ବାଂଲାଦେଶରେ ହିଂସା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଜଣେ ମୃତ ବ୍ୟକ୍ତିଙ୍କୁ ଏକ ପ୍ରତିମୂର୍ତ୍ତିରେ ଝୁଲାଇ ଅତି ନିର୍ମମ ଭାବରେ ମାଡ ଦିଆଯାଉଥିବା ଦେଖାଯାଇଛି। ଦାବି କରାଯାଇଛି ଯେ ସମ୍ପ୍ରତ୍ତି ସ୍ଥିତିରେ ବାଂଲାଦେଶରେ ହିନ୍ଦୁ ମାନଙ୍କୁ ମୁସଲମାନମାନେ ନିର୍ଯାତନା ଦେଉଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନାର ନୁହେଁ। ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ବାଂଲାଦେଶର ଆୱାମି ଳିଗ୍ ପାର୍ଟିର ସଚିବ ଶାହିଦୁଲ ଇସଲାମ ହିରାନ।

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, "ବାଂଲାଦେଶ ରେ ମୁସଲିମ ମାନଙ୍କଦ୍ୱାରା ହିନ୍ଦୁ ମହିଳାଙ୍କୁ ବଳତ୍କାର ସମୟରେ ଡାକୁଥିଲେ "ଆଲ୍ଲା ହୋ ଆକବର" ତାହେଲେ ଯଦି ଆଲ୍ଲା ଜଣେ ଭଗବାନ ସେ କେମିତି ଏ ଅନୈତିକ କାର୍ଯ୍ୟରେ ଖୁସି ହେଉଛି ଉତ୍ତର ରଖନ୍ତୁ"

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୟୁଟ୍ୟୁବର ଗୋଟିଏ ଲିଙ୍କ ମିଳିଲା ଯେଉଁଥିରେ ବଙ୍ଗଳା ଭାଷାରେ ଉଲ୍ଲେଖ କରା ଯାଇଛି ଯେ ଆୱାମି ଳିଗ୍ ନେତା ହିରନଙ୍କୁ ହତ୍ୟା କରି ଲୋକମାନେ ଝେନାଇଦାହରେ ଝୁଲେଇଥିଲେ।

Archive

ଏହି ଭିଡିଓ ଦୂରରୁ ନିଆଯାଇଥିଲା ଏବଂ ବଙ୍ଗାଳୀ ଭାଷାରେ ଲୋକମାନେ କହୁଥିଲା, “ଜଣାଶୁଣା ହିରାନ ଅଧ୍ୟକ୍ଷଙ୍କୁ ହତ୍ୟା କରାଯାଇ ଫାଶୀ ଦିଆଯାଇଛି। ତାଙ୍କ ଶବ ଦେଖିବାକୁ ହଜାର ହଜାର ଲୋକ ବାହାରକୁ ଆସିଛନ୍ତି।” 0.44 ଟାଇମଷ୍ଟ୍ୟାମ୍ପରେ, ଭିଡିଓ ଜୁମ୍ କରାଯାଇଥିଲା, ଏବଂ ପରେ ଭାଇରାଲ୍ ଭିଡିଓରେ ଥିବା ବ୍ୟକ୍ତିଙ୍କ ମୁଣ୍ଡ ଅଂଶ ସେହି ୟୁଟ୍ୟୁବ୍ ଭିଡିଓରେ ଦେଖିବାକୁ ମିଳିଥିଲା।

ଆମେ ସେହି ଫଟୋର ରିଭର୍ସ ଇମେଜ୍ ସର୍ଚ୍ଚ କରିଥିଲୁ ଏବଂ ତା’ପରେ ୬ ଅଗଷ୍ଟ ରେ ଏକ ଟୁଇଟର ହ୍ୟାଣ୍ଡେଲରେ ଏକ ଟ୍ୱିଟ୍ ପାଇଥିଲୁ ଯେଉଁଥିରେ ଏହି ଫଟୋ ଏବଂ ଭାଇରାଲ୍ ଭିଡିଓ ମଧ୍ୟ ରହିଥିଲା। ଟ୍ୱିଟର କ୍ୟାପସନ ଅନୁଯାୟୀ ଏହି ବ୍ୟକ୍ତି ହେଉଛନ୍ତି ଆୱାମୀ ଲିଗ୍ ସଦସ୍ୟ ସହିଦୁଲ ଇସଲାମ ହିରାନ। ଶେଖ ହସିନାଙ୍କୁ ବହିଷ୍କାର କରାଯିବା ପରେ ଶାହିଦୁଲ ଇସଲାମ ହିରାନଙ୍କ ଘର ପୋଡି ତାଙ୍କୁ ସହରର କେନ୍ଦ୍ରରେ ଟଙ୍ଗାଯାଇଥିଲା। ତାଙ୍କୁ 75 ବର୍ଷ ବୟସ ହୋଇଥିଲା। ସହିଦୁଲ ଇସଲାମ ହିରାନଙ୍କ ଡ୍ରାଇଭର ମଧ୍ୟ ନିହତ ହୋଇଥିଲେ।

Archive

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାରକରି ସର୍ଚ୍ଚ କରିବା ପରେ ୬ ଅଗଷ୍ଟ ୨୦୨୪ ରେ ଏକ ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ପାଇଲୁ। ଏହି ରିପୋର୍ଟରେ ଭାଇରାଲ ଭିଡିଓର ସ୍କ୍ରିନଶଟ୍ ସହିତ ସହିଦୁଲ ଇସଲାମ ହିରାନଙ୍କ ଫୋଟୋ ମଧ୍ୟ ପ୍ରକାଶିତ ହେଇଛି।

ରିପୋର୍ଟ ଅନୁଯାୟୀ, “ସହିଦୁଲ ଇସଲାମ ହିରାନ (୭୫), ଜିନାଇଦା ସାଦର ଉପଜିଲ୍ଲା ଆୱାମୀ ଲିଗର ସାଧାରଣ ସଚିବ ଏବଂ ସ୍ଥାନୀୟ ପୋରାହାତି ସଂଗଠନର ଚେୟାରମ୍ୟାନ ଥିଲେ ଯାହାର ହତ୍ୟା କରାଯାଇଥିଲା। ଲୋକମାନେ ତାଙ୍କ ଘରେ ଆକ୍ରମଣ କରି ନିଆଁ ଲଗାଇ ଦେଇଥିଲେ। ଏହା ପରେ ସେମାନେ ତାଙ୍କ ମୃତଦେହକୁ ଟାଙ୍ଗି ଦେଇଥିଲେ।

ଯେତେବେଳେ ଜନତା ହିରାନଙ୍କ ଘରକୁ ଘେରି ରହିଥିଲେ, ସେ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଏବଂ ପିସ୍ତଲରେ ଗୁଳି ଚଳାଇଥିଲେ ଯେଉଁଥିରେ ପ୍ରାୟ ୨୫ ଜଣ ଆହତ ହୋଇଥିବା ଖବର ସାମନାକୁ ଆସିଥିଲା। ଆହତମାନଙ୍କୁ ଜେନାଡା ସାଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନରେ ହିରାନଙ୍କ କାର ଡ୍ରାଇଭର ଅଖତର ହୁସେନ୍‌ଙ୍କ ମୃତ୍ୟୁ ଘଟିଥିଲା।

ସିଦ୍ଧାନ୍ତ:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓରେ ବାଂଲାଦେଶୀ ମାନେ ହିନ୍ଦୁ ଲୋକ ବା ମହିଳାଙ୍କ ଉପରେ ନିର୍ଯାତନା କରୁଥିବା ଦାବି ମିଥ୍ୟା ଅଟେ। ଭିଡିଓରେ ଥିବା ବ୍ୟକ୍ତି ବାଂଲାଦେଶର ଆୱାମି ଳିଗ୍ ନେତା ସହିଦୁଲ ଇସଲାମ ହିରାନଙ୍କ ମରୁତ ଶରୀର ଅଟେ।

Avatar

Title:ବାଂଲାଦେଶର ଆୱାମି ଳିଗ୍ ପାର୍ଟିର ନେତା ଉପରେ ଆକ୍ରମଣର ଭିଡିଓକୁ ବିଭ୍ରାନ୍ତକାରୀ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu

Result: False