ପ୍ରଧାନମନ୍ତ୍ରୀ  ମୋଦୀଙ୍କ ରେଲିରେ ଲୋକଙ୍କ ବିଶାଳ ଭିଡ଼ର ଫୋଟୋ ନକଲି ଅଟେ। 

Altered Political

୨୦୨୪ ଲୋକସଭା ନିର୍ବାଚନ ଚାଲୁଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ମୋଦୀଜି ଏକ ବିଶାଳ ଭିଡ଼ ସାମନା ରେ ବସିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ମୋଦୀଙ୍କୁ ଏତେ ଲୋକଙ୍କ ସମର୍ଥନ ଅଛି। ବିରୋଧୀ ଦଳର ପରିହାସ କରି କୁହା ଯାଇଛି ଯେ ମୋଦୀ ଇଭିଏମ୍ ହ୍ୟାକ୍ କରି ଏଭଳି କରିଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ଏଡିଟ୍ ହୋଇଥିବା ଫୋଟୋ ଅଟେ। ଅସଲି ଫୋଟୋରେ ଲୋକଙ୍କ ଏଭଳି ଭିଡ଼ ଦେଖିବାକୁ ମିଳି ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଦେଖନ୍ତୁ କିଭଲି ଇଭିଏମ ହ୍ଯାକ କରିଛନ୍ତି ମୋଦି ଜି। ବିରୋଧି ଙ୍କୁ ଏଭଲି କରିବା ପାଇଁ କେତେ ଜନ୍ମ ନେବାକୁ ପଡ଼ିବ କେ ଜାଣେ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇଏରାଳ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୬ ବର୍ଷ ପୂର୍ବରୁ ଏକ ୱେବସାଇଟରେ ଗୋଟିଏ ଫୋଟୋ ପୋଷ୍ଟ ହେଇଥିବା ମିଳିଲା ଯାହା ଭାଇରାଲ ଫୋଟୋ ପରି ଜଣା ପଡିଛି। ନିମ୍ନରେ ଆପଣ ମାନେ ଦେହି ଫୋଟୋ ଦେଖି ପାରିବେ। 

ଆମକୁ ୨୭ ଡିସେମ୍ବର ୨୦୧୭ ରେ ଟୁଇଟରେ ମଧ୍ୟ କିଛି ଫୋଟୋ ପୋଷ୍ଟ ହେଇଥିବା ମିଳିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ସମାନ ପୋଷାକ ପିନ୍ଧିଛନ୍ତି। ଟୁଇଟରେ କୁହା ଯାଇଛି ଯେ ଏହା ହିମାଚଳ ପ୍ରଦେଶର ରାଜ୍ୟପାଲଙ୍କ ଶପଥ ଗ୍ରହଣ ସଭାର ଫୋଟୋ ଅଟେ। 

Archive

ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ପ୍ରକୃତ ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଏହା ଏକ ଏଡିଟ୍ ହୋଇଥିବା ଫୋଟୋ ଅଟେ। ଅସଲି ଫୋଟୋରେ ଲୋକଙ୍କ ଏଭଳି ଭିଡ଼ ଦେଖିବାକୁ ମିଳି ନାହିଁ। ଏହା ୨୦୧୭ ମସିହାର ଘଟଣା ଅଟେ ଯାହାର ୨୦୨୪ ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:ପ୍ରଧାନମନ୍ତ୍ରୀ  ମୋଦୀଙ୍କ ରେଲିରେ ଲୋକଙ୍କ ବିଶାଳ ଭିଡ଼ର ଫୋଟୋ ନକଲି ଅଟେ। 

Written By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *