
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏକ ଭଜନ ଗାନ କରୁଥିବା ଦେଖିବାକୁ ମିଳୁଛି। ଜାମ୍ମୁ କାଶ୍ମୀରରୁ ଧାରା 370 ରଦ୍ଦ ହେବା ପରେ ଫାରୁକ୍ ଅବଦୁଲ୍ଲାରେ ଏହି ପରିବର୍ତ୍ତନ ଘଟିଥିବାର ଦାବି ସହିତ ଏକ ଭିଡିଓ ଭାଇରାଲ ହେଉଛି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ବାସ୍ତବରେ ଫାରୁକ୍ ଅବଦୁଲ୍ଲାଙ୍କର ଭାଇରାଲ୍ ଭିଡିଓ ବହୁତ ପୁରୁଣା। ଜାମ୍ମୁ କାଶ୍ମୀରରୁ ଧାରା 370 ରଦ୍ଦ ସହିତ ଏହାର କୌଣସି ସମ୍ପର୍କ ନାହିଁ ।
ଆମକୁ ଭାଇରାଲ ଭିଡିଓ ହ୍ୱାଟ୍ସ ଆପରେ ସେୟାର କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ, ଜାମ୍ମୁ କାଶ୍ମୀରରୁ ଧାରା 370 ରଦ୍ଦ ହେବା ପରେ ଫାରୁକ୍ ଅବଦୁଲ୍ଲା ଭାଜନ କରିବା ଆରମ୍ଭ କରିଦେଲେଣି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ତେବେ କଣ ଜାମ୍ମୁ କାଶ୍ମୀରରୁ ଧାରା 370 ରଦ୍ଦ ହେବା ପରେ ଫାରୁକ୍ ଅବଦୁଲ୍ଲା ଭାଜନ କରିବା ଆରମ୍ଭ କରିଦେଲେଣି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। satsangamrit ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଆମେ ଭାଇରାଲ ଭିଡିଓ ପାଇଲୁ। 12 ବର୍ଷ ପୂର୍ବେ ଅପଲୋଡ୍ ହୋଇଥିବା ଏହି ଭିଡିଓରେ ଆସାରାମ ମଧ୍ୟ ଦେଖାଦେଇଥିଲେ। 21 ସେପ୍ଟେମ୍ବର 2009 ରେ ଅପଲୋଡ୍ ହୋଇଥିବା ଏହି ଭିଡିଓ ଜାମ୍ମୁରୁ ଅଟେ। ଅସାରାମ ବାପୁଙ୍କୁ ମଧ୍ୟ ଭିଡିଓରେ ଦେଖିବାକୁ ମିଳିବ। ଅସାରାମ ବାପୁ 2018 ରୁ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି କାରଣ ତାଙ୍କୁ ଜଣେ ନାବାଳିକା ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। , ଏହା ମଧ୍ୟ ପ୍ରମାଣ କରେ ଯେ ଭିଡିଓ 2018 ପରେ ସୁଟ୍ ହୋଇପାରି ନାହିଁ। ତେଣୁ, ଭିଡିଓଟି ସମ୍ପ୍ରତି ନୁହେଁ ଏବଂ ଅନ୍ତତ ଶପକ୍ଷେ 2009 ଠାରୁ ଇଣ୍ଟରନେଟରେ ଥିବାବେଳେ 2019 ରେ ଧାରା 370 ରଦ୍ଦ ହୋଇଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
hindustantimes ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ 5 ଅଗଷ୍ଟ 2019 ରେ ଧାରା 370 ହାଟା ଯାଇଥିଲା। ଏଥିରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓ 370 ସହ କୌଣସି ସମ୍ପର୍କ ନାହିଁ। 2009 ଭିଡିଓକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଫାରୁକ୍ ଅବଦୁଲ୍ଲାଙ୍କର ଭଜନ ଗାଇବାର ଏହି ଭାଇରାଲ୍ ଭିଡିଓ 12 ବର୍ଷ ପୁରୁଣା ଭିଡିଓକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। 2019 ରେ ଜାମ୍ମୁ କାଶ୍ମୀରରେ ଧାରା 370 ସ୍କ୍ରାପ୍ କରାଯାଇଥିଲା।

Title:ଫାରୁକ୍ ଅବଦୁଲ୍ଲାଙ୍କର ଭଜନ ଗାଇବାର 2009 ପୁରୁଣା ଭିଡିଓକୁ ଧାରା 370 ସହିତ ଲିଙ୍କ୍ କରି ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
