ଆମେରିକାର ଟାଇମ୍ସ ସ୍କୋୟାରରେ ବିରାଟ କୋହଳିଙ୍କର ପ୍ରତିମା ଅସଲି ନୁହେଁ। ଏହାକୁ କମ୍ପ୍ୟୁଟର ଗ୍ରାଫିକ୍ସ (ସିଜିଆଇ) ମାଧ୍ୟମରେ ସୃଷ୍ଟି କରା ଯାଇଛି। 

False Social Sports

ସୋସିଆଲ ମିଡିଆରେ ବିରାଟଙ୍କର ଏକ ବିଶାଳ ସୁବର୍ଣ୍ଣ ପ୍ରତିମାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ପ୍ରତିମା ଟି-୨୦ ବିଶ୍ଵକପ୍ ସମୟରେ ଆମେରିକାର ଟାଇମ୍ସ ସ୍କୋୟାରରେ ସ୍ଥାପିତ କରା ଯାଇଛି ଯାହାକୁ ବିରାଟଙ୍କର ସମସ୍ତ ଫ୍ୟାନ୍ ମାନେ ପ୍ରଶଂସା କରିଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଆମେରିକାର ଟାଇମ୍ସ ସ୍କୋୟାରରେ ବିରାଟ କୋହଳିଙ୍କର ପ୍ରତିମା ଅସଲି ନୁହେଁ। ଏହାକୁ କମ୍ପ୍ୟୁଟର ଗ୍ରାଫିକ୍ସ (ସିଜିଆଇ) ମାଧ୍ୟମରେ ସୃଷ୍ଟି କରା ଯାଇଛି। 

Facebook | Archive | News 7 | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଏକ ଭିଡିଓର ସମ୍ମୁଖୀନ ହେଳୁ ଯେଉଁଥିରେ ବିରାଟ କୋହଳିଙ୍କର ସମାନ ପ୍ରତିମା ଦେଖିବାକୁ ମିଳିଲା। ଏହି ଭିଡିଓ ଦୁରୋଫ୍ଲେକ୍ସ ନାମକ ଏକ ବେଡିଂ କମ୍ପାନୀର ସୋସିଆଲ ମିଡିଆ ଏକାଉଣ୍ଟରେ ପୋଷ୍ଟ ହେଇଥିଲା। ଭିଡିଓରେ ବିରାଟଙ୍କ ପ୍ରତିମା କ୍ରିକେଟ୍ ପ୍ୟାଡ୍ ପିନ୍ଧିଛନ୍ତି ଏବଂ ହାତରେ ବ୍ୟାଟ୍ ଧରିଛନ୍ତି। ଏହାକୁ 23 ଜୁନ୍ 2024 ରେ ଅପଲୋଡ୍ କରାଯାଇଥିଲା।

https://twitter.com/Duroflex_world/status/1804886130338271638

Archive

ଆମେ ଦେଖିଲୁ ଯେ କ୍ୟାପସନରେ #CGI ହ୍ୟାସଟ୍ୟାଗ୍ ଅଛ। ବିରାଟ କୋହଲି ୧୫ ମଇ ୨୦୨୩ ରୁ ଡୁରୋଫ୍ଲେକ୍ସର ବ୍ରାଣ୍ଡ ଆମ୍ବାସାଡର ଏବଂ ସେମାନଙ୍କର ଅନେକ ପୋଷ୍ଟ ଏବଂ ବିଜ୍ଞାପନ ଅଭିଯାନରେ ସ୍ଥାନ ପାଇଛନ୍ତି। ଏହି ଭିଡିଓ ସେମାନଙ୍କର ଅଭିଯାନର ଏକ ଅଂଶ ଭାବରେ ମୁକ୍ତିଲାଭ କରିଛି ‘ଡୁରୋଫ୍ଲେକ୍ସ ଅନ୍ କିଙ୍ଗ୍ ଡ୍ୟୁଟି’

ଡୁରୋଫ୍ଲେକ୍ସ ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଚ୍ୟାନେଲରେ ମଧ୍ୟ ଏହି ଭିଡିଓ ଅପଲୋଡ୍ କରିଛି। ଆମେ ଦେଖିଲୁ ଯେ କ୍ୟାପସନରେ #CGIanimation ହ୍ୟାସଟ୍ୟାଗ୍ ଅଛି। କମ୍ପ୍ୟୁଟର ଦ୍ୱାରା ନିର୍ମିତ ଚିତ୍ର (CGI) ହେଉଛି ଏକ ପ୍ରଯୁକ୍ତିବିଦ୍ୟା ଯାହା ଚିତ୍ର କିମ୍ବା ଭିଡିଓ ସୃଷ୍ଟି କରିବା ପାଇଁ କମ୍ପ୍ୟୁଟର ଗ୍ରାଫିକ୍ସ ବ୍ୟବହାର କରେ। 

Archive

ଆମକୁ ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ମଧ୍ୟ ମିଳିଲା ଯାହା ଆପଣ ମାନେ ଏଠାରେ ପଢି ପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଆମେରିକାର ଟାଇମ୍ସ ସ୍କୋୟାରରେ ବିରାଟ କୋହଳିଙ୍କର ପ୍ରତିମା ଅସଲି ନୁହେଁ। ଏହାକୁ କମ୍ପ୍ୟୁଟର ଗ୍ରାଫିକ୍ସ (ସିଜିଆଇ) ମାଧ୍ୟମରେ ସୃଷ୍ଟି କରା ଯାଇଛି।

Avatar

Title:ଆମେରିକାର ଟାଇମ୍ସ ସ୍କୋୟାରରେ ବିରାଟ କୋହଳିଙ୍କର ପ୍ରତିମା ଅସଲି ନୁହେଁ। ଏହାକୁ କମ୍ପ୍ୟୁଟର ଗ୍ରାଫିକ୍ସ (ସିଜିଆଇ) ମାଧ୍ୟମରେ ସୃଷ୍ଟି କରା ଯାଇଛି।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *