିବା କୁ ମିଳିଛି ତ କେଉଁ ଭିଡିଓରେ ହରିଣ ସମୁଦ୍ର କୁଳରେ ଦଉଡ଼ିବା ଦେଖିବାକୁ ମିଳିଛି।  ବର୍ତମାନ ସୋସିଆଲ ମିଡିଆରେ ଏପରି ଗୋଟିଏ ଭିଡିଓ ଘୂରୁଛି ଯେଉଁଥିରେ […]

Continue Reading

ଅଜୋଧ୍ୟାରେ ସାଧୁର ମୃତ୍ୟୁକୁ ଭୁଲ ଦାବିରେ ଭାଇରାଲ କରାଯାଉଛି।

କୋରୋନା ପାଇଁ ଦେଶରେ ଭୟାବହ ସ୍ଥିତି ସୃଷ୍ଟି ହେଇଥିବା ସମୟରେ ଅଯୋଧ୍ୟାରୁ ହୃଦୟ ଥରାଇ ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । 30 ଏପ୍ରିଲରେ KNews ରେ ଏହି ନ୍ୟୁଜ ପ୍ରକାଶିତ କରାଯାଇଛି। ନ୍ୟୁଜରେ ଦାବି କରାଯାଇଛି ଯେ, ଜଣେ 80 ବର୍ଷର ସାଧୁଙ୍କୁ ଲକଡାଉନରେ ଖାଇବାକୁ ନ ମିଳିବାରୁ ବୃଦ୍ଧ ଜଣକର ମୃତ୍ୟୁ ହୋଇଥିଲା। ଏହା ଛଡ଼ା ଦାବି କରାଯାଇଛି ଯେ, ପୋଲିସ କର୍ମିମାନେ ବୃଦ୍ଧର ଶବକୁ ନଦୀରେ ଫିଙ୍ଗି ଦେଇଥିଲେ।  ପୋଷ୍ଟରେ […]

Continue Reading

ବର୍ଷା ହେଉଥିବା ଭାଇରାଲ ଭିଡ଼ିଓ ଛତିଶଗଡ଼ର ନୁହେଁ ନେପାଲର ଅଟେ।

କିଛି ଦିନ ହେବ ଭାରତରେ ପାଣିପାଗରେ ଅନେକ ପରିବର୍ତ୍ତନ ଆସିଛି। ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି ଏବଂ ଅନେକ ରାଜ୍ୟରେ ଘୂର୍ଣ୍ଣିବଳୟ ସହିତ କୁଆପଥର ମାଡ ହୋଇଥିବାର ଖବର ସାମ୍ନାକୁ ଆସିଛି। କୁଆପଥର ବର୍ଷା ପାଇଁ ଫସଲ ବହୁତ କ୍ଷତି ହୋଇଛି।  ଏହି ସମୟରେ ସୋସିଆଲ ମିଡିଆରେ କୁଆପଥର ମାଡ଼ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରାଯାଉଛି ଯେ, ଏହି ଭିଡିଓ ଛତିଶଗଡର ରାଜ୍ୟର ଅଟେ। ଏହା ସହ ଦାବି କରାଯାଇଛି ଯେ, […]

Continue Reading

କ’ଣ ପୋଲିସ ପଚରାଉଚରା ସମୟରେ ଆର୍ନବ ଗୋସ୍ଵାମୀଙ୍କ ପ୍ୟାଣ୍ଟ ଓଦା ହୋଇଗଲା? ଜାଣନ୍ତୁ ସତ୍ୟ।

ମାହାରାଷ୍ଟ୍ର ର ପାଲଘର ଆଞ୍ଚଲରେ ଦୁଇଟି ସାଧୁଙ୍କ ନିରଦୟୀ ଭାବରେ ହତ୍ୟା ହେଲା ପରେ ମାହାରାଷ୍ଟ୍ର ସରକାରଙ୍କୁ ଖୁବ ସମାଲୋଚିତ କରା ଯାଇଅଛି। ଅର୍ନବ ଗୋସ୍ଵାମୀ ଏବଂ ରିପବ୍ଲିକ ଛେନାଲ ସର୍ବପ୍ରଥମେ ଏହି ବିଷୟ ନେଇ ନିଜ ଛେନାଲରେ ନ୍ୟୁଜ ପ୍ରସାରିତ କରିଥିଲେ। ଏହି ସମୟରେ ଅର୍ନବ ନିଜେ କଂଗ୍ରେସ ଦଳ ଅଧ୍ୟକ୍ଷ ସୋନିୟା ଗାନ୍ଧୀଙ୍କୁ ଅପମାନିତ କରିଥିଲେ। ସେ କଂଗ୍ରେସ ଦଳ ସଦସ୍ୟଙ୍କ ଉପରେ ଏହି ବିଷୟ ନେଇ ହିଂସା କରିବା ଦୋଷ ଲଗାଇଥିଲେ। ଅର୍ନବଙ୍କ […]

Continue Reading

କ’ଣ ଫେସବୁକ ମାଲିକ ମାର୍କ ଜୁକରବର୍କ ନୂଆ “ଗ୍ରାଟୁଳା” ଶବ୍ଦ ବାହାର କରିଛନ୍ତି? କ’ଣ ଫେସବୁକର କାମେଣ୍ଟରେ ଏହି ଶବ୍ଦ ଲେଖିଲ ପରେ ଶବ୍ଦଟି ଲାଲ ରଙ୍ଗ ହେଇ ଯିବା ଟା ଏକାଉଣ୍ଟ ହେକ୍ ର ସଂକେତ ଦିଏ? ଜାଣନ୍ତୁ ସତ୍ୟ।

ଫେସବୁକ ବା ଅନ୍ୟ ଅନ୍ୟ ସୋସିଆଲ ମିଡିଆ ଏକାଉଣ୍ଟ ର ସୁରକ୍ଷା ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ। ଦୁନିଆ ରେ ଅନେକ ପ୍ରକାର ର ବିପଦ ସୋସିଆଲ ମିଡିଆ ମାଧ୍ୟମରୁ ଆସି ଥାଏ। ଲୋକଙ୍କ ସୋସିଆଲ ମିଡିଆରେ ଜ୍ଞାନ କମ ଥିବା ଯୋଗୁ ଅନେକ ମିଥ୍ୟା ମଧ୍ୟ ତାଙ୍କ ମନରେ ଭୟ ସୃଷ୍ଟି କରି ଥାଏ। ନିଜ ଏକାଉଣ୍ଟକୁ ସୁରକ୍ଷା ରଖିବା ପାଇଁ ଏହି ସମୟରେ କୌଣସି ମଧ୍ୟ ସୂଚନା ମିଳିଥିବା ରୁ ଲୋକେ ଏହା […]

Continue Reading

କୋରୋନା କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ସରକାରି କର୍ମଚାରିଙ୍କ ଭତ୍ତା ସହ ଏଲ୍‌ଟିସି, ଲିଭ୍‌ ଏନ୍‌କ୍ୟାଶମେଣ୍ଟ , ମେଡିକାଲ୍‌ ବିଲ୍‌ ଭତ୍ତା ନ ଦେବାପରି କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

କୋରୋନା ଭାଇରସ୍ ପାଇଁ ଦେଶରେ ଆର୍ଥକ ସ୍ଥିତି ଖରାପ ହେବାରେ ଲାଗିଛି। ଏଥିଲାଗି କେନ୍ଦ୍ର ସରକାର ସରକାରି କର୍ମିଚାରିଙ୍କ ଭତ୍ତା ଏବଂ ମାସିକ ଗୋଟେ ଦିନର ଦରମା କାଟିବା ନେଇଁ ପ୍ରସ୍ତାବ ଦେଇଛନ୍ତି। ତେବେ ଏହା ପାଇଁ ଦେଶରେ ମଧ୍ୟମ ବର୍ଗର ସରକାରି କର୍ମଚାରିଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ସରକାର ଭତ୍ତା କାଟିବା ସହ କର୍ମଚାରିଙ୍କର ଏଲଟିସି, ଲିଭ୍ ଏନକ୍ୟାସମେଣ୍ଟ, ମେଡ଼ିକାଲ ବିଲ ଭତ୍ତା କାଟିବା ଖବର […]

Continue Reading

ପଞ୍ଜାବରେ ସାଧୁ ଉପରେ ହୋଇଥିବା ଆକ୍ରମଣ ଚୋରି ଏବଂ ଲୁଟ୍ର ମାମଲାକୁ ସାମ୍ପ୍ରଦାୟିକ ରୂପ ଦିଆ ଯାଉଛଇ।

ମହାରାଷ୍ଟ୍ର ପାଲଘରରେ ଦୁଇ ସାଧୁ ସହ ତାଙ୍କ ଡ୍ରାଇଭରର ହତ୍ୟା ମାମଲା ପରେ ଏବେ ଅନ୍ୟ ଏକ ସାଧୁ ଉପରେ ଆକ୍ରମଣର ଖବର ସାମ୍ନାକୁ ଆସିଛି। ପଞ୍ଜାବରେ ଜଣେ ସାଧୁ ଉପରେ କିଛି ଲୋକ ଆକ୍ରମଣ କରିଥିବାର ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଉଛି। ସୋସିଆଲ ମିଡ଼ିଆରେ ଘଟଣାକୁ ସାମ୍ପ୍ରଦାୟିକ ରୂପ ଦିଆ ଯାଉଛି। 25 ଏପ୍ରିଲରେ Biswajit sethi ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ପଞ୍ଜାବ ସାଧୁ ବାବାଙ୍କର ଏକ ଭିଡ଼ିଓ ପୋଷ୍ଟ […]

Continue Reading

ବିହାର ହାଜିପୁର ଜେଲ ମକ୍ ଡ୍ରିଲରେ ପୋଲିସ କର୍ମି ଅସୁସ୍ଥ ହେବାର ଅଭିନୟକୁ କୋରୋନା ରୋଗୀ ଦାବିରେ ଭାଇରାଲ କରାଯାଉଛି।

କୋରୋନା ସଂକ୍ରମଣ ପାଇଁ ସାରା ବିଶ୍ୱ ଚିନ୍ତାରେ ଅଛି। କୋରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକଡାଉନ କରିଛନ୍ତି। ଏହା ସହ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷପ ମଧ୍ୟ ନେଉଛନ୍ତି। ଏଥି ମଧ୍ୟରେ 24 ଏପ୍ରିଲରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳି ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଜଣେ କନେଷ୍ଟବଳ କର୍ମଚାରି ଦୌଡ଼ି ଦୌଡ଼ି ଆସୁଛନ୍ତି ଏବଂ ଛିଙ୍କିବା ଆରମ୍ଭ କରି ଦେଉଛନ୍ତି। ଦାବି କରାଯାଇଛି […]

Continue Reading

କ’ଣ ନାସା ପୃଥିବୀ ଧ୍ଵଂସ କରିବା ପାଇଁ ଆସୁଥିବା ଏହି ଉଲ୍କାପିଣ୍ଡର ଭିଡିଓ ପ୍ରସାରିତ କରିଛି? ଜାଣନ୍ତୁ କ’ଣ ସତ୍ୟ ଏହି ଭିଡିଓର।

କିଛି ଦିନରୁ ସୋସିଆଲ ମିଡିଆରେ ଗୋଟିଏ ଉଲ୍କାପିଣ୍ଡ ମାଡ଼ି ଆସୁଥିବା କଥା ଭାଇରାଲ ହେଉଛି। ଅନେକ ଲୋକ ଅନେକ ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକଙ୍କ ଭାବିବା ଅନୁସଶରେ ପୃଥିବୀ ଧ୍ଵଂସ ହେବା ପାଇଁ ଯାଉଛି ତ ସେହି ସମୟରେ କିଛି ଲୋକେ ଏହି କଥା କୁ ବିଶ୍ଵାସ କରି ନାହାନ୍ତି। ହେଲେ ବିଗତ ଦିନରେ ନାସା ମଧ୍ୟ କହିଛି ଯେ ଗୋଟିଏ ଉଲ୍କାପିଣ୍ଡ ପୃଥିବୀ ଦିଗରେ ତୀବ୍ର ଗତିରେ ବଢି ଆସୁଛି। ଏହି ସବୁ କଥା ମଝିରେ […]

Continue Reading

କ’ଣ ଉତ୍ତର କୋରିୟା ରାଷ୍ଟ୍ରପତି କିଂ ଯୋଙ୍ଗ ଉନ ଡାଃ ବି.ଆର. ଆମ୍ବେଦ୍କରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

୨୨ ଏପ୍ରିଲ ରେ ବହୁଜନ ଆୱାଜ ନାମକ ନାମକ ଫେସବୁକ ଏକାଉଣ୍ଟରେ ଗୋଟିଏ ଫୋଟୋ ପୋଷ୍ଟ କରା ଯାଇଅଛି। ଏହି ଫୋଟୋରେ ଏହା ଦାବି କରା ଯାଇ ଅଛି ଯେ ଉତ୍ତର କୋରିୟା ରାଷ୍ଟ୍ରପତି କିଂ ଯୋଙ୍ଗ ଉନ, ଯାହାଙ୍କୁ ଆମେରିକା ମଧ୍ୟ ଭୟ କରେ, ସେ ଆମ୍ବେଦ୍କରଙ୍କୁ ଭକ୍ତି ସହିତ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  Facebook | Archive ଆମ ଅନୁସନ୍ଧାନରୁ ଜଣା ପଡିଲା ଯେ: ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ପୋଷ୍ଟ କରା […]

Continue Reading

ଓଡ଼ିଆ ହାସ୍ୟ କଳାକାର ପ୍ରଜ୍ଞା ଖଟୁଆଙ୍କ ମିଥ୍ୟା ମୃତ୍ୟୁ ଖବର ପ୍ରଚାର ହେଉଛି।

ଗତ କିଛି ଦିନ ତଳେ ଓଡ଼ିଶାର ଜଣେ କମେଡ଼ିଆନ ଅର୍ଥାତ୍ ହାସ୍ୟ କଳାକାର ସୌମ୍ୟ ରଞ୍ଜନଙ୍କର କ୍ୟାନ୍ସର ରୋଗରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସେ ମିଷ୍ଟର ନୋନସେନ୍ସ ନାମକ ଏକ ଟିଭି ସୋରେ ହାସ୍ୟ କଳାକାର ଭାବେ କାମ କରିଥିଲେ। ଏଥି ମଧ୍ୟରେ ଅନ୍ୟ ଏକ ଓଡ଼ିଶାର ଜଣା ଶୁଣା ହାସ୍ୟ କଳାକାର ପ୍ରଜ୍ଞା ଖଟୁଆଙ୍କର ମୃତ୍ୟୁ ଖବର ସୋସିଆଲ ମିଡ଼ିଆ ଏବଂ ହ୍ୱାଟ୍ସ ଆପରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ  ହାସ୍ୟ କଳାକାର […]

Continue Reading

କ’ଣ ଇନ୍ଦୋରରେ କୋରୋନା ଭାଇରସ ବିସ୍ତାର କରିବା ଉଦ୍ଦେଶ୍ୟରେ ଜଣେ ଅଜ୍ଞାନ୍ତ ବ୍ୟକ୍ତି ରାସ୍ତାରେ ପଇସା ଫୋପାଡ଼ି ପଳାଇଲେ? ଜାଣନ୍ତୁ ସତ୍ୟ ଘଟଣା।

କୋରନା ସଂକ୍ରମଣ ର କାଳ ମଣ୍ଡୁଥିବା ଇନ୍ଦୋର ରେ ଗୁରୁବାର ଦିନ ଦୁଇଟି କ୍ଷେତ୍ରରେ ନୋଟ ପିଙ୍ଗିବା ଘଟଣା ହାହାକାର ସୃଷ୍ଟି କରିଥିଲା। ଏହି ନୋଟ ୧୦୦,୨୦୦ ଏବଂ ୫୦୦ ଟଙ୍କା ର ଥିଲା। ପୋଲିସ ଏବଂ ନଗର ନିଗମ ଦଳ ଏହି ସ୍ଥାନ ରେ ପଂହଁଚି ଏହି ନୋଟ ଗୁଡିକ ସାନିଟାଇଜ କରି ଜପତ କରିଛନ୍ତି । ଇନ୍ଦୋର ର ଖତିପୁରା-ଗୌରୀ ନଗର ର ରାସ୍ତା ରେ ସକାଳୁ ପ୍ରଥମ ଘଟଣା ହେଇଛି। ନରେନ୍ଦ୍ର କୁରେଲ […]

Continue Reading

କ’ଣ ଅର୍ନବ ଗୋସ୍ଵାମୀଙ୍କ ଉପରେ ଆକ୍ରମଣ ହେବା ପୂର୍ବରୁ ସମ୍ବିତ ପାତ୍ରଙ୍କୁ ଏହି ବିଷୟରେ ଜ୍ଞାନ ଥିଲା? କ’ଣ ସମ୍ବିତ ପାତ୍ର ଘଟଣା ହେବା ପୂର୍ବରୁ ଏହି ବିଷୟରେ ଟୁଇଟ କରିଥିଲେ? ଜାଣନ୍ତୁ ସତ୍ୟ।

ମୁମ୍ବାଇ ମବ୍ ଲିଞ୍ଚିଂ ରେ ସାଧୁଙ୍କ ହତ୍ୟା ପରେ ସାରା ଦେଶରେ ଲୋକେ ଆଶ୍ଚର୍ଯ୍ୟ ଏବଂ କ୍ରୋଧରେ ଅଛନ୍ତି। ଏହି କଥା ନେଇ ଅନେକ ମତ ଏବନ ଅନେକ ପ୍ରତିକ୍ରିୟା ଦେଖିବା କୁ ମିଳିଛି। ଏହି ସମୟରେ ନ୍ୟୁଜ ଛେନାଲ ମଧ୍ୟ ଏହି କଥାକୁ ଗମ୍ଭୀରଟାରେ ନେଇ ଏହି ବିଷୟ ଜଡ଼ିତ ଖବର ନିଜ ଛେନାଲରେ ପ୍ରସାରିତ କରିଛନ୍ତି। ଆର୍ନବ ଗୋସ୍ଵାମୀ ମଧ୍ୟ ଏହି ମବ୍ ଲିଞ୍ଚିଂ କୁ ନେଇ ସୋନିୟା ଗାନ୍ଧୀଙ୍କ ବିଷୟରେ ଅପମାନ ଜନକ […]

Continue Reading

କ’ଣ ଭାଇରାଲ ଫୋଟୋରେଥିବା ମାଁ କୋରୋନା ରୋଗର ଶେଷ ଷ୍ଟେଜ୍ ରେ ତା ଛୁଆକୁ ଧରି ସୋଇଛି?

କୋରୋନା ଭାଇରସରେ ବିଶ୍ୱର ସାରା ଲୋକ ଆତଙ୍କରେ ଅଛନ୍ତି। ଏଥି ମଧ୍ୟରେ ସୋସିଆଲ ମିଡ଼ିଆରେ କିଛି ଅଲଗା ଅଲଗା ଦାବିରେ ଫୋଟୋ ଭାଇରାଲ ହେଉଛି। 20 ଏପ୍ରିଲରେ ଆମ ଓଡ଼ିଶା ନାମକ ପେଜରେ ଏକ ଫୋଟୋ ପୋଷ୍ଟ କରାଯାଇଛି । ପୋଷ୍ଟରେ ଏକ ମାଁ ତା ଛୁଆକୁ ଧରି ସୋଇଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, କୋରୋନାରେ ଶେଷ ଷ୍ଟେଜିରେଥିବା ମାଆ ପୁଅକୁ ଧରିକି ସୋଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 576ଥର ସେୟାର […]

Continue Reading

ମେଘା ଶର୍ମା ନାମକ ଗୃହିଣିଙ୍କ ମୃତ୍ୟୁକୁ ଡା. ମେଘା ବ୍ୟାସ କୋରୋନା ରୋଗରେ ମୃତ୍ୟୁ ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ମହିଳାର ଫୋଟୋ ଭାଇରାଲ ହେଉଛି।  ଭାଇରାଲ ଫୋରେ ଥିବା ମହିଳା ପୁଣେର ଡାକ୍ତର ମେଘା ବ୍ୟାସ ଅଟନ୍ତି ଏବଂ ତାଙ୍କର କରୋନା ସଂକ୍ରମଣରୁ ମୃତ୍ୟୁ ହୋଇଥିବା ଦାବି କରାଯାଇଛି। 24 ଏପ୍ରିଲରେ ଆମ ଓଡ଼ିଶା ନାମକ ପେଜରେ ଏହା ପୋଷ୍ଟ କରାଯାଇ ଲେଖା ଯାଇଛି ଯେ,  କରୋନା ରୋଗୀଙ୍କ ସେବା କରିବା ସମୟରେ ଡାକ୍ତର ମେଘା ବ୍ୟାସ କରୋନାରେ ସଂକ୍ରମିତ ହୋଇ ତାଙ୍କର ମୃତ୍ୟୁ ହୋଇଛି।  ତାଙ୍କୁ ପୋଷ୍ଟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ […]

Continue Reading

ମହାରାଷ୍ଟ୍ରରେ ପିଲା ଚୋର ଗୁଜବ ପାଇଁ ହୋଇଥିବା ଦୁଇ ସାଧୁଙ୍କ ହତ୍ୟା ଘଟଣାକୁ ସାମ୍ପ୍ରଦାୟିକ ରୂପ ଦିଆ ଯାଇଛି।

କୋରୋନା ଭାଇରସ ପାଇଁ ଦେଶରେ ଜେଉଁଠି ଲକଡାଉନ ହୋଇଛି ଏଥି ମଧ୍ୟରେ ଦୁଇ ଜଣ ସାଧୁଙ୍କୁ ହତ୍ୟା କରିବାର ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 19 ଏପ୍ରିଲରେ ମହାରାଷ୍ଟ୍ରରେ ଦୁଇ ସାଧୁଙ୍କୁ କିଛି ଲୋକ ହତ୍ୟା କରିବାର ଖବର ସାମ୍ନାକୁ ଆସିଛି। ଏହି ହତ୍ୟା କାଣ୍ଡକୁ ହିନ୍ଦୁ ମୁସ୍ଲିମ  ସାମ୍ପ୍ରଦାୟିକ ରୂପ ଦିଆ ଯାଉଛି। 19 ଏପ୍ରିଲରେ ଆମ ଓଡ଼ିଶା ନାମକ ପେଜରେ ଦୁଇ ସାଧୁଙ୍କ ଏହି ହତ୍ୟା ଖବର ପୋଷ୍ଟ କରି ଦାବି କରାଯାଇଛି […]

Continue Reading

2012 ଭାରତ ମାନଚିତ୍ର ଫୋଟୋକୁ ଆମେରିକାର CEO କୋରୋନା ସଂକ୍ରମଣ ପାଇଁ ବନାଇଥିବା ଦାବିରେ ଭାଇରାଲ କରାଯାଉଛି।

ଭାରତର 130 କୋଟି ଜନସଂଖ୍ୟା ଏବେ କୋରୋନା ଭାଇରସ୍ ସଂକ୍ରମଣ ସହ ଲଢୁଛନ୍ତି। ଭାରତ ଭଳି ଜନ ବହୂଳ ଦେଶରେ ଲକଡାଉନ୍ କରି କୋରୋନା ବିରୋଧରେ ଲଢିବା ବିଶ୍ୱରେ ଏକ ବଡ ଉଦାହରଣ ସୃଷ୍ଟି କରିଛି। ଏଥି ମଧ୍ୟରେ ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟ ଭାଇରାଲ୍ କରାଯାଉଛି ଯେ, ଆମେରିକା ସିଈଓ ଭାରତର ଏକ ମାନଚିତ୍ର ଗଠନ କରିଛନ୍ତି। ଯେଉଁଥିରେ ସେ ଦର୍ଷେଇଛନ୍ତି ଯେ, ଭାରତର ସମସ୍ତ ରାଜ୍ୟ ବିଶ୍ୱର 20ଟି ଦେଶର ଜନଗଣନା ସହ ସମାନ […]

Continue Reading

କ’ଣ ସାମାଜିକ ଦୂରତା ପାଳନ କରୁଥିବା ଏହି ମାର୍କେଟର ଦୃଶ୍ୟ ଭାରତର ମିଜୋରାମ ରାଜ୍ୟ ଅଟେ? ଜାଣନ୍ତୁ ସତ୍ୟ।

କୋରୋନ ଭାଇରସ ବିରୁଦ୍ଧରେ କୌଣସି ଔଷଧ ବା ଟୀକା ନ ବାହାରିଥିବା କାରଣରୁ ଅନେକ ଦେଶ ବର୍ତମାନ ମଧ୍ୟ ତାଲାବନ୍ଦ ସ୍ଥିତିରେ ଅଛି। ଏହି ସମୟରେ ବିଶ୍ଵ ସାରା ଲୋକେ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରୁଛନ୍ତି। କଠିନ ସମୟରେ ମହୀ ଲୋକେ ହାର ନ ମାନି ଏପରି ଭାବେ ପରସ୍ପରକୁ ସାହାଜ୍ଯ କରୁଛନ୍ତି।  ୨୨ ଏପ୍ରିଲରେ ଜଣେ ଫେସବୁକ ୟୁଜର ଗୋଟିଏ ଫେସବୁକ ପେଜରେ କିଛି ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି […]

Continue Reading

ଭାଇରାଲ ଫୋଟୋରେଥିବା ନର୍ସର କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇ ନାହିଁ।

ମାହାରାଷ୍ଟରର ପୁନେ ହସ୍ପିଟାଲରେ କୋରୋନା ସଂକ୍ରମଣରେ କିଛି ନର୍ସ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଜୋରଦାର ଭାଇରାଲ ହେଉଛି। 22 ଏପ୍ରିଲରେ Jajpur Market Khabar ନାମକ ଏକ ପେଜରେ ଏକ ନର୍ସର ଫୋଟୋ ପୋଷ୍ଟ କରାଯାଇ ଦାବି କରାଯାଇଛି ଯେ, ଫୋଟୋରେ ଥିବା  କୋମଲ ମିଶ୍ରା ନାମକ ଝିଅଟି ମହାରାଷ୍ଟ୍ର ସ୍ଥିତ ପୁନେର ଏକ ହୋସ୍ପିଟାଲରେ ନର୍ସ ଥେଲେ। କୋରୋନା ରୋଗୀଙ୍କ ଚିକିତ୍ସା କରୁ କରୁ କୋରୋନା ରୋଗରେ […]

Continue Reading

2017 ଫୋଟୋକୁ ଲକଡାଉନରେ ଛୁଆଟି ସାହାଯ୍ୟ ପାଇ ଖୁସିରେ ଘରକୁ ଫେରୁଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନାରେ ଲକଡାଉନ କାରଣରୁ ଗରିବ ଲୋକମାନେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ସୋସିଆଲ ମିଡ଼ିଆରେ ଏହକୁ ନେଇ ଏକ କଥା ମଧ୍ୟ କୁହା ଯାଇଛି ଯେ, ଧନୀ ଲୋକ କୋରୋନା ସଂକ୍ରମଣ ଧରି ଦେଶକୁ ଆସିଲେ କିନ୍ତୁ ଏହାର କଷ୍ଟ ଗରିବଲୋକଙ୍କୁ ଭୋଗିବାକୁ ପଡୁଛି। ଏଥି ମଧ୍ୟରେ ନିଜ ନିଜ ଘରକୁ ଫେରୁଥିବା ଗରିବ ଲୋକଙ୍କ ଫୋଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 10 ଏପ୍ରିଲରେ Jagannath Smal ନାମକ ଜଣେ ଫେସବୁକ ୟୁଜର […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଲାଲ ନଇ ପାଣି ଘଟଣା ରୁଷିଆ ଦେଶର ଅଟେ? କ’ଣ ବାଯୁମଣ୍ଡଳ ରେ ପରିବର୍ତ୍ତନ ଆସିବା ଯୋଗୁଁ ନଇ ରଙ୍ଗ ଲାଲ ହେଇଯାଇଥିଲା? ଜାଣନ୍ତୁ ସତ୍ୟ।

17 ଏପ୍ରିଲରେ ଜଣେ ଫ୍କେବୂକ ୟୁଜର “ଏଲ.ଏଣ୍ଡ.ଟି କଂଷ୍ଟ୍ରକ୍ସନ ଫ୍ରେଣ୍ଡ୍ସ ଜଏନ” ନାମକ ପେଜରେ ଗ୍ଗୋଟୁଏ ଭିଡିଓ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ଏହି ଭିଡିଓ ଟି ରୁଷିଆ ଦେଶର ସାଇବେରିଆ ଆଞ୍ଚଲର ଅଟେ। ଏହି ଭିଡିଓ ରେ ଏହା ଦାବି କରା ଯାଇଅଛି ଯେ ରୁଷିଆ ର ସିବେରିଆନ ନଈ ର ଜଳରାଶି ଏବେ ହଠାତ ଲାଲ ହୋଇ ଯାଇଛି। ହଠାତ ବାୟୁମଣ୍ଡଳ ରେ ପରିବର୍ତ୍ତନ ଆସିବା ଯୋଗୁଁ ଏହା ଏକ ଭୌଗଳିକ […]

Continue Reading

କ’ଣ କୋରୋନା ସ୍କ୍ରିନିଙ୍ଗ ପରୀକ୍ଷା କରିବା ପାଇଁ ଯାଇଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଥର ଫିଙ୍ଗି ମାରିଲେ ଦିଲ୍ଲୀର ମୁସଲମାନ ଲୋକେ? ଜାଣନ୍ତୁ ସତ୍ୟ।

Photo Credit: National Issue 24 ୧ ଏପରିଲ ରେ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଦିଲ୍ଲୀରେ ମୁସଲମାନ ସମୁଦାୟ ଲୋକେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଥର ଫିଙ୍ଗି ମାରୁଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଦଳ ଦିଲ୍ଲୀ ରେ ନିଜମୁଦ୍ଦିନ ଘଟଣାରେ ଯୋଗ ଦେଇ ଥିବା ଲୋକଙ୍କ କୋରୋନା ଚିହ୍ନଟ ଏବଂ ସ୍କ୍ରିନିଙ୍ଗ କରିବା ପାଇଁ ଆସିଥିଲେ। ଏହି […]

Continue Reading

2015 ଏବଂ 2018 ପୁରୁଣା ଫୋଟୋକୁ ମାଁ କୋରୋନା ସଂକ୍ରମଣ ପିଡ଼ିତଥିବାରୁ ଛୁଆ କାନ୍ଦୁଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ସଂକ୍ରମଣରେ ଅନେକ ଦେଶ ଆସିସାରିଛନ୍ତି। ସୋସିଆଲ ମିଡ଼ିଆରେ ଏହାକୁ ନେଇ ଅନେକ ଖବର ମଧ୍ୟ ଭାଇରାଲ ଦେଉଛି। ଏଥିମଧ୍ୟରେ 19 ଏପ୍ରିଲରେ Bijaya Agarwall ନାମକ ଜଣେ ବ୍ୟକ୍ତି ସୂନ୍ଦର ଓଡ଼ିଶା ପରିବାର ପେଜରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫୋଟୋରେ ଥିବା ଛୁଆ ତା ମାଁକୁ କୋରୋନା ହୋଇଥିବାର ଦାବି କରାଯାଇଛି ଏବଂ ଛୁଆଟି ତା ମାଁର ସ୍ୱାସ୍ଥ୍ୟ ପାଇଁ ଭଗବାନକୁ ପ୍ରାଥନା କରିବା ପାଇଁ କହୁଛି। ପୋଷ୍ଟର ଅନ୍ୟ […]

Continue Reading

କ’ଣ ଭଡ଼ାରେ ରହୁଥିବା ଡାକ୍ତରଏବଂ ନର୍ସ ମାନଙ୍କୁ ସଂକ୍ରମଣ ଭୟରେ ତାଙ୍କ ମାଲିକମାନେ ଘର ଖାଲି କରିବାକୁ କହୁଛନ୍ତି? କ’ଣ ଏହି ଫୋଟୋ ଭାରତର? ଜାଣନ୍ତୁ ସତ୍ୟ।

27 ମାର୍ଚରେ ଜଣେ ଫେସବୁକ ୟୁଜର ଆମ ଗାଁ ପରିବାର ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ଭଡ଼ାରେ ରହୁଥିବା ଡାକ୍ତର, ନର୍ସମାନଙ୍କୁ ସଂକ୍ରମଣ ଭୟରେ ତାଙ୍କ ଘର ମାଲିକମାନେ ଘର ଖାଲି କରିବାକୁ କହୁଛନ୍ତି। ଏହି ପୋଷ୍ଟରେ ଏହା କୁହା ଯାଇଅଛି ଯେ ଡାକ୍ତର ଏବଂ ନର୍ସ ମାନେ ୨୪ ଘଣ୍ଟା ଦିନରାତି ନିଜ ଜୀବନକୁ ମରଣମୁହଁକୁ ଠେଲି ଲୋକଙ୍କ  ଜୀବନ ବଞ୍ଚାଇବାରେ ଲାଗିଛନ୍ତି। ଏହି ପୋଷ୍ଟରେ […]

Continue Reading

ମାଲେସିଆ ଡାକ୍ତରଙ୍କ ଫୋଟୋକୁ ଇଣ୍ଡୋନେସିଆରେ କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଡଃ ହାଦିଓଙ୍କ ନାମରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ପାଇଁ ବିଶ୍ୱର ଡାକ୍ତରମାନେ ତାଙ୍କ ପରିବାରଠରୁ ଦୁରରେ ରହୁଛନ୍ତି। ଏହା ଏକ କଠିନ ଦାୟକ ସମୟ ଅଟେ। ଲକମାନଙ୍କୁ ଘରେ ରହିବା ପାଇଁ ବାରବାର ସରକାର ନିର୍ଦ୍ଦେଶ ଦେଲେ ମଧ୍ୟ ଲୋକମାନେ ମାନୁନଥିବାର ଖବର ବାରମ୍ବାର ସାମ୍ନାକୁ ଆସୁଛି। 26 ମାର୍ଚରେ Mu Odia ନାମକ ପେଜରେ ଏକ ଫୋଟୋ ପୋଷ୍ଟ କରିଥିଲେ। ପୋଷ୍ଟ କରାଯାଇଥିବା ଫୋଟୋରେ ଜଣେ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ ଘର ବାହାରେ ଠିଆ ହୋଇ ତା ଦୁଇ ଛୁଆକୁ […]

Continue Reading

କ’ଣ ଭାଇରାଲ ଫୋଟୋରେଥିବା ଫୁଲ ନାଗ ପୁଷ୍ପ ହିମାଳୟରେ 36 ବର୍ଷରେ ଥରେ ଫୁଟେ ଏବଂ ସୂର୍ଯ୍ୟୋଦୟ ମାତ୍ରେ ଝଡ଼ି ପଡ଼େ? ଜାଣନ୍ତୁ ସତ୍ୟ।

6 ଏପ୍ରିଲରେ Santosh Bisoi ନାମକ ଜଣେ ଫେସବୁକ ୟୁଜର  Yay Naveen ନାମକ ପଜରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଏକ ଫୁଲର ଫୋଟୋ ଦିଆ ଯାଇ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋର ନାମ ନାଗ ପୁଷ୍ପ ଅଟେ। ଏହା 36 ବର୍ଷରେ ଥରେ  ହିମାଳୟରେ ଫୁଟିଥାଏ ଏବଂ ସୂର୍ଯ୍ୟୋଦୟ ମାତ୍ରେ ଝଡ଼ି ଯାଏ। ପୋଷ୍ଟରେ ଏହି ଫୋଟୋକୁ ଅଧିରକରୁ ଅଧିକ ସେୟାର କରିବା ପାଇଁ ଅନୁରୋଧ କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ […]

Continue Reading

କ’ଣ ରତନ ଟାଟା କୋରୋନା ଭାଇରସ୍ ପାଇଁ ଭାରତ ଅର୍ଥନୀତିର ବିପୁଳ ପତନକୁ ନେଇ କୌଣସି ମତ ଦେଇଛନ୍ତି କି?

କୋରୋନା ଭାଇରସ୍ ପାଇଁ ଦେଶର ଅର୍ଥନିତି ଦିନ କୁ ଦିନ ବିଗିଡ଼ିବାରେ ଲାଗିଛି। ଏଥିମଧ୍ୟରେ ସୋସିଆଲ ମିଡ଼ିଆରେ ରତନ ଟାଟାଙ୍କ ନାମରେ ଏକ ପୋଷ୍ଟ ଭାଇରାଲ ହେଉଛି। ପୋଷ୍ଟରେ ରତନ ଟାଟା ଦେଶେର କୋରୋନା ଭାଇରସ କାରଣରୁ ଭାରତ ଅର୍ଥନୀତିକୁ ନେଇ ତାଙ୍କ ମତ ପ୍ରକାଶ କରିଥିବାର ଦାବି କରାଯାଉଛି। Arun kumar Mishra ନାମକ ଜଣେ ଫେସବୁକ ୟୁଜର ଏହା ପୋଷ୍ଟ କରିଛନ୍ତି। ପୋଷ୍ଟରେ ରତନ ଟାଟା କହିଛନ୍ତି ଯେ, ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ, […]

Continue Reading

କ’ଣ କୋରୋନା କୁ ଭୟ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଲୋକଙ୍କୁ ହରେ ରାମ ହରେ କୃଷ୍ଣ ଜପିବାକୁ କହିଲେ? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଡୋନାଲ୍ଡ ଟ୍ରମ୍ଫଙ୍କ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେ ଲୋକ ମାନଙ୍କୁ ହରେ ରାମ ହରେ କୃଷ୍ଣ ଜାପ କରିବା ପାଇଁ କହିଛନ୍ତି। ଆମେ ଏହି ପୋଷ୍ଟର ଫେକ୍ଟ୍ ଚେକ୍ କରିଲୁ।  ଆସନ୍ତୁ ଜାଣିବା ପୋଷ୍ଟର ଦାବି କଣ: ୨୪ ମାର୍ଚରେ ଓଡ଼ିଶା ଭେଦିକ ବ୍ରାହମଣ ପରିଷଦ ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି ଜରା ଯାଇଅଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଲୋକଙ୍କୁ କୋରୋନା ଭୟରେ […]

Continue Reading

କୋରୋନା ରୋଗୀଙ୍କ ସାମ୍ନାରେ ଡାକ୍ତରଙ୍କ ନାଚୁଥିବା ଭିଡିଓ ପାକିସ୍ତାନର ଅଟେ।

କୋରୋନା ପାଇଁ ହସ୍ପିଟାଲରେ ଦିନ କୁ ଦିନ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। କୋରୋନା ସହ ଲଢେଇରେ ଡାକ୍ତର, ପୋଲିସ ଏବଂ ସଫା କରୁଥିବା କର୍ମୀଙ୍କୁ ଆଗ ଧାଡ଼ୀର ସୈନ୍ୟ ବୋଲି ଆକ୍ଷା ଦିଆ ଯାଇଛି। ଏଥି ମଧ୍ୟରେ ସୋସିଆଲ୍ ମିଡ଼ିଆରେ କିଛି ଡାକ୍ତର କୋରୋନା ରୋଗୀଙ୍କ ସାମ୍ନାରେ ନାଚୁଥିବାର ତ ପୋଲିସ୍ କର୍ମୀଙ୍କ ଗୀତ ଗାଇ କୋରୋନା ସହ ଲଢିବା ପାଇଁ ଲୋକଙ୍କ ମନୋବଳ ବଢାଉଥିବାର  ଭିଡ଼ିଓ ସାମ୍ନାକୁ ଆସୁଛି। 12 ଏପ୍ରିଲରେ Times odia […]

Continue Reading

କ’ଣ ଭାଇରାଲ ଫୋଟୋରେଥିବା ବ୍ୟକ୍ତି କୋରୋନାକୁ ବେଖାତିର କରି ଲୋକଙ୍କୁ ସମୂହ ନମାଜ ପାଠ ପାଇଁ ଉତ୍ସାହିତ କରି ନିଜେ କୋରୋନା ରୋଗରେ ପିଡ଼ିତ ଅଛନ୍ତି? ଜାଣନ୍ତୁ ସତ୍ୟ।

କୋରୋନା ଭାଇରସକୁ ଦେଇ ବିଶ୍ୱରେ ଆତଙ୍କର ବାତାବରଣ ବଢ଼ିଚାଲିଥିବା ସମୟରେ କିଛି ଲୋକ ଲକଡାଉନ ଏବଂ କୋରୋନା ସଂକ୍ରମଣକୁ ଗମ୍ଭୀର ଭାବେ ନେଉ ନହାନ୍ତି। ଭାରତ ,ଆମେରିକା ,ଇଟାଲୀ ସମେତ ପାକିସ୍ତାନରେ ମଧ୍ୟ  କୋରୋନା ଭାଇରସ୍ ସହ ଲଢ଼ିବା ପାଇଁ ଲକଡାଉନ କରା ଯାଉଇଛି। କିନ୍ତୁ ଏଥି ମଧ୍ୟରେ କିଛ୍ ମୁସ୍ଲିମମାନେ ଲକଡାଉନର ନିୟମ ନ ମାନି ନମାଜ ପଢ଼ିବା ପାଇଁ ଏକତ୍ର ହେଉଛନ୍ତି। 26 ମାର୍ଚ୍ଚରେ କମଲ ବ୍ରହ୍ମା ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading

କ’ଣ ଜଳ ଦ୍ଵାରା ମଧ୍ୟ ବ୍ୟାପୀ ଥାଏ କୋରୋନା ଭାଇରସ? କ’ଣ ସତ୍ୟତା ଏହି ପୋଷ୍ଟର? ଆସନ୍ତୁ ଜାଣିବା।

କରୋନା ଭାଇରସକୁ ନେଇ ବୈଜ୍ଞାନିକମାନେ ଲଗାତାର ଭାବେ ରିସର୍ଚ୍ଚ କରୁଛନ୍ତି । ଏହି ରିସର୍ଚ୍ଚରେ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେସୁଦ୍ଧା ସ୍ପର୍ଶ ଦ୍ୱାରା ଏହି ଭାଇରସ ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ ବୋଲି ସୂଚନା ମିଳିଥିଲା । ପରେ ବୈଜ୍ଞାନିକମାନେ ଏହା ପଶୁପକ୍ଷୀଙ୍କ ଦ୍ୱାରା ମଧ୍ୟ ବ୍ୟାପିଥାଏ ବୋଲି କହିଥିଲେ ।  ୧୨ ଏପ୍ରିଲ ରେ ଓଡ଼ିଶା କରାନ୍ତି ନାମକ ସାଇଟରେ ଏହା ଦାବି କରା ଯାଇଅଛି ଯେ […]

Continue Reading

ଗିରିରାଜ ଶୁକ୍ଲାଙ୍କ ଫୋଟୋକୁ ରାମାୟଣର ସୁଗ୍ରୀବ ଅଭିନେତା ଶ୍ୟାମ ସୁନ୍ଦର କାଲାନୀଙ୍କ ନିଧନ କହି ଭାଇରାଲ କରାଯାଉଛି।

କୋରୋନା ଭାଇରସ ପାଇଁ  ଦେଶରେ ଲକଡାଉନ ସ୍ଥିତି ବନି ରହିଛି। ଏଥି ମଧ୍ୟରେ ଲୋକ ପୁରୁଣା ଯୁଗକୁ ପୁଣି ଅନୁଭବ କରିବା ପାଇଁ ଡିଡି ନେଶ୍ନାଲରେ ରାମାୟଣର ପ୍ରଶାରଣ ଆରମ୍ଭ ହୋଇ ଯାଇଛି। ଲୋକମାନେ ଘରେ ରହି ରାମାୟଣର ଭରପୁର ଆନନ୍ଦ ନେଉଛନ୍ତି। ରାମାୟଣରେ ରାମ ,ହନୁମାନ, ଲକ୍ଷ୍ମଣ, ସୀତା ସମେତ ସମସ୍ତ କଳାକାରଙ୍କର ପ୍ରଶନସା କରୁଛନ୍ତି। ରାମାନନ୍ଦ ସାଗରଙ୍କ ରଚିତ ରାମାୟଣରେ ସୁଗ୍ରବ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶ୍ୟାମ ସୁନ୍ଦର କାଲାନୀଙ୍କ ଦେହାନ୍ତ ହୋଇଛି। […]

Continue Reading

ଡାକ୍ତର ବନ୍ଦନା ତିବାରିଙ୍କର ମୃତ୍ୟୁ କୋରୋନା ସଂକ୍ରମଣରୁ ନୁହେଁ ବରଂ ବ୍ରେନ ହାମ୍ରେଜ କାରଣରୁ ମୃତ୍ୟୁ ହୋଇଛି।

କୋରୋନା ପାଇଁ ବିଶ୍ୱରେ ଆତଙ୍କ ଦିନ କୁ ଦିନ ବଢ଼ିବାରେ ଲାଗିଛି। କୋରୋନା ସଂକ୍ରମଣରେ ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁନି। କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଏହି ରୋଗରେ ପିଡ଼ିତ ହେଉଛନ୍ତି। ଗଚ କିଛି ଦିନ ତଳି ରିୟାଜ ଉସମାନ ନାମକ ଜଣେ ପାକିସ୍ତାନି ଡାକ୍ତରଙ୍କର କୋରୋନା ଭାଇରସରେ ମୃତ୍ୟୁ ହୋଇଥିଲା।ଏବେ ଏପରି ଅନ୍ୟ ଅକ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯେ,  ବନ୍ଦନା ତିବାରି ନାମକ ଜଣେ ଡାକ୍ତର କୋରୋନା […]

Continue Reading