Archives

ଜାପାନରେ ହୋଇଥିବା G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଣଦେଖା କରାଯାଇଥିଲା କି?

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱ ନେତାଙ୍କ ସହ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ସହିତ ଦାବି କରାଯାଉଛି ଯେ ବିଶ୍ୱର କୌଣସି ନେତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଚାରୁ ନାହାଁନ୍ତି। କିନ୍ତୁ ବାସ୍ତବରେ ଏହି ଦାବି ମିଥ୍ୟା ଏବଂ ଭିତ୍ତିହୀନ ବୋଲି ପ୍ରମାଣିତ କରେ। କାରଣ, ପୋଷ୍ଟ ହୋଇଥିବା ଭିଡିଓ ମାର୍ଚ୍ଚ 2023 ରେ ଅନୁଷ୍ଠିତ G7 ସମ୍ମିଳନୀର ଅଟେ। ଏହି ଭିଡିଓ ଅସମ୍ପୂର୍ଣ୍ଣ ଅଟେ। ଭୁଲ ତଥ୍ୟ ସହିତ […]

Continue Reading

ଭାଇରାଲ ଭିଡିଓରେ ଅମୁଲ ଲାସିର ପ୍ୟାକେଟରେ ଥିବା ଫଙ୍ଗସର ସତ୍ୟତା ଜାଣନ୍ତୁ……

ଏହି ଭିଡିଓରେ ଦେଖାଯାଇଥିବା ଘଟଣା ଏକ ବିଭ୍ରାନ୍ତିକର ଦାବି ସହିତ ସେୟାର କରାଯାଉଛି।  ଫ୍ୟାକ୍ଟ କ୍ରେସେଣ୍ଡୋ ଅମୁଲ କମ୍ପାନିଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଭାଇରାଲ ଦାବି ମିଥ୍ୟା ଅଟେ। ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି  ଯେଉଁଏଥିରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଅମୁଲଙ୍କ ଲାସିର ଖୋଲା ପ୍ୟାକେଟ୍ ଦେଖାଉଛନ୍ତି । ଏଥିରେ ସେ କହୁଛନ୍ତି ଯେ ସେ ଅମୁଲଙ୍କ ଠାରୁ ପାଞ୍ଚ ପ୍ୟାକେଟ୍ ଲସି କିଣିଥିଲେ ଏବଂ ଏଥିରେ ଥିବା […]

Continue Reading

କ’ଣ ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର ହେବ ପରେ ଲୋକେ ତାଙ୍କ କଳା ଧନ ବାହାର କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଆରବିଆଇ ୨୦୦୦ ଟଙ୍କା ନୋଟ୍ ଗୁଡିକୁ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେଇଛି। ୨୦୧୬ ମସିହାରେ ୨୦୦୦ ଟଙ୍କାର ନୋଟ୍ ଜନସାଧାରଣଙ୍କ ୟବାହାର ପାଇଁ ସୃଷ୍ଟି କର ଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାର ପ୍ରତ୍ୟାହାର ସୂଚନା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ୨୦୦୦ ଟଙ୍କା ନୋଟ୍ ବ୍ଯାଙ୍କରେ ବଦଳାଇବା ପାଇଁ ସୂଚିତ କର ଯାଇଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ […]

Continue Reading

କ’ଣ ବିବାହ ସମୟରେ ଯୌତୁକ ମାଗିଥିବାରୁ ଶଶୁର ନିଜ ଜ୍ଵାଇଁକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଏକ ବିବାହ ସମାରୋହରେ ଜଣେ ବ୍ୟକ୍ତି ବରକୁ ମାଡ ମାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରାଯାଉଛି ଯେ ବିବାହ ସମୟରେ ବର ଯୌତୁକରେ ଗାଡି ନେବ ବୋଲି ଜିଦ କରିବା ପରେ ତାହାକୁ ମାଡ ମରା ଯାଉଛି।  ଭିଡିଓର କ୍ୟାପସନ୍ ରେ ଲେଖା ଯାଇଛି ଯେ, “ଯୌତୁକରେ ଗାଡି ମାଗିବାରୁ ଚପଲରେ ପିଟିଲା ଶଶୁର” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ପ୍ରକୃତ ଘଟଣା […]

Continue Reading

ମଣିପୁରରେ ଗାଈ ବଧ କରିବାର ପୁରୁଣା ଭିଡିଓ କର୍ଣ୍ଣାଟକରେ କଂଗ୍ରେସ ବିଜୟର ଉତ୍ସବ ଭାବରେ ସେୟାର କରାଯାଇଥିଲା।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଦଳର ବିଜୟ ପରେ ସୋସିଆଲ ମିଡିଆରେ ବିଭିନ୍ନ ଦାବି ପ୍ରଚାର କରାଯାଉଛି। ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ କିଛି ଲୋକ କ୍ଷେତରେ ଗୋଟେ ଗାଈର ଶବ ପରୀକ୍ଷା କରୁଥିବା ଦେଖାଯାଇଛି। ଗାଈ ଗଳାରୁ ରକ୍ତ ବାହାରୁଥିବା ଦେଖାଯାଉଛି ଏହା ସହିତ  ବିଜେପି ପତାକା ତଳେ ପଡ଼ିଥିବାର ଦେଖାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ. କର୍ଣ୍ଣାଟକରେ କଂଗ୍ରେସର ଜିତିବା ପରେ ମୁସଲମାନ ମାନେ ବିଜେପି ପତାକାରେ […]

Continue Reading

ମେଘାଳୟର ବସ୍ ଦୁର୍ଘଟଣାର ଭିଡିଓ ନୁହେଁ, ବରଂ ଇଣ୍ଡୋନେସିଆର ଅଟେ।

ଆଜିକାଲି ସୋସିଆଲ ମିଡିଆରେ ବସ୍ ଦୁର୍ଘଟଣାର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ଲାଲ୍ ବସ୍ ଏକ ଖରାପ ରାସ୍ତାରେ ଦ୍ରୁତ ଗତିରେ ଚାଲୁଛି ଏବଂ  ଅନେକ ଲୋକ ଏହି ବସ୍ ପଛରେ ଦୌଡୁଛନ୍ତି । ଏହା ଛଡ଼ା ଲୋକମାନେ ବସ ଦୁର୍ଘଟଣା ହେବାକୁ ଯାଉଥିବା ବେଳେ ଚିତ୍କାର କୁଛନ୍ତି। କିଛି ସମୟ ମଧ୍ୟରେ ଏହି ବସଟି ନିକଟସ୍ଥ ଖାଲରେ ପଡ଼ିଗଲା।  ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, ଭିଇରାଲ ଭିଡିଓ ମେଘାଳୟରେ ଘଟିଥିବା […]

Continue Reading

କ’ଣ ଜଣେ ମୁସ୍ଲିମ ବ୍ୟକ୍ତି ମହିଳାଙ୍କ ସହିତ ଅଭଦ୍ର ଆଚାରନ କରିଥିବାରୁ କେରଳର ହିନ୍ଦୁ ମହିଳା ମାନେ ତାକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ମହିଳା ମାନେ ଜଣେ ବ୍ୟକ୍ତିକୁ ତାଙ୍କ କାରରୁ ଟାଣି ନେଉଥିବାର ନଜର ଆସିଛି। ଦାବି କରା ଯାଉଛି ଯେ ଏହି ଭିଡିଓରେ କିଛି ମହିଳା ମୁସଲମାନ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ଅଭିଯୋଗରେ ମାଡ ମାରୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ଦାବି ଅନୁଯାୟୀ, ମହିଳା ମାନେ ହିନ୍ଦୁ ସମ୍ପ୍ରଦାୟର ଅଟନ୍ତି ଏବଂ ସେମାନଙ୍କୁ ଶୋଷଣ କରୁଥିବା ବ୍ୟକ୍ତି ଜଣେ ମୁସଲମାନ ଅଟେ। କୁହାଯାଉଛି ଯେ […]

Continue Reading

ସିକ୍କିମରେ ହୋଇଥିବା ଅଘଟଣ ଦୃଶ୍ୟକୁ କେଦାରନାଥ ଦାବିରେ ଭାଇରାଲ କରାଯାଉଛି।

କେଦାରନାଥ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଲାଗି ରହୀଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅନେକ ଲୋକ ବରଫ ସହିତ ବୋହି ଆସୁଥିବାର ଦେଖାଯାଉଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ, ଏହି ଭିଡିଓ କେଦାରନାଥର , କେଦାରନାଥରେ ଘଟିଛି ଏପରି ଏକ ଅଘଟଣ। ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ସାବଧାନ କେଦାରନାଥ ଯାଉଥିବା ଯାତ୍ରୀ, ବାବା କେଦାରନାଥ ରେ ଘଟିଲା ଏପରି ଏକ ଅଘଟଣ, ଏମିତି ବରଫ […]

Continue Reading

ବେଙ୍ଗାଲୁରୁର ଏକ ପୁରୁଣା ଭିଡିଓକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ଭୋଟର ଠକେଇ ଦାବିରେ ଭାଇରାଲ…..

କର୍ଣ୍ଣାଟକ ନିର୍ବାଚନ ସହିତ ଏହି ଭିଡିଓର କୌଣସି ସମ୍ପର୍କ ନାହିଁ। ଏହି ଭିଡିଓ 2022 ପଶ୍ଚିମବଙ୍ଗର ଅଟେ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ବ୍ୟାପିବାରେ ଲାଗିଛି। ଏହି ଭିଡିଓ କର୍ଣ୍ଣାଟକର ଗୁଲବର୍ଗା ଉତ୍ତରରୁ ଆସିଛି ଯେଉଁଠାରେ ବିଧାନସଭା ନିର୍ବାଚନରେ ​​ଜିତିବା ପାଇଁ କଂଗ୍ରେସ ଦଳ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଭିଡିଓରେ, ଭୋଟ୍ ଦେବାକୁ ଆସିଥିବା ଲୋକଙ୍କୁ ଇଭିଏମ୍ରେ ପହଞ୍ଚିବାକୁ ଅନୁମତି ଦେଉ ନାହାଁନ୍ତି […]

Continue Reading

କ’ଣ କଂଗ୍ରେସ ନେତା ଦିଗ୍ବିଜୟ ସିଂ କହିଛନ୍ତି ଯେ ଗୋମାଂସ ଖାଇବାରେ କୌଣସି ଭୁଲ ନୁହେଁ? ଜାଣନ୍ତୁ ସତ୍ୟ।

କଂଗ୍ରେସ ନେତା ଦିଗବିଜୟ ସିଂହ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି। ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଆପଣ ମାନେ ତାଙ୍କୁ ଗୋମାଂସ ଖାଇବା ନେଇ ମନ୍ତବ୍ୟ ଦେଉଥିବା ଦେଖି ପାରିବେ।  ଏହି ଭିଡିଓରେ ଦିଗବିଜୟ ସିଂ କହୁଛନ୍ତି ଯେ ଗୋମାଂସ ଖାଇବା କୌଣସି ଖରାବ କଥା ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ଗୋରୁ ନିଜ ମଳ ମଧ୍ୟରେ ଲେଉଟନ୍ତି, ସେମାନେ ମାଁ ନୁହନ୍ତି। ଦାବି […]

Continue Reading

କର୍ଣ୍ଣାଟକର ଭାଟକଲରେ ଇସଲାମିକ ପତାକା ଉତ୍ତୋଳନକୁ ପାକିସ୍ତାନୀ ପତାକା ଦାବିରେ ଭାଇରାଲ କରାଯାଉଛି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ କଂଗ୍ରେସ ନିର୍ବାଚନ ଜିତିଛି। ଏହା ପରେ ସୋସିଆଲ ମିଡିଆରେ ପାକିସ୍ତାନୀ ପତାକା ଉତ୍ତୋଳନ କରାଯିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ପୋଷ୍ଟରେ, ଜଣେ ବ୍ୟକ୍ତି ଏକ ଗୋଲାକାର ଆକୃତି ଉପରେ ସବୁଜ ପତାକା ଧରିଥିବାର ଦେଖାଯାଏ, ଯେଉଁଥିରେ ‘ଓମ୍’ ଲେଖା ଯାଇଛି।  ଭାଇରାଲ ପୋଷ୍ଟରେ ଲାଖାଯାଇଛି ଯେ, କର୍ଣ୍ଣାଟକ ରେ କଂଗ୍ରେସ ଜିତିବା ପରେ ଆଜିର ଦୃଶ୍ୟ, ଏଠି ମନରେ ଉଙ୍କି ମାରେ ପ୍ରଶ୍ନ […]

Continue Reading

କ’ଣ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କୁ ଲୋକେ ଚପଲରେ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

୧୦ ମଇ ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହୋଇଥିଲା ଯାହାର ଫଳାଫଳ ୧୩ ମଇରେ ବାହାରି ସାରିଛି। ନିର୍ବାଚନରେ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠତା ସହିତ ଜିଟିଛି। କିନ୍ତୁ ୧୦ ମଇରେ ନିର୍ବାଚନ ସମୟରେ ଆମକୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଆମେ ଦେଖି ପାରିବା ଯେ ଏକ ବିଶାଳ ଭିଡ ମଧ୍ୟରେ କର୍ଣ୍ଣାଟକ ପୂର୍ବଟନ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ସଂଘର୍ଷ କରୁଛନ୍ତି। ଭିଡିଓରେ ଏପରି ଜଣା ପଡୁଛି ଯେ ଲୋକେ […]

Continue Reading

ଏକନାଥ ସିନ୍ଦେ ସରକାର କୁ ସୁପ୍ରିମ କୋର୍ଟ ବେଆଇନ ଘୋଷଣା କରି ନାହିଁ, ଭିଡିଓରେ ନାଚୁଥିବା ବ୍ୟକ୍ତି ସାଂସଦ ସଞ୍ଜୟ ରାଉତର ନୁହେଁ।

ମହାଷ୍ଟ୍ରରେ ଏକନାଥ ସିନ୍ଦେ ସରକାର କୁ ସୁପ୍ରିମ କୋର୍ଟ ବେଆଇନ ଘୋଷଣା କରି ନାହିଁ। ଏହା ଛଡ଼ା ଭାଇରାଲ ଭିଡିଓ ସାଂସଦ ସଞ୍ଜୟ ରାଉତର ନୁହନ୍ତି। ଶିବସେନା ନେତା ସଞ୍ଜୟ ରାଉତର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ, ଏକନାଥ ସିନ୍ଦେ ସରକାର କୁ ସୁପ୍ରିମ କୋର୍ଟ ବେଆଇନ ଘୋଷଣା କଲା ପରେ ଶିବସେନା ନେତା ସଞ୍ଜୟ ରାଉତ ଖୁସିରେ ନାଚିଲେ।  ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ […]

Continue Reading

ଏହି ଭାଇରାଲ କବର ହାଇଦ୍ରାବାଦର ଅଟେ ପାକିସ୍ତାନର ନୁହେଁ, ବଳାତ୍କାର ଭୟ ଯୋଗୁଁ ଏହାକୁ ପକାଯାଇଛି କି?

ଭାଇରାଲ୍ ଦାବି ମିଥ୍ୟା ଅଟେ। ଭାଇରାଲ୍ ଫୋଟୋ ହାଇଦ୍ରାବାଦର ଅଟେ ଏବଂ ଏହାର ପାକିସ୍ତାନ ଏବଂ ବଳାତ୍କାର ସହିତ କୌଣସି ସଂପର୍କ ନହିଁ।  ସୋସିଆଲ ମିଡିଆ ଏବଂ ନ୍ୟୁଜ ୱେବସାଇଟରେ ଏକ ଖବର ଭାଇରାଲ ହେଉଛି। ଦାବି କରାଯାଇଛି ଯେ ପାକିସ୍ତାନର ଲୋକମାନେ ଝିଅମାନଙ୍କ କବର ବନ୍ଦ କରି ସେମାନଙ୍କୁ ବଳାତ୍କାରକାରୀଙ୍କଠାରୁ ରକ୍ଷା କରୁଛନ୍ତି । ଏହା ସହିତ ଏକ ଫଟୋ ଶେୟାର କରାଯାଉଛି।  ସେଥିରେ ଏକ କବର ଉପରେ ସବୁଜ ରଙ୍ଗର କବାଟ ଅଛି ଯେଉଁଥିରେ  […]

Continue Reading

କ’ଣ କର୍ଣ୍ଣାଟକ ନିର୍ବାଚନ ପରେ ଲୋକେ ଜଣେ ବିଜେପି ନେତାଙ୍କ ଗାଡିରୁ ଇଭିଏମ ମେଶିନ୍ ପାଇଥିବାରୁ ତାହାକୁ ଭଙ୍ଗାରୁଜା କରୁଛନ୍ତି? ଜାଣନ୍ତୁ ସତ୍ୟ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମ୍ପର୍କରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଲୋକ ଇଭିଏମ ମେସିନ ଭାଙ୍ଗୁଥିବା ଦେଖାଯାଉଛି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ ବିଜେପି ନେତାଙ୍କ କାରରେ ଇଭିଏମ ମେସିନ ମିଳିବା ପରେ ସ୍ଥାନୀୟ ଲୋକ ତାଙ୍କୁ ଭଙ୍ଗାରୁଜା କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?  ଭିଡିଓ ସେୟାର କରି ସୋସିଆଲ […]

Continue Reading

କ’ଣ ଯନ୍ତର ମନ୍ତର ଆନ୍ଦୋଳନରେ ଯୋଗଦେବା ପାଇଁ ନକଲି ବିରୋଧକାରୀମାନେ ନିଜର ପୋଷାକ ବଦଳାଉଛନ୍ତି? ଜାଣନ୍ତୁ ସତ୍ୟ।

ଦିଲ୍ଲୀର ଯନ୍ତର ମନ୍ଥରରେ କୁସ୍ତି ଖେଳାଳିଙ୍କର ଆନ୍ଦୋଳନରେ ଯୋଗଦାନ ଦେବା ପାଇଁ ପଞ୍ଜାବର କୃଷକ ମାନେ ସେଠାରେ ପହଞ୍ଚିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ନିଜ ଟୋପି କାଢି ପାଗଢି ପିନ୍ଧୁଛନ୍ତି। ଏହା ସହିତର ଦାବି କରା ଯାଉଛି ଯେ କେଉଁ ପ୍ରକାର ନକଲି ଲୋକମାନେ କୃଷକ ଭେଷ ହୋଇ ଦିଲ୍ଲୀର ଯନ୍ତର ମନ୍ତରରେ କୁସ୍ତି ଖେଳାଳିଙ୍କ ସମର୍ଥନରେ ଆନ୍ଦୋଳନରେ ଯୋଗ ଦେବା ପାଇଁ […]

Continue Reading

ଗୁଜରାଟରେ ଗତ ୫ ବର୍ଷରେ ୪୦,୦୦୦ ମହିଳାଙ୍କ ନିଖୋଜ ହୋଇଥିବା ବିଷୟରେ ସତ୍ୟତା ଜାଣନ୍ତୁ।

ନିକଟରେ ଗୁଜୁରାଟରୁ ନିଖୋଜ ମହିଳାଙ୍କ ବିଷୟରେ ଏକ ସୂଚନା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗତ ୫ ବର୍ଷ ମଧ୍ୟରେ ଗୁଜୁରାଟରୁ ୪୧ ହଜାର ମହିଳା ନିଖୋଜ ହୋଇଯାଇଥିବା ଦାବି ହେଉଛି। ଗତ 5 ବର୍ଷ ମଧ୍ୟରେ ଗୁଜୁରାଟରୁ ୪୧ ହଜାର ମହିଳା ନିଖୋଜ ହୋଇଯାଇଛନ୍ତି ବୋଲି ଏନସିଆରବି ର ଏକ ରିପୋର୍ଟ କହିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ସୂଚନା ନେଇ ସୋସିଆଲ ମିଡିଆରେ ସମ୍ପୁର୍ଣ୍ଣ ତଥ୍ୟ ଦର୍ଶାଅ […]

Continue Reading

କ’ଣ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସମୟରେ ସୋନିୟା ଏବଂ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କୁ ଅସମ୍ମାନ କରିଥିଲେ? ଜାଣନ୍ତୁ ସତ୍ୟ।

୧୦ ମଇ ରେ କର୍ଣ୍ଣାଟକ ନିର୍ବାଚନ ହୋଇଥିଲା। ଏହା ପୂର୍ବରୁ ଅନେକ ରାଜନୈତିକ ଦଳ ନିଜ ପାର୍ଟି ପ୍ରଚାର ପାଇଁ ରେଲି ଆୟୋଜନ କରିଥିଲେ। ଏହି ସମୟରେ କର୍ଣ୍ଣାଟକରେ କଂଗ୍ରେସର ଏକ ରେଲିରେ ପ୍ରଚାର କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ଦେଖିବାକୁ ମିଳିଛି ଯେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ହାତ ଯୋଡି ଛିଡା ହୋଇଥିବା ବେଳେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ତାଙ୍କୁ ଅଣଦେଖା କରି ଅସମ୍ମାନ କରିଛନ୍ତି। […]

Continue Reading

କ’ଣ ଏହି ଭିଡିଓରେ ଜଣେ ମୁସଲିମ ବ୍ୟକ୍ତି ଏକ ବିବାହ ସମୟରେ ମହିଳାଙ୍କୁ ଶାଢି ପିନ୍ଧାଉଛନ୍ତି? ଜାଣନ୍ତୁ ସତ୍ୟ।

ଜଣେ ପୁରୁଷ ଗୋଟିଏ ମହିଳାଙ୍କୁ ଶାଢି ପିନ୍ଧାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଶାଢି ପିଢାଉଥିବା ବ୍ୟକ୍ତି ହେଉଛନ୍ତି ଜଣେ ମୁସ୍ଲିମ ଯିଏ ଗୋଟିଏ ହିନ୍ଦୁ ବିବାହ ସମୟରେ ମହିଳାଙ୍କୁ ଶାଢି ପିନ୍ଧାଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ବ୍ୟକ୍ତି ମୁସ୍ଲିମ ନୁହଁନ୍ତି ଏବଂ ଏହା କୌଣସି ହିନ୍ଦୁ ବିବାହ ଅବସରର ଭିଡିଓ ନୁହେଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  […]

Continue Reading

ବର୍ତ୍ତମାନ ବଜରଙ୍ଗ ଦଳ ବିରୋଧରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ବିରୋଧ କରିଛନ୍ତି କି ?

ବିଜେପି ନେତା ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ବଜରଙ୍ଗ ଦଳ ବିରୋଧରେ କଥା ହେଉଥିବା ନଜର ଆସିଛନ୍ତି। ଦାବି କରାଯାଉଛି ଯେ ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ବିଜେପିରେ ଥିବାବେଳେ ବଜରଙ୍ଗ ଦଳ ବିରୋଧରେ କହୁଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ବିଜେପି କେନ୍ଦ୍ରମନ୍ତ୍ରୀ Jyotiraditya Sindhiya ଫେସବୁକ । ଆର୍କାଇଭ ଅନୁସନ୍ଧାନ- ଭାଇରାଲ ଭିଡିଓକୁ ୟୁଟ୍ୟୁବରେ ଅଲଗା ଅଲଗା କୀ-ଶବ୍ଦ ବ୍ୟବହାର କରି ଭିଡିଓ ଯାଞ୍ଚ କରିଲୁ। ଫଳସ୍ୱରୁପ ଆମେ 17 […]

Continue Reading

ଅସଲି ଫୋଟୋକୁ ଏଡିଟ୍ କରି ସେଥିରେ ହିଟଲରର ଫୋଟୋ ଯୋଡି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ସହିତ ତୁଳନା କରା ଯାଉଛି।

କର୍ଣ୍ଣାଟକା ନିର୍ବାଚନ ନିକଟ ହେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ରେଲି କରୁଛନ୍ତି। ଏହି ସମୟରେ ସେ ଅନେକ ରୋଡ୍ ଶୋ ମଧ୍ୟ କରିଛନ୍ତି। କର୍ଣ୍ଣାଟକର କୁଳବର୍ଗୀ ଜିଲ୍ଲାରେ ପ୍ରଧାନମନ୍ତି କିଛି ପିଲା ମାନଙ୍କୁ ମଧ୍ୟ ଭେଟିଥିଲେ। ସେହି ସମୟରେ ତାଙ୍କର ଏବଂ ପିଲା ମାନଙ୍କ ମଝିରେ ଏକ କଣ୍ଟା ତାର ର ବାଡ ରହିଥିଲା। ବିପକ୍ଷ ଏହା ନେଇ ମୋଦୀଙ୍କୁ ନିନ୍ଦା କରୁଛନ୍ତି।  ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି […]

Continue Reading

ରାହୁଲ ଗାନ୍ଧୀଙ୍କ ନାଁରେ ଭାଇରାଲ ହେଉଥିବା ଏବିପି ନ୍ୟୂଜ ଗ୍ରାଫିକ୍ ଏଡିଟେଡ୍ ଅଟେ।

ଏବିପି ନ୍ୟୁଜ୍ ଚ୍ୟାନେଲ ‘ବ୍ରେକିଂ ନ୍ୟୁଜ୍’ର ଚିତ୍ର ଫଟୋସପ୍ ହୋଇଛି।  ଏହାର ‘ବ୍ରେକିଂ ନ୍ୟୁଜ୍’ ଟେମ୍ପଲେଟରେ ଏବିପି ଦ୍ୱାରା ବ୍ୟବହୃତ ଫଣ୍ଟ ପୋଷ୍ଟ ହୋଇଥିବା ଇମେଜରେ ଥିବା ଫଣ୍ଟଠାରୁ ଭିନ୍ନ।  ଆହୁରି ମଧ୍ୟ, ଏବିପି ନ୍ୟୁଜ୍ ଚ୍ୟାନେଲ୍ ନିଜେ ଟ୍ୱିଟ କର ଭାଇରାଲ ପୋଷ୍ଟକୁ ଖଣ୍ଡନ କରିଥିଲା।  ଏବିପି ନ୍ୟୁଜ୍ ଚ୍ୟାନେଲ୍ ‘ବ୍ରେକିଙ୍ଗ୍ ନ୍ୟୁଜ୍’ ଟେମ୍ପଲେଟ୍ ସହିତ ଏକ ସ୍କ୍ରିନସୋଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଟେମ୍ପଲେଟ୍ ରେ ରାହୁଲ ଗାନ୍ଧୀଙ୍କୁ ନେଇ ଲେଖାଯାଇଛି ଯେ, ରାହୁଲ […]

Continue Reading

କ’ଣ ଟ୍ରାଫିକ୍ ଜାମ୍ ହେଇଥିବାରୁ କର୍ଣ୍ଣାଟକର ଏକ ସହରରେ ଲୋକେ ପାଇପ୍ ଦେଇ ଗାଡିରେ ଯାଉଛନ୍ତି? ଜାଣନ୍ତୁ ସତ୍ୟ। 

ଖରାପ ରାସ୍ତା ଏବଂ ଟ୍ରାଫିକ୍ ବାଧା ଯୋଗୁଁ ଜନସାଧାରଣ ଲୋକଙ୍କୁ ଅନେକ ଥର ସମସ୍ଯାର ସାମନା କରିବାକୁ ପଡିଥାଏ। ଏହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥାଏ। କର୍ଣ୍ଣାଟକା ନିର୍ବାଚନ ପାଖେଇ ଆସୁଥିବା ସମୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକେ ଟ୍ରାଫିକ୍ ଜାମ୍ ରୁ ଏଡ଼ାଇବା ପାଇଁ ରାସ୍ତା ପାର୍ଶ୍ଵରେ ରକ୍ଷା ଯାଇଥିବା ପାଇପରେ ଗାଡି ଚଳାଉଛନ୍ତି।  ଦାବି କରା ଯାଉଛି ଯେ ଏହି ଭିଡିଓ କର୍ଣ୍ଣାଟକାର ଅଟେ।  […]

Continue Reading

କ’ଣ ଗୁଳିଚାଳନାର ଏହି ଭିଡିଓ ମଣିପୁରେ ହେଉଥିବା ହିଂସାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

ମଣିପୁରରେ ଆଦିବାସୀଙ୍କୁ ନେଇ ଉତ୍ତେଜନା ଏଖିବାକୁ ମିଳିଛି। ପାହାଡ ଅଞ୍ଚଳରେ ରହୁଥିବା ମେଇଟାଇଙ୍କ ପାଇଁ ଆଦିବାସୀ ମାନ୍ୟତା ଦାବିରେ ଏକ ରାଲି ପରେ ମଣିପୁରରେ ଉତ୍ତେଜନା ଦେଖାଦେଇଥିଲା। ଆଦିବାସୀ ଛାତ୍ର ସଂଗଠନ ୟୁନିଅନ ମଣିପୁର ୩ ମଇ ୨୦୨୩ ରେ ମେଇଟେଇ ମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ବିରୁଦ୍ଧରେ ଏହି ରାଲିର ଆୟୋଜନ କରିଥିଲା। ଏହା ନେଇ ରାଜ୍ୟରେ ହିଂସା ଭୟଙ୍କର ରୂପ ନେଇଛି। ଏହି ହିଂସା ଚୁରାଚାନ୍ଦପୁରରୁ ଆରମ୍ଭ ହୋଇ ରାଜଧାନୀ ଇମ୍ଫାଲ ଭଳି ରାଜ୍ୟର […]

Continue Reading

କ’ଣ ଜଣେ କାର ମାଲିକ ଟ୍ରାଫିକ୍ ପୋଲିସକୁ ନିଜ କାର ଉପରେ ଘୋଷାଡ଼ି ନେଉଥବା ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ।

ଟ୍ରାଫିକ୍ ନିୟମ ଉଲଂଘନ କରିଲେ ଚାଳନ ଦେବାକୁ ପଡିଥାଏ। କିଛି ଲୋକେ ଚାଲାଣ ଦେବାରୁ ଖସି ପଳାଇବା ପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି। ଏପରି ଏକ ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଟ୍ରାଫିକ୍ ପୋଲିସ ଗୋଟିଏ କାରକୁ ଅଟକାଇ ରଖିଥିଲେ। ହଠାତ ସେହି କାର ଆଗକୁ ବଢିବାକୁ ଲାଗିଲା। କାରକୁ ରୋକିବା ପାଇଁ ଟ୍ରାଫିକ୍ ପୋଲିସ କାର ବନେଟ୍ ଉପରେ ଚଢି ଯାଇଥିଲେ। କିନ୍ତୁ କାରଟି ନ ଅଟକାଇ […]

Continue Reading

ତେଲେଙ୍ଗାନା ନିର୍ବାଚନରେ ​​ବଣ୍ଟାଯାଇଥିବା ପଇସାର ଭିଡିଓ କର୍ଣ୍ଣାଟକ ନିର୍ବାଚନ ଦାବିରେ ଭାଇରାଲ…

ଏହି ଭିଡିଓ କର୍ଣ୍ଣାଟକ ନିର୍ବାଚନର ନୁହେଁ ବରଂ ତେଲେଙ୍ଗାନାରେ ଉପ-ନିର୍ବାଚନର ଅଟେ। ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ  ଆପଣ ଦୁଇଜଣ ମହିଳାଙ୍କୁ ବିଜେପି ପ୍ରତୀକ ସହିତ ଏକ ଲଫାପା ଖୋଲିଥିବାର ଦେଖିପାରିବେ। ଲଫାପାରୁ 2000 ଟଙ୍କିଆ ଲୋଟ ବାରୀବାର ଦେଖାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, କର୍ଣ୍ଣାଟକ ନିର୍ବାଚନରେ ​​ବିଜେପିକୁ ଭୋଟ ଦେବା ପାଇଁ ବିଜେପି ଲୋକଙ୍କୁ ପଇସା ବାଣ୍ଟୁଛି।  ଭାଇରାଲ ଭିଡିଓରେ ଲେଖାଯାଇଛି ଯେ, କର୍ଣାଟକ ରେ ପରାଜୟ ବରଣ […]

Continue Reading

କ’ଣ ବିଜେପି କାର୍ଯ୍ୟକର୍ତ୍ତା ପେଟ୍ରୋଲ୍ ଏବଂ ଗ୍ଯାସ୍ ଦରରେ ବୃଦ୍ଧି ନେଇ ଅର୍ଦ୍ଧ ଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଅର୍ଦ୍ଧଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଏକ ଫୋଟୋ ଭାଇରାଲ ହେବରେ ଲାଗିଛି। ଫୋଟୋ ସହିତ କୁଆ ଯାଇଛି ଯେ ପେଟ୍ରୋଲ୍ ଦର ୬୦ ଟଙ୍କା ଥିଲା ଏବଂ ଗ୍ଯାସ୍ ସିଲିଣ୍ଡର ୪୯୩ ଟଙ୍କା ଥିଲା, ତେବେ ମଧ୍ୟ ଏମାନେ ଉଲଗ୍ନ ହୋଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିଜେପି କାର୍ଯ୍ୟକର୍ତ୍ତାଙ୍କର ଅର୍ଦ୍ଧଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଫୋଟୋର ପେଟ୍ରୋଲ୍ କିମ୍ବା […]

Continue Reading

କର୍ଣ୍ଣାଟକରେ ବିଜେପିର ବିଜୟ ପଦଯାତ୍ରାରେ ଜଡିତ ଶ୍ରମିକମାନଙ୍କୁ ଲୋକମାନେ ଗୋଡ଼ାଇ ନଥିଲେ, ଭିଡିଓର ସତ୍ୟତା ଜାଣନ୍ତୁ…

ଏହି ଭିଡିଓଟି ତେଲେଙ୍ଗାନାର ମୁନୁଗୋଡର ଅଟେ।  ବିଜେପି ଓ ବିଆରଏସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ସେହୀ ଘଟଣାର ଭିଡିଓ। ଭିଡିଓର କର୍ଣ୍ଣାଟକ ନିର୍ବାଚନ ସହ କୌଣସି ସଂପର୍କ ନାହିଁ। କର୍ଣ୍ଣାଟକରେ ହେବାକୁ ଯାଉଥିବା ଥିବା ନିର୍ବାଚନ ପାଇଁ ବିଜେପି ସାରା ରାଜ୍ୟରେ ବିଜୟ ଯାତ୍ରା କରିଥିଲା। ସେହି ଯାତ୍ରା ସହିତ ଯୋଡି, ଏକ ଭିଡିଓ ଇଣ୍ଟରନେଟରେ ସେୟାର କରାଯାଉଛି।  ଭାଇରାଲ ଭିଡିଓରେ ଲୋକଙ୍କୁ ବୀଜେପି ପ୍ରଚାର ଗାଡ଼ି ଉପରେ ଆକ୍ରମଣ କରୁଥିବା ଲୋକଙ୍କୁ ଦେଖିପାରିବେ। […]

Continue Reading

କ’ଣ ରାହୁଲ ଗାନ୍ଧୀ ଜଣେ ବ୍ରାହ୍ମଣ ହୋଇ ଗୋମାଂସ ଏବଂ ଘୁଷୁରି ମାଂସ ଖାଉଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ରାହୁଲ ଗାନ୍ଧୀ ଏବଂ ଖାଦ୍ୟ ସାମ୍ବାଦିକ କୁନାଲ ବିଜୟକାର ଦିଲ୍ଲୀର ରାସ୍ତାରେ ଚାଲି ସେଠିକାର ସ୍ଵାଦିଷ୍ଟ ଭୋଜନ ଖାଉଥିବା ଦେଖିବାକୁ ମିଳିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାହୁଲ ଗାନ୍ଧୀ ଖାଦ୍ୟ ସାମ୍ବାଦିକ କୁନାଲ ବିଜୟକାରଙ୍କ ସହ ଏକ ରେଷ୍ଟୁରାଣ୍ଟରେ ଆମିଷ ଖାଦ୍ୟ ଖାଉଛନ୍ତି। ଦାବି ଅନୁଯାୟୀ ରାହୁଲ ଗାନ୍ଧୀ ସେଠାରେ ଗୋମାଂସ ଏବଂ ଘୁଷୁରି ମାଂସ ଖାଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

କ’ଣ ଏହି ଫୋଟୋ ଗୁଡିକ ନିକଟରେ ଛତ୍ତିସଗଡରେ ହେଇଥିବା ନକ୍ସଲ ଆକରଣର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

ନିକଟରେ ଛତ୍ତିସଗଡରେ ମାଓବାଦୀ ଆକ୍ରମଣର ଖବର ସାମନାକୁ ଆସୁଛି। ଛତ୍ତିସଗଡର ଦାନ୍ତେୱାଡା ଜିଲ୍ଲାରେ ଏକ ମିଶନ୍ ରୁ ଫେରୁଥିବା ବେଳେ ଏକ ମାଓବାଦୀ ଆକ୍ରମଣରେ ୧୦ ଟି ସୁରକ୍ଷା ବଳ ଯବାନ ଏବଂ ଜଣେ ସାଧାରଣ ନାଗରିକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି।  ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏପରି ଗୋଟିଏ ପୋଷ୍ଟରେ ଦୁଇଟି ଫୋଟୋ ସେୟାର କରା ଯାଇଛି ଯେଉଁଥିରେ ପ୍ରଥମ ଫୋଟୋରେ ରାସ୍ତା ମାଝିରେ ଏକ ବିସ୍ଫୋରଣ […]

Continue Reading

ଗୋଟିଏ 3D ଏନିମେଶନ୍ ଭିଡିଓକୁ ସମୁଦ୍ର ତଳେ ଡୁବୁ ରହିଥିବା ଦ୍ଵାରିକାର ଦୁର୍ଲଭ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ରାଧା-କୃଷ୍ଣ ମନ୍ଦିର ସମୁଦ୍ର ଭିତରେ ଦୃଶ୍ୟମାନ ହେଉଛି। ଦ୍ୱାରକା ସହର ସମୁଦ୍ର ତଳେ ଅଛି ବୋଲି ଏକ ଦାବି ସହିତ ଏହି ଭିଡିଓରେ ଦର୍ଶାଯାଇଛି ଏବଂ ଦାବି କରା ଯାଉଛି ଯେ ସମୁଦ୍ରରେ ବୁଡ଼ିଯିବା ପରେ ମଧ୍ୟ ଏହା ଦେଖିବାକୁ ମିଲିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଉପଯୁକ୍ତ ପ୍ରସଙ୍ଗ ବିନା ସେୟାର କରା ଯାଉଥିବା ପାଇଲା। ଗୋଟିଏ 3D ଏନିମେଶନ୍ ଭିଡିଓକୁ ସମୁଦ୍ର ତଳେ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ମୋଦୀ ମୁସ୍ଲିମ ସମୁଦାଯ ଲୋକଙ୍କ ସହିତ ଇଦ୍ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଇସଲାମ ଧର୍ମ ଗୁରୁଙ୍କୁ ଆଲିଙ୍ଗନ କରିଛନ୍ତି। ସେହି ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ମୁସ୍ଲିମ ସମୁଦାଯର ଅନେକ ଲୋକ ଉପସ୍ଥିତ ଅଛନ୍ତି। ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ମୁସ୍ଲିମ ସମୁଦାଯ ଲୋକଙ୍କ ମଧ୍ୟରେ ଯାଇ ଇଦ୍ ପାଳନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

କ’ଣ ଗୋଟିଏ କୁକୁର ବିଜେପି ପତକା ସହିତ ବୁଲୁଥିବା ଦୃଶ୍ୟ ଝାରସୁଗୁଡାର ଅଟେ? ଜାଣନ୍ତୁ ସତ୍ୟ।

ଝାରସୁଗୁଡା ଉପନିର୍ବାଚନ ପାଖେଇ ଆସୁଥିବା ସମୟରେ ବିଜେଡ଼ି ଦୀପାଳି ଦାସଙ୍କୁ ପାର୍ଟି ଟିକେଟ୍ ଦେଇଛି। ଏହା ନେଇ ଦୀପାଳି ଦାସ ନୋମିନେସନ୍ ପତ୍ର ମଧ୍ୟ ଦାଖଲ କରିଛନ୍ତି। ଏହି ଅବସରରେ ବିଜେଡ଼ି ଝାରସୁଗୁଡାରେ ଏକ ଶୋଭାଯାତ୍ରା ମଧ୍ୟ ଆୟୋଜନ କରିଥିଲା।  ଏହାକୁ ତୁଳନା କରି ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ କୁକୁର ଶରୀରରେ ବିଜେପି ପତାକା ବନ୍ଧା ହେଇଥିବା ଦେଖିବାକୁ ମିଳିଛି। ବିଜେପି ଦଳର ପରିହାସ କରି ଦାବି କରା ଯାଉଛି ଯେ ରେଲି ପାଇଁ ଲୋକ […]

Continue Reading

କ’ଣ ରାମ ନବମୀରେ ପଥର ମରା ଘଟଣା ପରେ ଗୁଜରାତ ପୋଲିସ ଲୋକଙ୍କୁ ଗିରଫ କରୁଛି? ଜାଣନ୍ତୁ ସତ୍ୟ।

ରାମ ନବମୀ ଅବସରରେ ଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ଦୋକାନ-ବଜାର ଭଙ୍ଗାରୁଜା କରିବା ସହ ଶୋଭାଯାତ୍ରା ଉପରେ ପଥର ଫିଙ୍ଗି ଆକ୍ରମଣ କରିଥିବା ଖବର ମଧ୍ୟ ସାମନାକୁ ଆସିଥିଲା। ପଶ୍ଚିମବଙ୍ଗ, ବିହାର ଏବଂ ଅନ୍ୟାନ୍ୟ ସ୍ଥାନରେ ହିଂସା ଜୋର ଧରିଥିଲା। ପୋଲିସ କହିବା ଅନୁଯାୟୀ ଏହି ହିଂସାକୁ ସୋସିଆଲ ମିଡିଆ ମାଧ୍ୟମରେ ଯୋଜନା କରା ଯାଇଥିଲା। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପୋଲିସ […]

Continue Reading

ଇନ୍ଦୋର ସହରରେ ରଙ୍ଗପଞ୍ଚମୀ ଉତ୍ସବ ପାଳନର ଭିଡିଓକୁ ହାଇଦ୍ରାବାଦରେ ହନୁମାନ ଜୟନ୍ତୀ ସମୟର ଭିଡିଓ ଦାବିରେ ଭାଇରାଲ ହେଉଛି।

ନିକଟରେ ହନୁମାନ ଜୟନ୍ତୀ ଅବସରରେ ଦେଶରେ ବିଭିନ୍ନ ସ୍ଥାନରେ ଲୋକେ ଉତ୍ସବ ପାଳନ କରିଥିଲେ। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ସେଯାର ମଧ୍ୟ ହୋଇଥିବା ମିଳିଛି।  ଏହି ସମୟରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାସ୍ତାରେ ଲୋକଙ୍କ ଏକ ବିଶାଳ ଭିଡ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଲିଛନ୍ତି। ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଲୋକେ ରଙ୍ଗ ସହିତ ଉତ୍ସବ ପାଳନ କରୁଛନ୍ତି। ଦାବି କରା ଯାଉଛି ଯେ ଏହା […]

Continue Reading

କ’ଣ ଟାଟା କମ୍ପାନୀ ନୂତନ ସଂସଦ ଭବନ ସେଣ୍ଟ୍ରାଲ୍ ଭିଷ୍ଟାକୁ ମାଗଣାରେ ନିର୍ମାଣ କରିଛି? ଜାଣନ୍ତୁ ସତ୍ୟ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନ ସେଣ୍ଟ୍ରାଲ୍ ଭିଷ୍ଟାର ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ବିଭିନ୍ନ କାର୍ଯ୍ୟର ଯାଞ୍ଚ କରିବା ଏବଂ ସଂସଦର ଉଭୟ ଗୃହରେ ନିର୍ମାଣ କରାଯାଉଥିବା ସୁବିଧା ଦେଖିଥିଲେ। ସେ ନିର୍ମାଣ ସ୍ଥଳରେ ଥିବା ଶ୍ରମିକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସ୍ସିଆଲ ମିଡିଆରେ ବର୍ତ୍ତମାନ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ସେଣ୍ଟ୍ରାଲ୍ ଭିଷ୍ଟାର କାର୍ଯ୍ୟ ୧୭ ମାସ […]

Continue Reading

କ’ଣ ଦୁବାଇରେ ଏକ କୁସ୍ତି ପ୍ରତିଯୋଗୀତାରେ ଜଣେ ଭାରତ ମହିଳା ପାକିସ୍ତାନର କୁସ୍ତି ଖେଳାଳିଙ୍କୁ ମାରି ପଛାଡିଛନ୍ତି? ଜାଣନ୍ତୁ ସତ୍ୟ

ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ମହିଳା କୁସ୍ତି ଲଢୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଆରମ୍ଭରୁ ଆମେ ଦେଖି ପାରିବା ଯେ ଜଣେ ମହିଳା କୁସ୍ତି କୁସ୍ତି ଖେଳାଳି ମାଇକ୍ ରେ କିଛି କହୁଛନ୍ତି। ସେହି ସମୟରେ ଦର୍ଶକଙ୍କ ମଧ୍ୟରୁ ଜଣେ ମହିଳା ତାଙ୍କ ଚ୍ୟାଲେଞ୍ଜ୍ ସ୍ଵୀକାର କରି କୁସ୍ତି ରିଙ୍ଗରେ ପ୍ରବେଶ କରୁଛନ୍ତି। ତାଙ୍କ ମଧ୍ୟରେ କିଛି ଯୁକ୍ତି ହେବା ପରେ ଦର୍ଶକଙ୍କ ମଧ୍ୟରୁ ଆସିଥିବା ମହିଳା ରିଙ୍ଗରେ ଥିବା ମହିଳାଙ୍କୁ ମାଡ […]

Continue Reading

କ’ଣ ରାମ ନବମୀ ଉତ୍ସବ ସମୟରେ ଉତ୍ତରପ୍ରଦେଶ ପୋଲିସ ରାସ୍ତାରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ପୋଲିସ ଅଧିକାରୀ ମାନେ ରାସ୍ତାରେ ନାଚୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଶୋଭାଯାତ୍ରାରେ ଜୟ ଶ୍ରୀ ରାମ ଗୀତରେ କିଛି ପୋଲିସ ଅଧିକାରୀ ମାନେ ନାଚୁଛନ୍ତି।  ଦାବି କରା ଯାଉଛି ଯେ ଏହି ଭିଡିଓଟି ଉତ୍ତରପ୍ରଦେଶର ଅଟେ ଯେଉଁଥିରେ ଉତ୍ତରପ୍ରଦେଶ ପୋଲିସ ଜୟ ଶ୍ରୀ ରାମ ଗୀତରେ ନାଚୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ମହାରାଷ୍ଟ୍ରର […]

Continue Reading

କ’ଣ ଭାଇରାଲ ଭିଡିଓରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ଅମୃତଫଳ ସିଂ ଏବଂ ଖାଲିସ୍ତାନର ସମର୍ଥନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ଖାଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଏବେ ମଧ୍ୟ ପୋଲିସ ଗିରଫ କରିବାକୁ ଉଦ୍ଦୟମ କରୁଛି। କିନ୍ତୁ ତାଙ୍କ ନାମରେ ଦେଶରେ ରାଜନୀତି ଚାଲିଛି। ଏହି ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ୧୦ ସେକେଣ୍ଡର ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ସେଯାର କରି ଦାବି କରାଯାଇଛି ଯେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଅମୃତପାଲ ସିଂଙ୍କୁ ସମର୍ଥନ କରୁଛନ୍ତି। ଭାଇରାଲ ଭିଡିଓରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କହୁଛନ୍ତି ଯେ “ଅମୃତପାଲ […]

Continue Reading

କ’ଣ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସ୍ ହସ୍ତାକ୍ଷର କରିଥିବା କୁଳପତି କେ.ଏସ୍ ଶାସ୍ତ୍ରୀଙ୍କର ୧୯୮୧ ମସିହାରେ ଦେହାନ୍ତ ହୋଇଥିଲ? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଓ ବିତର୍କ ଚାଲିଛି। ନିକଟରେ ଗୁଜୁରାଟ ହାଇକୋର୍ଟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ହାସଲ କରିବା ପାଇଁ ସୂଚନା ଅଧିକାର (ଆରଟିଆଇ) ବ୍ୟବହାର କରିଥିବାରୁ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ୨୫,୦୦୦ ଜୋରିମାନା କରିଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୁଜୁରାଟ ବିଶ୍ଵବିଦ୍ୟାଳୟ କୁଳପତି କେ ଏସ୍ ଶାସ୍ତ୍ରୀଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ଵବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା […]

Continue Reading

କ’ଣ RSS କାର୍ଯ୍ୟକର୍ତ୍ତା ଲୋକଙ୍କ ଗହଣା ଚୋରୀ କରିଥିବାରୁ ଚେନ୍ନାଇ ପୋଲିସ ତାଙ୍କୁ ଧରି ଥିଲେ? ଜାଣନ୍ତୁ ସତ୍ୟ।

କିଛି ଆରଏସଏସ କାର୍ଯ୍ୟକର୍ତ୍ତା ମାନଙ୍କୁ ପୋଲିସ ଧରିଥିବାର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ପୋଲିସ ଆରଏସଏସ କାର୍ଯ୍ୟକର୍ତ୍ତା ମାନଙ୍କୁ ଧରିବା ସହିତ ତାଙ୍କ ଉପରେ ଲାଠିରେ ଆକ୍ରମଣ ମଧ୍ୟ କରୁଛନ୍ତି। ଏହି ଫୋଟୋ ଏବିପି ନ୍ୟୁଜ୍ ଦ୍ଵାରା ପ୍ରସାରିତ ହେଇବା ଜଣା ପଡୁଛି।  ଦାବି କରା ଯାଉଛି ଯେ ଚେନ୍ନାଇରେ ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଆରଏସଏସ କାର୍ଯ୍ୟକର୍ତ୍ତା ମାନେ ତାଙ୍କ ଗହଣା ଲୁଟ କରୁଥିବା […]

Continue Reading

କ’ଣ ରାହୁଲ ଗାନ୍ଧୀ ୨୦୧୩ ରେ ଦୋଷୀ ସାଂସଦମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଅଧ୍ୟାଦେଶକୁ ଚିରି ଦେଇଥିଲେ? ଜାଣନ୍ତୁ ସତ୍ୟ।

‘ସମସ୍ତ ଚୋରଙ୍କ ନାମ ମୋଦୀ କାହିଁକି’ ଏକ ଭାଷଣରେ କହିଥିବା କାରଣରୁ ରାହୁଲ ଗାନ୍ଧୀଙ୍କୁ ନିକଟରେ ୨ ବର୍ଷ ଜେଲ୍ ଦଣ୍ଡ ଏବଂ ସଂସାଦରେ ତାଙ୍କ ସଦସ୍ଯତାକୁ ଗୁଜରାଟ ନ୍ୟାୟଳୟ ବାତିଲ କରିଥିଲା। ଲୋକସଭା ସଚିବାଳୟ ଦ୍ଵାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପ୍ରତିନିଧୀ ଅଧିନିୟମ (1951) ଏବଂ ସମ୍ବିଧାନର ଧାରା 102 (1) ଅନୁଯାୟୀ ବାତିଲ କରାଯାଇଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ରାହୁଲ ଗାନ୍ଧୀ କାଗଜ ଚିରୁଥିବା ଏକ ଫୋଟୋ ସୋସିଆଲ […]

Continue Reading

NPCI ଦ୍ୱାରା ଉପସ୍ଥାପିତ ହୋଇଥିବା ବିନିମୟ ଦେୟ କେବଳ PPI ବ୍ୟବସାୟ କାରବାର ପାଇଁ ଏବଂ ନିୟମିତ P2P କାରବାର ପାଇଁ ନୁହେଁ।

UPI ର ନୂତନ ନିୟମ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଘୁରି ବୁଲୁଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି ଯେ ୧ ଏପ୍ରିଲ ୨୦୨୩ ରୁ ୨୦୦୦ ଟଙ୍କା ଉପରେ UPI କାରବାର ରେ ୧.୧% ଅଧିକ ଚାର୍ଜ ଦେବାକୁ ପଡିବ। କିନ୍ତୁ ଆମେ ଜାଣିବାକୁ ପାଇଲୁ ଯେ UPI କାରବାର ଉପରେ କୌଣସି ଅଧିକ ଚାର୍ଜ ଦେବାକୁ ପଡ଼ିବ ନାହିଁ। ୨୦୦୦ ରୁ ଅଧିକ ପିପିଇ ବଣିକ କାରବାରକୁ ଇଣ୍ଟରଚେଞ୍ଜ ଫି […]

Continue Reading

କ’ଣ ରାମ ନବମୀ ଅବସରରେ ବୁର୍ଜ ଖାଲିଫାରେ ପ୍ରଭୁ ରାମଙ୍କ ଚିତ୍ର ଲେଜର ବିମ୍ ରେ ନିର୍ମାଣ କରା ଯାଇଥିଲା? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ପୂର୍ବରୁ ରାମ ନବମୀ ଉତ୍ସବ ପାଳନ କରା ଯାଇଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରଭୁ ଶ୍ରୀ ରାମଙ୍କ ଚିତ୍ର ଅଙ୍କନ ହେଇଥିବା ଦେଖିବାକୁ ମିଳିଛି।  ଦାବି କରା ଯାଉଛି ଯେ ଏହା ହେଉଛି ଦୁନିଆର ଉଚ୍ଚତମ ବିଲଡିଙ୍ଗ ବୁର୍ଜ ଖାଲିଫ ଯେଉଁଠାରେ ରାମ ନବମୀ ଅବସରରେ ପ୍ରଭୁ ରାମଙ୍କ ଚିତ୍ର ନିର୍ମାଣ କରା ଯାଇଥିଲା ଏବଂ ଏହା ସହିତ ଜୟ ଶ୍ରୀ ରାମ ମଧ୍ୟ […]

Continue Reading

କ’ଣ ଭାଇରାଲ ଫୋଟୋ ଜଣେ ପୁରୁଷଙ୍କର ଅଟେ ଯିଏ ଝିଅ ଭେଷରେ କେରଳରେ ଚମୟାଭେଳାକ୍କୁ ଉତ୍ସବରେ ଯୋଗ ଦେଇଛନ୍ତି ଏବଂ ସର୍ବୋତ୍ତମ ମେକ୍ ଅପ୍ ପ୍ରତିଯୋଗୀତା ଜିତିଛନ୍ତି? ଜାଣନ୍ତୁ ସତ୍ୟ

ଶାଢୀ ପିନ୍ଧିଥିବା ଜଣଙ୍କର ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଜଣେ ପୁରୁଷ ବ୍ୟକ୍ତିର ଅଟେ ଯିଏ ଶାଢୀ ପିନ୍ଧି ମହିଳାଙ୍କ ରୂପରେ ଚମୟାଭେଳାକ୍କୁ ଉତ୍ସବରେ ଯୋଗଦାନ ଦେଇଥିଲେ ଏବଂ ତାଙ୍କର ଏହି ବେଶକୁ ସର୍ବଶ୍ରେଷ୍ଟ ଘୋଷଣା କରା ଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଶାଢୀ ପିନ୍ଧି ଥିବା ବ୍ୟକ୍ତି କେରଳର ଜଣେ କିନ୍ନର ମଡେଲ୍ ଅଟନ୍ତି।  […]

Continue Reading

କ’ଣ ଭାଇରାଲ ଫୋଟୋରେ ଥିବା ସମ୍ପତ୍ତି ଗୁଡିକ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ଵାରା ଲାଲୁଆ ପ୍ରସାଦ ଯାଦବଙ୍କ ଘରୁ ଜବତ କରା ଯାଇଛି? ଜାଣନ୍ତୁ ସତ୍ୟ।

ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ନିକଟରେ ଲାଲୁଆ ପ୍ରସାଦ ଯାଦବଙ୍କ ପରିବାର ସଦସ୍ୟଙ୍କ ଘରେ ଏକ ରେଡ୍ ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଜମି-ଚାକିରି ମାମଲାରେ ୧ କୋଟି ନଗଦ ଟଙ୍କା ଜବତ କରିଛି। ଏହା ବାବଦ କ୍ରାଇମବ୍ରାଞ୍ଚର ଅନ୍ୟ ୬୦୦ କୋଟି ଟଙ୍କା ମଧ୍ୟ ଚିହ୍ନଟ କରିଛି। ଘର, ଜମି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଲାଲୁ ପ୍ରସାଦଙ୍କ ପରିବାର ପକ୍ଷରୁ କରା ଯାଇଥବା ନିବେଶର ମଧ୍ୟ ଯାଞ୍ଚ ଚାଲିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ […]

Continue Reading

କ’ଣ ନେସଲେ କମ୍ପାନୀ ଭାରତରେ ଗୋମାଂସ ସ୍ଵାଦର ମେଗୀ ଉତ୍ପାଦନ କରୁଛି? ଜାଣନ୍ତୁ ସତ୍ୟ।

ଭାରତରେ ଗୋମାଂସ କିମ୍ବା ଗୋମାତାଙ୍କର କୌଣସି ଅଂଶକୁ ଖାଇବା ଜିନିଷର ଉତ୍ପାଦନରେ ବ୍ୟବହାର କରିବା କିମ୍ବା ତାହାର ବିକ୍ରୟ କରିବା ନିଷେଧ ଅଟେ। ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଆମେ ଦେଖିବାକୁ ପାଇଲୁ ଯେ ଏକ ମ୍ୟାଗୀ ପେକେଟରେ ବିଫ୍ ଫ୍ଲେଭର (ଗୋମାଂସ ସ୍ଵାଦ) ବୋଲି ଲେଖା ଯାଇଛି।  ଦାବି କର ଯାଉଛି ଯେ ନେସଲେ କମ୍ପାନୀ ଭାରତରେ ଗୋମାଂସ ସ୍ଵାଦର ମ୍ୟାଗୀ ଉତ୍ପାଦନ କରି ବିକ୍ରୟ କରୁଛି। କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଭୟଙ୍କର କୁଆ ପଥର ବର୍ଷାର ଏହି ଭିଡିଓ ଓଡିଶାର ଯାଜପୁର ସହର ଅଟେ? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ପରିସ୍ଥିତି ଲାଗି ରହିଛି। କିଛି ସ୍ଥାନରେ କୁଆ ପଥର ବର୍ଷା ହେଉଥିବା ଖବର ମଧ୍ୟ ସାମନାଲୁ ଆସିଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଆଦିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଚାଷ ଜମି ପରି ସ୍ଥାନରେ ଭୟଙ୍କର କୁଆ ପଥର ବର୍ଷା ହେଉଛି। ଦାବି କରା ଯାଉଛି ଯେ ଏହି ଘଟଣା ରାଜ୍ୟର ଯାଜପୁର ଜିଲ୍ଲାରେ ଘଟିଛି। କିନ୍ତୁ […]

Continue Reading

ବୁର୍ଖା ପିନ୍ଧି ଶିଶୁକୁ ଅପହରଣ କରୁଥିବାର ଏକ ନାଟକୀୟ ଭିଡିଓକୁ ଅସଲି ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଚ୍ଗି ଯେଉଁଥିରେ ବୁର୍ଖା ପିନ୍ଧି ଜଣେ ବ୍ୟକ୍ତି ଗୋଟିଏ ଶିଶୁକୁ ଧରିଛି ଏବଂ ଅନ୍ୟ ଜଣେ ବ୍ୟକ୍ତି ତାହା ଉପରେ ଆକ୍ରମଣ କରୁଛି। ଦାବି କରା ଯାଉଛି ଯେ ବୁର୍ଖା ପିନ୍ଧି ଜଣେ ବ୍ୟକ୍ତି ପିଲା ଚୋରୀ କରୁଥିବା ସମୟରେ ଧାରା ପଡିଥିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶରେ ନିଜ ଭାଷଣରେ ଭାରତର ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରିବାବେଳେ ମୋଦୀ ସରକାରଙ୍କ ଉପରେ କଡ଼ା ଅଭିଯୋଗ ଲଗାଇଥିଲେ। ଏହା ପରେ ବିଜେପି ଏହାର ପ୍ରତିଶୋଧ ନେଇ କହିଛି ଯେ କଂଗ୍ରେସ ନେତାମାନେ ନିଜ ଦେଶକୁ ବିଦେଶୀ ଦେଶରୁ ବଦନାମ କରିବା କାମ କରୁଛନ୍ତି। ଏହି ସମସ୍ତ ଅଭିଯୋଗ ଏବଂ ପ୍ରତିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 22 ସେକେଣ୍ଡର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି। ଏହି ଭିଡିଓରେ ମୋଦୀଙ୍କୁ କହିବାର […]

Continue Reading

ଉତ୍ତରପ୍ରଦେଶର ଏକ କୋର୍ଟରେ ଦୁଇ ଓକିଲଙ୍କ ମଧ୍ୟରେ ସଂଘର୍ଷର ଭାଇରାଲ ଭିଡିଓକୁ ମହାରାଷ୍ଟ୍ରର ଏକ ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ଦୁଇ ମହିଳାଙ୍କ ମଧ୍ୟରେ ସଂଘର୍ଷର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୁଇ ମହିଳା ଏବଂ ତାଙ୍କ ଆଖ-ପାଖରେ ଥିବା ଲୋକେ ଓକିଲଙ୍କର ୟୁନିଫର୍ମ ପିନ୍ଧିଥିବା ଦେଖିବାକୁ ମିଲିଛନ୍ତି।  ଦାବି କରାଯାଇଛି ଯେ ଏହି ସଂଗ୍ରାମ ମହାରାଷ୍ଟ୍ରର ଜଣେ ଓକିଲ ଏବଂ ବିଚାରପତିଙ୍କ ମଧ୍ୟରେ ହୋଇଥିଲା। କିନ୍ତୁ, ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଛି। ଏହା ଉତ୍ତରପ୍ରଦେଶର ଏକ ଘଟଣା ଯେଉଁଠାରେ ଦୁଇ ମହିଳା ଓକିଲଙ୍କ ମଧ୍ୟରେ ଝଗଡା ହୋଇଥିଲା। କ’ଣ […]

Continue Reading

କ’ଣ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ହିନ୍ଦୀ ଭାଷା କହୁଥିବା ଶ୍ରମିକ ମାନଙ୍କୁ ରାଜ୍ୟ ଛାଡି ପଳାଇବା ପାଇଁ କହିଛନ୍ତି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ହେବ ତାମିଲ ନାଡୁରେ ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣ ଏବଂ ତାଙ୍କ ହତ୍ୟାର ଖବର ସାମନାକୁ ଆସୁଛି। ବିହାରୀ ଶ୍ରମିକ ମାନେ ସ୍ଥାନୀୟ ଲୋକଙ୍କ ରୋଜଗାର ଛଡାଇ ନେବା ଅଭିଯୋଗରେ ତାଙ୍କ ଉପରେ ଜନସାଧାରଣ ଲୋକେ ଆକ୍ରମଣ କରୁଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ନାମରେ ଏକ ଖବର କାଗଜ କ୍ଲିପ୍ ଭାଇରାଲ ହେଉଛି। ଏହି ଖବର କାଗଜ ସମ୍ବାଦ ଅନୁଯାୟୀ, ତାମିଲ ନାଡୁ […]

Continue Reading

ବାଂଲାଦେଶର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ଏକ ଫୋଟୋକୁ ଭାରତର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ରାସ୍ତା ଉପରେ ଲୋକଙ୍କ ଏକ ବିଶାଳ ସମୂହ ନମାଜ ପଢୁଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଭାରତରେ ଏକ ସହରରେ ମୁସ୍ଲିମ ମାନେ ଏପରି ନମାଜ ପାଢୀ ଟ୍ରାଫିକ୍ ଅବରୋଧ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ବାଂଲାଦେଶର ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି […]

Continue Reading

କ’ଣ ଏହା ଜଣେ ମୁସଲିମ ବୃଦ୍ଧ ଲୋକ ଏବଂ ଏକ ଯୁବତୀଙ୍କ ମଧ୍ୟରେ ହେଉଥିବା ବିବାହର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ଜଣେ ଯୁବତୀଙ୍କୁ ବିବାହ କରିଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ବ୍ୟକ୍ତି ଜଣକ ଜଣେ ମୁସଲିମ ଅଟନ୍ତି ଏବଂ ତାଙ୍କ ଧର୍ମରେ ଏପରି ମଧ୍ୟ ହୁଏ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ଏକ ଭିଡିଓରୁ ନିଆ ଯାଇଛି ଯାହା ଏକ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରା ଯାଇଥିଲା।  କ’ଣ ଦାବି […]

Continue Reading

କ’ଣ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ହାତ ଯୋଡି ଛିଡା ହେଇଥିବା ସମୟରେ ଅମ୍ବାନୀ ତାଙ୍କୁ ଧ୍ୟାନ ଦେଉ ନାହାଁନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମୁକେଶ ଅମ୍ବାନୀଙ୍କ ସହ ମୁମ୍ବଇରେ ସାକ୍ଷାତ କରିଥିଲେ। ଏହି ସାକ୍ଷାତର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ନବୀନ ପଟନାୟକ ଅମ୍ବାନୀଙ୍କ ସାମନାରେ ହାତ ଯୋଡି ଠିଆ ହେଇଥିବା ସମୟରେ ସେ ପାଡିୟାନଙ୍କ ସହିତ କଥା ହେଉଛନ୍ତି।  ଏହି ଫୋଟୋ ସେୟାର କରି ଦାବି କରା ଯାଉଛି ଯେ ନବୀନ ପଟନାୟକ ଅମ୍ବାନୀଙ୍କ ସମ୍ମୁଖରେ ହାତ ଯୋଡି ଛିଡା ହୋଇଥିବା […]

Continue Reading

କ’ଣ ଏହା ତାମିଲ ନାଡୁରେ ଦାଦନ ଶ୍ରମିକଙ୍କ ଉପରେ ହେଉଥିବା ଅତ୍ୟାଚାର ଏକ ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନରୁ ତାମିଲନାଡୁ ରେ ହିନ୍ଦୀ ଭାଷା କହୁଥିବା ଦାଦନ ଶ୍ରମିକଙ୍କ ଉପରେ ସ୍ଥାନୀୟ ଲୋକଙ୍କର ଅତ୍ୟାଚାରର ବିଭିନ୍ନ ଘଟଣା ସାମନାକୁ ଆସିଛି। ଏହା ନେଇ ସୋସିଆ ମିଡିଆରେ ମଧ୍ୟ ଭିନ୍ନ-ଭିନ୍ନ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି।  ରହି ପ୍ରସଙ୍ଗରେ ଏକ ଭିଡିଓରେ ଦୁଇଟି ଭିନ୍ନ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଥମ ଭିଡିଓରେ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ କିଛି ଲୋକେ ଆକ୍ରମଣ କରୁଛନ୍ତି ଏବଂ ଦ୍ଵିତୀୟ ଭିଡିଓରେ ଏକ ଟ୍ରେନରେ କିଛି […]

Continue Reading

କ’ଣ ସମ୍ବିତ ପାତ୍ର ଟୁଇଟ ମାଧ୍ୟମରେ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ଦାଦାଜି ନିଜ ଶେଷ ସମୟ ପର୍ଯ୍ୟନ୍ତ ଅବିବାହିତ ରହିଥିଲେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ସମ୍ବିତ ପାତ୍ରଙ୍କର ଏକ ଟୁଇଟ ଭାଇରାଲ ହେବାରେ ଲାଗିଛି। ଟୁଇଟ ମାଧ୍ୟମରେ ସମ୍ବିତ ପାତ୍ର କହିଛନ୍ତି ଯେ ମୋଦୀଜିଙ୍କର ଦାଦାଜି ନିଜ ଶେଷ ସମୟ ପର୍ଯ୍ୟନ୍ତ ଅବିବାହିତ ଥିଲେ।  ଟୁଇଟରେ ରେ କୁହା ଯାଇଛି ଯେ ମୋଦୀଜି ଦେଶ ପାଇଁ ନିଜ ପରିବାରକୁ ତ୍ୟାଗ କରିଛନ୍ତି ଏବଂ ତାଙ୍କ ଦାଦାଜି ନିଜ ଶେଷ ସମୟ ପର୍ଯ୍ୟନ୍ତ ଦେଶର ହିତ ପାଇଁ ଅବିବାହିତ ରହିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ ତାମିଲନାଡୁ ରେ କିଛି ଅସାମାଜିକ ଗୁଣ୍ଡା ମାନେ ହିନ୍ଦୀରେ କଥା କହୁଥିବା ଲୋକମାନଙ୍କୁ ମାରିଦେଉଛନ୍ତି? ଜାଣନ୍ତୁ ସତ୍ୟ।

କିଛି ଦିନ ହେବ ଗଣମାଧ୍ୟମରେ ତାମିଲନାଡୁ ରେ ହିନ୍ଦୀ ଭାଷା କହୁଥିବା ବ୍ୟକ୍ତି ମାନଙ୍କ ଉପରେ ସ୍ଥାନୀୟ ଲୋକେ ଆକ୍ରମଣ କରୁଥିବା ଭିଡିଓ ଏବଂ ସମ୍ବାଦ ସାମନାକୁ ଆସୁଛି। ଜାଗ୍ରଣ ୱେବସାଇଟର ଏକ ରିପୋର୍ଟ ଅନୁଯାୟୀ, ତାମିଲନାଡୁରେ ପ୍ରବାସୀ ଶ୍ରମିକମାନେ ସ୍ଥାନୀୟ ଲୋକଙ୍କ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି ଏବଂ ଏହି ଆକ୍ରମଣରେ କେତେକଙ୍କର ମୃତ୍ୟୁ ମଧ୍ୟ ହୋଇଛି। ପରବର୍ତ୍ତୀ ସମୟରେ ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଏହା ମଧ୍ୟରୁ ନେକ […]

Continue Reading

କ’ଣ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଣେ ଶହିଦ ଯବାନଙ୍କ ଚିତାକୁ ନମନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି ଯେଉଁଥିରେ ଆପଣ ମାନେ ତାଙ୍କୁ ଭୂମିରେ ପଡ଼ିଥିବା ପାଉଁଶକୁ ତାଙ୍କ ମୁଣ୍ଡରେ ଲଗେଇ ନମନ କରୁଥିବା ଦେଖିପାରିବେ। ଏହି ଭିଡିଓ ସହିତ ଦାବି କରା ଯାଇଛି ଯେ ଯୋଗୀ ଆଦିତ୍ୟନାଥ ଜଣେ ଶହୀଦ ସୈନିକଙ୍କ ଶବଦାହ ପରେ କପାଳରେ ପାଉଁଶ ଲଗାଇ ସମ୍ମାନ ଦେଉଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓରେ ଯୋଗୀ ଆଦିତ୍ୟନାଥ ହୋଲିକା ଦାହାନଙ୍କ […]

Continue Reading

କ’ଣ ଅଦାନୀଙ୍କୁ ରୁଣ ଅନୁମୋଦନକୁ ବିରୋଧ କରି ଗ୍ରାହକ ମାନେ ଆରବ ଦେଶରେ ବ୍ୟାଙ୍କ୍ ଅଫ୍ ବରୋଦା ରୁ ନିଜ ଟଙ୍କା ଉଠାଇ ନେଇ ଯିବାକୁ ପ୍ରୟାସ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବିଶ୍ୱର ଦ୍ୱିତୀୟ ଧନୀ ବ୍ୟବସାୟୀ ମାନ୍ୟତା ପାଇଥିବା ଆଦାନୀ ହିଣ୍ଡେନବର୍ଗ ରିପୋର୍ଟ ପରେ କିଛି ପଦବୀ ଖସି ଆସିଛନ୍ତି। ଏହି ରିପୋର୍ଟ ଆଦାନୀଙ୍କୁ ଶେଲ୍ କମ୍ପାନୀଗୁଡିକ ସାହାଯ୍ୟରେ ନିଜ ଷ୍ଟକ୍କୁ ନିୟନ୍ତ୍ରଣ କରିବାକୁ ଅଭିଯୋଗ କରିଛି। ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବ୍ୟାଙ୍କ ଅଫ୍ ବରୋଦା ଆଦାନୀ ଗ୍ରୁପକୁ ଟଙ୍କା ରୁଣ ଦେବା ଜାରି ରଖିବାକୁ ରାଜି ହୋଇଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଠାରେ ବ୍ୟାଙ୍କ୍ ଅଫ୍ ବରୋଦା ବାହାରେ […]

Continue Reading

କ’ଣ ଛତ୍ତିଶଗଡର ଗୋଟିଏ ହିନ୍ଦୁ ଚଣ୍ଡୀ ମନ୍ଦିରରେ ୱାକ୍ଫ ବୋର୍ଡ ଇସଲାମିକ ପତାକା ଉତ୍ତୋଳନ କରିଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ମନ୍ଦିରର ଫୋଟୋ ଭାଇରାଲ ହେଉଛି। ଏହି ଭାଇରାଲ୍ ଫୋଟୋରେ, “୭୮୬” ଲେଖାଥିବା ସବୁଜ କପଡା ମୂର୍ତ୍ତି ଉପରେ ଦେଖିବାକୁ ମିଳିଛି। କୁହାଯାଉଛି ଯେ ଭାଇରାଲ ଫୋଟୋ ଛତିଶଗଡରେ ଅବସ୍ଥିତ ମା ଚଣ୍ଡୀ ଦେବୀଙ୍କ ମନ୍ଦିରର ଅଟେ। ସୋସିଆଲ ମିଡିଆରେ ଲୋକମାନେ ଏହି ଫୋଟୋ ସେୟାର କରି ଦାବି କରୁଛନ୍ତି ଯେ ୱାକଫ ବୋର୍ଡ ଏହି ମା ଚାଣ୍ଡି ଦେବୀ ମନ୍ଦିରର ସମ୍ପତ୍ତିରେ ନିଜର ଅଂଶ ଦାବି କରିଛି। ଚଣ୍ଡୀ ମଦିରରେ ନିଜର ମାଲିକାନା […]

Continue Reading

କ’ଣ ଏହି ଭିଡିଓରେ କେଜ୍ରିୱାଲ ପାକିସ୍ତାନ ସମର୍ଥନରେ ଭାଷଣ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭାଷଣର ଏକ କ୍ଲିପ ଭାଇରାଲ ହେବାରେ ଲାଗିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା ପୁଣି ଥରେ ନିର୍ବାଚନରେ ​​ଜିତିଲେ ପାକିସ୍ତାନ ନଷ୍ଟ ହୋଇଯିବ ବୋଲି ଦର୍ଶାଯାଇଛି। ସୋସିଆଲ ମିଡିଆରେ କିଛି ଉପଭୋକ୍ତା ଏହି କ୍ଲିପକୁ ସତ ବୋଲି ଭାବି ସେୟାର କରୁଛନ୍ତି | ଭିଡିଓରେ ଆମକୁ ଶୁଣିବାକୁ ମିଳିଲା ଯେ କେଜ୍ରିୱାଲ୍ କହୁଛନ୍ତି, “ମୁଁ ଯେତେ ଭାବୁଛି ମୋର ଦେହ ସେତେ ଶୀତେଇ ପଡୁଛି। ଯଦି ଏ ମାନେ […]

Continue Reading

କ’ଣ ଏହା ଆମେରିକା ଦ୍ଵାରା ଚୀନର ଗୁପ୍ତଚର ବେଲୁନ୍ ନଷ୍ଟ କରିଥିବା ଇଡେଓ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ଆମେରିକାର ଆକାଶରେ ଏକ ବେଲୁନ୍ ଉଡୁଥିବା ଦେଖିବାକୁ ମିଳିଥିଲା। ଆମେରିକା ବାୟୁ ସେନା ଏହି ବେଲୁନକୁ ନଷ୍ଟ କରିଲା ପରେ କହିଥିଲା ଯେ ତାହା ଏକ ଗୁପ୍ତଚର ବେଲୁନ୍ ଥିଲା। ଏହି ବେଲୁନ୍ ନେଇ ଆମେରିକା ଚୀନ ଉପରେ ଅଭିଯୋଗ ଲଗାଇଛି ଯେ ଏହା ଚୀନ ଦ୍ଵାରା ଏକ ଷଡଯନ୍ତ୍ର ଅଟେ। ସେହି ସମୟରେ ଚୀନ ଏହି ଅଭିଯୋଗକୁ ଖାରଜ କରିଛି।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି […]

Continue Reading

ମଧ୍ୟପ୍ରଦେଶର ଜଣେ ପୋଲିସ ଅଧିକାରୀଙ୍କ ପୁରୁଣା ଫୋଟୋକୁ ଓଡ଼ିଶା ପୋଲିସ ଦାବି ସହିତ ଭାଇରାଲ କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ପୋଲିସ ଅଧିକାରୀଙ୍କ ଫୋଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ଓଜନକୁ ନେଇ ଇଣ୍ଟର୍ନେଟରେ ତାଙ୍କ ପରିହାସ କରା ଯାଉଛି। ଦାବି ଅନୁଯାୟୀ ସେ ଓଡ଼ିଶା ପୋଲିସର ଜଣେ ଅଧିକାରୀ ଅଟନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଫାଇଲ। ଫୋଟୋରେ ଥିବା ପୋଲିସ ଅଧିକାରୀ ଓଡ଼ିଶାର ନୁହେଁ ବରଂ ମଧ୍ୟପ୍ରଦେଶ ପୋଲିସ ଅଟନ୍ତି।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ […]

Continue Reading

ବର୍ଷ ପୁରୁଣା ଫୋଟୋକୁ ନିକଟରେ ତୁର୍କୀ ଭୂମିକମ୍ପର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

ବର୍ତ୍ତମାନ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁଁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। ଏହି ସମୟରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଭୁସୁଡି ପଡିଥିବା କୋଠା ସାମନାରେ ଜଣେ ବୃଦ୍ଧଙ୍କ ହାତରେ ତିନିଟି ରୁଟି ଦେଖିବାକୁ ମିଳିଛି। ଏହାକୁ ତୁର୍କୀରେ ସମ୍ପ୍ରତି ସମୟରେ ହୋଇଥିବା ଭୂକମ୍ପ ପର ଏକ ଫୋଟୋ ଦାବି ସହ ସେୟାର କରାଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଯଦିଓ ଏହି ଫୋଟୋ […]

Continue Reading

କ’ଣ ଭାଇରାଲ ଭିଡିଓ ୨୦୧୯ ମସିହାରେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ ଦର୍ଶାଉଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ସିସିଟିଭି ଫୁଟେଜ୍ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ କିଛି ଗାଡି ଚାଲୁଥିବା ସମୟରେ ଏକ ବିସ୍ଫୋରଣ ହେଉଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହି ଭିଡିଓ ୧୪ ଫେବୃଆରି ୨୦୧୯ ମସିହାରେ ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ […]

Continue Reading

କ’ଣ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଏକାଦଶୀ ଦିନ ତାଙ୍କ ଝିଅ ଦୀପାଳି ଦାସ ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍ଫି ନେଉଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ଵର୍ଗତ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କ ଏକ ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଦୀପାଳି ଦାସ୍ ନିଜ ପିତାଙ୍କ ମୃତ୍ୟୁ ପରେ ଏପରି ଫୋଟୋ ନେଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଫୋଟୋ ଯାହାକୁ ମିଥ୍ୟା […]

Continue Reading

କ’ଣ ଅଜଗର ସାପ ରାସ୍ତା ପାର କରୁଥିବା ଏହି ଭିଡିଓ ଓଡ଼ିଶାର କୋରାପୁଟ ଜିଲ୍ଲାର ଅଟେ? ଜାଣନ୍ତୁ ସତ୍ୟ।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଛି ଯେ ଓଡ଼ିଶାର କୋରାପୁଟରେ ଏକ ବଡ଼ ସାପ ଦେଖାଯାଇଛି। ଏହି ଭିଡିଓ ଆଞ୍ଚଳିକ ଗଣମାଧ୍ୟମ ‘ଓଟିଭି ନ୍ୟୁଜ୍’ର ଏକ ରିପୋର୍ଟ ଅଟେ। ରିପୋର୍ଟରେ ଏକ ବିଶାଳ ଅଜଗର ସାପ ରାସ୍ତା ପାର କରୁଥିବା ଦେଖାଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅଜଗର ସାପର ଏହି ଭିଡିଓ କୋରାପୁଟରୁ ନୁହେଁ ବରଂ କର୍ଣ୍ଣାଟକା ରାଜ୍ୟରୁ ଆସିଛି।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଭିଡିଓ ସେୟାର […]

Continue Reading

୨୦୨୦ ମସିହାର ତୁର୍କୀ ଭୂମିକମ୍ପର ଫୋଟୋକୁ ନିକଟରେ ହେଇଥିବା ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

୬ ଫେବୃଆରୀ ୨୦୨୩ ରେ ତୁର୍କୀ ଏବଂ ପଡୋଶୀ ଦେଶ ସିରିଆରେ ୭.୮ ତୀବ୍ରତା ସହିତ ଏକ ଭୂକମ୍ପ ଘଟିଥିଲା। ଏହା ପରେ ସୋସିଆଲ ମିଡିଆରେ ଅନେକ ଯାଞ୍ଚ ହୋଇନଥିବା ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି।  ଏହି ପ୍ରସଙ୍ଗରେ ଆମ ସାମନାକୁ ଏକ ଫୋଟୋ ଆସିଛି ଯେଉଁଥିରେ ଧ୍ଵଂସ ହୋଇଥିବା ଏକ ସ୍ଥାନରେ କିଛି ଉଦ୍ଧାରକାରୀ ମାନେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ନିକଟରେ ତୁର୍କୀରେ ଆସିଥିବା […]

Continue Reading

କ’ଣ ଗୋଟିଏ ବିଲଡିଙ୍ଗ ଭୁସୁଡି ପଡୁଥିବା ଏହି ଭିଡିଓ ତୁର୍କୀରେ ଭୂମିକମ୍ପ ସମୟର ଅଟେ? ଜାଣନ୍ତୁ ସତ୍ୟ।

ନିକଟରେ ତୁର୍କୀ ଏବଂ ସିରିଆରେ ୭.୮ ଏବଂ ୭.୫ ତୀବ୍ରତାର ଦୁଇଟି ବଡ଼ ଭୂକମ୍ପରେ ଅନେକ ଭିତ୍ତିଭୂମି ନଷ୍ଟ ହୋଇ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି।  ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ରାସ୍ତାରେ କିଛି ଗାଡି ଯାଉଥିବା ସମୟରେ ଏକ ବିଶାଳ ବିଲ୍ଦିଙ୍ଗ ଭୁସୁଡି ପଡୁଛି। ଦାବି କରା ଯାଉଛି ଯେ […]

Continue Reading

କ’ଣ ଭିଡିଓରେ ଭୁସୁଡି ପଡୁଥିବା ଏକ ବିଲ୍ଦିଙ୍ଗର ଭିଡିଓ ନିକଟରେ ତୁର୍କୀରେ ଆସିଥିବା ଭୂମିକମ୍ପ ସମୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ଫେବୃଆରୀ ୬ ରେ ତୁର୍କୀ ଏବଂ ଉତ୍ତର-ପଶ୍ଚିମ ସିରିଆରେ ତିନୋଟି ଭୂକମ୍ପ ପରେ ଏପର୍ଯ୍ୟନ୍ତ ୧୦୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଭୂକମ୍ପ ଖବର ପାଇବା ପରେ ସୋସିଆଲ ମିଡିଆରେ ଭୟଙ୍କର ପରିସ୍ଥିତିର ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ବିଲ୍ଦିଙ୍ଗ ହଠାତ୍ ଭୁଶୁଡି ପଡିଥିବାର ଦେଖାଯାଇଛି | ଏହି ଭିଡିଓ ମାଧ୍ୟମରେ ଦାବି କରାଯାଉଛି ଯେ ତୁର୍କୀରେ ହୋଇଥିବା […]

Continue Reading

କ’ଣ ଭିଡିଓରେ ପାକିସ୍ତାନର ଜଣେ ହିନ୍ଦୁ ବିଧାୟକ ନାବାଳକଙ୍କ ଧର୍ମ ପରିବର୍ତ୍ତନ ନେଇ ସରକାର ଉପରେ ଅଭିଯୋଗ ଲଗାଉଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଏକ ସଂସଦ ରେ ଜଣେ ବ୍ୟକ୍ତିଙ୍କ ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସାଂସଦ କହୁଛନ୍ତି ଯେ ପାକିସ୍ତାନରେ ୧୫ ବର୍ଷରୁ କମ୍ ବୟସ ପିଲା ମାନଙ୍କ ଜବରଦସ୍ତ ଧର୍ମ ପରିବର୍ତ୍ତନ କରା ଯାଉଛି ଏବଂ ପୋଲିସ ନିକଟରେ ଅଭିଯୋଗ କରିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉଆ ନାହିଁ।  ଦାବି କରା ଯାଉଛି ଯେ ଏହା ପାକିସ୍ତାନରେ ହିନ୍ଦୁ ମାନଙ୍କର ଅବସ୍ଥା। ପାକିସ୍ତାନର ଜଣେ ହିନ୍ଦୁ ବିଧାୟକ ସଂସଦରେ ଏହି ଅଭିଯୋଗ […]

Continue Reading

କ’ଣ ପୋଖରୀରେ ଗାଧୋଇବାକୁ ଯାଇଥିବା ଜଣେ ଦଳିତ ମହିଳାଙ୍କୁ ଉତ୍ତରପ୍ରଦେଶର ଉଚ୍ଚ ଜାତି ଲୋକେ ଅତ୍ୟାଚାର କରୁଛନ୍ତି? ଜାଣନ୍ତୁ ସତ୍ୟ।

ଜଣେ ମହିଳାଙ୍କୁ ଦୁଇଜଣ ପୁରୁଷଙ୍କ ନିର୍ଯାତନା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ପଭାଇରାଲ ହେଉଛି। ଦାବି କରା ଯାଇଛି ଯେ ଏହି ଭିଡିଓରେ ଜଣେ ଦଳିତ ମହିଳା ଗାଧୋଇବା ପାଇଁ ନଦୀ ଜଳ ବ୍ୟବହାର କରିଥିବାରୁ ତାଙ୍କ ଉପରେ ଅତି ନିର୍ମମ ଭାବେ ଅତ୍ୟାଚାର କରା ଯାଉଛି। କିଛି ଲୋକ ଏହା ଉତ୍ତରପ୍ରଦେଶର ଘଟଣା ବୋଲି କହି ଭିଡିଓ ସେୟାର କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ […]

Continue Reading

ଏକ ପୁରୁଣା ଫୋଟୋକୁ ନିକଟରେ ପାକିସ୍ତାନର ମସଜିଦରେ ହେଇଥିବା ବିସ୍ଫୋରଣର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି।

ନିକଟରେ ପାକିସ୍ତାନର ପେଶାୱର ରେ ଅବସ୍ଥିତ ଏକ ମସଜିଦରେ ବୋମା ବିସ୍ଫୋରଣ ଘଟନା ସାମନାକୁ ଆସିଥିଲା। 30 ଜାନୁଆରୀରେ ହେଇଥିବା ଏହି ବିସ୍ଫୋରଣରେ ପ୍ରାୟ ୧୦୦ ଲୋକେ ପ୍ରାଣ ହରାଇ ଥିଲେ। ଏହି ଘଟଣା ପାଇଁ ପାକିସ୍ତାନ ତାଲିବାନ ଉପରେ ଅଭିଯୋଗ ଲଗାଇଛି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଘଟଣା ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ମଧ୍ୟରେ ଏକ ପୋଷ୍ଟରେ ଦୁଇଟି ଫୋଟୋ ସେୟାର କରି ଦାବି କରା ଯାଉଛି […]

Continue Reading

କ’ଣ ଭାଇରାଲ ଫୋଟୋ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ମୁର୍ମୁ, ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କର ଅଟେ? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୟୁପି ମୁଖ୍ୟ ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୋଲି ଦାବି କରାଯାଇଥିବା ଚାରିଟି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଗୁଡ଼ିକ ଉପରୋକ୍ତ ନେତା ମାନଙ୍କର ଯୁବକ ଥିବା ସମୟର ଫୋଟୋ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅସଲି ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା […]

Continue Reading

କ’ଣ ବଲିୱୁଡ୍ ଅଭିନେତା ରଣବୀର କପୁର ନିଜ ଫ୍ୟାନ୍ ପ୍ରତି ଦୁର୍ବ୍ୟବହାର କରି ତାହାର ମୋବାଇଲ୍ ଫୋପାଡି ଦେଇଥିଲେ? ଜାଣନ୍ତୁ ସତ୍ୟ।

ଅଭିନେତା ରଣବୀର କପୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଜଣେ ପ୍ରଶଂସକ ଅଭିନେତା ରଣବୀର କପୁରଙ୍କ ସହ ସେଲଫି ନେବାକୁ ଚେଷ୍ଟା କରୁଛନ୍ତି। ପ୍ରଶଂସକ ଥରେ ନୁହେଁ ଅନେକ ଥର ସେଲଫି ନେବାକୁ ଚେଷ୍ଟା କରନ୍ତି | ଏପରି ପରିସ୍ଥିତିରେ ରଣବୀର କପୁର ଶେଷରେ ରାଗିଯାଇ ପ୍ରଶଂସକଙ୍କ ଫୋନ ମାଗି ଏହାକୁ ଫୋପାଡି ଦେଉଛନ୍ତି। ପ୍ରଶଂସକଙ୍କ ସହ ରଣବୀରଙ୍କ ଏହି ଅସଦାଚରଣ ଦେଖି ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି। ଇନ୍ତୁ […]

Continue Reading

କ’ଣ ଆଜ୍ ତକ୍ ଚ୍ୟାନାଲର ସାମ୍ବାଦିକ ସୁଧୀର ଚୌଧରି ପଠାନ୍ ଫିଲ୍ମ ଦେଖିବାକୁ ଯାଇଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହେଇଛି? ଜାଣନ୍ତୁ ସତ୍ୟ।

୪ ବର୍ଷରୁ ଅଧିକ ସମୟ ପରେ ଶାହରୁଖ ଖାନ ବକ୍ସ ଅଫିସରେ ପଠାନ୍ ଫିଲ୍ମରେ ମୁଖ୍ୟ ଭୂମିକାରେ ଫେରିଛନ୍ତି। ଏହି ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଦୀପିକା ପାଦୁକୋନ ପିନ୍ଧିଥିବା ବିକିନି ରଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଛି। ପଠାନ୍ ଫିଲ୍ମକୁ ସୋସିଆଲ ମିଡିଆରେ ବୟକଟ୍ ଧମକ ମିଳୁଛି। ବୟକଟ୍ ଏବଂ ବିରୋଧର ଆହ୍ଵାନ ମଧ୍ୟରେ ପଠାନ୍ ୨୫ ଜାନୁୟାରୀ ୨୦୨୩ ରେ ରିଲିଜ୍ ହେଇଛି। ଏହି ମଧ୍ୟରେ ସୋସିଆଲ ମିଡିଆରେ ଆଜ୍ ତକ୍ ଚ୍ୟାନାଲର ସାମ୍ବାଦିକ ସୁଧୀର […]

Continue Reading

କ’ଣ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀ ନିର୍ମାତାଙ୍କ ସହିତ ଛିଡା ହୋଇଛନ୍ତି? ଜାଣନ୍ତୁ ସତ୍ୟ।

୨୦୦୨ ଗୁଜୁରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପୃକ୍ତି ବିଷୟରେ ଅନୁସନ୍ଧାନ କରୁଥିବା ବିବିସି ଡକ୍ୟୁମେଣ୍ଟାରୀ “ଭାରତ: ମୋଦୀ ପ୍ରଶ୍ନ” ଉଭୟ ଭାରତ ତଥା ବିଦେଶରେ ଅସନ୍ତୋଷ ସୃଷ୍ଟି କରିଛି। ଭାରତ ସରକାର ଏହି ଧାରାବାହିକ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡକ୍ୟୁମେଣ୍ଟାରୀକୁ ସମର୍ଥନ କରି କହିଛନ୍ତି ଯେ ସତ୍ୟ ସର୍ବଦା ବାହାରକୁ ଆସେ। ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ କଇଁଚି […]

Continue Reading

କ’ଣ ଜଗତସିଂପୁର ଅବସ୍ଥିତ ଏସଭିଏମ କଲେଜ୍ ଛାତ୍ରୀ ମାନଙ୍କୁ ବୟଫ୍ରେଣ୍ଡ ରଖିବା ବାଧ୍ୟତାମୂଳକ କରିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି। ଜଗତସିଂପୁର ଅବସ୍ଥିତ ଏସଭିଏମ କଲେଜର ଏକ ନୋଟିସ୍ ସାମନାକୁ ଆସିଛି ଯେଉଁଥିରେ କଲେଜ୍ ଦ୍ଵାରା ନିର୍ଦେଶ ଦିଆ ଯାଇଛି ଯେ ଛାତ୍ରୀ ମାନେ ୧୪ ଫେବୃଆରି ପୂର୍ବରୁ ବୟଫ୍ରେଣ୍ଡ ନକରିଲେ ତାଙ୍କୁ କଲେଜ୍ ଆସିବା ମନା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନରୁ ଜଣା ପଡିଛି ଯେ ଏହା ଏକ ଫେକ୍ ନୋଟିସ୍ ଅଟେ।  କ’ଣ ଦାବି କରା ଯାଇଛି […]

Continue Reading

କ’ଣ ପଠାନ୍ ଫିଲ୍ମ ଦେଖାଉଥିବା ଏକ ସିନେମା ହଲ୍ କୁ ପୋଲିସ ସୁରକ୍ଷା ଦେଉଛି? ଜାଣନ୍ତୁ ସତ୍ୟ।

ଗତ କିଛି ମାସ ହେବ ଶାହରୁଖ ଖାଁର ପଠାନ୍ ସିନେମା ବିବାଦରେ ରହି ଆସିଛି। ଫିଲ୍ମରେ ଦୀପିକାଙ୍କ ଭଗବା ରଙ୍ଗ ପୋଷାକକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିଲା। ସୋସିଆଲ ମିଡିଆରେ ଲୋକେ ଏହା ନେଇ ନିଜ କ୍ରୋଧ ପ୍ରକାଶ କରି #BoycottPathan ଟ୍ରେଣ୍ଡ କରୁଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ଏକ ସିନେମା ହଲ୍ ରେ ପଠାନ୍ ଫିଲ୍ମର ପୋଷ୍ଟର ଲାଗିଥିବା ବେଳେ […]

Continue Reading

କ’ଣ ବ୍ରିଟେନର ପ୍ରଧାନମନ୍ତ୍ରୀ ରିଷି ସୁନାକଙ୍କ କାର୍ଯ୍ୟାଳୟରେ ପୋଙ୍ଗଲ ପର୍ବ ପାଳନ କରା ଯାଇଛି? ଜାଣନ୍ତୁ ସତ୍ୟ।

ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି। ଆପଣ ଏଥିରେ କିଛି ଲୋକଙ୍କୁ ଦେଖିପାରିବେ ଯେ କଦଳୀ ପତ୍ରରେ ଖାଦ୍ୟ ଖାଉଛନ୍ତି। ଏହା ସହିତ ସେମାନେ ଖାଦ୍ୟକୁ ହାତରେ ଖାଉଛନ୍ତି ବିନା ଚାମୁଚ ଏବଂ ଛୁରୀ ବ୍ୟବହାର କରି। ଏହି ଭିଡିଓ ସେୟାର କରି ଉପଭୋକ୍ତାମାନେ କହୁଛନ୍ତି ଯେ ରିଷି ସୁନାକ ତାଙ୍କ କାର୍ଯ୍ୟାଳୟରେ ସନାତନ ଧର୍ମକୁ ପ୍ରୋତ୍ସାହିତ କରୁଛନ୍ତି। ଦାବି କର ଯାଉଛି ଯେ ଏହି ଭିଡିଓ ମକର ସଙ୍କରାନ୍ତି ଦିନ ରିଷି ସୁନକଙ୍କ କାର୍ଯ୍ୟାଳୟରେ ପୋଙ୍ଗଲ […]

Continue Reading

କ’ଣ ଏହା ନେପାଳରେ ହେଇଥିବା ବିମାନ ଦୁର୍ଘଟଣା ସ୍ଥଳର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ନିକଟରେ ନେପାଳରେ ଏକ ବିମାନ ଦୁର୍ଘଟଣାରେ ୬୮ ଲୋକଙ୍କ ମୃତ୍ୟୁ ହେଇଥିବା ଖବର ସାମନାକୁ ଆସିଛି। ଏହା ଘଟିବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଏପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ଯେଉଁଥିରେ ଏକ ବିମାନ ଭଙ୍ଗାରୁଜା ଅବସ୍ଥାରେ ରାସ୍ତାରେ ପଡିଛି। ଦାବି କରା ଯାଉଛି ଯେ ଏହା ନେପାଳରେ ଘଟିଥିବା ବିମାନ ଦୁର୍ଘଟଣାର ଭିଡିଓ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ସହିତ ଏହି ଭାଇରାଲ ଭିଡିଓର କୌଣସି ସମ୍ପର୍କ ନାହିଁ।

ମନ୍ଦିରର 3D ଆନିମେସନ୍ ର ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।  ଭିଡିଓ ସେୟାର କରି ଉପଭୋକ୍ତାମାନେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ସରକାରୀ ଆନିମେସନ୍ ବିଷୟରେ କହୁଛନ୍ତି। ଏହା ସହିତ ସେମାନେ ଏହା ମଧ୍ୟ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପରେ ଏହା ଏହିପରି ଦେଖାଯିବ। Muna Bhai ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଅଯୋଧ୍ୟା ରାମ ଜନ୍ମଭୂମି ଶ୍ରୀରାମ […]

Continue Reading

ଓୱାଇସି କୃଷ୍ଣ ଭଜନ ଗାଇବାର ଭାଇରାଲ ଭିଡିଓ ଏଡ଼ିଟେଡ ଅଟେ।

ଅସଦୁଦ୍ଦିନ ଓୱାଇସିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଭିଡିଓରେ ସେ କୃଷ୍ଣ ଏବଂ ସୁଦାମାଙ୍କ ଭକ୍ତି ଗୀତ  ଗାଇଥିବାର ନଜର ଆସିଛନ୍ତି। ଆସଦୁଦ୍ଦିନ ଓୱାଇସି ଏକ ସମାବେଶରେ ଭଗବାନ ଶ୍ରୀକୃଷ୍ଣଙ୍କ ଭଜନ ଗାଇଥିବା ଦାବି ସହିତ ଏହି ଭିଡିଓଗୁଡିକ ସେୟାର କରାଯାଉଛି। କବି ରୁଦ୍ର ଭଗବାଧାରୀ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ସେୟାର କରି ଲେଖାଯାଇଛି ଯେ, ୱା ବହୁତ ଭଲ, କୟା ସୁର ଲାଗାୟା ମିୟାନ୍ […]

Continue Reading

ରାହୁଲ ଗାନ୍ଧୀ ପଗଡି ପିନ୍ଧିବାକୁ ମନା କରି ଦେଇଛନ୍ତି କି? ଏହି ଭିଡିଓର ସତ୍ୟତା ଜାଣନ୍ତୁ…

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ବର୍ତ୍ତମାନ ପଞ୍ଜାବରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ପଞ୍ଜାବରେ ଯାତ୍ରା କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଆପଣ ରାହୁଲ ଗାନ୍ଧୀଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖିପାରିବେ। ସେହି ସମୟ ମଧ୍ୟରେ ସେ କୁହନ୍ତି, “ବର୍ତ୍ତମାନ ମ୍ୟାଡାମ୍ ନୁହେଁ, ବର୍ତ୍ତମାନ ନୁହେଁ।” ରାହୁଲ ଗାନ୍ଧୀ ତାଙ୍କ ପଗଡି ବାନ୍ଧିବାକୁ ମନା କରୁଛନ୍ତି ବୋଲି ଏହି ଭିଡିଓ ସେୟାର କରାଯାଇଛି। ଏହାକୁ ସେୟାର କରି ସୋସିଆଲ ମିଡିଆରେ ଉପଭୋକ୍ତାମାନେ […]

Continue Reading

କ’ଣ ଏହା ନିକଟରେ ନେପାଳରେ ହେଇଥିବା ବିମାନ ଦୁର୍ଘଟଣାର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ନିକଟରେ ନେପାଳରେ ଏକ ବିମାନ ଦୁର୍ଘଟଣା ହେଇଛି। ସୂଚନା ଅନୁଯାୟୀ ଏହା ନେପାଳର ସବୁଠାରୁ ବଡ ଦୁର୍ଘଟଣା ଅଟେ। ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ ୬୮ ଲୋକଙ୍କ ମୃତ୍ୟୁ ହେଇଛି ଏବଂ ତାଙ୍କ ମଧ୍ୟରେ ୬ ଟି ଶିଶୁ ଥିଲେ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବିମାନ ଦୁର୍ଘଟଣାର ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି ଅନୁଯାୟୀ ଏହି ଫୋଟୋ ନିକଟରେ ନେପାଳରେ ହେଇଥିବା ବିମାନ ଦୁର୍ଘଟଣାର ଦୃଶ୍ୟ ଅଟେ।  ଫ୍ୟାକ୍ଟ […]

Continue Reading

କ’ଣ କ୍ରିଷ୍ଟିୟାନ ମିଶନାରୀ ମାନେ ମେଘାଳୟରେ ହିନ୍ଦୁ ମାନଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଖ୍ରୀଷ୍ଟମାସ ଏବଂ ନବ ବର୍ଷ ବଦଳରେ ତୁଲସୀ ଦିବସ ଏବଂ ହିନ୍ଦୁ ନବ ବର୍ଷ ପାଳନ କରିବା ନେଇ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।  ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ବିଶାଳ ରେଲିର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରେଲି ସମୟରେ କିଛି ଲୋକେ ରାସ୍ତାରେ ଛିଡା ହୋଇଥିବା ଲୋକଙ୍କୁ ମାରୁଛନ୍ତି। ଦାବି କରା ଯାଉଛି ଯେ କ୍ରିଷ୍ଟିୟାନ ମିଶନାରୀ ମାନେ ମେଘାଳୟରେ ବଡଦିନ […]

Continue Reading

କୋଲକତାର ରେଳ ଟ୍ରାକର ଭିଡିଓ ଓଡ଼ିଶାରେ ରେଲୱେ କବଜା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ରେଳ ଜମି ଏନକାଉଣ୍ଟର ସମ୍ପର୍କରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଲୋକମାନେ ବେଆଇନ ଭାବେ ରେଳ ଟ୍ରାକ୍ ଦଖଲ କରୁଥିବା ଦେଖିବାକୁ ମିଳୁଛି। ଲୋକମାନେ ପୋଷାକ ଶୁଖାଇବା ଏବଂ ଟ୍ରାକରେ ପନିପରିବା ବିକ୍ରି କରୁଥିବା ଦେଖାଯାଉଛନ୍ତି। ଲୋକମାନେ ସେମାନଙ୍କର ରୋଷେଇ ଘର, ବାଥରୁମ ଏବଂ ଖେଳ ପଡିଆ ରେଳ ଟ୍ରାକ୍ ଉପରେ ତିଆରି କରିଛନ୍ତି।  ଏହି ଭିଡିଓ ଓଡ଼ିଶାର ବୋଲି ଦାବି କରାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଓଡ଼ିଶାର ରେଳ ଟ୍ରାକର […]

Continue Reading

ରାହୁଲ ଗାନ୍ଧୀ କହିଛନ୍ତି- ୟୁପି ର ମହିଳାମାନେ ଗୋଟିଏ ବର୍ଷରେ 52 ସନ୍ତାନ ଜନ୍ମ ଦିଅନ୍ତି?

ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀର ଏକ ଭିଡିଓ ସେୟାର କରାଯାଇ ଦାବି କରାଯାଉଛି ଯେ, ରାହୁଲ ଗାନ୍ଧୀ ମହିଳାଙ୍କ ଉପରେ ଭୁଲ ଟିପ୍ପଣି ଦେବାରେ ଲାଗିଛନ୍ତି। ଭିଡିଓରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ, କିଛି ମହିଳା ଗୋଟିଏ ବର୍ଷରେ 52 ସନ୍ତାନ ଜନ୍ମ ଦିଅନ୍ତି! ରାଷ୍ଟ୍ରବାଦୀ ବିଶ୍ବ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଏଇଟା କି ପ୍ରକାରର ନିଶା ଖାଉଛି, ତାର ଯାଞ୍ଚ କରାଯାଉ। ୟା କଥା […]

Continue Reading

କ’ଣ ଜଣେ ପରିଜନଙ୍କ ମୃତ୍ୟୁ ପରେ ଗୁଜରାଟ ବିଧାୟକ ହାର୍ଦିକ ପଟେଲ ଶୁଦ୍ଧିକ୍ରିୟା ନିମନ୍ତେ ଲଣ୍ଡା ହେଇଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ପିଏମ ମୋଦୀଙ୍କ ମା’ଙ୍କ ଦେହାନ୍ତ ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କ ଲଣ୍ଡା ନହେବା ନେଇ ଅଭିଯୋଗ ଲଗାଇଛନ୍ତି। ମୋଦୀଙ୍କ ସମର୍ଥକଙ୍କ ପରିହାସ କରି କୁହା ଯାଉଛି ଯେ ଗୁଗରାଟରେ ପରିଜନଙ୍କ ଦେହାନ୍ତ ପରେ ଲଣ୍ଡା ହେବା ଏକ ନିୟମ ନୁହେଁ। ଏହି ପ୍ରସଙ୍ଗରେ ବିଜେପି ବିଧାୟକ ହାର୍ଦିକ ପଟେଲଙ୍କ ଲଣ୍ଡା ହେଉଥିବା ଗୋଟିଏ ଫୋଟୋ ଭାଇରାଲ କରି ଦାବି କରା ଯାଉଛି ଯେ ସେ ନିଜ ପରିଜନଙ୍କ ମୃତ୍ୟୁ ପରେ ଲଣ୍ଡ ହେଉଛନ୍ତି।  କିନ୍ତୁ […]

Continue Reading

କ’ଣ ଏହା ମହାକାଶରୁ ନିଆଯାଇଥିବା ଆଣ୍ଟାର୍କଟିକାର ପ୍ରକୃତ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ

ସମ୍ପ୍ରତି ମହାକାଶରୁ ନିଆଯାଇଥିବା ପୃଥିବୀର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଚିତ୍ର ଆଣ୍ଟାର୍କଟିକାର ବରଫ ଅଞ୍ଚଳକୁ ଦର୍ଶାଉଛି। ଏହି ପ୍ରତିଛବି ଅଂଶୀଦାର କରି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ପ୍ରତିଛବି ମହାକାଶରୁ ନିଆଯାଇଛି | କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ପ୍ରକୃତ ଚିତ୍ର ନୁହେଁ ବରଂ ନାସା ଦ୍ୱାରା ଉତ୍ପାଦିତ ଏକ କମ୍ପ୍ୟୁଟର ଜେନେରେଟେଡ୍ ଇମେଜରୀ (CGI) ଅଟେ। Facebook | Archive ଏହି […]

Continue Reading

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅନ୍ୟ କୌଣସି ମହିଳାଙ୍କ ସହ ନୁହେଁ ବରଂ ତାଙ୍କ ପତ୍ନୀଙ୍କୁ ଫ୍ଲାଇଙ୍ଗ କିସ ଦେଉଥିଲେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ମାଲାମାଲ ପିନ୍ଧିଥିବା ଜଣେ ବ୍ୟକ୍ତି ତାଙ୍କୁ ଗାର୍ଲଫ୍ରେଣ୍ଡ କରିବା ପରେ ପାଖରେ ଠିଆ ହୋଇଥିବା ମହିଳାଙ୍କ ସହ ଜବରଦସ୍ତ ହାତ ମିଳାନ୍ତି। 32 ସେକେଣ୍ଡର ଭିଡିଓ ସେୟାର କରି କିଛି ସୋସିଆଲ ମିଡିଆ ବ୍ୟବହାରକାରୀ କଂଗ୍ରେସ ନେତାଙ୍କୁ ମହିଳାଙ୍କୁ ଅପମାନିତ କରିଥିବା ଅଭିଯୋଗ କରୁଛନ୍ତି। BirenM ନାମକ ଜଣେ ଟ୍ୱିଟର ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଓଡ଼ିଶା କଂଗ୍ରେସ ରାହୁଲ ଗାନ୍ଧୀଙ୍କ […]

Continue Reading

ମଞ୍ଚରେ ଠିଆ ହେବାକୁ ଅନୁମତି ନଦେବା ପରେ ଦଲିତ ବଡି ବିଲଡର ନିଜ ପୁରସ୍କାରକୁ ଗୋଇଣ୍ଠା ମାରିଥିଲେକି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବଡି ବିଲଡରଙ୍କୁ ଅପମାନ କରି ମଞ୍ଚରୁ ଉଲହାଇବା ପାଇଁ କୁହା ଯାଉଛି। ଏହି ବ୍ୟବହାରରୁ ରାଗି ସେ ନିଜ ପୁରସ୍କାରକୁ ଗୋଇଣ୍ଠା ମାରିଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଜାତି ଏବଂ ଧର୍ମ ନାମରେ ସେହି ବଡି ବିଲଡରଙ୍କୁ ଅପମାନ କରା ଯାଉଛି।  ଫ୍ୟାକ୍ଟ କ୍ରେସେଣ୍ଡୋ ର ପାଠକମାନେ ଏହି ଭିଡିଓକୁ ଆମର ୱ୍ହାଟ୍ସ ଆପ୍ ଫ୍ୟାକ୍ଟଲାଇନ୍ ନମ୍ବର (9049053770) କୁ ପଠାଇ ଫ୍ୟାକ୍ଟ-ଯାଞ୍ଚ […]

Continue Reading

ଓଲାର  ଟଏଲେଟ୍ ଭ୍ୟାନ୍ ଲଞ୍ଚ କରିଥିବା ଖବର ମିଥ୍ୟା ଅଟେ। 2019ରେ ଏପ୍ରିଲ ଫୁଲ ଭିଡିଓ ବନାଇଥିଲା ଓଲା।

ଓଲା କ୍ୟାବ କମ୍ପାନୀ ଖୁବ ଶୀଘ୍ର ‘ଓଲା ବିଶ୍ରାମ ଗୃହ’ ଏବଂ ଓଲା ଟଏଲେଟ୍ କ୍ୟାବ ଲଞ୍ଚ କରିବ ବୋଲି ସୋସିଆଲ ମିଡିଆରେ ଓଲା ବିଜ୍ଞାପନର ଏକ ଭିଡିଓ ସେୟାର କରାଯାଉଛି। ଭାଇରାଲ୍ ପୋଷ୍ଟ ଏକ ବିଜ୍ଞାପନ ଭିଡିଓ ସେୟାର କରୁଛି ଯେଉଁଥିରେ ‘ଓଲା ରେଷ୍ଟରୁମ୍’ ମୋବାଇଲ୍ ଟଏଲେଟ୍ କ୍ୟାବର ବୈଶିଷ୍ଟ୍ୟ ବର୍ଣ୍ଣନା କରାଯାଇଛି। ଭାଇରାଲ ଭିଡିଓ ସେୟାର ଚାଟରେ ସେୟାର କରାଯାଇ ଲେଖାଯାଇଛି ଯେ, OLA କମ୍ପାନୀ ଝାଡା ପରିସ୍ରା ଗାଡି ବି କାଢ଼ିଲାଣି। ଅନୁସନ୍ଧାନ- […]

Continue Reading

ଜାନୁଆରୀ 20 ରୁ ସରକାରୀ ବ୍ୟାଙ୍କଗୁଡିକ ମାଗଣା ସୁବିଧା ବନ୍ଦ କରିବେ କି? ଜାଣନ୍ତୁ ସତ୍ୟତା।

ଜି ବିଜନେସର ଏକ ନ୍ୟୁଜ୍ ବୁଲେଟିନ୍ ର ଏକ କ୍ଲିପ୍ ସୋସିଆଲ୍ ମିଡିଆରେ ସେୟାର କରାଯାଉଛି । ଏହି କ୍ଲିପ୍ ରେ  ନ୍ୟୂଜ ଆଂକର କହୁଛନ୍ତି ଯେ, 20 ଜାନୁୟାରୀରୁ ମାଗଣା ବ୍ୟାଙ୍କିଙ୍ଗ୍ ସେବା ବନ୍ଦ ହୋଇଯିବ।  ଭିଡିଓରେ ଏହା କୁହାଯାଇଛି ଯେ ପ୍ରତ୍ୟେକ ସେବା ପାଇଁ ଦେୟ ଗ୍ରାହକଙ୍କ ଆକାଉଣ୍ଟରୁ ସିଧାସଳଖ କଟାଯିବ ଏବଂ ଏହା ଉପରେ ଜିଏସ୍ଟି ମଧ୍ୟ ଆଦାୟ କରାଯିବ। Rangacharan Pradhan ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

କ’ଣ ଏହା ଓଡ଼ିଶାର ଏସଏଚଜି ଗୃପ୍ ଏବଂ ସୁରତରେ କାର୍ଯ୍ୟ କରୁଥିବା ଓଡ଼ିଆ ଦାଦନ ଶ୍ରମିକଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟରେ ଦୁଇଟି ଫୋଟୋ ଭାଇରାଲ ହେଉଛି। ପ୍ରଥମ ଫୋଟୋରେ କିଛି ମହିଳା ମାନେ ଏକାଠି ବସିଛନ୍ତି, ଯାହା ମଧ୍ୟରେ କିଛି ଜଣ ବିଦେଶରୁ ଆସିଥିବା ଜଣା ପଡୁଛି। ଦ୍ଵିତୀୟ ଫୋଟୋରେ କିଛି ଲୋକେ ବସ୍ ରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ସେଠାରେ ପୋଲିସ ମଧ୍ୟ ଉପସ୍ଥିତ ଅଛି।  ଦାବି କରା ଯାଉଛି ଯେ ଏହି ଫୋଟୋ ହେଉଛି ଓଡ଼ିଶାର ଏସଏଚଜି ଗୃପ୍ ଏବଂ ସୁରତରେ ଦାଦନ ଖଟୁଥିବା ଶ୍ରମିକଙ୍କ ଫୋଟୋ […]

Continue Reading

ମିଥ୍ୟା ଦାବିରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପାଦିତ ଭିଡିଓ ଭାଇରାଲ ହୋଇଛି

25 ଡିସେମ୍ବରରେ ବିଜୁ ଜନତା ଦଳକୁ ପୂରିଲା ୨୫ ବର୍ଷ । ଏହି ପରୀପ୍ରେକ୍ଷୀରେ ବିଜେଡି ପୁରୀ ତାଳବଣିଆ ପଡ଼ିଆ ଠାରେ ବିଜେଡି ପକ୍ଷରୁ ବିଶାଳ ରାଜ୍ୟସ୍ତରୀୟ ସମାବେଶର ଆୟୋଜନ କରାଯାଇଥିଲା।   ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ସମାବେଶରେ ଯୋଗଦେଇଥିଲେ। ଏହା ପରେ ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକର ଏକ ଭିଡିଓ ସେୟାର କରାଯାଉଛି, ଯେଉଁଥିରେ ତାଙ୍କ ଦ୍ୱାରା ଦିଆ ଯାଇଥିବା ଭାଷଣରେ କୌଣସି ମହତ୍ୱ ନାହିଁ ଏବଂ ସେ କିଛି ବି ଭାଷଣ ଦେଉଛନ୍ତି […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ଗୁଡିକ କୁଏତର ସବୁଠାରୁ ଧନୀ ଲୋକ ନାସୀର-ଅଲ୍-ଖରିଫିଙ୍କ ସମ୍ପତ୍ତି ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ କିଛି ଫୋଟୋ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଜଣେ ବ୍ୟକ୍ତିଙ୍କ ମୃତ ଶରୀର ସହିତ ଅନେକ ସୁନା, ମୁଦ୍ରା, ନୋଟ୍, ସୁନା ଗାଡି, ସୁନା ଜାହାଜ ଇତିଯାଡିର ଫୋଟୋ ଦେଖିବାକୁ ମିଳିଛି।  ଦାବି କରା ଯାଉଛି ଯେ ଏହି ସୁନା ଏବଂ ଅନ୍ୟାନ୍ୟ ଫୋଟୋ କୁଏତର ଜଣେ ଧନୀ ବ୍ୟକ୍ତି ନାସୀର-ଅଲ୍-ଖରିଫିଙ୍କ ସମ୍ପତ୍ତି ଅଟେ।  ଫ୍ୟାକ୍ଟ କ୍ରିସେଣ୍ଡୋର ପାଠକମାନେ ଆମର ୱ୍ହାଟ୍ସ ଆପ୍ ଫ୍ୟାକ୍ଟଲାଇନ୍ ନମ୍ବର (9049053770) କୁ ଏହି ଫୋଟୋ ଗୁଡିକ ପଠାଇ […]

Continue Reading

କ’ଣ 5ଜି ରୁ ବାହାରୁଥିବା ବିକିରଣ କାରଣରୁ ପକ୍ଷୀ ମାନଙ୍କ ମୃତ୍ୟୁ ହେଉଛି? ଜାଣନ୍ତୁ ସତ୍ୟ।

ଗତ କାଲୀ ୫ ଜାନୁଆରୀରେ ଭୁବନେଶ୍ବରରେ 5ଜି ସେବା ଉନ୍ମୋଚନ କରା ଯାଇଥିଲା। ରିଲାଏନ୍ସ ଜିଓ ଏବଂ ଏୟାର୍ଟେଲ୍ ରାଜ୍ୟରେ 5ଜି ସୁବିଶା ପ୍ରଦାନ କରିବେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗଦାନ ଦେଇଥିଲେ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଦାବି କର ଯାଉଛି ଯେ 5ଜି ବିକିରଣ କାରଣରୁ ପକ୍ଷୀ ମାନଙ୍କର ମୃତ୍ୟୁ ହେଉଛି। କିନ୍ତୁ ଫ୍ୟାକ୍ଟ […]

Continue Reading

ଓଡ଼ିଶା ସରକାର 14 ଦିନ ଲକଡାଉନ ଘୋଷଣା କରି ନାହିଁ, ବର୍ଷେ ପୁରୁଣା ଭିଡିଓ ମିଥ୍ୟା ଦାବିରେ ଭାଇରାଲ

ଦେଶରେ କୋରୋନା ଭୟ ପୁଣିଥରେ ଦେଖା ଯାଉଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ସରକାର ଲକଡାଉନ କରିଥିବା ନେଇ କିଛି ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ 5 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଲକଡାଉନ ହେବା ନେଇ ଦାବି କରାଯାଇଛି। ଲକଡାଉନରେ କେତକ କଟକଣା ଲାଗାଯାଇଛି, ଯାହାକୁ ନେଇ ଏବେ ଚିନ୍ତାର ବିଷୟ ପାଲଟି ଯାଇଛି।  ZEO TV ନାମକ ଏକ ଫେସବୁକ ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ୫ ତାରିଖରୁ […]

Continue Reading