
ଦେଶ ସାରା CAA ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ସୋସିଆଲ ମିଡିଆରେ ଏହି ବିରୋଧ ପ୍ରଦର୍ଶନର ଭିଡିଓ ଏବଂ ଫୋଟୋ ମଧ୍ୟ ଭାଇରାଲ ହେଉଛି । ଏଥି ମଧ୍ୟରେ 4 ଫେବୃଆରିରେ Nirmal Mohanty ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ଶାହୀନ ବାଗ ଏବଂ ଘଣ୍ଟାଘରରେ ପ୍ରଦର୍ଶନ କରୁଥିବା ମୁସ୍ଲିମ ମହିଳାମାନଙ୍କ ବିରୋଧରେ ଠିଆ ହେଲେ କଟ୍ଟର ହିନ୍ଦୁ ରାଜପୁତ ମହିଳାମାନେ। ପୋଷ୍ଟରେ ଲେଖା ଯାଇଛି ଯେ, ଜୟ ଭୱାନୀ,ଜୟ ରାଜପୁତାନା। ଭିଡିଓରେ ମହିଳାମାନେ ହାତରେ ଖଣ୍ଡା ଧରି ନାରା ଲଗାଉଥିବାର ଦେଖା ଯାଉଛି। ତେବେ ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ତେଳେ ଭିଡିଓ ଦେଖନ୍ତୁ।
କ’ଣ ଭାଇରାଲ ଭିଡିଓରେ ରାଜପୁତ ମହିଳାମାନେ ଶାହୀନ ବାଗ ଏବଂ ଘଣ୍ଟାଘରରେ ପ୍ରଦର୍ଶନ କରୁଥିବା ମୁସ୍ଲିମ ମହିଳାମାନଙ୍କ ବିରୋଧ କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଇମେଜରେ ଭାଙ୍ଗିଲୁ। ଏହା ପରେ ଆମେ ସେହି ଇମେଜରୁ ଏକ ଫୋଟୋକୁ ଗୁଗୁଲ ରିଭର୍ସ ଇମେଜ କରିଲୁ। ଏହା ଛଡ଼ା ଆମେ Yandex ରେ ମଧ୍ୟ ସର୍ଚ କରିଲୁ। ସର୍ଚରେ ଆମକୁ Yandexରେ ଏକ ଭିଡିଓ ମିଳାଲା ଯେଉଁଥିରେ ହେଡିଙ୍ଗରେ ଲେଖା ଯାଇଥିଲା, ଗୁଜୁରାଟରେ ଦୁଇ ହାଜରରୁ ଅଧିକ ରାଜପୁତ ମହିଳାମାନେ ଏକା ସାଙ୍ଗରେ ଖଣ୍ଡା ଖେଳି ବିଶ୍ୱ ରେକର୍ଡ କରିଛନ୍ତି। ଭିଡିଓକୁ 23 ଅଗଷ୍ଟ 2019ରେ The times of india ୟୁଟ୍ୟୁବରେ ପୋଷ୍ଟ କରାଯାଇଛି। ଭିଡିଓର ଶିର୍ଷରେ ଲେଖା ଯାଇଛି ଯେ, 2000 women of Rajput community set new world record by playing. ତଳେ ଭିଡିଓର ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ ପୁରା ଘଟଣା ଜାଣିବା ପାଇଁ ଚେଷ୍ଟା କରିଲୁ। ଗୁଗୁଲରେ ଆମେ ଗୁଜରାତ ରେ ରାଜପୁତ ମହିଳାମାନେ ୱାର୍ଲଡ ରେକୋର୍ଡ ଟାଇପ କରି ସର୍ଚ କରିଲୁ। ସର୍ଚରେ ଆମକୁ Dainik Bhaskar ପେଜରେ ଏହାର ଏକ ନ୍ୟୁଜ ପାଇଲୁ। ଜାହାକି 24 ଅଗଷ୍ଟ 2019ରେ ପ୍ରକାଶିତ କରାଯାଇଛି। ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଗୁଜୁରାତର ଭୁଚରମୋରିର ଏକ ଯୁଦ୍ଧ ମଇଦାନରେ ଶହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ 2300 ରାଜପୁତ ମହିଳାମାନେ ହାତରେ ଖଣ୍ଡା ଧରି ରାସ ଗରବା କରି ବିଶ୍ୱ ରେକୋର୍ଡ କରିଥିଲେ। 428 ବର୍ଷ ପୂର୍ବରୁ ଶହିଦ ହୋଇଥିବା ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ 16 ଜିଲାର ମହିଳା ଏକତ୍ର ହୋଇଥିଲେ। ଏହି କାର୍ଯ୍ୟକ୍ରମର ଆୟୋଜନ ଅଖିଳ ଗୁଜୁରାତ ରାଜପୁତ ଯୁବା ସଙ୍ଘ କରିଥିଲେ।

ଏଠାରେ ଲିଙ୍କ ଦେଖନ୍ତୁ-Dainik Bhaskar । Archive
ଶେଷକଥା-
ଆମେ ଅନୁସନ୍ଧାନରୁ ପାଇଲୁ ଯେ, କଟ୍ଟର ହିନ୍ଦୁ ରାଜପୁତ ମହିଳାମାନେ ଶାହୀନ ବାଗ ଏବଂ ଘଣ୍ଟାଘରରେ ପ୍ରଦର୍ଶନ କରୁଥିବା ମୁସ୍ଲିମ ମହିଳାମାନଙ୍କ ବିରୋଧ କରୁଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ ଅଗଷ୍ଟ 2019 ମସିହାରେ ଗୁଜୁରାତରେ ହୋଇଥିବା ଖଣ୍ଡା ଖେଳ ରାସ ଗର୍ବାର ଅଟେ।
Title:ଭିଡିଓରେ ଥିବା ମହିଳାମାନେ ଶାହୀନ ବାଗ ଆନ୍ଦୋଳନ ବିରୋଧ ନୁହେଁ ବରଂ ଗୁଜୁରାଟରେ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକାଠି ହୋଇଛନ୍ତି।
Fact Check By: Saritadevi SamalResult: False
