
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମମତା ବାନେର୍ଜିଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏହା ପରେ ଡାକ୍ତରଖାନାରେ ଗୋଡ଼ରେ ପ୍ଲାଷ୍ଟର ଲାଗୁଥିବା ଫୋଟୋ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେଉଛି। ଏହା ସହିତ ମମତା ବାନେର୍ଜିଙ୍କର ୱ୍ହିଳ ଚେୟାରରେ ବସିଥିବା ଗୋଟିଏ ଫୋଟୋ ଶେୟାର କରା ଯାଉଛି ଯେଉଁଥିରେ ତାଙ୍କର ଡାହାଣ ଗୋଡ଼ ପ୍ଲାଷ୍ଟର ହେଇଛି। ଏହି ଦୁଇଟି ଫୋଟୋ ସହିତ ଦାବି କରା ଯାଇଅଛି ଯେ ମମତା ବାନେର୍ଜି ଗୋଡ଼ ଆଘାତ ହେଇଥିବା ଅଭିନୟ କରୁଛନ୍ତି।
ଫେକ୍ଟ କୃସେଣ୍ଡୋ ପୋସ୍ତରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ସର୍ବପ୍ରଥମେ ଆମ ଅନୁସନ୍ଧାନରେ ଆମେ ସର୍ଚ କରିଲୁ ଯେ ପ୍ରକୃତରରେ ମମତା ବାନେର୍ଜିଙ୍କ କେଉଁ ଗୋଡ଼ ଅବତରଣ ହେଇଛି। ସର୍ଚ କରିଲା ପରେ ଆମକୁ ଏଏନଆଇ ୱେବସାଇଟରେ ଭାଇରାଲ ହେଉଥିବା ଫୋଟୋ ଦେଖିବାକୁ ମିଳିଲା। ସୂଚନା ଅନୁଯାୟୀ ମମତା ବାନେର୍ଜିଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିଲା। ଏହି ୱେବସାଇଟରେ କୁହା ଯାଇଅଛି ଯେ ମମତା ବାନେର୍ଜିଙ୍କ ବାମ ଗୋଡ଼ରେ ଆଘାତ ହେଇଥିବା ସହିତ କାନ୍ଧ, ହାତ ଏବଂ ବେକରେ ମଧ୍ୟ ଆଘାତ ହେଇଛି।

ଏହି ଖବର ମିଣ୍ଟ ପତ୍ରିକାରେ ମଧ୍ୟ ପ୍ରକାଶିତ ହେଇଥିଲା।

୧୨ ମାର୍ଚ ରେ ଇଣ୍ଡିଆ ଟୁଡେ ପତ୍ରିକାରେ ମଧ୍ୟ ଏହି ଫୋଟୋ ପ୍ରକାଶିତ ହେଇଥିଲା। ଏହି ଫୋଟୋରେ ସ୍ପଷ୍ଟ ଭାବରେ ଦେଖା ଯାଉଅଛି ଯେ ମମତା ବାନେର୍ଜିଙ୍କର ବାମ ଗୋଡ଼ ଆଘାତ ହେଇଛି।

ଏହି ଫୋଟୋରେ ମମତା ବାନେର୍ଜିଙ୍କର ବାମ ଗୋଡ଼ରେ ପ୍ଲାଷ୍ଟର ଲାଗିଥିବା ଦେଖା ଯାଇଅଛି। ତେବେ ଭାଇରାଲ ଫୋଟୋରେ ଡାହାଣ ପାଦରେ ଥିବା ପ୍ଲାଷ୍ଟର କେଉଁ ପରି ଆସିଲା? ଉତ୍ତର ହେଉଛି କମ୍ପ୍ୟୁଟର ଗ୍ରାଫିକ୍ଷ ସାହାଜ୍ଯତାରେ ଫୋଟୋର ମିରର ଇମେଜ କରି ପ୍ରକାଶିତ କରା ଯାଇଅଛି। ମୂଳ ଫୋଟୋ ଏବଂ ଭାଇରାଲ ଫୋଟୋର ତୁଳନାରେ ଏହା ସ୍ପଷ୍ଟ ଭାବରେ ଦେଖା ଗଲା।

ୟୁଟ୍ୟୁବରେ ଏବିପି ନ୍ଯୁଜ ଦ୍ଵାରା ପ୍ରସାରିତ ହେଇଥିବା ଗୋଟିଏ ଭିଡିଓରେ ମଧ୍ୟ ଏହା ଦେଖିବାକୁ ମିଳିଛି ଯେ ମମତା ବାନେର୍ଜିଙ୍କର ବାମ ଗୋଡ଼ରେ ଆଘାତ ହେଇଛି।
ଶେଷକଥା:
ଉପରୋକ୍ତ ତଥ୍ୟ ଯାଞ୍ଚ କରିଲା ପରେ ସ୍ପଷ୍ଟ ହେଲା ଯେ ମମତା ବାନେର୍ଜିଙ୍କର ଡାହାଣ ଗୋଡ଼ରେ ପ୍ଲାଷ୍ଟର ଥିବା ଫୋଟୋ ଅସଲି ଫୋଟୋର ମିରର ଇମାଜ ଅଟେ। ଅସଲି ଫୋଟୋରେ ତାଙ୍କ ବାମ ଗୋଡ଼ରେ ଆଘାତ ହୋଇଛି।

Title:କ’ଣ ମମତା ବାନେର୍ଜି ବାମ ଗୋଡ଼ରେ ଆହତ ହେଇଥିବା ନାଟକ କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False