କ’ଣ ଅଧିକ ଖରା ଏବଂ ଗରମ ହେବା କାରଣରୁ ବାଇକ୍ ରେ ନିଆ ଲାଗିଥିଲା? ଜାଣନ୍ତୁ ସତ୍ୟତା।

Misleading Social

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଥିବା ଗୋଟିଏ ବାଇକ୍ ରେ ହଟାତ ନିଆ ଲାଗିଥିବା ଦେଖିବାକୁ ମିଳିଛି। କିଛି ଲୋକେ ପାଣି ଢାଳି ନିଆକୁ ନିୟନ୍ତ୍ରଣ କରିବା ଉଦ୍ୟମ କରୁଥିବା ସମୟରେ ନିଆ ତେଜୀ ଉଠିଥିଲା। ଏହି ଘଟଣାରେ କିଛି ଲୋକ ଆଘାତ ହୋଇଥିବା ମଧ୍ୟ ଜଣା ପଡିଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଗ୍ରୀଷ୍ମ ଋତୁ ରେ ଅତ୍ଯାଧିକ ଉତ୍ତାପ କାରଣ ହେତୁ ବାଇକ୍ ରେ ନିଆ ଲାଗିଥିଲା।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବାଇକ୍ ଦୁର୍ଘଟଣା ହେଇଥିବାରୁ ସେଥିରେ ନିଆ ଲାଗିଥିଲା। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୩ ଏପ୍ରିଲ ୨୦୨୨ ରେ ଏନଡିଟିଭି ୱେବସାଇଟରେ ଏହି ଘଟଣା ବିଷୟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏକ ବାଇକ୍ ଏବଂ ଅଟୋରିକ୍ସା ମଧ୍ୟରେ ଦୁର୍ଘଟଣା ହୋଇଥିବାରୁ ବାଇକର ପେଟ୍ରୋଲ ଟାଙ୍କିରେ ନିଆ ଲାଗିଥିଲା। ନିଆ ଲିଭାଇବା ପାଇଁ ଯେତେବେଳେ ପାଣି ବ୍ୟବହାର କରା ଗଲା ସେତେବେଳେ ନିଆ ଆହୁରି ତେଜି ଉଠିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବାଇକ୍ ଚାଳକ ନିଆ ଲିଭାଇବା ପାଇଁ ପେଟ୍ରୋଲ ଟାଙ୍କି ଖୋଲିଲା ପରେ ନିଆ ଅସମ୍ଭାଳ ହୋଇଥିଲା। ଦୁର୍ଘଟଣା ସ୍ଥାନ ପାଖରେ ଛିଡା ହୋଇଥିବା ଏକ ଅଟୋରିକ୍ସା ମଧ୍ୟ ଏହି ନିଆରେ ଜଳି ଉଠିଥିଲା। ଘଟଣାରେ ଯୁବକଙ୍କୁ ସାଧାରଣ ଆଘାତ ପହଞ୍ଚିଥିଲା।

୧୨ ଏପ୍ରିଲ ୨୦୨୨ ରେ ଇଣ୍ଡିଆ ଟିଭିର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ଭିଡିଓରେ କୁହା ଯାଇଛି ଯେ ମୁମ୍ବଇରେ ଏକ ଅଟୋରିକ୍ସା ଏବଂ ବାଇକ୍ ମଧ୍ୟରେ ହେଇଥିବା ଦୁର୍ଘଟଣାରେ ବାଇକ୍ ରେ ନିଆ ଲାଗିଥିଲା। ଏହି ଘଟଣାରେ ଦୁଇଟି ଲୋକ ଆଘାତ ହୋଇଥିଲେ। ଘଟଣାଟି ନାଲାସୋପାରା ଅଞ୍ଚଳରେ ଘଟିଥିଆ। ନିଆ ଲାଗିବା କାରଣରୁ ଏକ ବିସ୍ଫୋରଣ ମଧ୍ୟ ହୋଇଥିଲା ଯେଉଁଥିରେ ଅଟୋରିକ୍ସା ଏବଂ ବାଇକ୍ ଦୁଇଟି ଜଳି ଯାଇଥିଲା।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏକ ଅଟୋରିକ୍ସା ଏବଂ ବାଇକ୍ ମଧ୍ୟରେ ହୋଇଥିବା ଦୁର୍ଘଟଣା ପରେ ବାଇକ୍ ରେ ନିଆ ଲାଗିଥିଲା ଏବଂ ନିଆକୁ ନିୟନ୍ତ୍ରଣରେ ରଖିବା ଉଦ୍ୟମ କରୁଥିବା ବେଳେ ନିଆ ତେଜୀ ଉଠିଥିଲା। ଏହି ଘଟଣାର ତୀବ୍ର ଖରା ଏବଂ ଗରମ କାରଣରୁ ନିଆ ଲାଗିଥିବା ଦାବି ମିଥ୍ୟା ଅଟେ।

Avatar

Title:କ’ଣ ଅଧିକ ଖରା ଏବଂ ଗରମ ହେବା କାରଣରୁ ବାଇକ୍ ରେ ନିଆ ଲାଗିଥିଲା? ଜାଣନ୍ତୁ ସତ୍ୟତା।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *