କ’ଣ ଏହି ଭିଡିଓରେ ଆନ୍ଦୋଳନ କରୁଥିବା ଚାଷୀ ମାନେ ଗୋଟିଏ ମନ୍ଦିର ଉପରେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟ। 

False Social

ନିଜ ଦାବି ପୂରଣ କରିବାକୁ କୃଷକ ସଂଗଠନ କେନ୍ଦ୍ର ସରକାର ବିରୁଦ୍ଧରେ ୧୩ ଫେବ୍ରୁଆରିରେ ‘ଦିଲ୍ଲୀ ଚଳୋ’ ଯାତ୍ରା ଆରମ୍ଭ କରିଥିଲେ। ଏହି ଘଟଣାର ଅନେକ ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଏହି ପ୍ରସଙ୍ଗରେ ଶିଖ ସମ୍ପ୍ରଦାୟର କିଛି ସଦସ୍ୟ ଦୋକାନ ଏବଂ ମନ୍ଦିର ଭାଙ୍ଗୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପୋଲିସ ଉପସ୍ଥିତି ରେ ଏହି ହିଂସା ହେଉଛି। ଦାବି କରା ଯାଉଛି ଯେ ମନ୍ଦିର ଉପରେ ଆକ୍ରମଣ କରୁଥିବା ଶିଖ ସମ୍ପ୍ରଦାୟ ଲୋକମାନେ ହେଉଛନ୍ତି ଆନ୍ଦୋଳନ କରୁଥିବା ଚାଷୀ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୨୨ ମସିହାର ପଞ୍ଜାବର ପଟିଆଲା ସହରର ଏକ ପୁରୁଣା ଘଟଣା ଅଟେ ଯାହାର ସମ୍ପ୍ରତ୍ତି ସମୟର କୃଷକ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ଖାଲିସ୍ଥାନି କୃଷକ ଆତଙ୍କବାଦୀ ମନ୍ଦିର ଉପରେ କଲେ ଆକ୍ରମଣ… ଏହା ହିଁ ଏମାନଙ୍କ ଉଦେଶ୍ୟ… ଏମାନେ କେଉଁ ହିସାବରେ କୃଷକ ଲାଗୁଛନ୍ତି… ଏମାନଙ୍କୁ ଦେଶର ବିରୋଧୀ ଦଳ ସମର୍ଥନ କରୁଛନ୍ତି। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଶୁଭାଙ୍ଗୀ ଶର୍ମା ନାମକ ଜଣେ ସାମ୍ବାଦିକଙ୍କ ଟୁଇଟର ହେଣ୍ଡେଲରେ ୩୦ ଏପ୍ରିଲ୍ ୨୦୨୨ ରେ ଟୁଇଟ ହେଇଥିବା ମିଳିଲା। 

ଟୁଇଟ ରେ ସେ ଲେଖିଛନ୍ତି, “ଏହା ପଟିଆଲାର ଘଟଣା। ଖାଲିସ୍ତାନୀ ଉଗ୍ରବାଦୀଙ୍କ ଦ୍ୱାରା ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଯାଉଛି। ଏହି ଭିଡିଓରେ ଅନେକ ଚେହେରା ଦୃଶ୍ୟମାନ ହେଉଛି। AAP ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି? କିମ୍ବା ପଞ୍ଜାବରେ ଏହା ଏକ ନୂଆ ଆଦର୍ଶ କି?

ପରବର୍ତ୍ତୀ ସନ୍ଧାନରେ ଆମେ ଏହି ଘଟଣା ସମ୍ବନ୍ଧରେ ସମ୍ବାଦ ରିପୋର୍ଟ ପାଇଲୁ | ଏହି ରିପୋର୍ଟ ଅନୁଯାୟୀ, ୨୯ ଏପ୍ରିଲ୍ ୨୦୨୨ ରେ ପଞ୍ଜାବର ପଟିଆଲା ଠାରେ ଶିବସେନା ଏକ “ଖାଲିସ୍ତାନ ମୁର୍ଦାବାଦ ମାର୍ଚ୍ଚ” ଆୟୋଜନ କରିଥିଲା। ଏହି ରାଲି ପଟିଆଲାର ମଞ୍ଜିତ ନାଗରର କାଳୀ ମନ୍ଦିରରେ ପହଞ୍ଚିବା ପରେ ଖଲିସ୍ତାନ ସମର୍ଥକମାନେ ଛୁରୀ ଓ ପଥରରେ ଆକ୍ରମଣ କରିଥିଲେ। ଏହି ରେଲି ଖାଲିସ୍ତାନ ସ୍ଥାପନା ଦିବସରେ ‘ଶିଖ ଫର ଜଷ୍ଟିସ’ ଗୋଷ୍ଠୀ ବିରୁଦ୍ଧରେ କରା ଯାଇଥିଲା। 

ଏଏନଆଇ ମଧ୍ୟ ଏହି ଘଟଣାର ଗୋଟିଏ ଭିଡିଓ ସେୟାର କରିଛି ଯେଉଁଥିରେ ପୋଲିସ ଦୁଇ ଦଳ ମଧ୍ୟରେ ହେଉଥିବା ହିଂସାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି। 

ନାଲି ଟି-ସାର୍ଟ ଏବଂ ହଳଦିଆ ପଗଡି ପିନ୍ଧିଥିବା ବ୍ୟକ୍ତି ଉଭୟ ANI ଭିଡିଓ ଏବଂ ଭାଇରାଲ୍ ଭିଡିଓରେ ଅନ୍ତର୍ଭୁକ୍ତ ଅଟନ୍ତି ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ୨୦୨୨ ମସିହାରେ ପଟିଆଲାରେ ଖାଲିସ୍ତାନି ସମର୍ଥକଙ୍କର ଏକ ଭିଡିଓକୁ ସମ୍ପ୍ରତ୍ତି ଆନ୍ଦୋଳନ ସମୟରେ ଚାଷୀ ମାନେ ମନ୍ଦିର ଉପରେ ଆକ୍ରମଣ କରୁଥିବା ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:କ’ଣ ଏହି ଭିଡିଓରେ ଆନ୍ଦୋଳନ କରୁଥିବା ଚାଷୀ ମାନେ ଗୋଟିଏ ମନ୍ଦିର ଉପରେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *