କ’ଣ ଆନ୍ଧ୍ରପ୍ରଦେହର ଗଙ୍ଗାଭରମର ଏକ ରାମ ମନ୍ଦିରରେ କ୍ରିଷ୍ଟିଆନ ମାନେ ପ୍ରାର୍ଥନା କରୁଛନ୍ତି? ଜାଣନ୍ତୁ ସତ୍ୟ। 

Communal False

ବର୍ତ୍ତମାନ ସୋସିଆଲ ଏମଆଇଡ଼ିଆଇରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ପ୍ରାର୍ଥନା ସଭା ହେଉଥିବା ସମୟରେ ସେଠାରେ ଯୋଗଦାନ ଦେଇଥିବା ଲୋକଙ୍କ ସହିତ ଜଣେ ବ୍ୟକ୍ତିଙ୍କର ଝଗଡା ହେଉଛି। ଭିଡିଓ ଦେଖି ଏପରି ପ୍ରତୀତ ହେଉଛି ଯେ ସେହି ଲୋକ ପ୍ରାର୍ଥନା ସଭା ଆୟୋଜିତ ହେଇଥିବା ନେଇ ଖୁସି ନାହାଁନ୍ତି। 

ଦାବି କର ଯାଉଛି ଯେ ଏହି ଘଟଣାଟି ଆନ୍ଧ୍ରପ୍ରଦେଶ ରାଜ୍ୟର ଗଙ୍ଗାଭରମ ଜିଲ୍ଲାର ଘଟଣା ଅଟେ ଯେଉଁଠାରେ କ୍ରିଷ୍ଟିଆନ ମାନେ ରାମ ମନ୍ଦିରରେ ପ୍ରାର୍ଥନା ସଭା ଆୟୋଜିତ କରିଥିଲେ ଯାହା ଦ୍ଵାରା ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ଏହା ନେଇ ଚର୍ଚ୍ଚ ଲୋକଙ୍କ ସହିତ ଝଗଡା କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଫାଇଲ। ଏହି ସାମ୍ପ୍ରଦାୟିକ ଘଟଣା ନୁହେଁ। ଚର୍ଚ୍ଚର ପ୍ରାର୍ଥନା ସଭା ମନ୍ଦିରରେ ହେଉନଥିଲା। ଏକ ପାରିବାରିକ ଝଗଡାକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ଯ୍ବହାରକାରୀ ମାନେ ଦାବି କରୁଛନ୍ତି ଯେ ଚର୍ଚ୍ଚ ଲୋକମାନେ ଆନ୍ଦରପରଦେଶର ଗଙ୍ଗାଭରମର ରାମ ମନ୍ଦିରରେ ପ୍ରାର୍ଥନା ସଭା ଆୟୋଜିତ କରିଥିବା ସମୟରେ ସେଠିକାର ସ୍ଥାନୀୟ ଲୋକଙ୍କ ସହିତ ଝଗଡା ହୋଇଥିଲା। 

Facebook | Archive

ଆମେ ଜାଣିବାକୁ ପାଇଲୁ ଯେ ୨୦୨୨ ମସିହାରେ ବିଜେପି ନେତା ସୁନୀଲ ଦେଓଧର ଏହି ଘଟଣାର ଭିଡିଓ ଟୁଇଟ କରି ଲେଖିଥିଲେ, “ଗ୍ରହଣୀୟ ଅପମାନ! ଏହା ମୁଖ୍ୟମନ୍ତ୍ରୀ ଜଗନଙ୍କର ଧର୍ମାନ୍ତିକରଣ ଏଜେଣ୍ଡା। ଚର୍ଚ୍ଚର ଜଣେ ପାଲକଙ୍କ ଦ୍ଵାରା ଗଙ୍ଗାଭରମର ରାମ ମନ୍ଦିରରେ ଅବୈଧ ଭାବେ ପ୍ରାର୍ଥନା କରିବା ସହିତ ସୀମା ଅତିକ୍ରମ କରିଛନ୍ତି। ସମସ୍ତ ଦୋଷୀଙ୍କୁ ଯଥାଶୀଘ୍ର ଗିରଫ କରା ଯିବା ଜରୁରୀ।”

(Twitter Link)

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ କାକୀନାଡା ପୋଲିସର ଏକ ଟୁଇଟ ମିଳିଲା। ଏହି ଟୁଇଟରେ କୁହା ଯାଇଛି ଯେ ଗଙ୍ଗାଭରମ ଗ୍ରାମରେ ରାମ ମନ୍ଦିରରେ କୃଷ୍ଟ ଧର୍ମ ପ୍ରଚାର ଦାବି ମିଥ୍ୟା ଅଟେ। 

ପୂର୍ବ ଗୋଦାଭରି ଏସପି ଏମ.ରବୀନ୍ଦ୍ରନାଥ ସ୍ପଷ୍ଟଇ କରିଛନ୍ତି ଯେ ଜଣେ ମହିଳା ତାଙ୍କ ଘର ସାମନାରେ ରାସ୍ତାରେ ଚର୍ଚ୍ଚର ପ୍ରାର୍ଥନା ସଭା ଆୟୋଜିତ କରିଥିଲେ ଯାହା ରାମ ମନ୍ଦିର ନିକଟରେ ଥିଲା। ସେହି ମନ୍ଦିରରେ ପ୍ରତ୍ଯେକ ଦିନ ପୂଜା ମଧ୍ୟ କରା ଯାଏ କିନ୍ତୁ ହିନ୍ଦୁ ଏବଂ କ୍ରୀଷ୍ଟ ଧର୍ମ ଲୋକଙ୍କ ମଧ୍ୟରେ କୌଣସି ବିବାଦ ହୋଇନାହିଁ। ୩୦ ମାର୍ଚ୍ଚ ୨୦୨୨ ରେ ପ୍ରାର୍ଥନା ସଭା ଚାଲୁଥିବା ବେଳେ ସେହି ମହିଳାଙ୍କ ପୁଅ ଶ୍ରୀନିବାସ ସେଠାରେ ଯାଇ ନିଜ ମାଁ ସହିତ ଝଗଡା କରିଥିଲା ଯେ ତାଙ୍କର ମାଁ ଚର୍ଚ୍ଚ ସଭା ପାଇଁ ଅନେକ ଟଙ୍କା ଖର୍ଚ କରୁଥିଲେ। ଏହା ଦେଖି ସେହି ମହିଳା ୧୦୦ ନମ୍ବରରେ କଲ୍ କରି ପୋଲିସ ଡ଼ାକିଥିଲେ। ଶ୍ରୀନିବାସଙ୍କ ଅନ୍ୟ ସମ୍ପର୍କୀୟ ଲୋକଙ୍କ କହିବା ଅନୁଯାୟୀ, ସେ ଉଦ୍ଦେଶ୍ୟମୂଳକ ଭାବରେ ସୋସିଆଲ ମିଡିଆରେ ଧାର୍ମିକ ଘୃଣା ଭାବନା ସୃଷ୍ଟି କରିବା ପାଇଁ ମିଥ୍ୟା ପ୍ରଚାର କରିଥିଲେ। 

Archive

ଏହା ପରେ ଆମକୁ ଇଣ୍ଡିଆ ଟୁଡେ ୱେବସାଇଟରେ ୨ ଏପ୍ରିଲ୍ ୨୦୨୨ ରେ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଗଙ୍ଗାଭାରାମ ଗାଁର ମନ୍ଦିରରେ ଖ୍ରୀଷ୍ଟିଆନ ମିଶନାରୀ ଗୋଷ୍ଠୀ ପ୍ରାର୍ଥନା କରୁଥିବା ଭାଇରାଲ ଭିଡିଓ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ପୋଲିସ ସ୍ପଷ୍ଟୀକରଣ ଜାରି କରିଛି। ପୋଲିସର ସୂଚନାନୁସାରେ, ମଙ୍ଗାୟାମା ନାମକ ଜଣେ ବାସିନ୍ଦା ମନ୍ଦିର ନିକଟରେ ଥିବା ତାଙ୍କ ଘରେ ରାସ୍ତାରେ ଖ୍ରୀଷ୍ଟିଆନ ପ୍ରାର୍ଥନା କରୁଥିଲେ। ମନ୍ଦିର ପରିସରରେ ପ୍ରାର୍ଥନା କରାଯାଇନଥିଲା। ପୂର୍ବ ଗୋଦାବରୀ ଏସପି ଜୋର ଦେଇଛନ୍ତି ଯେ ରାମ ମନ୍ଦିରରେ ଦ daily ନିକ ପୂଜାପାଠ କରାଯାଉଥିଲା ଏବଂ ଦୁଇ ସମ୍ପ୍ରଦାୟ ମଧ୍ୟରେ କ utes ଣସି ବିବାଦ ନଥିଲା। ଉଭୟ ସମ୍ପ୍ରଦାୟର ପରସ୍ପର ସହିତ ଆନ୍ତରିକ ସମ୍ପର୍କ ଥିବା ଜଣାଯାଇଛି। ପୋଲିସର ସୂଚନାନୁସାରେ, ଯେତେବେଳେ ମାର୍ଚ୍ଚ 30 ରେ ପ୍ରାର୍ଥନା କରାଯାଉଥିଲା, ମଙ୍ଗାୟାମଙ୍କ ବଡ ପୁଅ ଶ୍ରୀନିବାସ ତାଙ୍କ ସହ ଯୁକ୍ତିତର୍କ କରିଥିଲେ ଯେ ପ୍ରାର୍ଥନା କରିବା ପାଇଁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିଥିଲେ। ଯେତେବେଳେ ଶ୍ରୀନିବାସ ତାଙ୍କ ମା ସହିତ rel ଗଡା କରିବାକୁ ଲାଗିଲେ, ମଙ୍ଗାୟାମା ଏବଂ ଅନ୍ୟମାନେ ଏହି ବିବାଦର ସମାଧାନ କରିବା ପାଇଁ ପାମାରୁ ପୋଲିସକୁ ଜଣାଇଥିଲେ।

Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଗଙ୍ଗାଭରମରେ ଅବସ୍ଥିତ ରାମ ମାଂସ=ଦିଅରରେ ଚର୍ଚ୍ଚ ପ୍ରାର୍ଥନା ହେଉନଥିଲା। ପ୍ରାର୍ଥନାର ଆୟୋଜନ ଜଣେ ମହିଳାଙ୍କ ଘର ସାମନା ରାସ୍ତାରେ ହୋଇଥିଲା। ଭିଡିଓରେ ଝଗଡା କରୁଥିବା ବ୍ୟକ୍ତି ସେହି ମହିଳାଙ୍କ ପୁଅ ଅଟେ। 

Avatar

Title:କ’ଣ ଆନ୍ଧ୍ରପ୍ରଦେହର ଗଙ୍ଗାଭରମର ଏକ ରାମ ମନ୍ଦିରରେ କ୍ରିଷ୍ଟିଆନ ମାନେ ପ୍ରାର୍ଥନା କରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *