
ଜୋ ବିଡେନ ଆମେରିକାର 46 ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ଏବଂ ତାଙ୍କ ସହଯୋଗୀ କମଲା ହାରିସ ଦେଶର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। କମଲା ହରିସ୍ ଆମେରିକାର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ଭାରତରେ ଏକ ଉତ୍ସାହର ଲହରି ଖେଳିଛି, କାରଣ କମଲା ଭାରତୀୟ ଅଟନ୍ତି। କମଲାଙ୍କ ମା ଶ୍ୟାମଲା ଗୋପାଳନ ହାରିସ ତାମିଲନାଡୁର ଥିଲେ। ଏହାକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆରେ ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି। ଚିତ୍ରରେ କମଲା ହାରିସ୍ ନୀଳ ରଙ୍ଗର ଶାଢ଼ି ପିନ୍ଧିଥିବାର ନଜର ଆସୁଛନ୍ତି। ଫଟୋ ସହିତ ଦାବି କରୁଛନ୍ତି ଯେ, କମଲା ହାରିସ୍ ଶାଢ଼ୀ ପିନ୍ଧିଛନ୍ତି। ଅନେକ ଲୋକ ଏହି ଛବି ସେୟାର କରିଛନ୍ତି ଏବଂ କମଲା ହାରିସଙ୍କୁ ଉପରାଷ୍ଟ୍ରପତି ଭାବେ ମନୋନୀତ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି।
7 ନଭେମ୍ବରରେ Abani Mohan Panigrahi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ ଦାବି କରାଯାଇଛି ଯେ, କମଲା ହାରିସ୍ ନୀଳ ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ଏବଂ ଏହି ଫଟୋ ସହ ତାଙ୍କୁ ସମସ୍ତେ ଉପରାଷ୍ଟ୍ରପତି ବନିଥିବାର ଅଭିନନ୍ଦନ ଜଣାଇଛନ୍ତି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ନୀଳ ଶାଢ଼ୀରେଥିବା ମହିଳା ଜଣକ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଅଟନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ Bollywood shaadis ପେଜରେ ଭାଇରାଲ ଫଟୋର ପ୍ରକୃତ ଫଟୋ ପାଇଲୁ। ଯେଉଁଥିରେ ସେ ଲେଖିଛନ୍ତି ଯେ, ଚିତ୍ରରେ ମହିଳା ତାମିଲନାଡୁର ପାରମ୍ପାରିକ ଶୈଳୀରେ ଶାଢ଼ୀ ପିନ୍ଧିଛନ୍ତି। ପ୍ରାୟତଃ ଏହି ଫଟୋ ତାମିଲନାଡ଼ୁ ଶୈଳୀରେ ପିନ୍ଧାଯାଇଥିବା ସାଢ଼ୀକୁ ଦେଖାଇବା ପାଇଁ ବ୍ୟବହୃତ ହୋଇଛି। ଏଠାରେ ପ୍ରମାଣିତ ହୋଇଛି ଯେ, ଏକ ଫୋଟକୁ ଏଡ଼ିଟ କରି ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଭାଇରାଲ୍ ଫଟୋ ସୃଷ୍ଟି କରାଯାଇଛି। ଭାଇରାଲ ଫଟୋର ପ୍ରକୃତ ଫଟୋ pinterest ପେଜରେ ମଧ୍ୟ ଦେଖିପାରିବେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Bollywood shaadis । Archive
ଭାଇରାଲ ଫଟୋ ଏବଂ ଆମକୁ ମିଳିଥିବା ଫଟୋର ବିଶ୍ଳେଷଣ କରିଲୁ। ଯେଉଁଥିରେ ଆପଣ ପ୍ରକୃତ ଫଟୋକୁ କିପରି ଏଡିଟ୍ କରାଯାଇଛି ଦେଖିପାରିବେ। ତଳେ ବିଶ୍ଳେଷଣ ଦେଖନ୍ତୁ।
ପରେ ଆମେ latimes ପେଜରେ କମଳା ହାରିସଙ୍କ ପରିବାର ସମେତ ଏକ ଫଟୋ ପ୍ରକାଶିତ କରାଯାଇଛି। ଫଟୋରେ କମଲା ବାମରୁ ପ୍ରଥମ ନମ୍ବରରେ ବସିଛନ୍ତି । କମଲାଙ୍କ ପାଖରେ ତାଙ୍କ ଜେଜେମା ରାଜାମ ଗୋପାଳନ୍, ଜେଜେ ବାପା ଗୋପାଳନ୍ ଏବଂ ଭଉଣୀ ମାୟା ହାରିସ୍ ବସିଛନ୍ତି। ତଳେ ଫଟୋ ଏବଂ ଖବର ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- latimes । Archive
ଶେଷକଥା-
ଆମ ଅନୁସନ୍ଧାରୁ ସ୍ପଷ୍ଟ ହେଲୁ ଯେ, ଏଡିଟ୍ ଫଟୋ କୁ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ନାମରେ ଭାଇରଲା କରାଯାଉଛି।

Title:ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ନୀଳ ରଙ୍ଗର ସାଢ଼ୀ ପିନ୍ଧିଛନ୍ତି କି ?
Fact Check By: Saritadevi SamalResult: False