କଙ୍ଗନା ରାନାୱତଏବଂ ଶଶୀ ଥରୁରଙ୍କର ପୁରୁଣା ସେଲ୍ଫିକୁ ୨୦୨୪ ଲୋକସଭା ନିର୍ବାଚନ ପର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

Missing Context Political

୨୦୨୪ ନିର୍ବାଚନରେ ​​ବିଜେପି ଏବଂ ଏନଡିଏ ମିଳିତ ଦଳ ବିଜୟୀ ହୋଇ ସରକାର ଗଠନ କରିଛନ୍ତି। ହିମାଚଳ ପ୍ରଦେଶର ମାଣ୍ଡିରୁ ବିଜେପି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସେଲିବ୍ରିଟି କଙ୍ଗନା ରାନାୱତ ଏହି ନିର୍ବାଚନମଣ୍ଡଳୀରୁ ଜିତିଛନ୍ତି।

ନିର୍ବାଚନ ପରେ କଙ୍ଗନା ରାନାୱତ ଏବଂ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦୁହେଁ ଖୁସିରେ ଏକ ଇଭେଣ୍ଟରେ ସେଲଫି ନେଉଥିବାର ଦେଖାଯାଇଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଫୋଟୋ କୁ ୨୦୨୪ ନିର୍ବାଚନ ପର ଘଟଣା ଦାବି ସହିତ ସେୟାର କରୁଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଫୋଟୋକୁ ବିନା ସଠିକ୍ ପ୍ରସଙ୍ଗରେ ସେଯାର କରା ଯାଉଛି। ୨୦୧୯ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଶଶି ଥରୁର ଏବଂ କଙ୍ଗନା ରାନାୱତ ଏହି ସେଲ୍ଫି ନେଇଥିଲେ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୦୨୧ ରେ ନବଭାରତ ଟାଇମ୍ସ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ କଙ୍ଗନା ଏବଂ ଶଶୀ ଥରୁରଙ୍କର ସେଲ୍ଫି ୨୦୨୪ ନିର୍ବାଚନ ପର ଘଟଣା ନୁହେଁ। 

୩୦ ମଇ ୨୦୧୯ ରେ କଂଗ୍ରେସ ସାଂସଦ ଶଶି ଥରୁର ନିଜେ ଏହି ଫୋଟୋ ଟୁଇଟ କରିଥିଲେ। ଏହି ଟୁଇଟରେ ସେ କିଛି ଅନ୍ୟ ବିଜେପି ନେତାଙ୍କ ସହିତ ବସିଥିବା ସମୟର ଫୋଟୋ ମଧ୍ୟ ପୋଷ୍ଟ କରିଥିଲେ। ଏହି ସବୁ ଫୋଟୋ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଶପଥ ଗ୍ରହଣ ସମାରୋହ ସମୟରେ ରାଷ୍ଟ୍ରପତି ଭବନରେ ନିଆ ଯାଇଥିଲା। 

ସେହି ସୂତ୍ରରେ କଙ୍ଗନା ରାନାୱତଙ୍କ ସହ ସେଲଫି ପୋଷ୍ଟ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ସେ ଶାହିଦ କପୁର, କରଣ ଜୋହର, ରାଜକୁମାର ହିରାନୀ, ବିବେକ ଓବରୋଇ ଏବଂ କଙ୍ଗନା ରାନାୱତଙ୍କ ସହ ଅନ୍ୟ ବଲିଉଡ ସେଲିବ୍ରିଟିଙ୍କୁ ଭେଟିଥିଲେ।

ଟାଇମ୍ସ ଅଫ୍ ଇଣ୍ଡିଆର ୨୦୧୯ ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ କଙ୍ଗନା ରାନାୱତ ଏବଂ ଶଶି ଥରୁରଙ୍କ ସେଲଫି ନିଆଯାଇଥିଲା। ସେ ୩୦ ମଇ ୨୦୧୯ ରେ ଶପଥ ଗ୍ରହଣ କରିଥିଲେ। ସେହି ଦିନ କଙ୍ଗନା ଏବଂ ଶଶି ଥରୁରଙ୍କ ସେଲଫି ମଧ୍ୟ କ୍ଲିକ୍ କରାଯାଇଥିଲା।

ସିଦ୍ଧାନ୍ତ: 

ଫୋଟୋକୁ ବିନା ସଠିକ୍ ପ୍ରସଙ୍ଗରେ ସେଯାର କରା ଯାଉଛି। ୨୦୧୯ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଶଶି ଥରୁର ଏବଂ କଙ୍ଗନା ରାନାୱତ ଏହି ସେଲ୍ଫି ନେଇଥିଲେ।

Avatar

Title:କଙ୍ଗନା ରାନାୱତଏବଂ ଶଶୀ ଥରୁରଙ୍କର ପୁରୁଣା ସେଲ୍ଫିକୁ ୨୦୨୪ ଲୋକସଭା ନିର୍ବାଚନ ପର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *