କ’ଣ ହଳଦୀ ରଙ୍ଗର ଶାଢି ପିନ୍ଧିଥିବା ଏହି ମହିଳା ଅଯୋଧ୍ୟା ରାମ ମନ୍ଦିରକୁ ୫୧ ଲକ୍ଷ ଟଙ୍କା ଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ। 

Misleading Social

ହଳଦୀ ରଙ୍ଗ ଶାଢୀ ପିନ୍ଧି ବସିଥିବା ଜଣେ ମହିଳାଙ୍କ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହା ଯାଉଛି ଯେ ଏହି ମହିଳାଙ୍କ ନାମ ଯଶୋଦା ଅଟେ ଏବଂ ସେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୫୧ ଲକ୍ଷ ଟଙ୍କା ଦାନ ଦେଇଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ପାଇଲା। ଏହି ମହିଳା ରାମ ମନ୍ଦିର ନିର୍ମାଣ ପାଇଁ ନୁହେଁ ବରଂ ବୃନ୍ଦାବନର ଗୋଶାଳା ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଦାନ ଦେଇଥିଲେ। 

କ’ଣ କୁହା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ କହୁଛନ୍ତି, “ଏହି ହଳଦୀ ରଙ୍ଗର ଶାଢି ପିନ୍ଧିଥିବା ମାତା ଙ୍କ ନାମ

#ଯଶୋଦା ଅଟେ… ତାଙ୍କୁ ଯେତେବେଳେ ମାତ୍ର 20 ବର୍ଷ ହୋଇଥିଲା ସେତେବେଳେ ତାଙ୍କ ପତି ଧରାଧାମ ଛାଡ଼ି ଚାଲିଗଲେ…ସେ ଏକୁଟିଆ ହୋଇଗଲେ, କିନ୍ତୁ ଧୈର୍ଯ୍ୟହରା ହୋଇ ନଥିଲେ। ବାଙ୍କବିହାରୀ ଲାଲ ଜୀ ଙ୍କୁ ନିଜ ଜୀବନ ସମର୍ପିତ କରି ଦେଲେ… ବୃନ୍ଦାବନ ର ମନ୍ଦିର ମାନଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତ ମାନଙ୍କ ଜୋତା ର ସୁରକ୍ଷା କରିବାରେ ଲାଗିଗଲେ… ତା ବଦଳରେ ଭକ୍ତ ବି ତାଙ୍କୁ କିଛି ଅର୍ପଣ କରି ଦେଉଥିଲେ…ଦିର୍ଘ 30 ବର୍ଷ ଧରି ଏମିତି କିଛି କିଛି ପଇସା ସଞ୍ଚୟ କରିବାରେ 51 ଲକ୍ଷ ଟଙ୍କା ଜମା ହୋଇଗଲା… ଏବେ ଶ୍ରୀରାମ ମନ୍ଦିର ନିର୍ମାଣ ର ସୂଚନା ମିଳିଲା ପରେ ଏହି ଶବରୀ ନିଜର ରାମ ଙ୍କ ମନ୍ଦିର କୁ 51, 10, 025 /-ଟଙ୍କା ସମର୍ପିତ କରି ଦେଲେ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୨ ମଇ ୨୦୧୭ ମସିହାରେ ଗୋଟିଏ ଫେସବୁକ ପେଜରେ ଅପ୍ଲୋଡ ହେଇଥିବା ମିଳିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ଭାଇରାଲ ଫୋଟୋର ନିକଟ ସମୟ ସହିତ କୌଣସି ସମ୍ବନ୍ଧ ନାହିଁ। ସୂଚନା ଅନୁଯାୟୀ ଏହି ମହିଳା ବୃନ୍ଦାବନରେ ଅବସ୍ଥିତ ଗୋଶାଳା ପାଇଁ ଟଙ୍କା ଦାନ ଦେଇଥିଲେ। 

https://www.facebook.com/bankebiharilalji51/photos/a.1223559057758635/1352093348238538/

Archive

୨୭ ମଇ ୨୦୧୭ ରେ ଆମକୁ ସମାନ ଖବର ୱାନ୍ ଇଣ୍ଡିଆ ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଫୋଟୋରେ ଥିବା ମହିଳା କଟନୀ ଜିଲ୍ଲାର ବାସିନ୍ଦା। ସେ ଅନେକ ବର୍ଷରୁ ବାଙ୍କେ ବିହାରୀ ମନ୍ଦିରକୁ ଦର୍ଶନ କରି ଆସୁଥିବା ଭକ୍ତ ମାନଙ୍କର ଜୋଟା-ଚପଲର ଦେଖ-ରେଖ କରୁଥିଲେ। ସେ ତାଙ୍କ ପିତୃପୁରୁଷଙ୍କ ସମ୍ପତ୍ତିରୁ ଏବଂ ଜୋତା-ଚପଲ ଜଗିବା ଦ୍ଵାରା ୫୦ ଲକ୍ଷ ଟଙ୍କା ଗୋଶାଳାକୁ ଦାନ କରିଥିଲେ।

ସୂଚନା ଅନୁଯାୟୀ ଏହି ମହିଳାଙ୍କ ନାମ ଫୁଲମତି ଅଟେ ଏବଂ ସେ ମଧ୍ୟପ୍ରଦେଶର କଟନୀରେ ରହୁଥିବା ଜଣେ ୭୦ ବର୍ଷୀୟ ବିଧବା ଅଟନ୍ତି। ଗୋ ସଂରକ୍ଷଣ ହେତୁ ସେ ନିଜ ଜୀବନରେ ସଞ୍ଚୟ କରିଥିବା ଆୟ ୪୦ ଲକ୍ଷ ଟଙ୍କା ଗୋଶାଳା ନିର୍ମାଣ ଏବଂ ଅନ୍ୟ କାର୍ଯ୍ୟ ପାଇଁ ଦାନ କରିଥିଲେ। ଏହି ଖବର ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ପାଢୀ ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ଭ୍ରମାତ୍ମକ ଅଟେ। ଫୋଟୋରେ ଥିବା ମହିଳାଙ୍କ ନାମ ହେଉଛି ଫୁଲମତି ଏବଂ ସେ ବୃନ୍ଦାବନରେ ଗୋଶାଳା ନିର୍ମାଣ ହେତୁ ୪୦ ଲକ୍ଷ ଟଙ୍କା ଦାନ କରିଥିଲେ। ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ସେ ୫୦ ଲକ୍ଷ ଟଙ୍କା ଦାନ ଦେଇଥିବା ଦାବି ମିଥ୍ୟା ଅଟେ। 

Avatar

Title:କ’ଣ ହଳଦୀ ରଙ୍ଗର ଶାଢି ପିନ୍ଧିଥିବା ଏହି ମହିଳା ଅଯୋଧ୍ୟା ରାମ ମନ୍ଦିରକୁ ୫୧ ଲକ୍ଷ ଟଙ୍କା ଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *