କ’ଣ ଏହି ଭିଡିଓରେ ରାହୁଲ ଗାନ୍ଧୀ ବିଜେପି ର ପ୍ରଶଂସା କରି କହିଛନ୍ତି ଯେ ସେମାନେ ଦେଶକୁ ଏକଜୁଟ କରୁଛନ୍ତି? ଜାଣନ୍ତୁ ସତ୍ୟତା। 

Altered Political

ଏହାପୂର୍ବରୁ ଅନେକ ଥର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣର ଭିଡିଓକୁ ଭୁଲ ପ୍ରସଙ୍ଗରେ ବ୍ୟବହାର କରାଯାଇଛି କିମ୍ବା ସେୟାର କରାଯାଇଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବିଜେପି ଦେଶକୁ ଏକଜୁଟ କରୁଛି ବୋଲି କହି ରାହୁଲ ଗାନ୍ଧୀ ସେମାନଙ୍କର ପ୍ରଶଂସା କରୁଛନ୍ତି ଏବଂ ଏହା ମଧ୍ୟ ସ୍ଵୀକାର କରିଛନ୍ତି ଯେ କଂଗ୍ରେସ ଲୋକଙ୍କୁ ଧର୍ମ ଓ ଜାତି ନାମରେ ବିଭକ୍ତ କରୁଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହା ହେଉଛି କଂଗ୍ରେସର ବାସ୍ତବତା। 

ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି, “ଗୋଟିଏ ପଟେ ବିଜେପି ଲୋକମାନେ ସମସ୍ତଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଅନ୍ୟପଟେ କଂଗ୍ରେସ ଦଳ ଗୋଟିଏ ଧର୍ମକୁ ଅନ୍ୟ ଧର୍ମରୁ ଏବଂ ଅନ୍ୟ ଜାତିରୁ ଅନ୍ୟ ଜାତିକୁ ବିଭକ୍ତ କରୁଛି।”

Facebook | Archive

ଆମ ଅନୁସନ୍ଧାନ: 

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ କଂଗ୍ରେସର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ୨ ମାର୍ଚ୍ଚ ୨୦୨୪ ରେ ପ୍ରସାରିତ ହେଇଥିବା ମିଳିଲା। ମଧ୍ୟପ୍ରଦେଶର ମୋରେନାରେ ଜନତାଙ୍କୁ ସମ୍ବୋଧିତ କରିବା ସମୟରେ ରାହୁଲ ଗାନ୍ଧୀ ଏହି ଭାଷଣ ଦେଇଥିଲେ। ଏହି ଭିଡିଓଟି ଭାରତ ଯୋଡୋ ନୟା ଯାତ୍ରାର ପତାକା ହସ୍ତାନ୍ତର ସମାରୋହ ବିଷୟରେ ଅଟେ। ଏହି ଭିଡିଓରେ, ୧୯ ମିନିଟ୍ ୪୫ ସେକେଣ୍ଡରେ ଆପଣ ମାନେ ଭାଇରାଲ୍ କ୍ଲିପ୍ ଦେଖିପାରିବେ। 

ରାହୁଲ ଗାନ୍ଧୀ କହିଛନ୍ତି, “ଦେଶରେ ଦୁଇଟି ଆଦର୍ଶ ମଧ୍ୟରେ ସଂଗ୍ରାମ ହେଉଛି। ଘୃଣା ଏବଂ ପ୍ରେମ ମଧ୍ୟରେ ଚାଲିଥିବା ସଂଗ୍ରାମ | ଅହିଂସା ଏବଂ ହିଂସା ମଧ୍ୟରେ ଚାଲିଥିବା ଯୁଦ୍ଧ ସ୍ପଷ୍ଟ ଦେଖାଯାଉଛି। ଗୋଟିଏ ପଟେ ବିଜେପି ଲୋକମାନେ ଗୋଟିଏ ଧର୍ମକୁ ଅନ୍ୟ ଧର୍ମରୁ ବିଭକ୍ତ କରୁଛନ୍ତି। ଗୋଟିଏ ଜାତିକୁ ଅନ୍ୟ ଜାତି ଠାରୁ ବିଭକ୍ତ କଉଛନ୍ତି। ଗୋଟିଏ ରାଜ୍ୟକୁ ଅନ୍ୟ ରାଜ୍ୟରୁ ଭାଗ କରୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଦଳ ସମସ୍ତଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଛି।

ଉପରୋକ୍ତ ଭିଡିଓ ଦେଖିବା ପରେ, ଆମେ ସ୍ପଷ୍ଟତା ପାଇଲୁ ଯେ ଭାଇରାଲ୍ ଭିଡିଓ ଏଡିଟ୍ ହୋଇ ସେୟାର କରାଯାଇଛି। ରାହୁଲ ଗାନ୍ଧୀ ବିଜେପି ଦଳକୁ ପ୍ରଶଂସା କରୁଥିବା ଏବଂ ନିଜ ଦଳର ସମାଲୋଚନା କରୁଥିବା ପରି ଦେଖାଯିବା ପାଇଁ ମୂଳ ଭିଡିଓ ଏଡିଟ୍ କରାଯାଇଛି। ନିମ୍ନରେ ଆପଣ ଭାଇରାଲ୍ ଏବଂ ମୂଳ ଭିଡିଓ ମଧ୍ୟରେ ତୁଳନା ଦେଖିପାରିବେ।

ଶେଷକଥା: 

ଫ୍ୟାକ୍ଟ କ୍ରେସେଣ୍ଡୋ ଜାଣିବାକୁ ପାଇଲେ ଯେ ମୂଳ ଭିଡିଓଟି କ୍ଲିପ୍ ଏବଂ ଏଡିଟ୍ ହୋଇଛି। ପ୍ରକୃତ ଭିଡିଓରେ ରାହୁଲ ଗାନ୍ଧୀ ଧର୍ମ ଓ ଜାତି ନାମରେ ଲୋକଙ୍କୁ ବିଭାଜନ କରିଥିବାରୁ ବିଜେପିକୁ ସମାଲୋଚନା କରୁଥିଲେ। ସେ ନିଜ ଦଳକୁ ସମାଲୋଚନା କରୁନଥିଲେ।

Avatar

Title:କ’ଣ ଏହି ଭିଡିଓରେ ରାହୁଲ ଗାନ୍ଧୀ ବିଜେପି ର ପ୍ରଶଂସା କରି କହିଛନ୍ତି ଯେ ସେମାନେ ଦେଶକୁ ଏକଜୁଟ କରୁଛନ୍ତି? ଜାଣନ୍ତୁ ସତ୍ୟତା।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *