କ’ଣ ଭିଡିଓରେ ବର୍ତ୍ତମାନ ଚାଲୁ ଥିବା କୃଷକ ଆନ୍ଦୋଳନ ସମୟରେ ଚାଷୀ ମାନଙ୍କୁ ମଦ ବଣ୍ଟା ଯାଉଛି? ଜାଣନ୍ତୁ ସତ୍ୟ।

Misleading Social

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନର ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଜଡ଼ିତ ଗୋଟିଏ ଭିଡିଓ ଗତ କିଛି ଦିନରୁ ଭାଇରାଲ ହେଉଛି। ଭିଡିଓରେ ଲୋକ ମାନେ ଗୋଟିଏ ଗାଡ଼ି ଭିତରେ ଛୋଟ ବାସନ ଏବଂ ଗିଲାସ ବଢେଇ ଥିବା ସମୟରେ ଗାଡ଼ିରେ ବସି ଥିବା ବ୍ୟକ୍ତି ସେମାନଙ୍କୁ ମଦ ବାଣ୍ଟୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଅଛି ଯେ ଆନ୍ଦୋଳନ ସମୟରେ କୃଷକ ମାନଙ୍କୁ ମଦ ଦିଆ ଯାଉଅଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଭିଡିଓ ଏବଂ ଏହାର ସମ୍ପ୍ରତ୍ତି ସମୟରେ ଚାଲୁଥିବା କୃଷକ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ଲେଖିଛନ୍ତି, “ଚାଷୀ ଆନ୍ଦୋଳନ ଦିଲ୍ଲୀ। ଏମିତି ଚାଷୀ ବାସ୍ତବରେ ଜଗତରେ ମିଳିବେ ନାହିଁ” 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଏପ୍ରିଲ୍ ୨୦୨୦ ରେ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ଭିଡିଓ ସମ୍ପ୍ରତ୍ତି ସମୟରେ ଚାଲୁଥିବା କୃଷକ ଆନ୍ଦୋଳନର ନୁହେଁ। 

ସମାନ ଭିଡିଓ ଆମକୁ R Punjabi ନାମକ ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ଏପ୍ରିଲ୍ ୨୦୨୦ ରେ ଅପ୍ଲୋଡ ହେଇଥିବା ମିଳିଲା। 

ଏହା ଧ୍ୟାନ ରଖିବା ଉଚିତ ଯେ ୨୦୨୦-୨୦୨୧ ରେ ଯେଉଁ କୃଷକ ଆନ୍ଦୋଳନ ହୋଇଥିଲା ତାହା ତିନୋଟି କୃଷି ଆଇନ ବିରୁଦ୍ଧରେ ଥିଲା ଯେଉଁଟା ସେପ୍ଟେମ୍ବର ୨୦୨୦ ରେ ସଂସଦରେ ସ୍ଵୀକାର କରା ଯାଇଥିଲା। ସେହି ସମୟରେ ଆନ୍ଦୋଳନ ୨୬ ନଭେମ୍ବର ୨୦୨୦ ରେ ଆରମ୍ଭ ହୋଇଥିଲା। ସମ୍ପ୍ରତ୍ତି ସମୟର ଆନ୍ଦୋଳନ ୧୩ ଫେବ୍ରୁଆରିରେ ଆରମ୍ଭ ହୋଇଥିଲା। 

ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ହେଉଛି ଯେ ଭାଇରାଲ ଭିଡିଓ ୨୦୨୦ ମସିହାରୁ ଇଣ୍ଟର୍ନେଟରେ ଉପଲବ୍ଧ ଅଛି। ଏହାର ସମ୍ପ୍ରତ୍ତି କିମ୍ବା ପୂର୍ବ କୃଷକ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓ ୪ ବର୍ଷରୁ ସୋଶଲ ମିଡିଆରେ ଉପଲବ୍ଧ ଅଛି ଏବଂ ଏହାର ସମ୍ପ୍ରତ୍ତି କିମ୍ବା ପୂର୍ବ କୃଷକ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ ଭିଡିଓରେ ବର୍ତ୍ତମାନ ଚାଲୁ ଥିବା କୃଷକ ଆନ୍ଦୋଳନ ସମୟରେ ଚାଷୀ ମାନଙ୍କୁ ମଦ ବଣ୍ଟା ଯାଉଛି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *