ବିଜେପି କୁ ସମର୍ଥନ ପରେ ଦଳ କାର୍ଯ୍ୟକର୍ତ୍ତା ଚନ୍ଦ୍ରବାବୁ ନାଏଡ଼ୁଙ୍କର ଫୋଟୋ ଜାଳି ବିରୋଧ ପ୍ରଦର୍ଶନ କରୁଛନ୍ତି କି ?

Misleading Political

୨୦୨୪ ନିର୍ବାଚନ ପରେ ବିଜେପିକୁ ସରକାର ଗଠନ ପାଇଁ ଜେଡ଼ି(ୟୁ) ସଭାପତି ନିତୀଶ କୁମାର ଏବଂ ଟିଡ଼ିପି ସଭାପତି ଚନ୍ଦ୍ରବାବୁ ନାଏଡ଼ୁଙ୍କର ସମର୍ଥନ ଆବଶ୍ୟକତା ପଡ଼ିଛି। INDI ଅଲାଏଂଲ୍ସ ମଧ୍ୟ ନିତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଏଡ଼ୁଙ୍କ ସହିତ ଯୋଗାଯୋଗ କରିଥିଲା କିନ୍ତୁ ସେମାନେ ସ୍ପଷ୍ଟ କରିଥିଲେ ଯେ ତାଙ୍କର ସମର୍ଥନ ବିଜେପି ସହିତ ରହିବ। 

ଏହି ପ୍ରସଙ୍ଗରେ କିଛି ଲୋକଙ୍କ ଦ୍ୱାରା ଚନ୍ଦ୍ରବାବୁ ନାଏଡ଼ୁଙ୍କର ଏକ ଫୋଟୋ ଜାଳୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଟିଡ଼ିପି ବିଜେପି କୁ ସମର୍ଥନ ଦେବା ପରେ ଦଳ କାର୍ଯ୍ୟକର୍ତ୍ତା ମାନେ ଚନ୍ଦ୍ରବାବୁ ନାଏଡ଼ୁଙ୍କର ଫୋଟୋ ଜାଳି ବିରୋଧ ପ୍ରଦର୍ଶନ କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ମାର୍ଚ୍ଚ ୨୦୨୪ ର ଘଟଣା ଅଟେ ଯେତେବେଳେ ଟିଡ଼ିପି ସମର୍ଥକ ମାନେ ଗୁଣ୍ଟାକାଳ ସହରର ପ୍ରାର୍ଥୀ ଚୟନ ନେଇ ବିରୋଧ ପ୍ରଦର୍ଶନ କରିଥିଲେ। 

କ’ଣ ଦାବି କରା ଯାଉଛି ପୋଷ୍ଟରେ? 

ଭିଡିଓ ସେୟାର କରି ଦାବି କରା ଯାଉଛି ଯେ, “ଚନ୍ଦ୍ରବାବୁ ନାଇଡ଼ୁ ସମର୍ଥକଙ୍କ ବିରୋଧ ପ୍ରଦର୍ଶନ ଦେଖି ଲାଗୁ ନାହିଁ TDP ସମର୍ଥନ ସରକାର୍ ହେବ ଯୋଦି ବି ହୁଏ ତା ହେଲେ ଅଧିକ ଦିନ ତିଷ୍ଟି ରହିବାର ସମ୍ଭାବନା କମ୍” 

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ୍ ଭିଡିଓର କିଛି ସ୍କ୍ରିନସଟ୍ ନେଇ ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ ଏକ ତେଲୁଗୁ ନ୍ୟୁଜ ସମୟାମ ତେଲୁଗୁର ୟୁଟ୍ୟୁବ ଚ୍ୟାନାଲରେ ମିଲିଲା। ଭିଡିଓ ୨୯ ମାର୍ଚ୍ଚ ୨୦୨୪ ରେ ଅପ୍ଲୋଡ କରାଯାଇଛି।

ଭିଡିଓର କ୍ୟାପ୍ସନ୍ ରେ ଲେଖା ହେଇଛି, “ଗୁଣ୍ଟାକାଳ ଟିଡ଼ିପି ନେତା ମାନେ ଚନ୍ଦ୍ରବାବୁଙ୍କର ଫୋଟୋ ଜାଳିଛନ୍ତି।” ବର୍ଣ୍ଣନାରେ ଦର୍ଶାଯାଇଛି ଯେ ଏଥିରେ ଗୁଣ୍ଟାକାଲ ଟିଡିପି କର୍ମୀମାନେ ନାଇଡୁଙ୍କ ଫଟୋ ଜାଳି ଗୁମ୍ମାନୁର ଜୟରାମଙ୍କ ନାମାଙ୍କନ ବିରୋଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି।

ଅଧିକ ସର୍ଚ୍ଚ କରିବା ପରେ ଆମେ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ୱେବସାଇଟରେ ଏହି ଘଟଣାର ଖବର ପାଇଲୁ। 

ମାର୍ଚ୍ଚ ୨୦୨୪ ରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଟିଡିପି ସଦସ୍ୟ ତଥା ଜିତେନ୍ଦ୍ର ଗୌଡଙ୍କ ସମର୍ଥକମାନେ ସ୍ଥାନୀୟ ଟିଡିପି କାର୍ଯ୍ୟାଳୟରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ଜୋତା ସହିତ ମାରିବା ପରେ ସେମାନେ ନାଇଡୁଙ୍କର ଏକ ଫୋଟୋକୁ ନିଆଁ ଲଗାଇ ଦେଇଥିଲେ।

Archive

ନିର୍ବାଚନମଣ୍ଡଳୀ ପାଇଁ ଟିକେଟ୍ ବଣ୍ଟନ ନେଇ ଟିଡ଼ିପି ଦଳ ଆନ୍ଧ୍ରପ୍ରଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଟିଡିପି ବିରୋଧର ସମ୍ମୁଖୀନ ହୋଇଥିଲା। ଏଠାରେ ଆପଣ ମାନେ ରିପୋର୍ଟ ପଢି ପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ୨୦୨୪ ଲୋକସଭା ନିର୍ବାଚନ ହେବା ପୂର୍ବର ଘଟଣା। ଟିଡିପି ଦଳ ବିଜେପିକୁ ସମର୍ଥନ କରିବା ପରେ ମିଥ୍ୟା ଦାବିରେ ଭାଇରାଲ ଭିଡିଓ ସେୟାର କରାଯାଉଛି।

Avatar

Title:ବିଜେପି କୁ ସମର୍ଥନ ପରେ ଦଳ କାର୍ଯ୍ୟକର୍ତ୍ତା ଚନ୍ଦ୍ରବାବୁ ନାଏଡ଼ୁଙ୍କର ଫୋଟୋ ଜାଳି ବିରୋଧ ପ୍ରଦର୍ଶନ କରୁଛନ୍ତି କି ?

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *