କ’ଣ ଏହା ମୁଖତାର୍ ଅନସାରୀଙ୍କର ଅନ୍ତିମ ସଂସ୍କାର ସମୟର ଭିଡିଓ ଅଟେ? ଜାଣନ୍ତୁ ସତ୍ୟତା। 

False Social

ମାର୍ଚ୍ଚ ୩୦ ରେ କଡା ସୁରକ୍ଷା ମଧ୍ୟରେ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର୍ ଅନସାରୀଙ୍କର ଗାଜିପୁରରେ ଅନ୍ତିମ ସଂସ୍କାର କରାଯାଇଥିଲା। ମାର୍ଚ୍ଚ ୨୮ ରେ ଉତ୍ତରପ୍ରଦେଶର ବନ୍ଦା ଡାକ୍ତରଖାନାରେ ଅନସାରୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ତିମ ସଂସ୍କାରରେ ଅନେକ ସମର୍ଥକ ଯୋଗ ଦେଇଥିଲେ। 

ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ବହୁ ସଂଖ୍ୟାରେ ଲୋକଙ୍କର ଏକ ଭିଡିଓ ଭାଇରାଲ ହେବାର ଲାଗିଛି। ଦାବି କରା ଯାଉଛି ଯେ ଲୋକଙ୍କ ଏହି ଭିଡ଼ ମୁଖତାର୍ ଅନସାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଉତ୍ତରପ୍ରଦେଶର ଗାଜିପୁରରେ ଏକତ୍ର ହୋଇଥିଲେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୨୩ ମସିହାରେ ବରେଲୀର ଜଣେ ପ୍ରସିଦ୍ଧ ସୁଫି ସନ୍ତଙ୍କ ଦେହାନ୍ତ ପର ଦୃଶ୍ୟ ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଉତ୍ତରପ୍ରଦେଶ ଗାଜିପୁରରେ ମାଫିଆ ଡନ ମୁଖତାର ଅନସାରୀର ଶେଷକୃତୀ”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଆମେ ଜାଣିବାକୁ ପାଇଲୁ ଯେ ଭିଡିଓର ଏକ ସ୍ଥାନରେ iSAQLINI ବୋଲି ଲେଖା ଯାଇଛି। ଅଧିକ ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ isaqlini690 ନାମକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓକୁ ୧୯ ଜାନୁଆରୀ ରେ ସେୟାର କରି ଉଲ୍ଲେଖ କରା ଯାଇଥିଲା ‘ହଜରତ ପିରୋ ମୁର୍ଶିଦ ଶାହ ସକଲେନ୍ ମିଆଁ ହୁଜୁର।’

ଏହା ଦ୍ଵାରା ଆମେ କହି ପାରିବା ଯେ ଭାଇରାଲ ଭିଡିଓ ମୁଖତାର ଅନସାରୀଙ୍କର ମୃତ୍ୟୁ ପୂର୍ବରୁ ଇଣ୍ଟର୍ନେଟରେ ଉପଲବ୍ଧ ଅଛି। 

Archive

ଗୋଟିଏ ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ସମାନ ଘଟଣାର ଭିଡିଓ ପ୍ରସାରିତ ହେଇଛି ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ। 

ଅମର ଉଜାଲା ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୦୨୩ ରେ ହଜରତ ସାକଲେନ ମିଆଁଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଅନ୍ୟ ସହରମାନଙ୍କ ମଧ୍ୟରେ କାକରାଲା ଏବଂ ବାଦାଉନର ହଜାର ହଜାର ଭକ୍ତ ଏକତ୍ରିତ ହୋଇଥିଲେ। ୨୦ ଅକ୍ଟୋବର, ୨୦୨୩ ରେ ତାଙ୍କୁ ୭୦ ବର୍ଷ ହୋଇଥିଲା। ତାଙ୍କ ଦେହାନ୍ତ ଖବର ପାଇବା ମାତ୍ରେ ଦେଶ ତଥା ବିଦେଶରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଦୁଖର ଲହରୀ ମାଡି ପଡ଼ିଥିଲା। ଇସଲାମିଆ ଇଣ୍ଟର କଲେଜ ପରିସରରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

ଭାଇରାଲ ଭିଡିଓରେ ଆମକିଉ ଏକ ସ୍ଥାନରେ ଗୋଟିଏ ଔଷଧ ଦୋକାନର ନାମ ଦେଖିବାକୁ ମିଳିଛି। ସେହି ଦୋକାନର ନାମ ହେଉଛି ‘ଗାନ୍ଧୀ ମେଡିକୋଷ’ ଥିଲା। 

ଗୁଗୁଲ ମ୍ୟାପରେ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଔଷଧ ଦୋକାନ ଉତ୍ତରପ୍ରଦେଶର ବରେଲୀ ସହରରେ ଅବସ୍ଥିତ। କିନ୍ତୁ ମୁଖତାର ଅନସାରୀଙ୍କର ଅନ୍ତିମ ସଂସ୍କାର ଗାଜିପୁ ସହରରେ ହୋଇଥିଲା। ନିମ୍ନରେ ଆପଣ ମାନେ ଗୁଗୁଲ ମ୍ୟାପରେ ସେହି ଦୋକାନ ଦେଖି ପାରିବେ।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓ ମୁଖତାର ଅନସାରୀଙ୍କ ଅନ୍ତିମ ସଂସ୍କାର ସମୟର ଭିଡିଓ ନୁହେଁ। ଏହା ୨୦୨୩ ମସିହାରେ ବରେଲୀର ଜଣେ ପ୍ରସିଦ୍ଧ ସୁଫି ସନ୍ତଙ୍କ ଦେହାନ୍ତ ପର ଦୃଶ୍ୟ ଅଟେ। 

Avatar

Title:କ’ଣ ଏହା ମୁଖତାର୍ ଅନସାରୀଙ୍କର ଅନ୍ତିମ ସଂସ୍କାର ସମୟର ଭିଡିଓ ଅଟେ? ଜାଣନ୍ତୁ ସତ୍ୟତା।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *