
ଆସନ୍ତା ଲୋକ ସଭା ନିର୍ବାଚନ ନେଇ ଅନେକ ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ପ୍ରତାପ ସଡ଼ଙ୍ଗି ଏବଂ ସମ୍ବିତ ପାତ୍ରଙ୍କର ଗ୍ରାମ ଅଞ୍ଚଳରେ ସାଇକଲ୍ ଚଳଉଥିବା ଫୋଟୋ ଭାଇରାଲ ହେଉଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଏମାନେ ସାଇକଲରେ ପ୍ରଚାର କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ପୁରୁଣା ଫୋଟୋ ଅଟେ ଯାହାର ୨୦୨୪ ଲୋକ ସଭା ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ତୈଳ ଦର ବୃଦ୍ଧି ର ପ୍ରଭାବ ପଡିଛି
ନା ଇଲେକ୍ସନ ପାଇଁ ଏମିତି ପ୍ରଚାର ଚାଲିଛି“

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପ୍ରତାପ ସଡ଼ଙ୍ଗିଙ୍କ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ତାଙ୍କର ଟୁଇଟର ହେଣ୍ଡେଲରେ ୩ ଜୁନ୍ ୨୦୨୧ ମସିହାରେ ପୋଷ୍ଟ ହେଇଥିବା ମିଳିଲା। ଟୁଇଟରେ ଲେଖା ଯାଇଛି, “ସାଇକେଲ ହେଉଛି ଏକ ସରଳ, ସୁଲଭ ମୂଲ୍ୟରେ, ନିର୍ଭରଯୋଗ୍ୟ, ପରିଷ୍କାର ଏବଂ ପରିବେଶରେ ସ୍ଥାୟୀ ପରିବହନ। ଏହି ବିଶ୍ଵ ସାଇକେଲ ଦିବସରେ ଆସନ୍ତୁ ସାଇକେଲକୁ ଆମ ଜୀବନଶୈଳୀର ଏକ ଅଂଶ କରିବା।“
ଏହା ପରେ ଆମେ ସମ୍ବିତ ପାତ୍ରଙ୍କର ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଏହା ୨୦୧୯ ମସିହାର ନିର୍ବାଚନ ସମୟର ଫୋଟୋ ଅଟେ। ସମାନ ଫୋଟୋ ଦି ଲଲନଟପ୍ ୱେବସାଇଟରେ ୨୦୧୯ ରେ ପ୍ରକାଶିତ ହେଇଥିବା ମିଳିଲା। ଫୋଟୋ ସହିତ ଲେଖା ଯାଇଛି ଯେ ୨୦୧୯ ଲୋକ ସଭା ନିର୍ବାଚନ ସମୟରେ ଉଋ ସହରରେ ପ୍ରଚାର କରୁଥିବା ସମ୍ବିତ ପାତ୍ରଙ୍କର ଏହି ଫୋଟୋ ଖୁବ ଭାଇରାଲ ହୋଇଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପୋଷ୍ଟରେ ପ୍ରତାପ ସଡ଼ଙ୍ଗି ଏବଂ ସମ୍ବିତ ପାତ୍ରଙ୍କର ଭାଇରାଲ ଫୋଟୋ ପୁରୁଣା ଅଟେ ଏବଂ ୨୦୨୪ ଲୋକ ସଭା ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ନିର୍ବାଚନ ପ୍ରଚାର ପାଇଁ ବିଜେପି ନେତା ପ୍ରତାପ ସଡ଼ଙ୍ଗି ଏବଂ ସମ୍ବିତ ପାତ୍ର ସାଇକଲ୍ ଚଲଉଛନ୍ତି? ଜାଣନ୍ତୁ ସତ୍ୟତା।
Written By: Siddharth SahuResult: Misleading
