କ’ଣ ଓଡ଼ିଶାରେ ବିଜେପି ନିର୍ବାଚନ ଜିତିବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଅଚଳିତ କରିଛି? ଜାଣନ୍ତୁ ସତ୍ୟତା। 

Misleading Political

୨୦୨୪ ନିର୍ବାଚନରେ ବିଜେପି ଓଡ଼ିଶାରେ ଜିତି ସରକାର ଗଢିବା ପାଇଁ ପ୍ରସ୍ତୁତ ଅଛି। ବିଜେପି ୭୮ ସିଟ୍ ଜିତିଥିବା ବେଳେ ବିଜେଡ଼ି କେବଳ ୫୧ ସିଟ୍ ଜିତି ପାରିଛି। ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ଶାସନକୁ ଭାଙ୍ଗି ବିଜେପି ବର୍ତ୍ତମାନ ଓଡ଼ିଶାରେ ଶାସନ କରିବା ପାଇଁ ଯାଉଛି। 

ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ନବୀନ ସରକାର ଦ୍ଵାରା ଆରମ୍ଭ କରା ଯାଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କୁ ବିଜେପି ଅଚଳିତ କରିଛି ବୋଲି ଦାବି କରା ଯାଉଛି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “BSKY କାର୍ଡ ଅଚଳ ହେଲା। ଓଡ଼ିଶା ବାସୀ ଖୁସିତ?

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଯୋଜନା ସ୍ପଷ୍ଟ କରିଛି ଯେ ଏହା ଏକ ଗୁଜବ। BSKY କାର୍ଡ ଅଚଳ ହୋଇ ନାହିଁ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୬ ଜୁନ୍ ରେ ଦି ଇକୋନୋମିକ ଟାଇମ୍ସ ୱେବସାଇଟରେ ଏକ ରିପୋର୍ଟ ପ୍ରାକାଶ ପାଇଥିବା ଦେଖିବାକୁ ମିଳିଲା। ରିପୋର୍ଟ ଅନୁଯାୟୀ, ଯେଉଁ ଲୋକଙ୍କ ପାଖରେ BSKY କାର୍ଡ ଅଛି ସେମାନେ ସ୍ୱାସ୍ଥ୍ୟ ସେବା ପାଇ ପାରିବେ। BSKY ଅଚଳିତ ହେବା ବିଷୟ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ବିଜେପି ଘୋଷଣା କରିଥିଲା ଯେ ସରକାର ଗଢିବା ପରେ BSKY କୁ ବଦଳାଇ ଆୟୁଷ୍ମାନ ଭାରତ ଯୋଜନା ଜାରି କରିବ।

ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ବିଜେପି ନିର୍ବାଚନ ଜିତିବା ପରେ କିଛି ଚିକିତ୍ସାଳୟ BSKY କାର୍ଡ ସ୍ଵୀକାର କରୁ ନାହଁନ୍ତି। ପ୍ରଧାନ ସଚିବ ପି.କେ ଜେନା ନିଶ୍ଚିତ କରିଛନ୍ତି ଯେ ଲୋକମାନେ BSKY କାର୍ଡ ଦ୍ଵାରା ସ୍ୱାସ୍ଥ୍ୟ ସେବା ପାଇବେ। 

ଅଧିକ ସର୍ଚ୍ଚ କରିବା ପରେ ଆମକୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଏକ ଟୁଇଟ ମିଳିଲା ଯେଉଁଥିରେ ସ୍ପଷ୍ଟ ଭାବରେ କୁହା ଯାଇଛି ଯେ ସମସ୍ତ #BSKY ହିତାଧିକାରୀମାନଙ୍କର ନଗଦବିହୀନ ସ୍ୱାସ୍ଥ୍ୟ ସେବା ଜାରି ରହିବ। ହିତାଧିକାରୀଙ୍କ ଚିକିତ୍ସା ଜାରି ରଖିବାକୁ ଡାକ୍ତରଖାନାଗୁଡ଼ିକୁ ମଧ୍ୟ ନିର୍ଦେଶ ଦିଆଯାଇଛି।

(Twitter Link)

Archive

ସମାନ ପୋଷ୍ଟ ଆପଣ ମାନେ ଫେସବୁକରେ ମଧ୍ୟ ଦେଖି ପାରିବେ। 

କନକ ନ୍ଯୁଜ ରିପୋର୍ଟ ଅନୁଯାୟୀ, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ପଷ୍ଟ କରିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାରି ରହିବ। ଓଡିଶା ସରକାର ସହିତ ବିଭିନ୍ନ ହସ୍ପିଟାଲ୍ ର MoU ବର୍ତ୍ତମାନ ମଧ୍ୟ ବୈଧ ରହିଛି। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ଯେ BSKY ଦ୍ଵାରା ହିତାଧିକାରୀମାନଙ୍କର ନଗଦବିହୀନ ସ୍ୱାସ୍ଥ୍ୟ ସେବା ପାଇବେ। 

Avatar

Title:କ’ଣ ଓଡ଼ିଶାରେ ବିଜେପି ନିର୍ବାଚନ ଜିତିବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଅଚଳିତ କରିଛି? ଜାଣନ୍ତୁ ସତ୍ୟତା।

Fact Check By: Sidddharth Sahu 

Result: Misleading

Leave a Reply

Your email address will not be published. Required fields are marked *