Archives

କ’ଣ ଉଲଗ୍ନ ଅବସ୍ଥାରେ ମହିଳା ମାନେ ବିରୋଧ କରୁଥିବା ଏହି ଭିଡିଓ ମଣିପୁରର ଅଟେ? ଜାଣନ୍ତୁ ସତ୍ୟ।

ଗତ 2 ମାସ ଧରି ମଣିପୁରରେ ହିଂସା କମୁନାହିଁ। ପ୍ରାୟ ପ୍ରତ୍ୟେକ ଦିନ ନୂଆ ଅପରାଧିକ ମାମଲା ଉପରେ ରିପୋର୍ଟ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଉଲଗ୍ନ ଅବସ୍ଥାରେ ପୋଲିସକୁ ଧମକ ଦେଉଛନ୍ତି ଏବଂ ବାଡ଼ି ଧରି ପୋଲିସକୁ ଗୋଡ଼ାଉଛନ୍ତି।  ଆମକୁ ଏହି ଭିଡିଓର ତଥ୍ୟ ଯାଞ୍ଚ କରିବା ପାଇଁ ୱ୍ହାଟ୍ସ ଅପ୍ ନମ୍ବର 9049053770 ରେ ଅନୁରୋଧ ଆସିଥିଲା।  ଭିଡିଓ ସେୟାର କରି ଦାବି […]

Continue Reading

କ’ଣ ରାସ୍ତା ମଝିରେ ଜଣେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଥିବା ଭିଡିଓ ମଣିପୁରର ଅଟେ? ଜାଣନ୍ତୁ ସତ୍ୟ।

ମଣିପୁରରେ ହିଂସା ଥମିବାର ନାମ ନେଉଆ ନାହିଁ। ନିକଟରେ କିଛି ଜଘନୀୟ ଘଟଣା ମଣିପୁରରେ ଦେଖିବାକୁ ମିଳିଛି। ଲୋକଙ୍କ ଏକ ସମୂହ ଦୁଇ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ପ୍ୟାରେଡ୍ କରେଇବା ସହିତ ତାଙ୍କ ଗଣଦୁଷ୍କର୍ମ ମଧ୍ୟ କରିଛନ୍ତି। ଏହା ନେଇ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।  ଏହା ପରେ ଅନ୍ୟ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ମହିଳାଙ୍କୁ କିଛି ବନ୍ଧୁକ ବିଶିଷ୍ଟ ଲୋକମାନେ […]

Continue Reading

ମଣିପୁର ଗଣଦୁଷ୍କର୍ମ ଘଟଣାରେ ଆରଏସଏସ (RSS) କାର୍ଯ୍ୟକର୍ତ୍ତାଙ୍କ ଫୋଟୋ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

ନିକଟରେ ମଣିପୁରରୁ ଗୋଟିଏ ନିନ୍ଦନୀୟ ଘଟଣା ଘଟିଥିଲା। ଲୋକଙ୍କ ଗୋଟିଏ ବିଶାଳ ସମୂହ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ପ୍ୟାରେଡ୍ କରାଇବା ପରେ କିଛି ଲୋକେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ମାମଲାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଆରଏସଏସ କାର୍ଯ୍ୟକର୍ତ୍ତାଙ୍କର ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ମଣିପୁରର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଏହି ଦୁଇ […]

Continue Reading

କ’ଣ ମଣିପୁରରେ ହେଇଥିବା ଘଟଣା ପରେ ଅକ୍ଷୟ କୁମାର ଏହି ଭିଡିଓରେ ନିଜ କ୍ରୋଧ ପ୍ରକାଶ କରୁଛନ୍ତି? ଜାଣନ୍ତୁ ସତ୍ୟ

ମଣିପୁରର ଦୁଇ ଜଣ କୁକି ସମ୍ପ୍ରଦାୟ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ପ୍ୟାରେଡ୍ କରାଯିବା ସହ ବହୁ ସଂଖ୍ୟାରେ ପୁରୁଷଙ୍କ ଦ୍ୱାରା ତାଙ୍କ ଯୌନ ନିର୍ଯାତନା ହୋଇଥିବାର ଏକ ଭିଡିଓ ସାରା ଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ କରିଛି। ଅନୁସୂଚିତ ଜନଜାତି ନେତାଙ୍କ ଫୋରମ୍ (ଆଇଟିଏଲଏଫ୍) ଅନୁଯାୟୀ, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାର ଗୋଟିଏ ଦିନ ପରେ ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଏହି ଘଟଣା ଘଟିଥିଲା।  ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅଭିଯୁକ୍ତଙ୍କୁ କଠୋର […]

Continue Reading

ଓମାନରେ ଘଟିଥିବା ଘଟଣାର ପୁରୁଣା ଭିଡିଓ ବର୍ତ୍ତମାନ ମୁମ୍ବାଇ ଦାବିରେ ଭାଇରାଲ କରାଯାଉଛି।

ମୁମ୍ବାଇରେ ପ୍ରବଳ ବର୍ଷା ମଧ୍ୟରେ ସୋସିଆଲ ମିଡିଆରେ 26 ସେକେଣ୍ଡର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ କିଛି ଲୋକ ସମୁଦ୍ରର ତରଙ୍ଗ ସହିତ ଖେଳୁଥିବା ଦେଖିବାକୁ ମିଳିବ।  ଏହି ସମୟରେ ହଠାତ୍ ଦୁଇଜଣ ଲୋକ ସମୁଦ୍ରର ତରଙ୍ଗରେ ଭାସିଗଲେ। ଏହି ଭାଇରାଲ ଭିଡିଓ ମୁମ୍ବାଇର ବାନ୍ଦ୍ରାଠାର ବୋଲି କୁହାଯାଉଛି, ଯେଉଁଠାରେ ଦୁଇଜଣ ମହିଳା ସମୁଦ୍ରରେ ଭାସି ଯାଇଥିଲେ।  ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ଏହା ମୁମ୍ବାଇ ବାନ୍ଦ୍ରା ସି ବିଚ ର ଘଟଣା ! […]

Continue Reading

ପାକିସ୍ତାନୀ ସେନାର ମେଜର ସାମିଆ ରେହମାନଙ୍କ ଫୋଟୋକୁ ସୀମା ହାଇଦରଙ୍କ ନାମରେ ମିଥ୍ୟା ଦାବି ସହ ସେୟାର କରାଯାଉଛି।

ନେପାଳ ଦେଇ ପାକିସ୍ତାନରୁ ଆସିଥିବା ସୀମା ହାୟଦାରଙ୍କ କାହାଣୀ ହେଡଲାଇନରେ ରହିଛି। ଏହାର ଅନେକ ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଆଜିକାଲି ସୀମା ହାଇଦରଙ୍କ ସହ ପାକିସ୍ତାନୀ ସେନା ୟୁନିଫର୍ମ ପିନ୍ଧିଥିବା ଜଣେ ମହିଳାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁନିଫର୍ମରେ ଥିବା ମହିଳା ହେଉଛନ୍ତି ସୀମା ହାୟଦାର ବୋଲି ଦାବି ମଧ୍ୟ କରାଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଆର୍ମୀ ୟୁନିଫର୍ମ ପିନ୍ଧିଥିବା ମହିଳା […]

Continue Reading

ବର୍ତ୍ତମାନ୍ ପଶ୍ଚିମବଙ୍ଗର ପୋଲିସ ବୋଲବୋମ ଭକ୍ତଙ୍କ ଉପରେ ଲାଠି ଚାର୍ଜ କରିଥିବା ଦାବି ମିଥ୍ୟା….

ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପୋଲିସ କିଛି ଲୋକଙ୍କୁ ବାଡ଼ିରେ ମାରୁଛି। ଭାଇରାଲ ପୋଷ୍ଟ ସହିତ ଦାବି କରାଯାଉଛି ଯେ, ପଶ୍ଚିମବଙ୍ଗର ପୋଲିସ ବୋଲବୋମ ଭକ୍ତଙ୍କୁ ଲାଠି ଚାର୍ଜ କରୁଛି । ଭିଡିଓର ସେୟାର କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗାଳି ଦେଉଛନ୍ତି। ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ଭାଇ ଓ ଭଉଣୀ ମାନେ ଏହି ଭିଡିଓ ଟି କୁ ଦେଖନ୍ତୁ କେମିତି ମମତା ବାନାର୍ଜୀ ସରକାର ୱେଷ୍ଟ ବେଙ୍ଗଲ ରେ […]

Continue Reading

କ’ଣ ଏହି ଭିଡିଓ ଶ୍ରୀହରିକୋଟା ଠାରୁ ଚନ୍ଦ୍ରୟାନ ୩ ଉତକ୍ଷେପଣ ହେଉଥିବାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

୧୪ ଜୁଲାଇ ରେ ଇସ୍ରୋ ଚନ୍ଦ୍ରୟାନ ୩ ର ଉତକ୍ଷେପଣ କରିଥିଲା। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ବିମାନରେ ଯାତ୍ରା କରୁଥିବା ସମୟରେ ଗୋଟିଏ ରକେଟ୍ ଉତକ୍ଷେପଣ ହେଉଥିବାର ଭିଡିଓ ଶୁଟ୍ କରିଛନ୍ତି। ସେହି ଭିଡିଓକୁ ବିଭିନ୍ନ ସୋସିଆଲ ମଇଦା ରେ ଭାଇରାଲ କରା ଯାଉଛି ଯେ ଏହା ଚନ୍ଦ୍ରୟାନ ୩ ର ଉତକ୍ଷେପଣ ହେଉଥିବାର ଭିଡିଓ […]

Continue Reading

କ’ଣ ଫୋଟୋରେ ପୋଲିସ ୟୁନିଫର୍ମ ପିନ୍ଧିଥିବା ମହିଳା ହେଉଛନ୍ତି ସୀମା ହାଇଦର? ଜାଣନ୍ତୁ ସତ୍ୟ।

ନିକଟରେ ଗୋଟିଏ ଆଶ୍ଚର୍ଯ୍ୟ ଘଟଣା ଘଟିଛି। ପବଜି ମୋବାଇଲ୍ ଖେଳ ଦ୍ଵାରା ପାକିସ୍ତାନର ଜଣେ ମହିଳା, ସୀମା ହାଇଦର ଭାରତର ଜଣେ ଯୁବକଙ୍କ ପ୍ରେମ କରି ବସିଛନ୍ତି। ପସେହି ପ୍ରେମରେ ପଡି ସେ ପାକିସ୍ତାନରୁ ଅବୈଧ ଭାବରେ ଭାରତ ଆସି ସେ ପିଲାଙ୍କ ସହିତ ଭେଟିଛନ୍ତି। ଏହି ଘଟଣା ନେଇ ବର୍ତ୍ତମାନ ଆମ ଦେଶରେ ଆଲୋଚନା ଚାଲିଛି। ପୋଲିସ ସୀମାଙ୍କ ବିଷୟରେ ତଦନ୍ତ କରୁଛି।  ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। ଏପରି […]

Continue Reading

କ’ଣ ଏହି ଭିଡିଓରେ ପାକିସ୍ତାନର ଜଣେ ପିତା ନିଜ ଝିଅ ସହିତ ବିବାହ କରି ତାକୁ ନିଜ ଚତୁର୍ଥ ସ୍ତ୍ରୀ କରିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଖବର ଭାଇରାଲ ହେବାରେ ଲାଗିଛି। ଜଣେ ଦମ୍ପତିଙ୍କ ଫୋଟୋ ସେୟାର କରି ଦାବି କରା ଯାଉହୀ ଯେ ଫୋଟୋରେ ଥିବା ମହିଳା ନିଜ ପିତାଙ୍କ ସହିଇଟ ବିବାହ କରିଛନ୍ତି। ଏହି ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ମୁସ୍ଲିମ ସମ୍ପ୍ରଦାୟ ଲୋକଙ୍କ ବିଷୟରେ ଅପମାନଜନକ ଭାଷା କହୁଛନ୍ତି।  ପୋଷ୍ଟ ହେଇଥିବା ଫୋଟୋରେ ଆମେ ଦେଖିଲୁ ଯେ ଏହାକୁ ଭାସ୍କର ୱେବସାଇଟରୁ ନିଆ ଯାଇଛି। ତେଣୁ ଆମେ ଭାସ୍କରର ଫେସବୁକ […]

Continue Reading

ଟ୍ରେନ୍ କୁ ଠେଲି ଦେଉଥିବା ଯବାନଙ୍କ ଭାଇରାଲ୍ ଭିଡିଓର ସତ୍ୟତା …

ନିକଟରେ ସୋସିଆଲ ମିଡିଆରେ ଭାରତୀୟ ରେଳବାଇର ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ସେନା କର୍ମଚାରୀମାନେ ଅଟକି ରହିଥିବା ଟ୍ରେନକୁ ଠେଲିଥିବାର ଦେଖିବାକୁ ମିଳିବ। ସେନା କର୍ମଚାରୀମାନେ ଟ୍ରେନ୍ ଚଳାଇ ନ ଥିବା ବେଳେ ଏହାକୁ ଠେଲି ଦେଇଥିବା ଦାବିରେ ଭିଡିଓ ସେୟାର କରାଯାଇଛି। ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ଏମାନଙ୍କୁ ଚିହ୍ନି ଥାଆନ୍ତୁ ଯେଉଁ ଠାରେ ଏଭଳି ଅସୁବିଧା ହେବ … ଫେସବୁକ । ଆର୍କାଇଭ ଅନୁସନ୍ଧାନ- ଅନୁସନ୍ଧାନ ଆରମ୍ଭରେ, ଆମେ ବିଭିନ୍ନ କୀ […]

Continue Reading

ଏହି ବୃଦ୍ଧ ବ୍ୟକ୍ତି ତାଙ୍କ ନାତିର ପତ୍ନୀଙ୍କୁ ବିବାହ କରିଥିଲେ କି?  ଏହା ଏକ ସ୍କ୍ରିପ୍ଟିଡ୍ ଭିଡିଓ…

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବୃଦ୍ଧ ଜଣେ ଝିଅ ସହିତ ବିବାହ କରୁଥିବା ଦେଖିବାକୁ ମିଳିବ। ଏହି ଭିଡିଓରେ ସେୟାର କରାଯାଇଛି ଯେ ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କ ନାତିଙ୍କ ପତ୍ନୀଙ୍କୁ ହାଲା ନାମରେ ବିବାହ କରିଛନ୍ତି ଏବଂ ବର୍ତ୍ତମାନ ନାତିଙ୍କ ପତ୍ନୀଙ୍କୁ ଫେରାଇବାକୁ ମନା କରୁଛନ୍ତି। ଭିଡିଓ ସେୟାର କରିବାବେଳେ ଧର୍ମକୁ ପରିହାସ କରାଯାଉଛି। ଭାଇରାଲ ଭିଡିଓ ସହିତ ଲେଖାଯାଇଛି, ଏହେଲା ମଜ ହବ ର ସୁନ୍ଦରତା, ନିଜ ବୁଢା […]

Continue Reading

ଗୁରୁଗ୍ରାମରେ ଜଣେ ବାଳିକାକୁ ଛୁରୀରେ ହତ୍ୟା କରାଯାଇଥିବା ଭିଡିଓକୁ ସାମ୍ପ୍ରଦାୟିକ ଏବଂ ପ୍ରେମ୍ ଜିହାଦ ଦାବି ସହିତ ସେୟାର କରାଯାଉଛି।

ନିକଟରେ ଗୁରୁଗ୍ରାମରେ ଜଣେ 19 ବର୍ଷର ବାଳିକାକୁ ବାଳକ ଛୁରୀରେ ହତ୍ୟା କରିଥିଲା। ଏହି ଘଟଣାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଭିଡିଓରେ ଆମେ ଦେଖି ପାରିବା ଯେ ଗୋଟିଏ ଝିଅର ମୃତ ଶରୀରର ରାସ୍ତାରେ ପଡିଥିବା ସମୟରେ ସେହି ରାସ୍ତା ରକ୍ତାକ୍ତ ହୋଇଛି। ଆପଣ ମାନେ ଭିଡିଓରେ ଏହା ମଧ୍ୟ ଦେଖି ପାରିବେ ଯେ ଜଣେ ମହିଳା ଗୋଟିଏ ଯୁବକକୁ ମାଡ଼ ମାରୁଛନ୍ତି ଏବଂ ଅନେକ ଲୋକେ ସେଠାରେ ଠିଆ ହୋଇ ଘଟଣା ଦେଖୁଛନ୍ତି।  ଦାବି […]

Continue Reading

କ’ଣ ଜଣେ ପୋଲିସକର୍ମୀ ଗୋଟିଏ ଗୁପ୍ଚୁପ ଦୋକାନ ଭାଙ୍ଗୁଥିବାର ଏହି ଭିଡିଓ ପ୍ରକୃତ ଘଟଣା ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଗୁପ୍ଚୁପ ବିକ୍ରୟ କରୁଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଗୁପ୍ଚୁପ ଦୋକାନରେ ଗୋଟିଏ ମହିଳା ଏବଂ ତାଙ୍କ ଝିଅ ଆସି ପହଞ୍ଚିଛନ୍ତି। ଝିଅଟି ଗୁପ୍ଚୁପ ଖାଉଥିବା ସମୟରେ ଜଣେ ପୋଲିସକର୍ମୀ ମଧ୍ୟ ଆସି ଗୁପ୍ଚୁପ ଖାଇଲେ। ଯେତେବେଳେ ଗୁପ୍ଚୁପ ଦୋକାନୀ ପୋଲିସକର୍ମୀଙ୍କ ଠାରୁ ପଇସା ମାଗିଲା ସେତେବେଳେ ସେ ଗୁପ୍ଚୁପ ଦୋକାନକୁ ଲାଟ ମାରି ଭାଙ୍ଗି ଦେଲେ ଏବଂ ସେଠାରୁ ପଳାଇଲେ।  ଦାବି […]

Continue Reading

କ’ଣ ଜଣେ ମୁସ୍ଲିମ ଯୁବକ ଛୁରୀରେ ନିଜ ହିନ୍ଦୁ ପ୍ରେମିକାର ବେକ କାଟିବାର ଉଦ୍ଦ୍ୟୟମ କରୁଥିବା ସମୟରେ ଲୋକ ମାନେ ତାକୁ ଧରିଛନ୍ତି? କ’ଣ ଏହା ଲଭ୍ ଜିହାଡ ର ମାମଲା? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକ ମାନେ ଜଣେ ଯୁବକଙ୍କୁ ମାରୁଛନ୍ତି ଏବଂ ପଚରାଉଚରା କରୁଛନ୍ତି ସେଠାରେ ଜଣେ ମହିଳା ଆହତ ଅବସ୍ଥାରେ ଉପସ୍ଥିତ ଅଛନ୍ତି। ଲୋକମାନେ ସେହି ଯୁବକ ଉପରେ ଯୁବତୀର ହତ୍ୟା ଉଦ୍ଦ୍ୟୟମର ଅଭିଯୋଗ ଲଗାଉଛନ୍ତି। ଯୁବତୀ ମଧ୍ୟ ସେଠାରେ ଉପସ୍ଥିତ ଲୋକଙ୍କୁ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ନକରିବା ପାଇଁ ଅନୁରୋଧ କରୁଛନ୍ତି।  ଦାବି କରା ଯାଉଛି ଯେ […]

Continue Reading

କ’ଣ ଭାଇରାଲ ଭିଡିଓ ଟାଇଟାନିକ୍ ଦେଖିବାକୁ ଯାଇଥିବା ପନଡ୍ଡୁବିର ଶେଷ ଭିଡିଓ? ଜାଣନ୍ତୁ ସତ୍ୟ।

ଜୁନ୍ ମାସରେ ଓସେନ୍ ଗେଟ୍ ଦ୍ଵାରା ପରିଚାଳିତ ଟାଇଟେନ୍ ପନଡ୍ଡୁବି କିଛି ଯାତ୍ରୀଙ୍କୁ ନେଇ ସମୁଦ୍ରରେ ବୁଡି ରହିଥିବା ଟାଇଟେନିକ୍ ଜାହାଜର ପରିଦର୍ଶନ ପାଇଁ ଯାଇଥିଲା। ସମୁଦ୍ର ପାଣିରେ କିଛି ଗଭୀରତାକୁ ଯିବା ପରେ ଏହି ପନଡ୍ଡୁବି ସହିତ ସମ୍ପର୍କ ବିଛିନ୍ନ ହେଲା ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଯାତ୍ରା କରୁଥିବା ୫ ଟି ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଗୋଟିଏ ପନଡ୍ଡୁବି ଭିତରେ ବସିଥିବା କିଛି ଲୋକଙ୍କ ଏକ ଭିଡିଓ […]

Continue Reading

ସୈନ୍ୟମାଙ୍କୁ ଅଟକାଉଥିବା ପ୍ରଦର୍ଶନକାରିଙ୍କ ଏହି ଭିଡିଓ ପଶ୍ଚିମବଙ୍ଗର ନୁହେଁ ବରଂ ବାଂଲାଦେଶର।

ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରାଯାଉଛି, ଯେଉଁଥିରେ , ପ୍ରଦର୍ଶନକାରୀମାନେ ଦାତରେ ଲାଠୀ ଧରୀ ଦେଶର ସୈନିକମାନଙ୍କ ଗାଡ଼ି ସାମନାରେ ବାଧା ସୃଷ୍ଟୀ କରୁଥିବା  ଏହି ଭିଡିଓ ଦାବି କରାଯାଉଛି ଯେ ଏହି ଭିଡିଓ ପଶ୍ଚିମବଙ୍ଗର ଅଟେ। ଯେଉଁଠାରେ ଆହତ ସେନା ସୈନିକଙ୍କୁ ଡାକ୍ତରଖାନା ନେବାବେଳେ ଗାଡି ଅଟକି ଯାଇଥିଲା।  ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ବେଙ୍ଗଲରେ ଆହତ ସେନା ସୈନିକଙ୍କୁ ଡାକ୍ତରଖାନା ନେବାବେଳେ ଗାଡି ଅଟକି ଯାଇଥିଲା, ଏହା ହେଉଛି ଅବସ୍ଥା। ତୁମର […]

Continue Reading

କ’ଣ ଏହି ଭିଡିଓରେ ପ୍ଲାଷ୍ଟିକ୍ ନକଲି ଅଣ୍ଡା ଉତ୍ପାଦନ କରା ଯାଉଛି? ଜାଣନ୍ତୁ ସତ୍ୟ।

ଆମେ ଜାଣିଛୁ ଯେ ଅଣ୍ଡା ଶରୀର ପାଇଁ ଏକ ଆବଶ୍ୟକ ପୋଷଣ ବୋଲି ଗ୍ରହଣ କରା ଯାଏ। ଏହା ବଜାରରେ କମ୍ ମୂଲ୍ୟରେ ଏବଂ ସୁବିଧାରେ ଉପଲବ୍ଧ ହେଇଥିବାରୁ ଲୋକମାନେ ଅଣ୍ଡାକୁ ନିଜ ଭୋଜନର ଏକ ଆବଶ୍ୟକ ଅଂଶ ପରି ବ୍ୟବହାର କରନ୍ତି। କିନ୍ତୁ ଯଦି ଏହି ଅଣ୍ଡା କ୍ଷତିକାରକ ହୋଇଯାଏ ତେବେ ଏହା ବିପଦ ମଧ୍ୟ ଆଣି ପାରେ।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ପ୍ଲାଷ୍ଟିକ୍ ଅଣ୍ଡା […]

Continue Reading

ମଣିପୁରରେ ଆଦିବାସୀମାନେ ବିଜେପି ନେତାମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ? ଭିଡିଓ 5 ବର୍ଷ ପୁରୁଣା..

ଦୁଇ ମାସରୁ ଅଧିକ ସମୟ ଧରୀ ଚାଲୁଥିବା ମଣିପୁର ହିଂସା ଲାଗି ରହିଏହା ସହିତ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ କିଛି ଲୋକ ବିଜେପି ନେତାଙ୍କୁ ଧକ୍କା ଦେଉଥିବାର ନଜର ଆସିଛନ୍ତି। ବଙ୍ଗଳାରେ ହିନ୍ଦୁମାନଙ୍କୁ ମାଡ ଦିଆଯାଉଛି ଦାବିରେ ଏହି ଭିଡିଓ ସେୟାର କରାଯାଇଛି। ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ଏପରି ସମୟରେ ପ୍ରଧାନମନ୍ତ୍ରୀ ମଣିପୁର ଯିବାକଥା….. ଫେସବୁକ । ଆର୍କାଇଭ ଅନୁସନ୍ଧାନ- ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓର […]

Continue Reading

ଏହି ଭାଇରାଲ୍ ଭିଡିଓ 2019ର ଅଟେ, ଯେତେବେଳେ ମୃତକଙ୍କ ସମ୍ପର୍କୀୟମାନେ ଏକ ଦୁର୍ଘଟଣା ଉପରେ କ୍ରୋଧ ପ୍ରକାଶ କରିଥିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେ ନିକଟରେ ମୌଲାନା ରାଜସ୍ଥାନର ବର୍ମର ସେଡୱା ଗ୍ରାମରେ ସମସ୍ତ ମୁସଲମାନମାନଙ୍କ ପାଇଁ ଫତୱା ଜାରି କରିଛନ୍ତି। ଯାହା ଅନୁଯାୟୀ ସେମାନେ ଜଟ୍, ଗୁଜରାଟ ଏବଂ ଚୌଧୁରୀଙ୍କ ଦୋକାନରୁ କୌଣସି ସାମଗ୍ରୀ କିଣିବା ଉଚିତ୍ ନୁହେଁ କିମ୍ବା ସେମାନଙ୍କ ଗାଡିରେ ବସିବା ଉଚିତ୍ ନୁହେଁ। ଭାଇରାଲ୍ ଭିଡିଓରେ ଜଣେ ମୁସଲମାନ ବ୍ୟକ୍ତି ଶୁଣିବାକୁ ମିଳେ ଯେ ଯଦି ଜଣେ ମୁସଲମାନର ହୃଦୟରେ ବିଶ୍ୱାସର ଶସ୍ୟ ରହିଯାଏ… .. ସେ […]

Continue Reading

କ’ଣ ଉତ୍ତରପ୍ରଦେଶର ଜଣେ ଦଳିତ ମହିଳା ୬ ଜଣ ମୁସ୍ଲିମ ଯୁବକଙ୍କ ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।

ୟୁପି ତକ୍ ଦ୍ଵାରା ପ୍ରକାଶିତ ଏକ ଖବରର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଉତ୍ତରପ୍ରଦେଶର ବାବାତପୁରରେ ଜଣେ ହିନ୍ଦୁ ଦଲିତ ମହିଳା, ବଳାତ୍କାର ଓ ଧର୍ମ ପରିବର୍ତ୍ତନ ହେବାର ଧମକ ଦିଆଯିବା ପରେ ୬ ଜଣ ମୁସଲମାନ ଯୁବକଙ୍କ ବେକ କାଟି ହତ୍ୟା କରିଛି ଏବଂ ବର୍ତ୍ତମାନ ସେହି ମହିଳା ନିଖୋଜ ଅଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଲିସ କହିବା ଅନୁଯାୟୀ ଏପରି […]

Continue Reading

ବାଲେଶ୍ୱର ରେଳ ଦୁର୍ଘଟଣାରେ ମହମ୍ମଦ ଶରିଫ ଅଲି ନାମରେ କୌଣସି ବ୍ୟକ୍ତି ଶାମିଲ ନାହାନ୍ତି, ଏବଂ ଭାଇରାଲ ଫଟୋ 19 ବର୍ଷ ପୁରୁଣା ଅଟେ।

ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ସାମ୍ପ୍ରଦାୟିକ ରଙ୍ଗ ଦେଇ ସୋସିଆଲ ମିଡିଆରେ ଲୋକମାନେ ଏକ ପୋଷ୍ଟ ଶେୟାର କରି ଦାବି କରୁଛନ୍ତି ଯେ, ବାହାଙ୍ଗା ବଜାର ରେଳ ଷ୍ଟେସନର ଷ୍ଟେସନ ମାଷ୍ଟର ସରିଫ ଅଲି ନାମକ ଜଣେ ମୁସଲମାନ ଦୁର୍ଘଟଣାସ୍ଥଳରୁ ପଳାୟନ କରିଛନ୍ତି। ଓଡିଶାର ବାଲେଶ୍ୱର ଜିଲ୍ଲାରେ ଟ୍ରେନ୍ ଦୁର୍ଘଟଣାରେ 288 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 1000 ଜଣ ଆହତ ହୋଇଥିଲେ।  ଭାଇରାଲ ପୋଷ୍ଟରେ ଜଣେ ବ୍ୟକ୍ତିର ଫୋଟୋ ମଧ୍ୟ ପୋଷ୍ଟ କରାଯାଇଛି। ପୋଷ୍ଟକୁ ସାମ୍ପ୍ରଦାୟିକ ରଙ୍ଗ […]

Continue Reading

କଲମ୍ବିଆରେ ଘଟିଥିବା ଘଟଣାର ଭିଡିଓ ଜବଲପୁରରେ ହୋଇଥିବା ହତ୍ୟା ଦାବିରେ ଭାଇରାଲ କରାଯାଉଛି।

ଲଭ ଜିହାଦକୁ ସଂଯୋଗ କରୁଥିବା ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଆପଣ ଝିଅକୁ ରକ୍ତରେ ଆଚ୍ଛାଦିତ ଦେଖିପାରିବେ। ଏହି ଭିଡିଓ ଜବଲପୁରର ବୋଲି ଦାବି କରାଯାଉଛି। ସେଠାରେ ଜଣେ ହିନ୍ଦୁ ଝିଅକୁ ତାଙ୍କ ମୁସଲମାନ ପ୍ରେମିକ ଦ୍ୱାରା ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା। ପୋଲିସ ଓ ହୋଟେଲ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ଭାଇରାଲ ଭିଡିଓରେ ଲେଖାଯାଇଛି ଯେ, ଜବଲପୁର ରେ ମୁସଲମାନ ପୁଅ  ହିନ୍ଦୁ ଝିଅ କୁ ଫସେଇଲା ତାପରେ ଝିଅଟିର ଗଳାକାଟି  […]

Continue Reading

କ’ଣ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ଲୋକ ମାନେ ଏହି ବିରୋଧ ପ୍ରଦର୍ଶନ କରିଥିଲେ? ଜାଣନ୍ତୁ ସତ୍ୟ।

ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ମୁଖ୍ୟ ପ୍ରସଙ୍ଗରେ ଆସିଛି। ସେ ରାଷ୍ଟ୍ରପତି ଜୋ ବିଡେନଙ୍କୁ ଭେଟି ଆମେରିକା କଂଗ୍ରେସକୁ ସମ୍ବୋଧିତ କରିଥିଲେ। ମୋଦୀଙ୍କ ଆମେରିକା ଗସ୍ତ ସହ ଜଡିତ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ଆମେ ଏକ ଭିଡିଓ ସାମ୍ନାକୁ ଆସିଥିଲୁ ଯେଉଁଥିରେ ରାସ୍ତାରେ ଅନେକ ଲୋକ ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ପ୍ରଦର୍ଶନ ସମୟରେ ସେମାନେ […]

Continue Reading

ଓଡିଶା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ଅଧିକାରୀମାନେ ନିର୍ଦ୍ଦୟ ଭାବରେ ଅଭିଯୁକ୍ତଙ୍କୁ ମାଡ ମାରୁଛନ୍ତି କି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହରବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଉଲଗ୍ନ ଭାବରେ ଅବସ୍ଥାରେ ତଳେ ପଡି ରହିଛନ୍ତି ଏବଂ ଆଉ ଜଣେ ବ୍ୟକ୍ତି କାଠରେ ତାଙ୍କୁ ମାରୁଥିବା ଜଣା ପଡୁଛି। ଦାବି କର ଯାଉଛି ଯେ ନିକଟରେ ଓଡ଼ିଶାର ରେଳ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ଷ୍ଟେସନ୍ ମାଷ୍ଟର ମୋହମ୍ମଦ ଶରିଫଙ୍କୁ ସିବିଆଇ ମାଡ ମାରୁଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଘଟନା […]

Continue Reading

କ’ଣ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ ‘ମୋଦୀ ପୃଥିବୀର ସର୍ବୋତ୍ତମ ଶେଷ ଆଶା’ ବୋଲି ଏକ ସମ୍ବାଦ ପ୍ରକାଶିତ କରିଛି? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଆମେରିକା ଗସ୍ତରେ ଯାଇଥିଲେ ଏବଂ ସେଠାରେ ସେ ରାଷ୍ଟ୍ରପତି ଜୋ ବାଇଡେନ, ଅନ୍ୟାନ୍ୟ ନେତା ଏବଂ ବ୍ୟବସାୟୀଙ୍କ ସହ ସାକ୍ଷାତ କରିଥିଲେ। ଏହା ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାର ଚର୍ଚ୍ଚା ଦେଖିବାକୁ ମିଳିଛି।  ଏହି ପ୍ରସଙ୍ଗରେ ନରେନ୍ଦ୍ର ମୋଦୀଙ୍କ ଫଟୋ ସହିତ ‘ଦି ନ୍ୟୁୟର୍କ ଟାଇମ୍ସ’ ଖବରକାଗଜର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରା ଯାଇଛି ଯେ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ ‘ମୋଦୀ […]

Continue Reading

କ’ଣ ଏହି ଫୋଟୋରେ ଦାଉଦ ସହ ବସିଥିବା ମହିଳା ହେଉଛନ୍ତି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାତେ? ଜାଣନ୍ତୁ ସତ୍ୟ।

ଏକ ଅଫିସରେ ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗଷ୍ଟର ଡାଉଡ୍ ଇବ୍ରାହିମଙ୍କ ବିପକ୍ଷରେ ବସିଥିବା ଜଣେ ମହିଳାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦାବି କରା ଯାଉଛି ଯେ ଏହା କଂଗ୍ରେସର ପୂର୍ବତନ ସାମ୍ବାଦିକ ତଥା ବର୍ତ୍ତମାନର ମୁଖପାତ୍ର ସୁପ୍ରିୟା ଶ୍ରୀନାତେ ଅଟନ୍ତି ଯିଏ ଗ୍ୟାଙ୍ଗଷ୍ଟର ଡାଉଡ୍ ଇବ୍ରାହିମ ସହ ସାକ୍ଷାତ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଥିବା ମହିଳା କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାତେ ନୁହଁନ୍ତି, ବରଂ ଜଣେ ସାମ୍ବାଦିକ […]

Continue Reading

ସମୁଦ୍ରରେ ଫସି ରହିଥିବା ଡଙ୍ଗାର ଏକ ପୁରୁଣା ଭିଡିଓକୁ ବିପର୍ଯ୍ୟୟ ବାତ୍ୟା ସମୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

ଦେଶର ପଶ୍ଚିମ ଉପକୂଳରେ ଆସିଥିବା ବିପର୍ଯ୍ୟୟ ବାତ୍ୟା ଗୁଜୁରାଟ ସହିତ ଅନ୍ୟ କିଛି ରାଜ୍ୟକୁ ମଧ୍ୟ ପ୍ରଭାବୁତ କରିଛି। ଲୋକଙ୍କ ସୁରକ୍ଷା ପାଇଁ ତାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରା ଯାଇଥିଲା। ଏହି ବାତ୍ୟା ଜଡିତ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଏପରି ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ବାତ୍ୟା ସମୟରେ ସମୁଦ୍ରରେ ଏକ ଡଙ୍ଗା ଫସି ରହିଥିବା ସମୟରେ ଗୋଟିଏ ହେଲିକପ୍ଟରରୁ ଏହି ଦୃଶ୍ୟର ଭିଡିଓ ନିଆଯାଇଛି। ଦାବି […]

Continue Reading

କ’ଣ ଏହି ଭିଡିଓ ଗୁଜରାଟରେ ଘଟିଥିବା ବିପର୍ଯୟ ବାତ୍ୟାର ଦୃଶ୍ୟ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ବିପର୍ଯୟ ବାତ୍ୟା ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରୁ ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଦମ୍ପତ୍ତି ବାଇକରେ ଯାଉଥିବା ସମୟରେ ବାତ୍ୟାରେ ଫସି ରହିଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ବାତ୍ୟା ବିପର୍ଯୟ ସମୟରେ ଗୁଜରାଟର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୨୧ ମସିହାରେ ଗୁଜୁରାଟରେ ଆସିଥିବା ତାଉତେ ବାତ୍ୟାର […]

Continue Reading

ଉଦ୍ଧବ ଠାକରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କୁ ତାଙ୍କ ଭାଇ ବୋଲି ଡାକିନଥିଲେ। ଭିଡିଓ ଭାଇରାଲ୍ କ୍ଲିପ୍ କରନ୍ତୁ…।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଉଦ୍ଧବ ଠାକରେ ଔରଙ୍ଗଜେବଙ୍କୁ ତାଙ୍କ ଭାଇ ବୋଲି କହୁଥିବାର ନଜର ଆସିଛନ୍ତି। ଏଥିସହ ସେମାନେ କହୁଛନ୍ତି ଯେ ଔରଙ୍ଗଜେବ ଦେଶ ପାଇଁ ତାଙ୍କ ଜୀବନ ଦେଇଛନ୍ତି। ଭାଇରାଲ ପୋଷ୍ଟରେ ଅସନ୍ତୋଷ ବ୍ୟକ୍ତ କରି ୟୁଜର୍ସ କହୁଛନ୍ତି ଯେ ଠାକରେ ମୋଗଲ ସମ୍ରାଟଙ୍କ ବିଷୟରେ କହୁଛନ୍ତି। ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ଉଧବ ଠାକରେ, […]

Continue Reading

ବାଂଲାଦେଶରେ ଅବସ୍ଥିତ ଏକ ମସଜିଦରେ କରାଯାଇଥିବା ଦାନର ଭିଡିଓ ଶିର୍ଡି ସାଇ ମନ୍ଦିର ନାମରେ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକେ ଏକ ଧାର୍ମିକ ସ୍ଥଳରୁ ଦାନ ଦିଆ ଯାଇଥିବା ନଗଦ ଟଙ୍କା ବୋରୀ ମାନଙ୍କରେ ଭାରୁଛନ୍ତି ଏବଂ ତାକୁ ଗଣୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଶିରଡି ସାଇ ମନ୍ଦିରର ଅଟେ ଯେଉଁଟା ମୁସ୍ଲିମ ମାନେ ବୋରୀ ରେ ଭରି ନେଉଛନ୍ତି।  କିନ୍ତୁ ଫ୍ଯାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଶିରଡି ସାଇ ମନ୍ଦିରର ହେଇଥିବା ଦାବି […]

Continue Reading

କ’ଣ ଏହି ଭିଡିଓରେ କେରଳର ମୁସ୍ଲିମ ମାନେ ଜଣେ RSS ସମର୍ଥକ ହିନ୍ଦୁ ମହିଳାଙ୍କୁ ଗୁଳି କରି ହତ୍ୟା କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଅପରାଧ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆପଣ ମାନେ ଦେଖି ପାରିବେ ଯେ ବାଇକ୍ ରେ ଦୁଇ ବ୍ୟକ୍ତି ଏକ କାରକୁ ଅଟକାଉଛନ୍ତି ଏବଂ ସେହି କାରରୁ ଜଣେ ମହିଳାଙ୍କୁ ବାହାର କରି ଗୁଳି ମାରି ତାଙ୍କ ହତ୍ୟା କରୁଛନ୍ତି। ସେ ମଳୟାଲାମ ଭାଷାରେ କିଛି କହୁଛନ୍ତି ଏବଂ ଆରଏସଏସ ନାମ ମଧ୍ୟ ନେଉଛନ୍ତି।  ଦାବି କରା ଯାଉଛି ଯେ ଏହି ଘଟଣା କେରଳର ଅଟେ। ଏଥିରେ ଦୁଇ ମୁସ୍ଲିମ ବ୍ୟକ୍ତି […]

Continue Reading

କ’ଣ ବିଜେପି ନେତା ସମ୍ବିତ ପାତ୍ର ଏବଂ ବାବା ରାମଦେବ ଓଡିଶା ଟ୍ରେନ୍ ଦୁର୍ଘଟଣା ପୀଡିତଙ୍କ ପାଇଁ ରକ୍ତ ଦାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ବାଲେଶ୍ଵରର ବାହାନଗାରେ ହେଇଥିବା ଏକ ବିଶାଳ ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୩୦୦ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଗୁରୁତ ଭାବରେ ଆଘାତ ହୋଇଛନ୍ତି। ଏହା ନେଇ ଦେଶର ଅନେକ ନେତା ଏବଂ ଜନସାଧାରଣ ଲୋକେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବିଜେପି ନେତା ସମ୍ବିତ ପାତ୍ର ଏବଂ ବାବା ରାମଦେବ ରକ୍ତଦାନ କରୁଛନ୍ତି। ଦାବି କରା […]

Continue Reading

ସ୍ୱିଡେନରେ ସ୍ପୋର୍ଟସ୍ ଫେଡେରେସନ୍ ‘ସେକ୍ସକୁ ଏକ ସ୍ପୋର୍ଟସ୍’ ଘୋଷଣା କରିବାର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି!

ବିଶ୍ୱର କେତେକ ଅଞ୍ଚଳରେ ବିଶେଷକରି ଏସିଆର ଦେଶରେ ସେକ୍ସ ବିଷୟରେ ପବ୍ଲିକ୍ ସ୍ଥାନରେ ଚର୍ଚ୍ଚା କିମ୍ବା ଯୌନ ସମ୍ବନ୍ଧ ରଖିବା ଏବେବି ନିଷେଧ। ଏଭଳି ପରିସ୍ଥିତିରେ ଭାରତର କେତେକ ଅଗ୍ରଣୀ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ଯେ ସ୍ୱିଡେନ ପ୍ରଥମ ୟୁରୋପୀୟ ଦେଶ ଯିଏ ସେକ୍ସକୁ ଏକ କ୍ରୀଡ଼ା ରୂପେ ସ୍ମାନ୍ୟତା ଦେଇ, ପ୍ରଥମ ୟୁରୋପୀୟ ସେକ୍ସ ଚାମ୍ପିୟନଶିପ ଆୟୋଜନ କରିବାକୁ ଯୋଜନା କରିଛି।  ଭାଇରାଲ ଭିଡିଓରେ ଦାବି କରା ଯାଇଛି ଯେ, ସ୍ଵିଡେନ ସେକ୍ସକୁ କ୍ରିଡାର ମାନ୍ୟତା […]

Continue Reading

କ’ଣ ଏହି ଭିଡିଓ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ ରେ ସିଗାରେଟ୍ ପିଉଛନ୍ତି? ଜାଣନ୍ତୁ ସତ୍ୟ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟାକଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜନଗହଳି ମଧ୍ୟ ଦେଇ ଯାଉଥିବା ଗୋଟିଏ ବସ୍ ରେ ନବୀନ ପଟ୍ଟନାୟକ ବସି ସିଗାରେଟ୍ ପିଉଛନତି। ଦାବି କରା ଯାଉଛି ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ ପବ୍ଲିକ୍ ସ୍ଥାନରେ ସିଗାରେଟ ପିଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅସଲି ଭିଡିଓରେ ନବୀନ ପଟ୍ଟନାୟକ ସିଗାରେଟ ପିଉନାହାଁନ୍ତି। ଭିଡିଓକୁ ଏଡିଟ୍ କରି […]

Continue Reading

କ’ଣ ଜଣେ ବ୍ୟକ୍ତି ବାଇକରେ ଗୋଟିଏ ଶବ ନେଉଥିବା ଫୋଟୋ ଭାରତର ଅଟେ? କ’ଣ ଏହା ଲଭ୍ ଜିହାଦର ଏକ ମାମଲା? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ବାଇକରେ ଏକ ଶବ ନେଉଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହା ଏକ ଲଭ୍ ଜିହାଦ ମାମଲା ଯେଉଁଥିରେ ଜଣେ ମୁସଲମାନ ବ୍ୟକ୍ତି ଜଣେ ହିନ୍ଦୁ ମହିଳାଙ୍କ ହତ୍ୟା କରି ତାହାର ଶବକୁ ନେଉଥିବା ଜଣା ପାଡିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋର ଲଭ୍ ଜିହାଦ […]

Continue Reading

ମୋଦୀ ନେହେରୁଙ୍କୁ ପ୍ରଣାମ କରୁଥିବା ଫୋଟୋ ଏଡିଟେଡ୍ ଅଟେ। ମୋଦୀ ନେହରୁକୁ ନୁହେଁ ବରଂ ଗାନ୍ଧୀଙ୍କୁ ପ୍ରଣାମ କରୁଛନ୍ତି।

ନେହେରୁଙ୍କ ପ୍ରତିମୂର୍ତ୍ତିକୁ ପ୍ରଣାମ କରୁଥିବା ମୋଦୀଙ୍କ ଏକ ଫୋଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ କରାଯାଉଛି। ଫୋଟୋ ସହିତ ଦାବି କରାଯାଉଛି ଯେ, ଶେଷରେ ମୋଦୀ ନେହେରୁଙ୍କ ପାଦ ଧରିଲେ।  ଭାଇରାଲ ପୋଷ୍ଟ ସହିତ ୟୁଜର୍ସ ଲେଖିଛନ୍ତି ଯେ,- ଦ୍ୱାପର ଯୁଗରେ ଭଗବାନ ଗଧ ପାଦ ଧରିଥିଲେତ….. ଫେସବୁକ  ଅନୁସନ୍ଧାନ- ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୂଗଲରେ ପକାଇ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚରେ ଆମକୁ  08 ଅଗଷ୍ଟ 2020 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

Continue Reading

କ’ଣ ଏହା ଏକ ହିନ୍ଦୁ ମହିଳାଙ୍କ ଫୋଟୋ, ଯାହାର ମୁସଲମାନ ପ୍ରେମିକ ତାଙ୍କୁ ଏସିଡ୍ ବ୍ୟବହାର କରି ଆକ୍ରମଣ କରିଥିଲେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଲଭ୍-ଜିହାଦ ନାମରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳେ। ଏହି ପୋଷ୍ଟ ଏବଂ ଭିଡିଓରେ କେଉଁ ପରି ମୁସଲମାନ ମାନେ ହିନ୍ଦୁ ଝିଅ ମାନଙ୍କୁ ନିଜ ପ୍ରେମ ଜାଲରେ ଫସେଇ ତାଙ୍କ ହତ୍ୟା କିମ୍ବା ଯନ୍ତ୍ରଣା କରିଥାନ୍ତି ତାହା ଦାବି କରା ଯାଇଥାଏ।  ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ମହିଳା ଜଣେ ହିନ୍ଦୁ ଯାହାର ମୁସଲମାନ […]

Continue Reading

ଏହା ବାଂଲାଦେଶର ହିନ୍ଦୁମାନଙ୍କ ଫୋଟ ନୁହେଁ ଯେଉଁମାନେ ସାଢି ପିନ୍ଧିଥିଲେ କିନ୍ତୁ ବର୍ତ୍ତମାନ ହିଜାବ ପିନ୍ଧିଛନ୍ତି।

ଏକ କଳା ଏବଂ ଧଳା ଏବଂ ଅନ୍ୟ ଏକ କଲର ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋଗୁଡ଼ିକରେ ୪ ଜଣ ମହିଳା ଏକ ଗାଡିରେ ବସିଛନ୍ତି। ପ୍ରଥମ ଫୋଟୋରେ, ଏହି ମହିଳାମାନେ ଗାଡିରେ ଶାଢି ପିନ୍ଧି ଏବଂ ବନ୍ଧୁକ ଧରି ବସିଥିବାବେଳେ ଦ୍ୱିତୀୟ ଫୋଟୋରେ ୪ ଜଣ ମହିଳା ହିଜାବ ପିନ୍ଧି ବନ୍ଧୁକ ଧରି ବସିଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟୋ ବାଂଲାଦେଶର ଅଟେ ଏବଂ ଏହି ମହିଳା […]

Continue Reading

ଆଇଏସ୍ଆଇଏସ୍ ଟେଣ୍ଟରୁ ହିନ୍ଦୁମାନଙ୍କୁ ଭାରତ ଏବଂ ବାଂଲାଦେଶରୁ ଉଦ୍ଧାର କରାଯାଇଛି କି?

ଭିଡିଓଟି 2022 ରୁ ଏବଂ YPJ ବାହିନୀ ଦ୍ୱାରା ଅଲ-ହୋଲ କ୍ୟାମ୍ପରୁ ଉଦ୍ଧାର ହୋଇଥିବା ମହିଳାମାନେ ୟାଜିଦି ଥିଲେ, ଭାରତୀୟ କିମ୍ବା ବାଂଲାଦେଶୀ ନୁହେଁ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେନା ୟୁନିଫର୍ମ ପିନ୍ଧିଥିବା ମହିଳାମାନେ ଏକ ତମ୍ବୁରେ ପ୍ରବେଶ କରୁଥିବା ଦେଖିବାକୁ ମିଳିବ। ତମ୍ବୁ ଭିତରେ ସେମାନେ ଦୁଇଜଣ girls ିଅଙ୍କୁ ଶିକୁଳିରେ ବନ୍ଧା ହୋଇଥିବା ଦେଖିଲେ। ସେନା କର୍ମଚାରୀମାନେ girls ିଅମାନଙ୍କୁ ଶୃଙ୍ଖଳରୁ ମୁକ୍ତ କରିଥିଲେ ଏବଂ ଆହତ ନହେବାକୁ […]

Continue Reading

ଚାଷୀଙ୍କ ଆନ୍ଦୋଳନର ପୁରୁଣା ଫୋଟୋକୁ ଚାଲୁଥିବା କୁସ୍ତି ଆନ୍ଦୋଳନ ସହିତ ଯୋଡି ଭାଇରାଲ କରାଯାଉଛି।

ଗତ ଚାରିମାସ ଧରି ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ବିରୋଧକୁ ସଂଯୋଗ କରୁଥିବା ଏକ ଚିତ୍ର ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଆପଣ ଜଣେ ବ୍ୟକ୍ତିଙ୍କୁ ପୋଲିସର ପାଦ ତଳେ ପୋତି ହୋଇଥିବାର ଦେଖିପାରିବେ। ଏହି ବ୍ୟକ୍ତି ଜଣକ କୁସ୍ତି ସାକ୍ସି ମଲିକ ବୋଲି ଦାବି କରାଯାଉଛି। ପୋଷ୍ଟ ସହିତ ଦାବି କରାଯାଉଛି ଯେ, ତା ୨୮/୦୫/୨୩ ତାରିଖ ଦେଶ ପାଇଁ ଏକ କଳା ଇତିହାସ ଲେଖା ହେଲା। ବିଜେପି ସରକାର ରେ ମହିଳା ଖେଳାଳିଙ୍କୁ […]

Continue Reading

କ’ଣ ଏହି ଫୋଟୋ ଗତ କାଲୀ କର୍ଣ୍ଣାଟକରେ ବାୟୁ ସେନାର ଏକ ବିମାନ ଦୁର୍ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଗତ କାଲୀ ଭାରତ ବାୟୁ ସେନାର ଏକ ବିମାନ କରଣତକରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମନାକୁ ଆସିଥିଲା। ଏହା ପରେ ସୋସିଆଲ ମିଡିଆରେ ଘଟନା ଜଡିତ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବିମାନ ଦୁର୍ଘଟଣା ହୋଇଥିବା ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଗତ କାଲୀ କର୍ଣ୍ଣାଟକରେ ହେଇଥିବା ଦୁର୍ଘଟଣାର ଫୋଟୋ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ […]

Continue Reading

କ’ଣ ଏହି ଭିଡିଓରେ ଇଡି ଗୁଜରାଟର ଆମ୍ ଆଦାମୀ ପାର୍ଟି ନେତା ଶେଖର ଅଗ୍ରୱାଲଙ୍କ ଘରେ ରେଡ୍ କରୁଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଅଧିକାରୀ ଏକ ସ୍ଥାନରେ ରେଡ୍ କରି ଅନେକ ନଗଦ ଜବତ କରିଛନ୍ତି ଏବଂ ସେମାନେ ଜବତ କରା ଯାଇଥିବା ନଗଦର ଗଣନା କରୁଛନ୍ତି। ଏହି ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ରେଡର ଏହି ଦୃଶ୍ୟ ଗୁଜୁରାଟ ଆମ୍ ଆଦମୀ ପାର୍ଟି ନେତା ଶେଖର ଅଗ୍ରୱାଲଙ୍କ ଘରର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି […]

Continue Reading

କ’ଣ ISIS ଆତଙ୍କବାଦିମାନେ ନିଜର ସେକ୍ସସୁଆଲ୍ କୁ ପୂରଣ କରିବା ପାଇଁ ବଜାରରେ ହିନ୍ଦୁ ମହିଳାମାନଙ୍କୁ ବିକ୍ରି କରୁଛନ୍ତି ?

ଏହି ଭିଡିଓଟି ଏକ ନାଟକର ଅଟେ। ଏଥିରେ ଦେଖାଯାଇଥିବା ଦୃଶ୍ୟଗୁଡ଼ିକ ବାସ୍ତବ ନୁହେଁ ।  ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଆପଣ ଦେଖିପାରିବେ ଯେ ବୁର୍ଖା ପିନ୍ଧିଥିବା କିଛି ଝିଅ ଏକ ଧାଡିରେ ଠିଆ ହୋଇଛନ୍ତି। ଗୋଟିଏ ପରେ ଗୋଟିଏ ମହିଳା ମହିଳାମାନଙ୍କୁ ସେମାନଙ୍କର ହିଜାବ ଉଠାଉଥିବାର ଦେଖୁଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ, ISIS ଆତଙ୍କବାଦିମାନେ ନିଜର ସେକ୍ସସୁଆଲ୍ କୁ ପୂରଣ କରିବା ପାଇଁ ବଜାରରେ ହିନ୍ଦୁ ମହିଳାମାନଙ୍କୁ ବିକ୍ରି […]

Continue Reading

କ’ଣ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ ତେଲଙ୍ଗାନାରେ ଜାତୀୟ ପତକାରେ ଅଶୋକ ଚକ୍ର ହଟାଇ କଲମା ଲେଖି ଉତ୍ସବ ପାଳନ କରା ଯାଇଥିଲା? ଜାଣନ୍ତୁ ସତ୍ୟ।

ଗତ ମାସରେ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନରେ ବିପୁଳ ବ୍ୟବଧାନରେ ଜିତିଥିଲା। ଦଳ ପାଇଁ ଏହା ଏକ ବିରାଟ ବିଜୟ ଥିଲା। ଅନେକ ସ୍ଥାନରେ ସମର୍ଥକ ଏବଂ ଦଳର ସଦସ୍ୟ ଏହି ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାରତର ଜାତୀୟ ପତକାରେ ଅଶୋକ ଚକ୍ରକୁ ହଟାଇ ଇସଲାମୀକ୍ ଭାଷାରେ କିଛି ଲେଖା ହେଇଥିବା ଏକ ଫୋଟୋ ଭାଇରାଲ ହେଉଥିବା ମିଳିଲା। ଦାବି କରା ଯାଉଛି ଯେ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନ […]

Continue Reading

କ’ଣ ଏହି ଭିଡିଓ ବେଆଇନ୍ ଭାବରେ ଭାରତରେ ପ୍ରବେଶ କରିଥିବା କିଛି ରୋହିଙ୍ଗ୍ଯା ମୁସ୍ଲିମ ମାନଙ୍କର ଅଟେ ଯାହାକୁ ମହାରାଷ୍ଟ୍ର ପୋଲିସ ଗିରଫ କରିଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅନେକ ନାବାଳକ ପୋଲିସ ଉପସ୍ଥିତିରେ ଟ୍ରକରୁ ଓହ୍ଲାଇଥିବାର ଦେଖିବାକୁ ମିଳିଛି। ଭିଡିଓ ସହିତ ଦାବି କରା ଯାଇଛି ଯେ ଏହି ପିଲାମାନ ହେଉଛନ୍ତି ରୋହିଙ୍ଗ୍ଯା ମୁସ୍ଲିମ ଏବଂ ତାଙ୍କୁ ପଶ୍ଚିମବଙ୍ଗ ଦେଇ ବେଆଇନ ଭାବେ ଭାରତରେ ପ୍ରବେଶ କରାଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା ବାଳକ ମାନେ ବିହାର ଏବଂ ପଶ୍ଚିମବଙ୍ଗର ବାସିନ୍ଦା ଯିଏ ଖରା ଛୁଟି […]

Continue Reading

କ’ଣ ପାହାଡୀ ଅଞ୍ଚଳରେ ମୋଟର ସାଇକଲ୍ ଚଲାଉଥିବା ମହିଳା ମାନଙ୍କର ଏହି ଭିଡିଓ ଅରୁଣାଚଳ ପ୍ରଦେଶର ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ କିଛି ମହିଳା ମାନେ ଏକ ପାହାଡୀ ଅଞ୍ଚଳରେ କଠିନତା ସହିତ ମୋଟର ସାଇକଲ୍ ଚଳଉଛନ୍ତି। ଦାବି କରା ଯାଉଛି ଯେ ଏହା ଅରୁଣାଚଳ ପ୍ରଦେଶର ଦୃଶ୍ୟ ଅଟେ ଯେଉଁଠାରେ ଏପରି କଠିନତା ସହ ଜୀବନ ବ୍ଯତୀତ କରିବାକୁ ପଡୁଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଅରୁଣାଚଳ ପ୍ରଦେଶର ନୁହେଁ, ବରଂ ଚୀନ […]

Continue Reading

ଜାପାନରେ ହୋଇଥିବା G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଣଦେଖା କରାଯାଇଥିଲା କି?

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱ ନେତାଙ୍କ ସହ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ସହିତ ଦାବି କରାଯାଉଛି ଯେ ବିଶ୍ୱର କୌଣସି ନେତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଚାରୁ ନାହାଁନ୍ତି। କିନ୍ତୁ ବାସ୍ତବରେ ଏହି ଦାବି ମିଥ୍ୟା ଏବଂ ଭିତ୍ତିହୀନ ବୋଲି ପ୍ରମାଣିତ କରେ। କାରଣ, ପୋଷ୍ଟ ହୋଇଥିବା ଭିଡିଓ ମାର୍ଚ୍ଚ 2023 ରେ ଅନୁଷ୍ଠିତ G7 ସମ୍ମିଳନୀର ଅଟେ। ଏହି ଭିଡିଓ ଅସମ୍ପୂର୍ଣ୍ଣ ଅଟେ। ଭୁଲ ତଥ୍ୟ ସହିତ […]

Continue Reading

ଭାଇରାଲ ଭିଡିଓରେ ଅମୁଲ ଲାସିର ପ୍ୟାକେଟରେ ଥିବା ଫଙ୍ଗସର ସତ୍ୟତା ଜାଣନ୍ତୁ……

ଏହି ଭିଡିଓରେ ଦେଖାଯାଇଥିବା ଘଟଣା ଏକ ବିଭ୍ରାନ୍ତିକର ଦାବି ସହିତ ସେୟାର କରାଯାଉଛି।  ଫ୍ୟାକ୍ଟ କ୍ରେସେଣ୍ଡୋ ଅମୁଲ କମ୍ପାନିଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଭାଇରାଲ ଦାବି ମିଥ୍ୟା ଅଟେ। ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି  ଯେଉଁଏଥିରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଅମୁଲଙ୍କ ଲାସିର ଖୋଲା ପ୍ୟାକେଟ୍ ଦେଖାଉଛନ୍ତି । ଏଥିରେ ସେ କହୁଛନ୍ତି ଯେ ସେ ଅମୁଲଙ୍କ ଠାରୁ ପାଞ୍ଚ ପ୍ୟାକେଟ୍ ଲସି କିଣିଥିଲେ ଏବଂ ଏଥିରେ ଥିବା […]

Continue Reading

କ’ଣ ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର ହେବ ପରେ ଲୋକେ ତାଙ୍କ କଳା ଧନ ବାହାର କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଆରବିଆଇ ୨୦୦୦ ଟଙ୍କା ନୋଟ୍ ଗୁଡିକୁ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେଇଛି। ୨୦୧୬ ମସିହାରେ ୨୦୦୦ ଟଙ୍କାର ନୋଟ୍ ଜନସାଧାରଣଙ୍କ ୟବାହାର ପାଇଁ ସୃଷ୍ଟି କର ଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାର ପ୍ରତ୍ୟାହାର ସୂଚନା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ୨୦୦୦ ଟଙ୍କା ନୋଟ୍ ବ୍ଯାଙ୍କରେ ବଦଳାଇବା ପାଇଁ ସୂଚିତ କର ଯାଇଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ […]

Continue Reading

କ’ଣ ବିବାହ ସମୟରେ ଯୌତୁକ ମାଗିଥିବାରୁ ଶଶୁର ନିଜ ଜ୍ଵାଇଁକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଏକ ବିବାହ ସମାରୋହରେ ଜଣେ ବ୍ୟକ୍ତି ବରକୁ ମାଡ ମାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରାଯାଉଛି ଯେ ବିବାହ ସମୟରେ ବର ଯୌତୁକରେ ଗାଡି ନେବ ବୋଲି ଜିଦ କରିବା ପରେ ତାହାକୁ ମାଡ ମରା ଯାଉଛି।  ଭିଡିଓର କ୍ୟାପସନ୍ ରେ ଲେଖା ଯାଇଛି ଯେ, “ଯୌତୁକରେ ଗାଡି ମାଗିବାରୁ ଚପଲରେ ପିଟିଲା ଶଶୁର” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ପ୍ରକୃତ ଘଟଣା […]

Continue Reading

ମଣିପୁରରେ ଗାଈ ବଧ କରିବାର ପୁରୁଣା ଭିଡିଓ କର୍ଣ୍ଣାଟକରେ କଂଗ୍ରେସ ବିଜୟର ଉତ୍ସବ ଭାବରେ ସେୟାର କରାଯାଇଥିଲା।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଦଳର ବିଜୟ ପରେ ସୋସିଆଲ ମିଡିଆରେ ବିଭିନ୍ନ ଦାବି ପ୍ରଚାର କରାଯାଉଛି। ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ କିଛି ଲୋକ କ୍ଷେତରେ ଗୋଟେ ଗାଈର ଶବ ପରୀକ୍ଷା କରୁଥିବା ଦେଖାଯାଇଛି। ଗାଈ ଗଳାରୁ ରକ୍ତ ବାହାରୁଥିବା ଦେଖାଯାଉଛି ଏହା ସହିତ  ବିଜେପି ପତାକା ତଳେ ପଡ଼ିଥିବାର ଦେଖାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ. କର୍ଣ୍ଣାଟକରେ କଂଗ୍ରେସର ଜିତିବା ପରେ ମୁସଲମାନ ମାନେ ବିଜେପି ପତାକାରେ […]

Continue Reading

ମେଘାଳୟର ବସ୍ ଦୁର୍ଘଟଣାର ଭିଡିଓ ନୁହେଁ, ବରଂ ଇଣ୍ଡୋନେସିଆର ଅଟେ।

ଆଜିକାଲି ସୋସିଆଲ ମିଡିଆରେ ବସ୍ ଦୁର୍ଘଟଣାର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ଲାଲ୍ ବସ୍ ଏକ ଖରାପ ରାସ୍ତାରେ ଦ୍ରୁତ ଗତିରେ ଚାଲୁଛି ଏବଂ  ଅନେକ ଲୋକ ଏହି ବସ୍ ପଛରେ ଦୌଡୁଛନ୍ତି । ଏହା ଛଡ଼ା ଲୋକମାନେ ବସ ଦୁର୍ଘଟଣା ହେବାକୁ ଯାଉଥିବା ବେଳେ ଚିତ୍କାର କୁଛନ୍ତି। କିଛି ସମୟ ମଧ୍ୟରେ ଏହି ବସଟି ନିକଟସ୍ଥ ଖାଲରେ ପଡ଼ିଗଲା।  ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, ଭିଇରାଲ ଭିଡିଓ ମେଘାଳୟରେ ଘଟିଥିବା […]

Continue Reading

କ’ଣ ଜଣେ ମୁସ୍ଲିମ ବ୍ୟକ୍ତି ମହିଳାଙ୍କ ସହିତ ଅଭଦ୍ର ଆଚାରନ କରିଥିବାରୁ କେରଳର ହିନ୍ଦୁ ମହିଳା ମାନେ ତାକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ମହିଳା ମାନେ ଜଣେ ବ୍ୟକ୍ତିକୁ ତାଙ୍କ କାରରୁ ଟାଣି ନେଉଥିବାର ନଜର ଆସିଛି। ଦାବି କରା ଯାଉଛି ଯେ ଏହି ଭିଡିଓରେ କିଛି ମହିଳା ମୁସଲମାନ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ଅଭିଯୋଗରେ ମାଡ ମାରୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ଦାବି ଅନୁଯାୟୀ, ମହିଳା ମାନେ ହିନ୍ଦୁ ସମ୍ପ୍ରଦାୟର ଅଟନ୍ତି ଏବଂ ସେମାନଙ୍କୁ ଶୋଷଣ କରୁଥିବା ବ୍ୟକ୍ତି ଜଣେ ମୁସଲମାନ ଅଟେ। କୁହାଯାଉଛି ଯେ […]

Continue Reading

ସିକ୍କିମରେ ହୋଇଥିବା ଅଘଟଣ ଦୃଶ୍ୟକୁ କେଦାରନାଥ ଦାବିରେ ଭାଇରାଲ କରାଯାଉଛି।

କେଦାରନାଥ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଲାଗି ରହୀଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅନେକ ଲୋକ ବରଫ ସହିତ ବୋହି ଆସୁଥିବାର ଦେଖାଯାଉଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ, ଏହି ଭିଡିଓ କେଦାରନାଥର , କେଦାରନାଥରେ ଘଟିଛି ଏପରି ଏକ ଅଘଟଣ। ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ସାବଧାନ କେଦାରନାଥ ଯାଉଥିବା ଯାତ୍ରୀ, ବାବା କେଦାରନାଥ ରେ ଘଟିଲା ଏପରି ଏକ ଅଘଟଣ, ଏମିତି ବରଫ […]

Continue Reading

ବେଙ୍ଗାଲୁରୁର ଏକ ପୁରୁଣା ଭିଡିଓକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ଭୋଟର ଠକେଇ ଦାବିରେ ଭାଇରାଲ…..

କର୍ଣ୍ଣାଟକ ନିର୍ବାଚନ ସହିତ ଏହି ଭିଡିଓର କୌଣସି ସମ୍ପର୍କ ନାହିଁ। ଏହି ଭିଡିଓ 2022 ପଶ୍ଚିମବଙ୍ଗର ଅଟେ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ବ୍ୟାପିବାରେ ଲାଗିଛି। ଏହି ଭିଡିଓ କର୍ଣ୍ଣାଟକର ଗୁଲବର୍ଗା ଉତ୍ତରରୁ ଆସିଛି ଯେଉଁଠାରେ ବିଧାନସଭା ନିର୍ବାଚନରେ ​​ଜିତିବା ପାଇଁ କଂଗ୍ରେସ ଦଳ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଭିଡିଓରେ, ଭୋଟ୍ ଦେବାକୁ ଆସିଥିବା ଲୋକଙ୍କୁ ଇଭିଏମ୍ରେ ପହଞ୍ଚିବାକୁ ଅନୁମତି ଦେଉ ନାହାଁନ୍ତି […]

Continue Reading

କ’ଣ କଂଗ୍ରେସ ନେତା ଦିଗ୍ବିଜୟ ସିଂ କହିଛନ୍ତି ଯେ ଗୋମାଂସ ଖାଇବାରେ କୌଣସି ଭୁଲ ନୁହେଁ? ଜାଣନ୍ତୁ ସତ୍ୟ।

କଂଗ୍ରେସ ନେତା ଦିଗବିଜୟ ସିଂହ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି। ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଆପଣ ମାନେ ତାଙ୍କୁ ଗୋମାଂସ ଖାଇବା ନେଇ ମନ୍ତବ୍ୟ ଦେଉଥିବା ଦେଖି ପାରିବେ।  ଏହି ଭିଡିଓରେ ଦିଗବିଜୟ ସିଂ କହୁଛନ୍ତି ଯେ ଗୋମାଂସ ଖାଇବା କୌଣସି ଖରାବ କଥା ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ଗୋରୁ ନିଜ ମଳ ମଧ୍ୟରେ ଲେଉଟନ୍ତି, ସେମାନେ ମାଁ ନୁହନ୍ତି। ଦାବି […]

Continue Reading

କର୍ଣ୍ଣାଟକର ଭାଟକଲରେ ଇସଲାମିକ ପତାକା ଉତ୍ତୋଳନକୁ ପାକିସ୍ତାନୀ ପତାକା ଦାବିରେ ଭାଇରାଲ କରାଯାଉଛି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ କଂଗ୍ରେସ ନିର୍ବାଚନ ଜିତିଛି। ଏହା ପରେ ସୋସିଆଲ ମିଡିଆରେ ପାକିସ୍ତାନୀ ପତାକା ଉତ୍ତୋଳନ କରାଯିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ପୋଷ୍ଟରେ, ଜଣେ ବ୍ୟକ୍ତି ଏକ ଗୋଲାକାର ଆକୃତି ଉପରେ ସବୁଜ ପତାକା ଧରିଥିବାର ଦେଖାଯାଏ, ଯେଉଁଥିରେ ‘ଓମ୍’ ଲେଖା ଯାଇଛି।  ଭାଇରାଲ ପୋଷ୍ଟରେ ଲାଖାଯାଇଛି ଯେ, କର୍ଣ୍ଣାଟକ ରେ କଂଗ୍ରେସ ଜିତିବା ପରେ ଆଜିର ଦୃଶ୍ୟ, ଏଠି ମନରେ ଉଙ୍କି ମାରେ ପ୍ରଶ୍ନ […]

Continue Reading

କ’ଣ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କୁ ଲୋକେ ଚପଲରେ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

୧୦ ମଇ ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହୋଇଥିଲା ଯାହାର ଫଳାଫଳ ୧୩ ମଇରେ ବାହାରି ସାରିଛି। ନିର୍ବାଚନରେ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠତା ସହିତ ଜିଟିଛି। କିନ୍ତୁ ୧୦ ମଇରେ ନିର୍ବାଚନ ସମୟରେ ଆମକୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଆମେ ଦେଖି ପାରିବା ଯେ ଏକ ବିଶାଳ ଭିଡ ମଧ୍ୟରେ କର୍ଣ୍ଣାଟକ ପୂର୍ବଟନ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ସଂଘର୍ଷ କରୁଛନ୍ତି। ଭିଡିଓରେ ଏପରି ଜଣା ପଡୁଛି ଯେ ଲୋକେ […]

Continue Reading

ଏକନାଥ ସିନ୍ଦେ ସରକାର କୁ ସୁପ୍ରିମ କୋର୍ଟ ବେଆଇନ ଘୋଷଣା କରି ନାହିଁ, ଭିଡିଓରେ ନାଚୁଥିବା ବ୍ୟକ୍ତି ସାଂସଦ ସଞ୍ଜୟ ରାଉତର ନୁହେଁ।

ମହାଷ୍ଟ୍ରରେ ଏକନାଥ ସିନ୍ଦେ ସରକାର କୁ ସୁପ୍ରିମ କୋର୍ଟ ବେଆଇନ ଘୋଷଣା କରି ନାହିଁ। ଏହା ଛଡ଼ା ଭାଇରାଲ ଭିଡିଓ ସାଂସଦ ସଞ୍ଜୟ ରାଉତର ନୁହନ୍ତି। ଶିବସେନା ନେତା ସଞ୍ଜୟ ରାଉତର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ, ଏକନାଥ ସିନ୍ଦେ ସରକାର କୁ ସୁପ୍ରିମ କୋର୍ଟ ବେଆଇନ ଘୋଷଣା କଲା ପରେ ଶିବସେନା ନେତା ସଞ୍ଜୟ ରାଉତ ଖୁସିରେ ନାଚିଲେ।  ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ […]

Continue Reading

ଏହି ଭାଇରାଲ କବର ହାଇଦ୍ରାବାଦର ଅଟେ ପାକିସ୍ତାନର ନୁହେଁ, ବଳାତ୍କାର ଭୟ ଯୋଗୁଁ ଏହାକୁ ପକାଯାଇଛି କି?

ଭାଇରାଲ୍ ଦାବି ମିଥ୍ୟା ଅଟେ। ଭାଇରାଲ୍ ଫୋଟୋ ହାଇଦ୍ରାବାଦର ଅଟେ ଏବଂ ଏହାର ପାକିସ୍ତାନ ଏବଂ ବଳାତ୍କାର ସହିତ କୌଣସି ସଂପର୍କ ନହିଁ।  ସୋସିଆଲ ମିଡିଆ ଏବଂ ନ୍ୟୁଜ ୱେବସାଇଟରେ ଏକ ଖବର ଭାଇରାଲ ହେଉଛି। ଦାବି କରାଯାଇଛି ଯେ ପାକିସ୍ତାନର ଲୋକମାନେ ଝିଅମାନଙ୍କ କବର ବନ୍ଦ କରି ସେମାନଙ୍କୁ ବଳାତ୍କାରକାରୀଙ୍କଠାରୁ ରକ୍ଷା କରୁଛନ୍ତି । ଏହା ସହିତ ଏକ ଫଟୋ ଶେୟାର କରାଯାଉଛି।  ସେଥିରେ ଏକ କବର ଉପରେ ସବୁଜ ରଙ୍ଗର କବାଟ ଅଛି ଯେଉଁଥିରେ  […]

Continue Reading

କ’ଣ କର୍ଣ୍ଣାଟକ ନିର୍ବାଚନ ପରେ ଲୋକେ ଜଣେ ବିଜେପି ନେତାଙ୍କ ଗାଡିରୁ ଇଭିଏମ ମେଶିନ୍ ପାଇଥିବାରୁ ତାହାକୁ ଭଙ୍ଗାରୁଜା କରୁଛନ୍ତି? ଜାଣନ୍ତୁ ସତ୍ୟ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମ୍ପର୍କରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଲୋକ ଇଭିଏମ ମେସିନ ଭାଙ୍ଗୁଥିବା ଦେଖାଯାଉଛି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ ବିଜେପି ନେତାଙ୍କ କାରରେ ଇଭିଏମ ମେସିନ ମିଳିବା ପରେ ସ୍ଥାନୀୟ ଲୋକ ତାଙ୍କୁ ଭଙ୍ଗାରୁଜା କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?  ଭିଡିଓ ସେୟାର କରି ସୋସିଆଲ […]

Continue Reading

କ’ଣ ଯନ୍ତର ମନ୍ତର ଆନ୍ଦୋଳନରେ ଯୋଗଦେବା ପାଇଁ ନକଲି ବିରୋଧକାରୀମାନେ ନିଜର ପୋଷାକ ବଦଳାଉଛନ୍ତି? ଜାଣନ୍ତୁ ସତ୍ୟ।

ଦିଲ୍ଲୀର ଯନ୍ତର ମନ୍ଥରରେ କୁସ୍ତି ଖେଳାଳିଙ୍କର ଆନ୍ଦୋଳନରେ ଯୋଗଦାନ ଦେବା ପାଇଁ ପଞ୍ଜାବର କୃଷକ ମାନେ ସେଠାରେ ପହଞ୍ଚିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ନିଜ ଟୋପି କାଢି ପାଗଢି ପିନ୍ଧୁଛନ୍ତି। ଏହା ସହିତର ଦାବି କରା ଯାଉଛି ଯେ କେଉଁ ପ୍ରକାର ନକଲି ଲୋକମାନେ କୃଷକ ଭେଷ ହୋଇ ଦିଲ୍ଲୀର ଯନ୍ତର ମନ୍ତରରେ କୁସ୍ତି ଖେଳାଳିଙ୍କ ସମର୍ଥନରେ ଆନ୍ଦୋଳନରେ ଯୋଗ ଦେବା ପାଇଁ […]

Continue Reading

ଗୁଜରାଟରେ ଗତ ୫ ବର୍ଷରେ ୪୦,୦୦୦ ମହିଳାଙ୍କ ନିଖୋଜ ହୋଇଥିବା ବିଷୟରେ ସତ୍ୟତା ଜାଣନ୍ତୁ।

ନିକଟରେ ଗୁଜୁରାଟରୁ ନିଖୋଜ ମହିଳାଙ୍କ ବିଷୟରେ ଏକ ସୂଚନା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗତ ୫ ବର୍ଷ ମଧ୍ୟରେ ଗୁଜୁରାଟରୁ ୪୧ ହଜାର ମହିଳା ନିଖୋଜ ହୋଇଯାଇଥିବା ଦାବି ହେଉଛି। ଗତ 5 ବର୍ଷ ମଧ୍ୟରେ ଗୁଜୁରାଟରୁ ୪୧ ହଜାର ମହିଳା ନିଖୋଜ ହୋଇଯାଇଛନ୍ତି ବୋଲି ଏନସିଆରବି ର ଏକ ରିପୋର୍ଟ କହିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ସୂଚନା ନେଇ ସୋସିଆଲ ମିଡିଆରେ ସମ୍ପୁର୍ଣ୍ଣ ତଥ୍ୟ ଦର୍ଶାଅ […]

Continue Reading

କ’ଣ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସମୟରେ ସୋନିୟା ଏବଂ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କୁ ଅସମ୍ମାନ କରିଥିଲେ? ଜାଣନ୍ତୁ ସତ୍ୟ।

୧୦ ମଇ ରେ କର୍ଣ୍ଣାଟକ ନିର୍ବାଚନ ହୋଇଥିଲା। ଏହା ପୂର୍ବରୁ ଅନେକ ରାଜନୈତିକ ଦଳ ନିଜ ପାର୍ଟି ପ୍ରଚାର ପାଇଁ ରେଲି ଆୟୋଜନ କରିଥିଲେ। ଏହି ସମୟରେ କର୍ଣ୍ଣାଟକରେ କଂଗ୍ରେସର ଏକ ରେଲିରେ ପ୍ରଚାର କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ଦେଖିବାକୁ ମିଳିଛି ଯେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ହାତ ଯୋଡି ଛିଡା ହୋଇଥିବା ବେଳେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ତାଙ୍କୁ ଅଣଦେଖା କରି ଅସମ୍ମାନ କରିଛନ୍ତି। […]

Continue Reading

କ’ଣ ଏହି ଭିଡିଓରେ ଜଣେ ମୁସଲିମ ବ୍ୟକ୍ତି ଏକ ବିବାହ ସମୟରେ ମହିଳାଙ୍କୁ ଶାଢି ପିନ୍ଧାଉଛନ୍ତି? ଜାଣନ୍ତୁ ସତ୍ୟ।

ଜଣେ ପୁରୁଷ ଗୋଟିଏ ମହିଳାଙ୍କୁ ଶାଢି ପିନ୍ଧାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଶାଢି ପିଢାଉଥିବା ବ୍ୟକ୍ତି ହେଉଛନ୍ତି ଜଣେ ମୁସ୍ଲିମ ଯିଏ ଗୋଟିଏ ହିନ୍ଦୁ ବିବାହ ସମୟରେ ମହିଳାଙ୍କୁ ଶାଢି ପିନ୍ଧାଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ବ୍ୟକ୍ତି ମୁସ୍ଲିମ ନୁହଁନ୍ତି ଏବଂ ଏହା କୌଣସି ହିନ୍ଦୁ ବିବାହ ଅବସରର ଭିଡିଓ ନୁହେଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  […]

Continue Reading

ବର୍ତ୍ତମାନ ବଜରଙ୍ଗ ଦଳ ବିରୋଧରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ବିରୋଧ କରିଛନ୍ତି କି ?

ବିଜେପି ନେତା ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ବଜରଙ୍ଗ ଦଳ ବିରୋଧରେ କଥା ହେଉଥିବା ନଜର ଆସିଛନ୍ତି। ଦାବି କରାଯାଉଛି ଯେ ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ବିଜେପିରେ ଥିବାବେଳେ ବଜରଙ୍ଗ ଦଳ ବିରୋଧରେ କହୁଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ବିଜେପି କେନ୍ଦ୍ରମନ୍ତ୍ରୀ Jyotiraditya Sindhiya ଫେସବୁକ । ଆର୍କାଇଭ ଅନୁସନ୍ଧାନ- ଭାଇରାଲ ଭିଡିଓକୁ ୟୁଟ୍ୟୁବରେ ଅଲଗା ଅଲଗା କୀ-ଶବ୍ଦ ବ୍ୟବହାର କରି ଭିଡିଓ ଯାଞ୍ଚ କରିଲୁ। ଫଳସ୍ୱରୁପ ଆମେ 17 […]

Continue Reading

ଅସଲି ଫୋଟୋକୁ ଏଡିଟ୍ କରି ସେଥିରେ ହିଟଲରର ଫୋଟୋ ଯୋଡି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ସହିତ ତୁଳନା କରା ଯାଉଛି।

କର୍ଣ୍ଣାଟକା ନିର୍ବାଚନ ନିକଟ ହେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ରେଲି କରୁଛନ୍ତି। ଏହି ସମୟରେ ସେ ଅନେକ ରୋଡ୍ ଶୋ ମଧ୍ୟ କରିଛନ୍ତି। କର୍ଣ୍ଣାଟକର କୁଳବର୍ଗୀ ଜିଲ୍ଲାରେ ପ୍ରଧାନମନ୍ତି କିଛି ପିଲା ମାନଙ୍କୁ ମଧ୍ୟ ଭେଟିଥିଲେ। ସେହି ସମୟରେ ତାଙ୍କର ଏବଂ ପିଲା ମାନଙ୍କ ମଝିରେ ଏକ କଣ୍ଟା ତାର ର ବାଡ ରହିଥିଲା। ବିପକ୍ଷ ଏହା ନେଇ ମୋଦୀଙ୍କୁ ନିନ୍ଦା କରୁଛନ୍ତି।  ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି […]

Continue Reading

ରାହୁଲ ଗାନ୍ଧୀଙ୍କ ନାଁରେ ଭାଇରାଲ ହେଉଥିବା ଏବିପି ନ୍ୟୂଜ ଗ୍ରାଫିକ୍ ଏଡିଟେଡ୍ ଅଟେ।

ଏବିପି ନ୍ୟୁଜ୍ ଚ୍ୟାନେଲ ‘ବ୍ରେକିଂ ନ୍ୟୁଜ୍’ର ଚିତ୍ର ଫଟୋସପ୍ ହୋଇଛି।  ଏହାର ‘ବ୍ରେକିଂ ନ୍ୟୁଜ୍’ ଟେମ୍ପଲେଟରେ ଏବିପି ଦ୍ୱାରା ବ୍ୟବହୃତ ଫଣ୍ଟ ପୋଷ୍ଟ ହୋଇଥିବା ଇମେଜରେ ଥିବା ଫଣ୍ଟଠାରୁ ଭିନ୍ନ।  ଆହୁରି ମଧ୍ୟ, ଏବିପି ନ୍ୟୁଜ୍ ଚ୍ୟାନେଲ୍ ନିଜେ ଟ୍ୱିଟ କର ଭାଇରାଲ ପୋଷ୍ଟକୁ ଖଣ୍ଡନ କରିଥିଲା।  ଏବିପି ନ୍ୟୁଜ୍ ଚ୍ୟାନେଲ୍ ‘ବ୍ରେକିଙ୍ଗ୍ ନ୍ୟୁଜ୍’ ଟେମ୍ପଲେଟ୍ ସହିତ ଏକ ସ୍କ୍ରିନସୋଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଟେମ୍ପଲେଟ୍ ରେ ରାହୁଲ ଗାନ୍ଧୀଙ୍କୁ ନେଇ ଲେଖାଯାଇଛି ଯେ, ରାହୁଲ […]

Continue Reading

କ’ଣ ଟ୍ରାଫିକ୍ ଜାମ୍ ହେଇଥିବାରୁ କର୍ଣ୍ଣାଟକର ଏକ ସହରରେ ଲୋକେ ପାଇପ୍ ଦେଇ ଗାଡିରେ ଯାଉଛନ୍ତି? ଜାଣନ୍ତୁ ସତ୍ୟ। 

ଖରାପ ରାସ୍ତା ଏବଂ ଟ୍ରାଫିକ୍ ବାଧା ଯୋଗୁଁ ଜନସାଧାରଣ ଲୋକଙ୍କୁ ଅନେକ ଥର ସମସ୍ଯାର ସାମନା କରିବାକୁ ପଡିଥାଏ। ଏହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥାଏ। କର୍ଣ୍ଣାଟକା ନିର୍ବାଚନ ପାଖେଇ ଆସୁଥିବା ସମୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକେ ଟ୍ରାଫିକ୍ ଜାମ୍ ରୁ ଏଡ଼ାଇବା ପାଇଁ ରାସ୍ତା ପାର୍ଶ୍ଵରେ ରକ୍ଷା ଯାଇଥିବା ପାଇପରେ ଗାଡି ଚଳାଉଛନ୍ତି।  ଦାବି କରା ଯାଉଛି ଯେ ଏହି ଭିଡିଓ କର୍ଣ୍ଣାଟକାର ଅଟେ।  […]

Continue Reading

କ’ଣ ଗୁଳିଚାଳନାର ଏହି ଭିଡିଓ ମଣିପୁରେ ହେଉଥିବା ହିଂସାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

ମଣିପୁରରେ ଆଦିବାସୀଙ୍କୁ ନେଇ ଉତ୍ତେଜନା ଏଖିବାକୁ ମିଳିଛି। ପାହାଡ ଅଞ୍ଚଳରେ ରହୁଥିବା ମେଇଟାଇଙ୍କ ପାଇଁ ଆଦିବାସୀ ମାନ୍ୟତା ଦାବିରେ ଏକ ରାଲି ପରେ ମଣିପୁରରେ ଉତ୍ତେଜନା ଦେଖାଦେଇଥିଲା। ଆଦିବାସୀ ଛାତ୍ର ସଂଗଠନ ୟୁନିଅନ ମଣିପୁର ୩ ମଇ ୨୦୨୩ ରେ ମେଇଟେଇ ମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ବିରୁଦ୍ଧରେ ଏହି ରାଲିର ଆୟୋଜନ କରିଥିଲା। ଏହା ନେଇ ରାଜ୍ୟରେ ହିଂସା ଭୟଙ୍କର ରୂପ ନେଇଛି। ଏହି ହିଂସା ଚୁରାଚାନ୍ଦପୁରରୁ ଆରମ୍ଭ ହୋଇ ରାଜଧାନୀ ଇମ୍ଫାଲ ଭଳି ରାଜ୍ୟର […]

Continue Reading

କ’ଣ ଜଣେ କାର ମାଲିକ ଟ୍ରାଫିକ୍ ପୋଲିସକୁ ନିଜ କାର ଉପରେ ଘୋଷାଡ଼ି ନେଉଥବା ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ।

ଟ୍ରାଫିକ୍ ନିୟମ ଉଲଂଘନ କରିଲେ ଚାଳନ ଦେବାକୁ ପଡିଥାଏ। କିଛି ଲୋକେ ଚାଲାଣ ଦେବାରୁ ଖସି ପଳାଇବା ପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି। ଏପରି ଏକ ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଟ୍ରାଫିକ୍ ପୋଲିସ ଗୋଟିଏ କାରକୁ ଅଟକାଇ ରଖିଥିଲେ। ହଠାତ ସେହି କାର ଆଗକୁ ବଢିବାକୁ ଲାଗିଲା। କାରକୁ ରୋକିବା ପାଇଁ ଟ୍ରାଫିକ୍ ପୋଲିସ କାର ବନେଟ୍ ଉପରେ ଚଢି ଯାଇଥିଲେ। କିନ୍ତୁ କାରଟି ନ ଅଟକାଇ […]

Continue Reading

ତେଲେଙ୍ଗାନା ନିର୍ବାଚନରେ ​​ବଣ୍ଟାଯାଇଥିବା ପଇସାର ଭିଡିଓ କର୍ଣ୍ଣାଟକ ନିର୍ବାଚନ ଦାବିରେ ଭାଇରାଲ…

ଏହି ଭିଡିଓ କର୍ଣ୍ଣାଟକ ନିର୍ବାଚନର ନୁହେଁ ବରଂ ତେଲେଙ୍ଗାନାରେ ଉପ-ନିର୍ବାଚନର ଅଟେ। ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ  ଆପଣ ଦୁଇଜଣ ମହିଳାଙ୍କୁ ବିଜେପି ପ୍ରତୀକ ସହିତ ଏକ ଲଫାପା ଖୋଲିଥିବାର ଦେଖିପାରିବେ। ଲଫାପାରୁ 2000 ଟଙ୍କିଆ ଲୋଟ ବାରୀବାର ଦେଖାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, କର୍ଣ୍ଣାଟକ ନିର୍ବାଚନରେ ​​ବିଜେପିକୁ ଭୋଟ ଦେବା ପାଇଁ ବିଜେପି ଲୋକଙ୍କୁ ପଇସା ବାଣ୍ଟୁଛି।  ଭାଇରାଲ ଭିଡିଓରେ ଲେଖାଯାଇଛି ଯେ, କର୍ଣାଟକ ରେ ପରାଜୟ ବରଣ […]

Continue Reading

କ’ଣ ବିଜେପି କାର୍ଯ୍ୟକର୍ତ୍ତା ପେଟ୍ରୋଲ୍ ଏବଂ ଗ୍ଯାସ୍ ଦରରେ ବୃଦ୍ଧି ନେଇ ଅର୍ଦ୍ଧ ଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଅର୍ଦ୍ଧଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଏକ ଫୋଟୋ ଭାଇରାଲ ହେବରେ ଲାଗିଛି। ଫୋଟୋ ସହିତ କୁଆ ଯାଇଛି ଯେ ପେଟ୍ରୋଲ୍ ଦର ୬୦ ଟଙ୍କା ଥିଲା ଏବଂ ଗ୍ଯାସ୍ ସିଲିଣ୍ଡର ୪୯୩ ଟଙ୍କା ଥିଲା, ତେବେ ମଧ୍ୟ ଏମାନେ ଉଲଗ୍ନ ହୋଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିଜେପି କାର୍ଯ୍ୟକର୍ତ୍ତାଙ୍କର ଅର୍ଦ୍ଧଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଫୋଟୋର ପେଟ୍ରୋଲ୍ କିମ୍ବା […]

Continue Reading

କର୍ଣ୍ଣାଟକରେ ବିଜେପିର ବିଜୟ ପଦଯାତ୍ରାରେ ଜଡିତ ଶ୍ରମିକମାନଙ୍କୁ ଲୋକମାନେ ଗୋଡ଼ାଇ ନଥିଲେ, ଭିଡିଓର ସତ୍ୟତା ଜାଣନ୍ତୁ…

ଏହି ଭିଡିଓଟି ତେଲେଙ୍ଗାନାର ମୁନୁଗୋଡର ଅଟେ।  ବିଜେପି ଓ ବିଆରଏସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ସେହୀ ଘଟଣାର ଭିଡିଓ। ଭିଡିଓର କର୍ଣ୍ଣାଟକ ନିର୍ବାଚନ ସହ କୌଣସି ସଂପର୍କ ନାହିଁ। କର୍ଣ୍ଣାଟକରେ ହେବାକୁ ଯାଉଥିବା ଥିବା ନିର୍ବାଚନ ପାଇଁ ବିଜେପି ସାରା ରାଜ୍ୟରେ ବିଜୟ ଯାତ୍ରା କରିଥିଲା। ସେହି ଯାତ୍ରା ସହିତ ଯୋଡି, ଏକ ଭିଡିଓ ଇଣ୍ଟରନେଟରେ ସେୟାର କରାଯାଉଛି।  ଭାଇରାଲ ଭିଡିଓରେ ଲୋକଙ୍କୁ ବୀଜେପି ପ୍ରଚାର ଗାଡ଼ି ଉପରେ ଆକ୍ରମଣ କରୁଥିବା ଲୋକଙ୍କୁ ଦେଖିପାରିବେ। […]

Continue Reading

କ’ଣ ରାହୁଲ ଗାନ୍ଧୀ ଜଣେ ବ୍ରାହ୍ମଣ ହୋଇ ଗୋମାଂସ ଏବଂ ଘୁଷୁରି ମାଂସ ଖାଉଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ରାହୁଲ ଗାନ୍ଧୀ ଏବଂ ଖାଦ୍ୟ ସାମ୍ବାଦିକ କୁନାଲ ବିଜୟକାର ଦିଲ୍ଲୀର ରାସ୍ତାରେ ଚାଲି ସେଠିକାର ସ୍ଵାଦିଷ୍ଟ ଭୋଜନ ଖାଉଥିବା ଦେଖିବାକୁ ମିଳିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାହୁଲ ଗାନ୍ଧୀ ଖାଦ୍ୟ ସାମ୍ବାଦିକ କୁନାଲ ବିଜୟକାରଙ୍କ ସହ ଏକ ରେଷ୍ଟୁରାଣ୍ଟରେ ଆମିଷ ଖାଦ୍ୟ ଖାଉଛନ୍ତି। ଦାବି ଅନୁଯାୟୀ ରାହୁଲ ଗାନ୍ଧୀ ସେଠାରେ ଗୋମାଂସ ଏବଂ ଘୁଷୁରି ମାଂସ ଖାଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

କ’ଣ ଏହି ଫୋଟୋ ଗୁଡିକ ନିକଟରେ ଛତ୍ତିସଗଡରେ ହେଇଥିବା ନକ୍ସଲ ଆକରଣର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

ନିକଟରେ ଛତ୍ତିସଗଡରେ ମାଓବାଦୀ ଆକ୍ରମଣର ଖବର ସାମନାକୁ ଆସୁଛି। ଛତ୍ତିସଗଡର ଦାନ୍ତେୱାଡା ଜିଲ୍ଲାରେ ଏକ ମିଶନ୍ ରୁ ଫେରୁଥିବା ବେଳେ ଏକ ମାଓବାଦୀ ଆକ୍ରମଣରେ ୧୦ ଟି ସୁରକ୍ଷା ବଳ ଯବାନ ଏବଂ ଜଣେ ସାଧାରଣ ନାଗରିକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି।  ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏପରି ଗୋଟିଏ ପୋଷ୍ଟରେ ଦୁଇଟି ଫୋଟୋ ସେୟାର କରା ଯାଇଛି ଯେଉଁଥିରେ ପ୍ରଥମ ଫୋଟୋରେ ରାସ୍ତା ମାଝିରେ ଏକ ବିସ୍ଫୋରଣ […]

Continue Reading

ଗୋଟିଏ 3D ଏନିମେଶନ୍ ଭିଡିଓକୁ ସମୁଦ୍ର ତଳେ ଡୁବୁ ରହିଥିବା ଦ୍ଵାରିକାର ଦୁର୍ଲଭ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ରାଧା-କୃଷ୍ଣ ମନ୍ଦିର ସମୁଦ୍ର ଭିତରେ ଦୃଶ୍ୟମାନ ହେଉଛି। ଦ୍ୱାରକା ସହର ସମୁଦ୍ର ତଳେ ଅଛି ବୋଲି ଏକ ଦାବି ସହିତ ଏହି ଭିଡିଓରେ ଦର୍ଶାଯାଇଛି ଏବଂ ଦାବି କରା ଯାଉଛି ଯେ ସମୁଦ୍ରରେ ବୁଡ଼ିଯିବା ପରେ ମଧ୍ୟ ଏହା ଦେଖିବାକୁ ମିଲିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଉପଯୁକ୍ତ ପ୍ରସଙ୍ଗ ବିନା ସେୟାର କରା ଯାଉଥିବା ପାଇଲା। ଗୋଟିଏ 3D ଏନିମେଶନ୍ ଭିଡିଓକୁ ସମୁଦ୍ର ତଳେ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ମୋଦୀ ମୁସ୍ଲିମ ସମୁଦାଯ ଲୋକଙ୍କ ସହିତ ଇଦ୍ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଇସଲାମ ଧର୍ମ ଗୁରୁଙ୍କୁ ଆଲିଙ୍ଗନ କରିଛନ୍ତି। ସେହି ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ମୁସ୍ଲିମ ସମୁଦାଯର ଅନେକ ଲୋକ ଉପସ୍ଥିତ ଅଛନ୍ତି। ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ମୁସ୍ଲିମ ସମୁଦାଯ ଲୋକଙ୍କ ମଧ୍ୟରେ ଯାଇ ଇଦ୍ ପାଳନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

କ’ଣ ଗୋଟିଏ କୁକୁର ବିଜେପି ପତକା ସହିତ ବୁଲୁଥିବା ଦୃଶ୍ୟ ଝାରସୁଗୁଡାର ଅଟେ? ଜାଣନ୍ତୁ ସତ୍ୟ।

ଝାରସୁଗୁଡା ଉପନିର୍ବାଚନ ପାଖେଇ ଆସୁଥିବା ସମୟରେ ବିଜେଡ଼ି ଦୀପାଳି ଦାସଙ୍କୁ ପାର୍ଟି ଟିକେଟ୍ ଦେଇଛି। ଏହା ନେଇ ଦୀପାଳି ଦାସ ନୋମିନେସନ୍ ପତ୍ର ମଧ୍ୟ ଦାଖଲ କରିଛନ୍ତି। ଏହି ଅବସରରେ ବିଜେଡ଼ି ଝାରସୁଗୁଡାରେ ଏକ ଶୋଭାଯାତ୍ରା ମଧ୍ୟ ଆୟୋଜନ କରିଥିଲା।  ଏହାକୁ ତୁଳନା କରି ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ କୁକୁର ଶରୀରରେ ବିଜେପି ପତାକା ବନ୍ଧା ହେଇଥିବା ଦେଖିବାକୁ ମିଳିଛି। ବିଜେପି ଦଳର ପରିହାସ କରି ଦାବି କରା ଯାଉଛି ଯେ ରେଲି ପାଇଁ ଲୋକ […]

Continue Reading

କ’ଣ ରାମ ନବମୀରେ ପଥର ମରା ଘଟଣା ପରେ ଗୁଜରାତ ପୋଲିସ ଲୋକଙ୍କୁ ଗିରଫ କରୁଛି? ଜାଣନ୍ତୁ ସତ୍ୟ।

ରାମ ନବମୀ ଅବସରରେ ଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ଦୋକାନ-ବଜାର ଭଙ୍ଗାରୁଜା କରିବା ସହ ଶୋଭାଯାତ୍ରା ଉପରେ ପଥର ଫିଙ୍ଗି ଆକ୍ରମଣ କରିଥିବା ଖବର ମଧ୍ୟ ସାମନାକୁ ଆସିଥିଲା। ପଶ୍ଚିମବଙ୍ଗ, ବିହାର ଏବଂ ଅନ୍ୟାନ୍ୟ ସ୍ଥାନରେ ହିଂସା ଜୋର ଧରିଥିଲା। ପୋଲିସ କହିବା ଅନୁଯାୟୀ ଏହି ହିଂସାକୁ ସୋସିଆଲ ମିଡିଆ ମାଧ୍ୟମରେ ଯୋଜନା କରା ଯାଇଥିଲା। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପୋଲିସ […]

Continue Reading

ଇନ୍ଦୋର ସହରରେ ରଙ୍ଗପଞ୍ଚମୀ ଉତ୍ସବ ପାଳନର ଭିଡିଓକୁ ହାଇଦ୍ରାବାଦରେ ହନୁମାନ ଜୟନ୍ତୀ ସମୟର ଭିଡିଓ ଦାବିରେ ଭାଇରାଲ ହେଉଛି।

ନିକଟରେ ହନୁମାନ ଜୟନ୍ତୀ ଅବସରରେ ଦେଶରେ ବିଭିନ୍ନ ସ୍ଥାନରେ ଲୋକେ ଉତ୍ସବ ପାଳନ କରିଥିଲେ। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ସେଯାର ମଧ୍ୟ ହୋଇଥିବା ମିଳିଛି।  ଏହି ସମୟରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାସ୍ତାରେ ଲୋକଙ୍କ ଏକ ବିଶାଳ ଭିଡ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଲିଛନ୍ତି। ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଲୋକେ ରଙ୍ଗ ସହିତ ଉତ୍ସବ ପାଳନ କରୁଛନ୍ତି। ଦାବି କରା ଯାଉଛି ଯେ ଏହା […]

Continue Reading

କ’ଣ ଟାଟା କମ୍ପାନୀ ନୂତନ ସଂସଦ ଭବନ ସେଣ୍ଟ୍ରାଲ୍ ଭିଷ୍ଟାକୁ ମାଗଣାରେ ନିର୍ମାଣ କରିଛି? ଜାଣନ୍ତୁ ସତ୍ୟ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନ ସେଣ୍ଟ୍ରାଲ୍ ଭିଷ୍ଟାର ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ବିଭିନ୍ନ କାର୍ଯ୍ୟର ଯାଞ୍ଚ କରିବା ଏବଂ ସଂସଦର ଉଭୟ ଗୃହରେ ନିର୍ମାଣ କରାଯାଉଥିବା ସୁବିଧା ଦେଖିଥିଲେ। ସେ ନିର୍ମାଣ ସ୍ଥଳରେ ଥିବା ଶ୍ରମିକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସ୍ସିଆଲ ମିଡିଆରେ ବର୍ତ୍ତମାନ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ସେଣ୍ଟ୍ରାଲ୍ ଭିଷ୍ଟାର କାର୍ଯ୍ୟ ୧୭ ମାସ […]

Continue Reading

କ’ଣ ଦୁବାଇରେ ଏକ କୁସ୍ତି ପ୍ରତିଯୋଗୀତାରେ ଜଣେ ଭାରତ ମହିଳା ପାକିସ୍ତାନର କୁସ୍ତି ଖେଳାଳିଙ୍କୁ ମାରି ପଛାଡିଛନ୍ତି? ଜାଣନ୍ତୁ ସତ୍ୟ

ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ମହିଳା କୁସ୍ତି ଲଢୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଆରମ୍ଭରୁ ଆମେ ଦେଖି ପାରିବା ଯେ ଜଣେ ମହିଳା କୁସ୍ତି କୁସ୍ତି ଖେଳାଳି ମାଇକ୍ ରେ କିଛି କହୁଛନ୍ତି। ସେହି ସମୟରେ ଦର୍ଶକଙ୍କ ମଧ୍ୟରୁ ଜଣେ ମହିଳା ତାଙ୍କ ଚ୍ୟାଲେଞ୍ଜ୍ ସ୍ଵୀକାର କରି କୁସ୍ତି ରିଙ୍ଗରେ ପ୍ରବେଶ କରୁଛନ୍ତି। ତାଙ୍କ ମଧ୍ୟରେ କିଛି ଯୁକ୍ତି ହେବା ପରେ ଦର୍ଶକଙ୍କ ମଧ୍ୟରୁ ଆସିଥିବା ମହିଳା ରିଙ୍ଗରେ ଥିବା ମହିଳାଙ୍କୁ ମାଡ […]

Continue Reading

କ’ଣ ରାମ ନବମୀ ଉତ୍ସବ ସମୟରେ ଉତ୍ତରପ୍ରଦେଶ ପୋଲିସ ରାସ୍ତାରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ପୋଲିସ ଅଧିକାରୀ ମାନେ ରାସ୍ତାରେ ନାଚୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଶୋଭାଯାତ୍ରାରେ ଜୟ ଶ୍ରୀ ରାମ ଗୀତରେ କିଛି ପୋଲିସ ଅଧିକାରୀ ମାନେ ନାଚୁଛନ୍ତି।  ଦାବି କରା ଯାଉଛି ଯେ ଏହି ଭିଡିଓଟି ଉତ୍ତରପ୍ରଦେଶର ଅଟେ ଯେଉଁଥିରେ ଉତ୍ତରପ୍ରଦେଶ ପୋଲିସ ଜୟ ଶ୍ରୀ ରାମ ଗୀତରେ ନାଚୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ମହାରାଷ୍ଟ୍ରର […]

Continue Reading

କ’ଣ ଭାଇରାଲ ଭିଡିଓରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ଅମୃତଫଳ ସିଂ ଏବଂ ଖାଲିସ୍ତାନର ସମର୍ଥନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ଖାଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଏବେ ମଧ୍ୟ ପୋଲିସ ଗିରଫ କରିବାକୁ ଉଦ୍ଦୟମ କରୁଛି। କିନ୍ତୁ ତାଙ୍କ ନାମରେ ଦେଶରେ ରାଜନୀତି ଚାଲିଛି। ଏହି ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ୧୦ ସେକେଣ୍ଡର ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ସେଯାର କରି ଦାବି କରାଯାଇଛି ଯେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଅମୃତପାଲ ସିଂଙ୍କୁ ସମର୍ଥନ କରୁଛନ୍ତି। ଭାଇରାଲ ଭିଡିଓରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କହୁଛନ୍ତି ଯେ “ଅମୃତପାଲ […]

Continue Reading

କ’ଣ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସ୍ ହସ୍ତାକ୍ଷର କରିଥିବା କୁଳପତି କେ.ଏସ୍ ଶାସ୍ତ୍ରୀଙ୍କର ୧୯୮୧ ମସିହାରେ ଦେହାନ୍ତ ହୋଇଥିଲ? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଓ ବିତର୍କ ଚାଲିଛି। ନିକଟରେ ଗୁଜୁରାଟ ହାଇକୋର୍ଟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ହାସଲ କରିବା ପାଇଁ ସୂଚନା ଅଧିକାର (ଆରଟିଆଇ) ବ୍ୟବହାର କରିଥିବାରୁ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ୨୫,୦୦୦ ଜୋରିମାନା କରିଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୁଜୁରାଟ ବିଶ୍ଵବିଦ୍ୟାଳୟ କୁଳପତି କେ ଏସ୍ ଶାସ୍ତ୍ରୀଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ଵବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା […]

Continue Reading

କ’ଣ RSS କାର୍ଯ୍ୟକର୍ତ୍ତା ଲୋକଙ୍କ ଗହଣା ଚୋରୀ କରିଥିବାରୁ ଚେନ୍ନାଇ ପୋଲିସ ତାଙ୍କୁ ଧରି ଥିଲେ? ଜାଣନ୍ତୁ ସତ୍ୟ।

କିଛି ଆରଏସଏସ କାର୍ଯ୍ୟକର୍ତ୍ତା ମାନଙ୍କୁ ପୋଲିସ ଧରିଥିବାର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ପୋଲିସ ଆରଏସଏସ କାର୍ଯ୍ୟକର୍ତ୍ତା ମାନଙ୍କୁ ଧରିବା ସହିତ ତାଙ୍କ ଉପରେ ଲାଠିରେ ଆକ୍ରମଣ ମଧ୍ୟ କରୁଛନ୍ତି। ଏହି ଫୋଟୋ ଏବିପି ନ୍ୟୁଜ୍ ଦ୍ଵାରା ପ୍ରସାରିତ ହେଇବା ଜଣା ପଡୁଛି।  ଦାବି କରା ଯାଉଛି ଯେ ଚେନ୍ନାଇରେ ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଆରଏସଏସ କାର୍ଯ୍ୟକର୍ତ୍ତା ମାନେ ତାଙ୍କ ଗହଣା ଲୁଟ କରୁଥିବା […]

Continue Reading

କ’ଣ ରାହୁଲ ଗାନ୍ଧୀ ୨୦୧୩ ରେ ଦୋଷୀ ସାଂସଦମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଅଧ୍ୟାଦେଶକୁ ଚିରି ଦେଇଥିଲେ? ଜାଣନ୍ତୁ ସତ୍ୟ।

‘ସମସ୍ତ ଚୋରଙ୍କ ନାମ ମୋଦୀ କାହିଁକି’ ଏକ ଭାଷଣରେ କହିଥିବା କାରଣରୁ ରାହୁଲ ଗାନ୍ଧୀଙ୍କୁ ନିକଟରେ ୨ ବର୍ଷ ଜେଲ୍ ଦଣ୍ଡ ଏବଂ ସଂସାଦରେ ତାଙ୍କ ସଦସ୍ଯତାକୁ ଗୁଜରାଟ ନ୍ୟାୟଳୟ ବାତିଲ କରିଥିଲା। ଲୋକସଭା ସଚିବାଳୟ ଦ୍ଵାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପ୍ରତିନିଧୀ ଅଧିନିୟମ (1951) ଏବଂ ସମ୍ବିଧାନର ଧାରା 102 (1) ଅନୁଯାୟୀ ବାତିଲ କରାଯାଇଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ରାହୁଲ ଗାନ୍ଧୀ କାଗଜ ଚିରୁଥିବା ଏକ ଫୋଟୋ ସୋସିଆଲ […]

Continue Reading

NPCI ଦ୍ୱାରା ଉପସ୍ଥାପିତ ହୋଇଥିବା ବିନିମୟ ଦେୟ କେବଳ PPI ବ୍ୟବସାୟ କାରବାର ପାଇଁ ଏବଂ ନିୟମିତ P2P କାରବାର ପାଇଁ ନୁହେଁ।

UPI ର ନୂତନ ନିୟମ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଘୁରି ବୁଲୁଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି ଯେ ୧ ଏପ୍ରିଲ ୨୦୨୩ ରୁ ୨୦୦୦ ଟଙ୍କା ଉପରେ UPI କାରବାର ରେ ୧.୧% ଅଧିକ ଚାର୍ଜ ଦେବାକୁ ପଡିବ। କିନ୍ତୁ ଆମେ ଜାଣିବାକୁ ପାଇଲୁ ଯେ UPI କାରବାର ଉପରେ କୌଣସି ଅଧିକ ଚାର୍ଜ ଦେବାକୁ ପଡ଼ିବ ନାହିଁ। ୨୦୦୦ ରୁ ଅଧିକ ପିପିଇ ବଣିକ କାରବାରକୁ ଇଣ୍ଟରଚେଞ୍ଜ ଫି […]

Continue Reading

କ’ଣ ରାମ ନବମୀ ଅବସରରେ ବୁର୍ଜ ଖାଲିଫାରେ ପ୍ରଭୁ ରାମଙ୍କ ଚିତ୍ର ଲେଜର ବିମ୍ ରେ ନିର୍ମାଣ କରା ଯାଇଥିଲା? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ପୂର୍ବରୁ ରାମ ନବମୀ ଉତ୍ସବ ପାଳନ କରା ଯାଇଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରଭୁ ଶ୍ରୀ ରାମଙ୍କ ଚିତ୍ର ଅଙ୍କନ ହେଇଥିବା ଦେଖିବାକୁ ମିଳିଛି।  ଦାବି କରା ଯାଉଛି ଯେ ଏହା ହେଉଛି ଦୁନିଆର ଉଚ୍ଚତମ ବିଲଡିଙ୍ଗ ବୁର୍ଜ ଖାଲିଫ ଯେଉଁଠାରେ ରାମ ନବମୀ ଅବସରରେ ପ୍ରଭୁ ରାମଙ୍କ ଚିତ୍ର ନିର୍ମାଣ କରା ଯାଇଥିଲା ଏବଂ ଏହା ସହିତ ଜୟ ଶ୍ରୀ ରାମ ମଧ୍ୟ […]

Continue Reading

କ’ଣ ଭାଇରାଲ ଫୋଟୋ ଜଣେ ପୁରୁଷଙ୍କର ଅଟେ ଯିଏ ଝିଅ ଭେଷରେ କେରଳରେ ଚମୟାଭେଳାକ୍କୁ ଉତ୍ସବରେ ଯୋଗ ଦେଇଛନ୍ତି ଏବଂ ସର୍ବୋତ୍ତମ ମେକ୍ ଅପ୍ ପ୍ରତିଯୋଗୀତା ଜିତିଛନ୍ତି? ଜାଣନ୍ତୁ ସତ୍ୟ

ଶାଢୀ ପିନ୍ଧିଥିବା ଜଣଙ୍କର ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଜଣେ ପୁରୁଷ ବ୍ୟକ୍ତିର ଅଟେ ଯିଏ ଶାଢୀ ପିନ୍ଧି ମହିଳାଙ୍କ ରୂପରେ ଚମୟାଭେଳାକ୍କୁ ଉତ୍ସବରେ ଯୋଗଦାନ ଦେଇଥିଲେ ଏବଂ ତାଙ୍କର ଏହି ବେଶକୁ ସର୍ବଶ୍ରେଷ୍ଟ ଘୋଷଣା କରା ଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଶାଢୀ ପିନ୍ଧି ଥିବା ବ୍ୟକ୍ତି କେରଳର ଜଣେ କିନ୍ନର ମଡେଲ୍ ଅଟନ୍ତି।  […]

Continue Reading

କ’ଣ ଭାଇରାଲ ଫୋଟୋରେ ଥିବା ସମ୍ପତ୍ତି ଗୁଡିକ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ଵାରା ଲାଲୁଆ ପ୍ରସାଦ ଯାଦବଙ୍କ ଘରୁ ଜବତ କରା ଯାଇଛି? ଜାଣନ୍ତୁ ସତ୍ୟ।

ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ନିକଟରେ ଲାଲୁଆ ପ୍ରସାଦ ଯାଦବଙ୍କ ପରିବାର ସଦସ୍ୟଙ୍କ ଘରେ ଏକ ରେଡ୍ ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଜମି-ଚାକିରି ମାମଲାରେ ୧ କୋଟି ନଗଦ ଟଙ୍କା ଜବତ କରିଛି। ଏହା ବାବଦ କ୍ରାଇମବ୍ରାଞ୍ଚର ଅନ୍ୟ ୬୦୦ କୋଟି ଟଙ୍କା ମଧ୍ୟ ଚିହ୍ନଟ କରିଛି। ଘର, ଜମି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଲାଲୁ ପ୍ରସାଦଙ୍କ ପରିବାର ପକ୍ଷରୁ କରା ଯାଇଥବା ନିବେଶର ମଧ୍ୟ ଯାଞ୍ଚ ଚାଲିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ […]

Continue Reading

କ’ଣ ନେସଲେ କମ୍ପାନୀ ଭାରତରେ ଗୋମାଂସ ସ୍ଵାଦର ମେଗୀ ଉତ୍ପାଦନ କରୁଛି? ଜାଣନ୍ତୁ ସତ୍ୟ।

ଭାରତରେ ଗୋମାଂସ କିମ୍ବା ଗୋମାତାଙ୍କର କୌଣସି ଅଂଶକୁ ଖାଇବା ଜିନିଷର ଉତ୍ପାଦନରେ ବ୍ୟବହାର କରିବା କିମ୍ବା ତାହାର ବିକ୍ରୟ କରିବା ନିଷେଧ ଅଟେ। ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଆମେ ଦେଖିବାକୁ ପାଇଲୁ ଯେ ଏକ ମ୍ୟାଗୀ ପେକେଟରେ ବିଫ୍ ଫ୍ଲେଭର (ଗୋମାଂସ ସ୍ଵାଦ) ବୋଲି ଲେଖା ଯାଇଛି।  ଦାବି କର ଯାଉଛି ଯେ ନେସଲେ କମ୍ପାନୀ ଭାରତରେ ଗୋମାଂସ ସ୍ଵାଦର ମ୍ୟାଗୀ ଉତ୍ପାଦନ କରି ବିକ୍ରୟ କରୁଛି। କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଭୟଙ୍କର କୁଆ ପଥର ବର୍ଷାର ଏହି ଭିଡିଓ ଓଡିଶାର ଯାଜପୁର ସହର ଅଟେ? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ପରିସ୍ଥିତି ଲାଗି ରହିଛି। କିଛି ସ୍ଥାନରେ କୁଆ ପଥର ବର୍ଷା ହେଉଥିବା ଖବର ମଧ୍ୟ ସାମନାଲୁ ଆସିଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଆଦିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଚାଷ ଜମି ପରି ସ୍ଥାନରେ ଭୟଙ୍କର କୁଆ ପଥର ବର୍ଷା ହେଉଛି। ଦାବି କରା ଯାଉଛି ଯେ ଏହି ଘଟଣା ରାଜ୍ୟର ଯାଜପୁର ଜିଲ୍ଲାରେ ଘଟିଛି। କିନ୍ତୁ […]

Continue Reading

ବୁର୍ଖା ପିନ୍ଧି ଶିଶୁକୁ ଅପହରଣ କରୁଥିବାର ଏକ ନାଟକୀୟ ଭିଡିଓକୁ ଅସଲି ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଚ୍ଗି ଯେଉଁଥିରେ ବୁର୍ଖା ପିନ୍ଧି ଜଣେ ବ୍ୟକ୍ତି ଗୋଟିଏ ଶିଶୁକୁ ଧରିଛି ଏବଂ ଅନ୍ୟ ଜଣେ ବ୍ୟକ୍ତି ତାହା ଉପରେ ଆକ୍ରମଣ କରୁଛି। ଦାବି କରା ଯାଉଛି ଯେ ବୁର୍ଖା ପିନ୍ଧି ଜଣେ ବ୍ୟକ୍ତି ପିଲା ଚୋରୀ କରୁଥିବା ସମୟରେ ଧାରା ପଡିଥିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶରେ ନିଜ ଭାଷଣରେ ଭାରତର ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରିବାବେଳେ ମୋଦୀ ସରକାରଙ୍କ ଉପରେ କଡ଼ା ଅଭିଯୋଗ ଲଗାଇଥିଲେ। ଏହା ପରେ ବିଜେପି ଏହାର ପ୍ରତିଶୋଧ ନେଇ କହିଛି ଯେ କଂଗ୍ରେସ ନେତାମାନେ ନିଜ ଦେଶକୁ ବିଦେଶୀ ଦେଶରୁ ବଦନାମ କରିବା କାମ କରୁଛନ୍ତି। ଏହି ସମସ୍ତ ଅଭିଯୋଗ ଏବଂ ପ୍ରତିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 22 ସେକେଣ୍ଡର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି। ଏହି ଭିଡିଓରେ ମୋଦୀଙ୍କୁ କହିବାର […]

Continue Reading

ଉତ୍ତରପ୍ରଦେଶର ଏକ କୋର୍ଟରେ ଦୁଇ ଓକିଲଙ୍କ ମଧ୍ୟରେ ସଂଘର୍ଷର ଭାଇରାଲ ଭିଡିଓକୁ ମହାରାଷ୍ଟ୍ରର ଏକ ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ଦୁଇ ମହିଳାଙ୍କ ମଧ୍ୟରେ ସଂଘର୍ଷର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୁଇ ମହିଳା ଏବଂ ତାଙ୍କ ଆଖ-ପାଖରେ ଥିବା ଲୋକେ ଓକିଲଙ୍କର ୟୁନିଫର୍ମ ପିନ୍ଧିଥିବା ଦେଖିବାକୁ ମିଲିଛନ୍ତି।  ଦାବି କରାଯାଇଛି ଯେ ଏହି ସଂଗ୍ରାମ ମହାରାଷ୍ଟ୍ରର ଜଣେ ଓକିଲ ଏବଂ ବିଚାରପତିଙ୍କ ମଧ୍ୟରେ ହୋଇଥିଲା। କିନ୍ତୁ, ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଛି। ଏହା ଉତ୍ତରପ୍ରଦେଶର ଏକ ଘଟଣା ଯେଉଁଠାରେ ଦୁଇ ମହିଳା ଓକିଲଙ୍କ ମଧ୍ୟରେ ଝଗଡା ହୋଇଥିଲା। କ’ଣ […]

Continue Reading

କ’ଣ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ହିନ୍ଦୀ ଭାଷା କହୁଥିବା ଶ୍ରମିକ ମାନଙ୍କୁ ରାଜ୍ୟ ଛାଡି ପଳାଇବା ପାଇଁ କହିଛନ୍ତି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ହେବ ତାମିଲ ନାଡୁରେ ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣ ଏବଂ ତାଙ୍କ ହତ୍ୟାର ଖବର ସାମନାକୁ ଆସୁଛି। ବିହାରୀ ଶ୍ରମିକ ମାନେ ସ୍ଥାନୀୟ ଲୋକଙ୍କ ରୋଜଗାର ଛଡାଇ ନେବା ଅଭିଯୋଗରେ ତାଙ୍କ ଉପରେ ଜନସାଧାରଣ ଲୋକେ ଆକ୍ରମଣ କରୁଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ନାମରେ ଏକ ଖବର କାଗଜ କ୍ଲିପ୍ ଭାଇରାଲ ହେଉଛି। ଏହି ଖବର କାଗଜ ସମ୍ବାଦ ଅନୁଯାୟୀ, ତାମିଲ ନାଡୁ […]

Continue Reading

ବାଂଲାଦେଶର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ଏକ ଫୋଟୋକୁ ଭାରତର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ରାସ୍ତା ଉପରେ ଲୋକଙ୍କ ଏକ ବିଶାଳ ସମୂହ ନମାଜ ପଢୁଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଭାରତରେ ଏକ ସହରରେ ମୁସ୍ଲିମ ମାନେ ଏପରି ନମାଜ ପାଢୀ ଟ୍ରାଫିକ୍ ଅବରୋଧ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ବାଂଲାଦେଶର ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି […]

Continue Reading