କ’ଣ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଯୋଗୀ ଆଦିତ୍ୟନାଥ ଏକ ଦରଗାହରେ ମନ୍ନତ ମାଗିବାକୁ ଯାଇଛନ୍ତି? ଜାଣନ୍ତୁ ସତ୍ୟ।

False Political

ସୋସିଆଲ ମିଡିଆରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଆପଣ ମାନେ ଦେଖି ପାରିବେ ଯେ ସେ ଏକ ଦରଗାହରେ ପ୍ରବେଶ କରୁଛନ୍ତି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ନିର୍ବାଚନ ପାଖେଇ ଆସୁଥିବା ସମୟରେ ଆଦିତ୍ୟନାଥ ଦାରାଗାହ ଯାଇ ମୁଣ୍ଡ ନୂଆଁଇଛନ୍ତି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୭ ଡିସେମ୍ବରରେ ମାଇ ବ୍ଲଡ୍ କଂଗ୍ରେସ ନାମକ ଫେସବୁକ ଏକାଉଣ୍ଟରେ ଯୋଗୀ ଆଦିତ୍ୟନାଥଙ୍କର ଏକ ଭିଡିଓ ଭାଇରାଲ କରା ଯାଇଛି ଯେଉଁଥିରେ ସେ ଏକ ଦରଗାହରେ ପ୍ରବେଶ କରିବା ନଜର ଆସୁଛନ୍ତି। ଏହି ଭିଡିଓ ସେୟାର କରି ଦାବି କରା ଯାଇଛି ଯେ “ଯୋଗୀ ତାଙ୍କ ଭାଷଣରେ ଭକ୍ତ ମାନଙ୍କୁ ସଦାସବଦା କୁହନ୍ତି ମୁଁ ହିନ୍ଦୁ, ମୁଁ ଜଣେ କଟର ହିନ୍ଦୁ, ମୁଁ ମରିଯିବି ପଛେ କଦାପି ମସଜିଦ ଯିବି ନାହିଁ। କିନ୍ତୁ ନିର୍ବାଚନ ସମୟରେ ମୁଁ ମୋର ମୁଣ୍ଡ ନୂଆଁଇବାକୁ ଯିବି।”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ୟୁଟ୍ୟୁବରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଭିଡିଓକୁ ସର୍ଚ୍ଚ କରିଲୁ। ୨୮ ଜୁନ୍ ୨୦୧୮ ରେ ଆମକୁ ସମାନ ଭିଡିଓ ଇଣ୍ଡିଆ ଟିଭି ଦ୍ଵାରା ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ସହିତ ଦିଆ ଯାଇଥିବା ସୂଚନାରେ କୁହା ଯାଇଅଛି ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କବୀରଙ୍କ ମଜାରରେ ଟୋପି ପିନ୍ଧିବା ପାଇଁ ଅସ୍ଵୀକାର କରିଛନ୍ତି। ଭିଡିଓର ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ସମୟରେ ମଗହର ଗ୍ରସ୍ତ କରିବାକୁ ଯାଉଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆୟୋଜନର ହିସାବ ନେବାକୁ ମଗହର ଯାଇଥିଲେ। 

୨୮ ଜୁନ୍ ୨୦୧୮ ର ଏନଡିଟିଭି ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଗ୍ରସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଗହରରେ କବୀରଙ୍କର ମଜାରର ପ୍ରସ୍ତୁତିର ହିସାବ ନେବାକୁ ଯାଇଥିଲେ। ସେହି ସମୟରେ ମଜାରର ଜଣେ ମୌଲବୀଆଦିତ୍ୟନାଥଙ୍କୁ ଟୋପି ପିଁଧେଇବାକୁ ଚେଷ୍ଟା କରି ଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ଟୋପିକୁ ଦୂର କରି ଦେଲେ। ସେହି ସମୟରେ ଏହା ଏକ ବିବାଦୀୟ ଘଟଣାରେ ପରିଣୀତ ହେଇଥିଲା। 

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ସହିତ କରା ଯାଇଥିବା ଦାବି ସଂପୂର୍ଣ୍ଣ ଭାବରେ ମିଥ୍ୟା ଅଟେ। ଏହି ଭିଡିଓ ୨୦୧୮ ମସିହାର ଅଟେ ଏବଂ ଏହାର ଆସନ୍ତା ବର୍ଷ ଉତ୍ତରପ୍ରଦେଶ ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଯୋଗୀ ଆଦିତ୍ୟନାଥ ଏକ ଦରଗାହରେ ମନ୍ନତ ମାଗିବାକୁ ଯାଇଛନ୍ତି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *