
ବର୍ତ୍ତମାନ କିଛି ଶୀଖ୍ ସମ୍ପ୍ରଦାୟ ଲୋକଙ୍କର ଖାଲିସ୍ତାନ ଦାବି କରୁଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଆପଣ ମାନେ ଦେଖି ପାରିବେ ଯେ କିଛି ବ୍ୟକ୍ତି ମାନେ “ଆମ ଦାବି ଖାଲିସ୍ତାନ” ଲେଖା ହୋଇଥିବା କାଗଜ ଧରି ଧାରଣାରେ ଛିଡା ହୋଇଛନ୍ତି।
ଦାବି କରା ଯାଉଛି ଯେ ଏହି ଫୋଟୋ ସମ୍ପ୍ରତ୍ତି ସମୟରେ ଚାଲୁଥିବା କୃଷକ ଆନ୍ଦୋଳନର ଅଟେ ଏବଂ ଖାଲିସ୍ତାନ ଦାବି କରୁଥିବା ବ୍ୟକ୍ତି ମାନେ ଚାଷୀ ଅଟନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଫୋଟୋ ଅଟେ ଏବଂ ଏହାର କୃଷକ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ।

ଆମ ଅନୁସନ୍ଧାନ:
ଆମ ଅଣ ଉସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋରଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଗେଟି ଇମେଜେସ୍ ୱେବସାଇଟରେ ୨୦୧୩ ମସିହାରୁ ଉପଲବ୍ଧ ଥିବା ମିଳିଲା। ଫୋଟୋ ସହିତ ସୂଚନାରେ କୁହା ଯାଇଛି ଯେ ବିଭିନ୍ନ ଆଂଚଳିକ ଶିଖ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଶିଖ୍ ନେତା ସନ୍ତ ଜାର୍ନେଲ ସିଂ ଭୀନ୍ଦ୍ରନୱାଲେ ଏବଂ ଖାଲିସ୍ତାନଙ୍କ ସମର୍ଥନରେ ପ୍ଲାକାର୍ଡ ଧରିଛନ୍ତି, ଯାହା କଳ୍ପିତ ସ୍ଵାଧୀନ ଶିଖ ରାଜ୍ୟ ପାଇଁ ଦିଆଯାଇଥିବା ନାମ। ଅମୃତସରର ସୁବର୍ଣ୍ଣ ମନ୍ଦିରରେ ଶ୍ରୀ ଅକାଲ ତଖ୍ତରେ ପ୍ରାର୍ଥନା କରିବା ପରେ, ୬ ଜୁନ୍ ୨୦୧୩ ରେ ଅପରେସନ୍ ବ୍ଲୁଷ୍ଟାରର ୨୯ ତମ ବାର୍ଷିକୀ ଅବସରରେ ‘ଗାଲୁଘାରା ଦିବସ’ ଉତ୍ସବ ସମୟର ଏହା ଏକ ଫୋଟୋ ଅଟେ।

ନିମ୍ନରେ ଆପଣ ମାନେ ସମାନ ଘଟଣା ଆହୁରି ଏକ ଫୋଟୋ ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଏହି ଫୋଟୋ ୨୦୧୩ ମସିହାରରେ ଶିଖ୍ ସମ୍ପ୍ରଦାୟ ଲୋକଙ୍କ ଦ୍ଵାରା ଆୟୋଜିତ ଏକ ପ୍ରଦର୍ଶନର ଅଟେ।

Title:କ’ଣ ଖାଲିସ୍ତାନ ଦେଶ ଦାବି କରୁଥିବା ଏହି ଫୋଟୋ ବର୍ତ୍ତମାନ କୃଷକ ଆନ୍ଦୋଳନ ସମୟରେ ଜଣେ ଚାଷୀଙ୍କର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
