
ଚୀନର କୋରୋନା ଭାଇରସ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। କୋରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଚୀନର ହୁବେଇ ପ୍ରାନ୍ତର ରାଜଧାନୀ ଉହାନକୁ ଏହି ଭାଇରସର କେନ୍ଦ୍ର ରୂପେ ଧରାଯାଉଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଉହାନର ମାଛ ମାର୍କେଟର କିଛି ଦୂରରେ ଥିବା ଏକ ସରକାରୀ ଲାବରେ ହିଁ ସମ୍ଭବତଃ କୋରୋନା ଭୂତାଣୁର ସୃଷ୍ଟି ହୋଇଥିଲା।
ଚୀନର ସାଉଥ ଚାଇନା ୟୁନିଭର୍ସିଟି ଅଫ ଟେକ୍ନୋଲୋଜିର କହିବା ଅନୁଯାୟୀ ଉହାନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (WHDC)ରେ ହିଁ ଏହି ଭୟଙ୍କର କୋରୋନା ଭାଇରସ ସୃଷ୍ଟି ହୋଇଥିଲା। ବିଶ୍ୱବିଦ୍ୟାଳୟର ଜଣେ ଗବେଷକ କହିଛନ୍ତି ଯେ ଉହାନର ଉକ୍ତ ଲାବ ଅନେକ ଜୀବଜନ୍ତୁଙ୍କୁ ରଖିଥାଏ। ସେଥି ମଧ୍ୟରେ କୁଆଡ଼େ ୬୦୫ଟି ବାଦୁଡ଼ି ବି ଥିଲେ। ଗବେଷକ ଜଣକ କହିଛନ୍ତି ଯେ ହୁଏତ ଏହି ପକ୍ଷୀମାନଙ୍କଠାରୁ ହିଁ କୋରୋନା ଭାଇରସ ଆସିଥାଇ ପାରେ। ଗବେଷକଙ୍କ ମତରେ କୋରୋନା ଭାଇରସ ଥିବା କିଛି ବାଦୁଡ଼ି ଜଣେ ଲାବ ଟେକ୍ନିସିଆନଙ୍କୁ ଆକ୍ରମଣ କରିଥିଲେ ଓ ସେହି ଆକ୍ରମଣରେ ବାଦୁଡ଼ିର ରକ୍ତ ସେହି ଟେକ୍ନିସିଆନଙ୍କ ଦେହରେ ପ୍ରବେଶ କରି ଯାଇଥିଲା।
ବିଶ୍ୱବିଦ୍ୟାଳୟର ଗବେଷକ କହିଛନ୍ତି ଯେ ବାଦୁଡ଼ି ରକ୍ତ ତାଙ୍କ ଦେହରେ ମିଶିଯିବା ପରେ ସେହି ଟେକ୍ନିସିଆନଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲାବ ବାହାରେ ରଖାଯାଇଥିଲା। ୟୁନିଭରସିଟିର ରିପୋର୍ଟରେ କୁହାଯାଇଛି ଯେ ହୁଏତ ଏହି ଘଟଣା ପରେ ଉହାନର ସେହି ଲାବରୁ କୋରୋନା ଭାଇରସ ଆଖ ପାଖରେ ଖେଳି ଯାଇଥାଇପାରୋ। ଲାବରୁ ଭୂତାଣୁ ଲିକ ହେବା ଖବର ଅବଶ୍ୟ ଆଗରୁ ବି ଆସିଥିଲା। ଏଣୁ କୋରୋନା ଭାଇରସ ସିଧା ସଳଖ ଉହାନର ମାଛ ମାର୍କେଟରୁ ନୁହେଁ ବରଂ ଉହାନ ସେଣ୍ଟର ଫର ଡିଜିଜ କଂଟ୍ରୋଲରୁ ଆସିଥିବାର ସମ୍ଭାବନା ଖୁବ ଅଧିକ ବୋଲି କୁହା ଯାଉଛି।
ଏହି ପୋଷ୍ଟଟି ଫକେଭୂକର ଓଡ଼ିଶା ଲାଇଭ ପେଜରେ ମଧ୍ୟ ଭାଇରାଲ କରା ଯାଇଅଛି।
ଏହି ବିଷୟ ନେଇ ଆମେ ଗବେଷଣା କରିଲୁ। ଆମ ଅନୁସନ୍ଧାନରୁ ଏହା ଜଣା ପଡିଲା:
୩୧ ଜାନୁଆରୀ ରେ ବିଶ୍ଵ ଶ୍ଵାସଥିୟ ସଂଗଠନ ୟୁଟ୍ୟୁବ ରେ ଗୋଟିଏ ଭିଡିଓ ପୋଷ୍ଟ କରିଅଛି ଯେଉଥିରେ ଏହା କୁହା ଯାଇଅଛି ଯେ ୨୦୧୯ ରେ ଚୀନରେ ନିମୋନିୟାର ବହୁତ କେସ ଆସିଲା ଯେଉଁଟା ଅଜ୍ଞାନ୍ତ ଥିବା ଭାଇଏଆସ ଦ୍ଵାରା ହେଉଥିଲା। ଏହି ଭାଇରସକୁ ୨୦୧୯ ନୋଭେଲ କୋରୋନା ଭାଇରସ ନାମ ଦିଆ ଗଲା। WHO କହିବା ଅନୁସାରେ ଅନେକ ପ୍ରକାର ର କୋରୋନା ଭାଇରସ ଅଛି। କିଛି ଭାଇରସ ଶ୍ଵାସ ସମ୍ବନ୍ଧିତ ରୋଗ କରି ଥାଏ। କିନ୍ତୁ ଏପରି କୋରୋନା ଭାଇରସ ମଧ୍ୟ ଅଛି ଯେଉଁଟା ଜୀବନ ପାଇଁ କ୍ଷତିକାରକ। SARS କୋରୋନା ଭାଇରସ ୨୦୦୩ ମସିହାରେ ଚୀନରେ ଦେଖିବାକୁ ମିଳିଥିଲା। MERS କୋରୋନା ଭାଇରସ ୨୦୧୨ ମସିହାରେ ସାଉଡି ଦେଶରେ ବ୍ୟାପୀ ଥିଲା। ନୋଭେଲ କୋରୋନା ଭାଇରସ ୨୦୧୯ ମସିହାରେ ଚୀନରେ ଆରମ୍ଭ ହେଇଥିଲା। ୱୂହାନ ସହର ର ମାଛ ଓ ଜିଅନ୍ତା ପଶୁ ମାଁକ୍ସ ବିକ୍ରି ହେଉଥିବା ବଜାର ରୁ ଏହା ଆରମ୍ଭ ହେଇଥିଲା। ଏହି କଥା ସେତେବେଳେ ଜଣା ପଡିଲା ଯେତେବେଲେ ସେହି ବଜାର ଯାଇ ଥିବା ଲୋକେ ଓ ସେଇଠି କାମ କରୁଥିବା କର୍ମଚାରୀଙ୍କ ଶ୍ଵାସଥିୟ ଖରାବ ହେବାକୁ ଲାଗିଲା।
୨ ଫେବ୍ରୁଆରିରେ ସାଉଥ ଚାଇନା ମର୍ନିଙ୍ଗ ପୋଷ୍ଟ ନିଜ ଫେସବୁକ ଛେନାଲରେ ଗୋଟିଏ ଭିଡିଓରେ ଏହା କହିଅଛି ଯେ ଏହି ନୂଆ କୋରୋନା ଭାଇରସ ବହୁତ ଲୋକଙ୍କୁ ଆକ୍ରାନ୍ତ କରିଅଛି। ଦୁନିଆରେ ଅନେକ ପ୍ରକାର ର କୋରୋନା ଭାଇରସ ଅଛି କିନ୍ତୁ ତାଙ୍କ ମଧ୍ୟରୁ ମାତ୍ର କିଛି ଟା ଭାଇରସ ହି ମଣିଷକୁ ଆକ୍ରାନ୍ତ କରି ଥାଏ। ୨୦୦୨ ମସିହାରେ SARS କୋରୋନା ଭାଇରସ ୮୦୦୦ ରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିଥିଲା। MERS ନାମକ କୋରୋନା ଭାଇରସ ୨୦୧୨ ମସିହାରେ ସାଉଡି ଦେଶରେ ବ୍ୟାପୀ ଥିଲା। କୋରୋନା ଭାଇରସ ମଣିଷ ଠାରୁ ମଣିଷ କୁ ଡେଇଁବା ପୂର୍ବରୁ ପଶୁ ଠାରୁ ମଣିଷକୁ ଡେଇଁ ଥାଏ। ଏହି ଭିଡିଓରେ ଏହା କୁହା ଯାଇଅଛି ଯେ କୋରୋନା ଭାଇରସ ବୁହାନର ଗୋଟିଏ ସି ଫୁଡ ମାରକେଟରେ ଆରମ୍ଭ ହୋଇଥିଲା। ପ୍ରଥମେ ଯେତେ ଲୋକ ଆକ୍ରାନ୍ତ ହୋଇଥିଲେ ସେମାନେ ସମସ୍ତେ ଏହି ବଜାର ଯାଇଥିଲେ।
୨୩ ଜାନୁଆରୀରେ ନ୍ୟୁଜ ୱିକ ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ବର୍ତମାନ ସୁଧା ୫୫୫ କୋରୋନା ଭାଇରସ କେସ ଦେଖିବା କୁ ମିଳିଛି। ଏହି ଭାଇରସ ଆମେରିକା, ଜାପାନ, ଥାଇଲାଣ୍ଡ ଏବଂ ସାଉଥ କୋରିଆ ରେ ବ୍ୟାପିଚି। ଏହି ଭାଇରସ ୱୂହାନ ସହରରେ ଥିବା ଗୋଟିଏ ସି ଫୁଡ ମାରକେଟରେ କାମ କରୁଥିବା କର୍ମଚାରୀ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା। ପ୍ରଥମେ ଏହି ଭାଇରସ ପଶୁ ମାନଙ୍କ ମଧ୍ୟରୁ ମଣିଷ ମାନଙ୍କୁ ଡେଇଁ ଥାଏ ଓ ଏହା ପରେ ମଣିଷ ଠାରୁ ମଣିଷ ପାଖକୁ ଡେଇଁ ଥାଏ। ଏହି ଭାଇରସ ବାଦୁଡି ଓ ସାପ ମାନଙ୍କ ମଧ୍ୟରେ ଦେଖା ଯାଇଥାଏ।
ଶେଷକଥା:
ଆମ ଅନୁସନ୍ଧାନରୁ ଏହା ଜଣା ପଡିଲା ଯେ କୋରୋନା ଭାଇରସ ୱୂହନର ମାଛ ବଜାରରୁ ଆରମ୍ଭ ହେଇଥିଲା। ଏହି ବିଷୟରେ ବିଶ୍ଵ ଶ୍ଵାସଥିୟ ସଂଗଠନ (WHO) ମଧ୍ୟ ୟୁଟ୍ୟୁବ ମାଧ୍ୟମରେ ଏହି କଥା କହିଛି। ପୋଷ୍ଟରେ କରା ଯାଇଥିବା ଦାବି ଯେ ଏହି ଭାଇରସ ଗୋଟିଏ ଲାବରେ ବାଦୁଡି ଆକ୍ରମଣ କରି ସେଇଠିକାର ଗବେଷକମାନଙ୍କୁ କାମୁଡ଼ି ଥିବାରୁ ହେଇଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା।

Title:କ’ଣ ଚୀନର ଉହାନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲର ଲାବରେ କୋରୋନା ଭାଇରସ ଲିକ ହେଇଛି? କ’ଣ ସେଇଠିକାର ଗବେଷକ ମାନଙ୍କୁ ବାଦୁଡି ମାନେ କାମୁଡ଼ି ବାରୁ ଏହି ରୋଗ ବ୍ୟାପିଚି? ଜାଣନ୍ତୁ ସତ।
Fact Check By: Siddharth SahuResult: False