ଲୋକମାନେ ଟ୍ରେନ୍ ଠେଳୁଥିବା ଘଟଣାକୁ ବିଭ୍ରାନ୍ତକର ଦାବି ସହିତ ସେୟାର କରା ଯାଉଛି।

Misleading Social

ନିକଟରେ ସୋସିଆଲ ମିଡିଆରେ ଭାରତୀୟ ରେଳବାଇର ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ କିଛି ଲୋକମାନେ ଅଟକି ରହିଥିବା ଟ୍ରେନକୁ ଠେଲିଥିବାର ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଟ୍ରେନ ଚାଲିନଥିବାରୁ ଲୋକମାନେ ଧକ୍କା ଦେଇ ଟ୍ରେନ ଗଦେଇବ ଚେଷ୍ଟା କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଟ୍ରେନର ଏକ ବଗିରେ ନିଆଁ ଲାଗିଥିବାରୁ ଲୋକମାନେ ଅନ୍ୟ ବଗିକୁ ଠେଲି ତାହା ଠାରୁ ଦୂରେଇ ନେଉଥିବା ଭିଡିଓକୁ ବିଭ୍ରାନ୍ତକର ଦାବି ସହିତ ସେୟାର କରା ଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଇତିହାସରେ ପ୍ରଥମ ଥର ପାଇଁ, ମୁଁ ଜଣେ କେବଳ ବୋଧେ  ଭାରତୀୟଙ୍କୁ ଟ୍ରେନ୍ ଠେଲି ଠେଲି ନେବା ଦେଖୁଛି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁଅନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଘଟଣା ବିଷୟରେ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ୧୦ ଜୁଲାଇ ୨୦୨୩ ର ପିଆଇବି ର ଏକ ଟୁଇଟ ମିଳିଲା। 

ଭାଇରାଲ୍ ଭିଡିଓରେ ଦିଆଯାଇଥିବା ଦାବି ବିଭ୍ରାନ୍ତିକର ବୋଲି ପିଆଇବି ନିଜ ଟ୍ୱିଟରେ କହିଛି। ଟୁଇଟରେ କୁହା ଯାଇଛି, “ଏକ ଭାଇରାଲ ଭିଡିଓରେ ଦାବି କରା ଯାଇଛି ଯେ ସେନା ଏବଂ ପୋଲିସ ଯବାନ ଟ୍ରେନ ନମ୍ବର ୧୨୭୦୩ ଫାଲକନୁମା ଏକ୍ସପ୍ରେସକୁ ଧକ୍କା ଦେଇ ଆରମ୍ଭ କରିଥିଲେ। ଏହି ଦାବି ବିଭ୍ରାନ୍ତକର ଅଟେ। ଏହି ଘଟଣାଟି ଏକ ଟ୍ରେନ ଅଗ୍ନିକାଣ୍ଡ ସହିତ ଜଡିତ, ଯାହାକୁ ଭୁଲ ଭାବରେ ପ୍ରଚାର କରାଯାଉଛି।

ଏହି ସମୟରେ, ଆମେ ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଭିଡିଓ ସହ ଜଡିତ ଏକ ପୋଷ୍ଟ ପାଇଲୁ। ଏହି ପୋଷ୍ଟରେ ଦକ୍ଷିଣ କେନ୍ଦ୍ରୀୟ ରେଳ ଭାଇରାଲ ଦାବିକୁ ଅସ୍ୱୀକାର କରିଛି।

ଏହା ବ୍ୟତୀତ ଆମେ ରେଳବାଇ ମୁଖପାତ୍ରଙ୍କର ଏକ ଟୁଇଟ୍ ପାଇଲୁ ଯେଉଁଥିରେ ସେ ଭାଇରାଲ ଭିଡିଓକୁ ଏକ ଆଇନଗତ ସ୍ପଷ୍ଟୀକରଣ ଦେଇଛନ୍ତି। ବାସ୍ତବରେ ଏହି ଟ୍ରେନ୍ ର ନମ୍ବର ହେଉଛି ୧୨୭୦୩ ଫାଲକନୁମା ଏକ୍ସପ୍ରେସ, ଯାହାକୁ ଯବାନମାନେ ଠେଲୁଛନ୍ତି। କିନ୍ତୁ ଟ୍ରେନର ଆରମ୍ଭ ନହେବା ସହିତ ଏହାର କୌଣସି ସମ୍ପର୍କ ନାହିଁ । ସେ କହିଛନ୍ତି ଯେ ଏହି ଦାବି ବିଭ୍ରାନ୍ତିକର ଏବଂ ଘଟଣାଟି ଜୁଲାଇ ୭, ୨୦୨୩ ର ଯେତେବେଳେ ଟ୍ରେନରେ ନିଆଁ ଲାଗିଥିଲା ଯାହା ଭୁଲ ଭାବରେ ପ୍ରଚାର କରାଯାଉଛି।

ଡେକାନ୍ କ୍ରୋନିକଲ୍ ଏବଂ ଅନ୍ୟ କିଛି ନ୍ୟୁଜ୍ ୱେବସାଇଟ୍ ରେ ଆମେ ଏହି ଦୁର୍ଘଟଣା ସମ୍ବନ୍ଧୀୟ ଖବର ପାଇଲୁ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୁଲାଇ ୭, ୨୦୨୩  ରେ ହାଇଦ୍ରାବାଦ ଅଭିମୁଖେ ଫାଲକନୁମା ଏକ୍ସପ୍ରେସର ପାଞ୍ଚ ଟି କୋଚ୍ ରେ ବମ୍ମାଇପାଲୀ ନିକଟରେ ନିଆଁ ଲାଗିଯାଇଥିଲେ। ଅଗ୍ନିକାଣ୍ଡ ସମୟରେ ସ୍ଥାନୀୟ ପୋଲିସ, ସୁରକ୍ଷା କର୍ମୀ ଏବଂ ରେଳ କର୍ମଚାରୀ କିଛି ବଗି କୁ ଅଲଗା କରି ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ। ୧୮ ଟି କୋଚ୍ ମଧ୍ୟରୁ ୫ ଟି କୋଚ୍ ରେ ନିଆଁ ଲାଗିଯାଇଥିଲା। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାର ଅଟେ। ଟ୍ରେନର ଏକ ବଗିରେ ନିଆଁ ଲାଗିଥିବାରୁ ଲୋକମାନେ ଅନ୍ୟ ବଗିକୁ ଠେଲି ତାହା ଠାରୁ ଦୂରେଇ ନେଉଥିବା ଭିଡିଓକୁ ବିଭ୍ରାନ୍ତକର ଦାବି ସହିତ ସେୟାର କରା ଯାଉଛି।

Result Stamp

Title: ଲୋକମାନେ ଟ୍ରେନ୍ ଠେଳୁଥିବା ଘଟଣାକୁ ବିଭ୍ରାନ୍ତକର ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu

Result: Misleading

Leave a Reply

Your email address will not be published. Required fields are marked *