କ’ଣ ଜଣେ ପରିଜନଙ୍କ ମୃତ୍ୟୁ ପରେ ଗୁଜରାଟ ବିଧାୟକ ହାର୍ଦିକ ପଟେଲ ଶୁଦ୍ଧିକ୍ରିୟା ନିମନ୍ତେ ଲଣ୍ଡା ହେଇଛନ୍ତି? ଜାଣନ୍ତୁ ସତ୍ୟ।

False Political

ନିକଟରେ ପିଏମ ମୋଦୀଙ୍କ ମା’ଙ୍କ ଦେହାନ୍ତ ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କ ଲଣ୍ଡା ନହେବା ନେଇ ଅଭିଯୋଗ ଲଗାଇଛନ୍ତି। ମୋଦୀଙ୍କ ସମର୍ଥକଙ୍କ ପରିହାସ କରି କୁହା ଯାଉଛି ଯେ ଗୁଗରାଟରେ ପରିଜନଙ୍କ ଦେହାନ୍ତ ପରେ ଲଣ୍ଡା ହେବା ଏକ ନିୟମ ନୁହେଁ।

ଏହି ପ୍ରସଙ୍ଗରେ ବିଜେପି ବିଧାୟକ ହାର୍ଦିକ ପଟେଲଙ୍କ ଲଣ୍ଡା ହେଉଥିବା ଗୋଟିଏ ଫୋଟୋ ଭାଇରାଲ କରି ଦାବି କରା ଯାଉଛି ଯେ ସେ ନିଜ ପରିଜନଙ୍କ ମୃତ୍ୟୁ ପରେ ଲଣ୍ଡ ହେଉଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଫୋଟୋ ଅଟେ ଏବଂ ଏହାର ହାର୍ଦିକ ପଟେଲଙ୍କ କୌଣସି ପରିଜନଙ୍କ ମୃତ୍ୟୁ ସହିତ କିଛି ସମ୍ବନ୍ଧ ନାହିଁ।

କ’ଣ ଦାବି କରା ଯାଉଛି ପୋଷ୍ଟରେ?

ଫୋଟୋ ଭାଇରାଲ କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଗୁଜରାଟରେ ମରିବାର ଶୁଦ୍ଧିକ୍ରିୟା ରେ ଲଣ୍ଡା ହେଉନଥିବା କହୁଥିବା ଭକ୍ତ ଗଣ ଦେଖିନିଅ। ତମ ବିଜେପି ଦଳଡିଆଁ ନେତା ହାର୍ଦ୍ଦିକ ପଟେଲ ଏକ ପରିଜନଙ୍କ ମୃତ୍ୟୁ ରେ ଶୁଦ୍ଧିକ୍ରିୟା ନିମନ୍ତେ ଲଣ୍ଡା ହେଇଛନ୍ତି। ଏହି ହେଲା ପ୍ରମାଣ। ତାହେଲେ ଆମେ କଣ ମାନିବା ମୋଦିଜୀ ପଠାନ ନା ହିନ୍ଦୁ ବିରୋଧୀ ନା ହେତୁବାଦୀ

Facebook | Archive

ସମାନ ପୋଷ୍ଟ ଆପଣ ମାନେ ଏଠାରେ ଏବଂ ଏଠାରେ ମଧ୍ୟ ଦେଖି ପାରିବେ। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୧ ମଇ ୨୦୧୭ ମସିହାରେ ଏନଡ଼ିଟିଭି ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। 

ରିପୋର୍ଟ ଅନୁଯାୟୀ ଲାଠିଡାଦ ରେ ୫୦ ପତିଦାର ଅନାମତ ଆନ୍ଦୋଳନ ସମିତି (PAAS) ସଦସ୍ୟଙ୍କ ସହିତ ହାର୍ଦିକ ପଟେଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁଜରାଟ ପରିଦର୍ଶନ ପୂର୍ବରୁ ରାଜ୍ୟର ବିଜେପି ସରକାର ଦ୍ଵାରା ତାଙ୍କର ସମ୍ପ୍ରଦାୟ ପ୍ରତି ଅତ୍ୟାଚାର ନେଇ ବିରୋଧ ପ୍ରଦର୍ଶନରେ ଲଣ୍ଡା ହେଇଥିଲେ ଏବଂ ଏହା ପରେ ସେ ନ୍ୟାୟ ଯାତ୍ରା ଆରମ୍ଭ କରିଥିଲେ।

ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ଯ୍ବହାର କରି ସର୍ଚ୍ଚ କରିବା ପରେ ଆମକୁ ୨୦୧୭ ର ଏବିପି ନ୍ଯୁଜର ଚ୍ୟାନାଲରେ ଏକ ଖବର ପ୍ରସାରିତ ହେଇଥିବା ମିଳିଲା। ଖବର ଅନୁଯାୟୀ ପତିଦାର ଅନାମତ ଆନ୍ଦୋଳନର ନେତା ହାର୍ଦିକ ପଟେଲ ପ୍ରଦାନମନ୍ତ୍ରୀ ମୋଦୀଙ୍କ ଗୁଜରାଟ ପରିଦର୍ଶନ ଗୋଟିଏ ଦିନ ପୂର୍ବରୁ ୫୦ ସଦସ୍ୟଙ୍କ ସହିତ ନିଜ ମୁଣ୍ଡନ କରି ଏବଂ ନ୍ୟାୟ ଯାତ୍ରା ଦ୍ଵାରା ନିଜ ଦାବି ସାମନାରେ ରଖିଥିଲେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ହାର୍ଦିକ ପଟେଲଙ୍କ ଲଣ୍ଡା ହେବା ଫୋଟୋ ୨୦୧୭ ମସିହାର ଥିଲା ଯେତେବେଳେ ସେ ବିଜେପି ରେ ନିଜ ଯୋଗଦାନ ଦେଇନଥିଲେ। ତାଙ୍କ ସମ୍ପ୍ରଦାୟ ଉପରେ ଗୁଜରାଟର ବିଜେପି ସରକାର ଦ୍ଵାରା ହେଉଥିବା ଅନ୍ୟାୟକୁ ବିରୋଧ କରି ସେ ଲଣ୍ଡା ହେଇଥିଲେ। ଏହି ଘଟଣାର ତାଙ୍କ କୌଣସି ପରିଜନଙ୍କ ମୃତ୍ୟୁ ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ ଜଣେ ପରିଜନଙ୍କ ମୃତ୍ୟୁ ପରେ ଗୁଜରାଟ ବିଧାୟକ ହାର୍ଦିକ ପଟେଲ ଶୁଦ୍ଧିକ୍ରିୟା ନିମନ୍ତେ ଲଣ୍ଡା ହେଇଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *