କ’ଣ ଦୈନିକ ଭାସ୍କର ନିଜ ଖବରକାଗଜ ରେ ପ୍ରକାଶିତ କରିଛି ଯେ ଇଣ୍ଡିଆ ଗଠବନ୍ଧନ ନିର୍ବାଚନରେ ​​ସଂଖ୍ୟାଗରିଷ୍ଠ ପାଇବ? ଜାଣନ୍ତୁ ସତ୍ୟତା।

False Political

ବର୍ତ୍ତମାନ ସୋସିଆଲ ମିଡିଆରେ ଦୈନିକ ଭାସ୍କର ପତ୍ରିକାର ସ୍କ୍ରିନଶଟ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଖବର ପ୍ରକାଶ ପାଇଛି ଯେ ଆସନ୍ତା ନିର୍ବାଚନରେ ଇଣ୍ଡିଆ ଗଠବନ୍ଧନ ୧୦ ଟି ରାଜ୍ୟରେ ​​ସଂଖ୍ୟାଗରିଷ୍ଠ ପାଇବ। ଏହି ରାଜ୍ୟ ଗୁଡ଼ିକ ହେଉଛି- ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡ଼ୁ, କର୍ଣ୍ଣାଟକ, ତେଲଙ୍ଗାନା, ରାଜସ୍ଥାନ ଏବଂ କେରଲ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଦୈନିକ ଭାସ୍କର ଏପରି କୌଣସି ଖବର ପ୍ରକାଶ କରି ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଉତ୍ତର ପ୍ରଦେଶ ରେ ବିଜେପି ୫୮ ଇଣ୍ଡିଆ ମେଣ୍ଟ ୨୨, ମହାରାଷ୍ଟ୍ର ରେ ବିଜେପି ୯ ଇଣ୍ଡିଆ ମେଣ୍ଟ ୩୯, ବିହାର ରେ ବିଜେପି ୬ ଇଣ୍ଡିଆ ମେଣ୍ଟ ୩୪, ପଶ୍ଚିମବଙ୍ଗ ରେ ବିଜେପି ୩ ଇଣ୍ଡିଆ ମେଣ୍ଟ ୪ ଏବଂ ତୃଣମୂଳ ୩୫, ଗୁଜରାଟ ରେ ବିଜେପି ୨୩ ଇଣ୍ଡିଆ ମେଣ୍ଟ ୩, ତାମିଲନାଡୁ ରେ ବିଜେପି ୦ ଇଣ୍ଡିଆ ମେଣ୍ଟ ୩୯, କର୍ଣ୍ଣାଟକ ରେ ବିଜେପି ୬ ଇଣ୍ଡିଆ ମେଣ୍ଟ ୨୨, ତେଲେଙ୍ଗାନା ରେ ବିଜେପି ୨ ଇଣ୍ଡିଆ ମେଣ୍ଟ ୧୩  ବିଆରଏସ ୨, ରାଜସ୍ଥାନ ରେ ବିଜେପି ୧୫ ଇଣ୍ଡିଆ ମେଣ୍ଟ ୧୦, କେରଳ ରେ ବିଜେପି ୦ ଇଣ୍ଡିଆ ମେଣ୍ଟ ୨୦। ଏହା ମୋଦି ବାବୁଙ୍କ ଖବର କାଗଜ ହିଁ ଲେଖିଛନ୍ତି

Facebook | Archive

Fact Check- 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋକୁ ଗଭୀରତା ସହିତ ଦେଖିଲୁ। ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଖବର କାଗଜର ଉପର ବାମ ପାର୍ଶ୍ୱରେ ‘ଭୋପାଲ ୧୩-୦୪-୨୦୨୪’ ଲେଖା ହେଇଛି। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଏହା ଭୋପାଲର ଖବରକାଗଜ ସଂସ୍କରଣ ଅଟେ। 

ଏହା ପରେ ଆମେ ଦୈନିକ ଭାସ୍କର ୱେବସାଇଟରେ ଯାଇ ୧୩ ଏପ୍ରିଲ୍ ୨୦୨୪ ର ଖବର କାଗଜ ସର୍ଚ୍ଚ କରିଲୁ। କିନ୍ତୁ ଆମକୁ ସମାନ ଦିନର ଖବରକାଗଜରେ ଭାଇରାଲ ଫୋଟୋ ଦେଖିବାକୁ ମିଳିଲା ନାହିଁ। 

Archive

ଆମେ ଦୈନିକ ଭାସ୍କରର ସୋସିଆଲ ମିଡିଆଏକାଉଣ୍ଟ ମଧ୍ୟ ସର୍ଚ୍ଚ କରିଲୁ। ଆମକୁ ଦୈନିକ ଭାସ୍କରର ଏକ ଟୁଇଟ ମିଳିଲା ଯେଉଁଥିରେ ଭାଇରାଲ ଫୋଟୋ ମିଥ୍ୟା ବୋଲି ଉଲ୍ଲେଖ କରା ଯାଇଛି। ଟୁଇଟରେ ଲେଖା ଯାଇଛି, “ଏହି ସର୍ଭେ ନକଲି ଅଟେ। କିଛି ଅସମାଜିକ ବିରୋଧୀ ଦଳ ଏହି ଖବରକାଗଜ ପ୍ରସ୍ତୁତ କରିଛନ୍ତି। ଦୈନିକ ଭାସ୍କର ଏପରି କୌଣସି ସର୍ଭେ କରିଥିବାର ଦାବି କରି ନାହିଁ। ଏପରି ଅସାମାଜିକ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

Archive

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଦୈନିକ ଭାସ୍କର ସ୍ପଷ୍ଟ କରିଛି ଯେ ସେ ଏପରି କୌଣସି ସର୍ଭେ କରି ନାହିଁ। ଦୈନିକ ଭାସ୍କର ଭାଇରାଲ ଖବରକାଗଜକୁ ନକଲି ଏବଂ ମିଥ୍ୟା ବୋଲି କହିଛି।

Avatar

Title:କ’ଣ ଦୈନିକ ଭାସ୍କର ନିଜ ଖବରକାଗଜ ରେ ପ୍ରକାଶିତ କରିଛି ଯେ ଇଣ୍ଡିଆ ଗଠବନ୍ଧନ ନିର୍ବାଚନରେ ​​ସଂଖ୍ୟାଗରିଷ୍ଠ ପାଇବ? ଜାଣନ୍ତୁ ସତ୍ୟତା। 

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *