ଚୀନର ଏକ ସହରରେ ଅଗ୍ନିକାଣ୍ଡର ଭିଡିଓ କୁ ଇରାନ ମୋସାଦ ମୁଖ୍ୟାଳୟ ଉପରେ ଆକ୍ରମଣ କରୁଥିବା ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଅଞ୍ଚଳରେ ନିଆଁ ଲାଗିଛି ଏବଂ ଆକାଶରେ ଘନ କଳା ଧୂଆଁ ଉଠୁଛି। ଭିଡିଓଟିକୁ ସେୟାର କରି ୟୁଜର୍ସମାନେ ଦାବି କରୁଛନ୍ତି ଯେ ଏହା ଇସ୍ରାଏଲର ମୋସାଦ ମୁଖ୍ୟାଳୟ ଉପରେ ଇରାନର ଆକ୍ରମଣ ପରେ ପରିସ୍ଥିତି। ପ୍ରକୃତରେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମ୍ପ୍ରତିକ ବିବାଦକୁ ଦୃଷ୍ଟିରେ ରଖି, ଦାବି କରାଯାଇଛି ଯେ ଇରାନ ଆକ୍ରମଣ ପରେ, ଟେଲ୍ ଅଭିଭ ସହରରେ ଅବସ୍ଥିତ ଇସ୍ରାଏଲର ବିଦେଶୀ ଗୁଇନ୍ଦା […]

Continue Reading

ଭୂମିକମ୍ପ ସମୟରେ ଚୀନର ଏକ ଚିକିତ୍ସାଳୟର ଭିଡିଓକୁ ମିଆଁମାର ଦେଶର ଘଟଣା ଦାବି ସହିତ ସେୟାର କରା ଯାଉଛି।

ମିଆଁମାରରେ ୭.୭ ତୀବ୍ରତାର ଭୂମିକମ୍ପ ଆସିବା ଫଳରେ ତାହାର ଝଟକା ପଡ଼ୋଶୀ ଦେଶ ଥାଇଲ୍ୟାଣ୍ଡ ଏବଂ ଚୀନରେ ମଧ୍ୟ ଅନୁଭୂତ ହୋଇଥିଲା। ଏହି ଘଟଣା ସହିତ ଜଡିତ ବିଭିନ୍ନ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ, ଏକ ହସ୍ପିଟାଲ ୱାର୍ଡରେ ଦୁଇଜଣ ନର୍ସଙ୍କ ସିସି ଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ ଜଣେ ନର୍ସ ଏକ ଶିଶୁକୁ ସୁରକ୍ଷା ଦେବା ପାଇଁ ଆଣ୍ଠୁ ମାଡ଼ି ବସିଛନ୍ତି ଯେତେବେଳେ ଅନ୍ୟ […]

Continue Reading

୨୦୧୯ ରେ ବାଲୁଚିସ୍ତାନ ମୁକ୍ତି ବାହିନୀ ସେନା, ପାକିସ୍ତାନ ଏବଂ ଚୀନକୁ ଧମକ ଦେଉଥିବା ଭିଡିଓକୁ ନିକଟ ଘଟଣା ଦାବି ସହିତ ସେୟାର କରା ଯାଉଛି।

ବେଲୁଚିସ୍ତାନ ମୁକ୍ତି ବାହିନୀ ସେନା (ବିଏଲଏ) ଜାଫର ଏକ୍ସପ୍ରେସକୁ କିଛି ଦିନ ପୂର୍ବରୁ ହାଇଜେକ୍ କରିଥିଲା। ଏହି ପ୍ରସଙ୍ଗରେ, ପାକିସ୍ତାନ ଏବଂ ଚୀନ୍ ପ୍ରତି ଧମକର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରାଯାଉଛି ଯେ “ବିଏଲଏ ପାକିସ୍ତାନ ଏବଂ ଚୀନକୁ ଧମକ ଦେଇଛି।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ୨୦୧୯ ମସିହାର ଏକ ପୁରୁଣା ଭିଡିଓକୁ ନିକଟର ଘଟଣା ଦାବି ସହିତ ସେୟାର କରା […]

Continue Reading

କ’ଣ ଭାଇରାଲ ଫୋଟରେ ଥିବା ଏହି ସେତୁ ମୁମ୍ବଇ ସହରର ଅଟେ? ଜାଣନ୍ତୁ ସତ୍ୟତା। 

ଏକ ସୁନ୍ଦର ଲମ୍ବା ସେତୁର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହା ମୁମ୍ବଇ ସହରରେ ଅବସ୍ଥିତ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ମୁମ୍ବଇର ନୁହେଁ ବରଂ ଚୀନ ଦେଶର ଏକ ସେତୁର ଫୋଟୋ ଅଟେ।  ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଆମେରିକା ବା ଚୀନର ନୁହେଁ – ମୁମ୍ବାଇର ସମୁଦ୍ର ମଧ୍ୟରେ ହାଇୱେ ….. ନୟାଭାରତ“ […]

Continue Reading

କ’ଣ ଏହି ଭିଡିଓରେ ପ୍ଲାଷ୍ଟିକ୍ ନକଲି ଅଣ୍ଡା ଉତ୍ପାଦନ କରା ଯାଉଛି? ଜାଣନ୍ତୁ ସତ୍ୟ।

ଆମେ ଜାଣିଛୁ ଯେ ଅଣ୍ଡା ଶରୀର ପାଇଁ ଏକ ଆବଶ୍ୟକ ପୋଷଣ ବୋଲି ଗ୍ରହଣ କରା ଯାଏ। ଏହା ବଜାରରେ କମ୍ ମୂଲ୍ୟରେ ଏବଂ ସୁବିଧାରେ ଉପଲବ୍ଧ ହେଇଥିବାରୁ ଲୋକମାନେ ଅଣ୍ଡାକୁ ନିଜ ଭୋଜନର ଏକ ଆବଶ୍ୟକ ଅଂଶ ପରି ବ୍ୟବହାର କରନ୍ତି। କିନ୍ତୁ ଯଦି ଏହି ଅଣ୍ଡା କ୍ଷତିକାରକ ହୋଇଯାଏ ତେବେ ଏହା ବିପଦ ମଧ୍ୟ ଆଣି ପାରେ।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ପ୍ଲାଷ୍ଟିକ୍ ଅଣ୍ଡା […]

Continue Reading

କ’ଣ ପାହାଡୀ ଅଞ୍ଚଳରେ ମୋଟର ସାଇକଲ୍ ଚଲାଉଥିବା ମହିଳା ମାନଙ୍କର ଏହି ଭିଡିଓ ଅରୁଣାଚଳ ପ୍ରଦେଶର ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ କିଛି ମହିଳା ମାନେ ଏକ ପାହାଡୀ ଅଞ୍ଚଳରେ କଠିନତା ସହିତ ମୋଟର ସାଇକଲ୍ ଚଳଉଛନ୍ତି। ଦାବି କରା ଯାଉଛି ଯେ ଏହା ଅରୁଣାଚଳ ପ୍ରଦେଶର ଦୃଶ୍ୟ ଅଟେ ଯେଉଁଠାରେ ଏପରି କଠିନତା ସହ ଜୀବନ ବ୍ଯତୀତ କରିବାକୁ ପଡୁଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଅରୁଣାଚଳ ପ୍ରଦେଶର ନୁହେଁ, ବରଂ ଚୀନ […]

Continue Reading

କ’ଣ ଏହା ଆମେରିକା ଦ୍ଵାରା ଚୀନର ଗୁପ୍ତଚର ବେଲୁନ୍ ନଷ୍ଟ କରିଥିବା ଇଡେଓ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ଆମେରିକାର ଆକାଶରେ ଏକ ବେଲୁନ୍ ଉଡୁଥିବା ଦେଖିବାକୁ ମିଳିଥିଲା। ଆମେରିକା ବାୟୁ ସେନା ଏହି ବେଲୁନକୁ ନଷ୍ଟ କରିଲା ପରେ କହିଥିଲା ଯେ ତାହା ଏକ ଗୁପ୍ତଚର ବେଲୁନ୍ ଥିଲା। ଏହି ବେଲୁନ୍ ନେଇ ଆମେରିକା ଚୀନ ଉପରେ ଅଭିଯୋଗ ଲଗାଇଛି ଯେ ଏହା ଚୀନ ଦ୍ଵାରା ଏକ ଷଡଯନ୍ତ୍ର ଅଟେ। ସେହି ସମୟରେ ଚୀନ ଏହି ଅଭିଯୋଗକୁ ଖାରଜ କରିଛି।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି […]

Continue Reading

ଭାରତ ଚୀନ ସେନା ମଧ୍ୟରେ ସିକିମରେ ହେଇଥିବା ପୁରୁଣା ବିବାଦ ଭିଡିଓକୁ ସମ୍ପ୍ରତ୍ତି ସମୟରେ ଅରୁଣାଚଳ ପ୍ରଦେଶର ଘଟନା ଦାବି ସହିତ ଭାଇରାଲ କରା ଯାଉଛି। ଜାଣନ୍ତୁ ପୁରା ସତ୍ୟ।

ସୋସିଆଲ ମିଡିଆରେ ଭାରତ ଏବଂ ଚୀନ ସେନା ମଧ୍ୟରେ ହେଉଥିବା ଏକ ଝଗଡାର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଭାରତ ଏବଂ ଚୀନ ସେନା ପରସ୍ପର ସହିତ ମୁହାଁମୁହିଁ ହେଉଥିବା ଦେଖିବାକୁ ମିଳିଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ସମ୍ପ୍ରତ୍ତି ସମୟରେ ଅରୁଣାଚଳ ପ୍ରଦେଶର ଦୃଶ୍ୟ ଅଟେ। ଚୀନ ସେନା ଭାରତ ସୀମାରେ ପ୍ରବେଶ କରିବାର ଚେଷ୍ଟା କରୁଥିବା ସମୟରେ ଭାରତ ଯବାନ ମାନେ ସେମାନଙ୍କୁ ଅଟକାଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ […]

Continue Reading

କ’ଣ ଭାଇରାଲ ଭିଡିଓ ସମ୍ପ୍ରତ୍ତି ସମୟରେ ଭାରତ ଏବଂ ଚୀନ ମଧ୍ୟରେ ଅରୁଣାଚଳ ପ୍ରଦେଶରେ ଚାଲୁଥିବା ସୀମା ବିବାଦର ଅଟେ?

ନିକଟରେ ଭାରତ ସୈନ୍ୟ ଏବଂ ଚୀନର ପିଏଲଏ ସୈନିକ ଅରୁଣାଚଳ ପ୍ରଦେଶର ତବାଙ୍ଗ ଅଞ୍ଚଳରେ ମୁହାଁମୁହିଁ ହେଇଛନ୍ତି। ଏହି ଘଟଣାରେ ଦୁଇ ପକ୍ଷ ସୈନିକଙ୍କୁ ସାମାନ୍ୟ ଆଘାତ ପହଞ୍ଚିଥିବା ଖବର ସାମନାକୁ ଆସିଛି।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ଝଗଡା ହେଉଛି। ଦାବି ଅନୁଯାୟୀ ଏହି ଘଟଣା ସମ୍ପ୍ରତ୍ତି ସମୟରେ ଅରୁଣାଚଳ ପ୍ରଦେଶରେ ଘଟିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

କ’ଣଚୀନରେ ଚାଲୁଥିବା ଛାତ୍ର ଆନ୍ଦୋଳନ ଓ ସେହି ଆନ୍ଦୋଳନକୁ ପ୍ରତିହତ କରିବାକୁ ଚିନ ସରକାର ଏପରି ପଦକ୍ଷେପ ନେଉଛି?

ଚୀନରେ ଲୋକ ମାନେ ଦେଶରେ ନୂତନ କୋଭିଡ ନିୟମାବଳୀ ବିରୁଦ୍ଧରେ ରାସ୍ତାରେ ବିରୋଧ କରୁଥିବା ଖବର ସାମନାକୁ ଆସିଛି। ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଅନେକ ଲୋକେ ରାସ୍ତାରେ ବିରୋଧ କରୁଥିବା ବେଳେ ଗୋଟିଏ ପୋଲିସ କାର ତାଙ୍କ ଉପରେ ଚଢି ଯାଉଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ଚୀନର ଅଟେ। ଚୀନ ସରକାର ବିରୋଧ କରୁଥିବା ଲୋକଙ୍କ ସହ ଏପରି […]

Continue Reading

ଚୀନର ୟେଲୋ ନଦୀ ଡ୍ୟାମର ଏକ ଭିଡିଓକୁ ଓଡ଼ିଶାର ହୀରାକୁଦ ଡ୍ୟାମର ଦୃଶ୍ୟ ଦାବି ଶୀତ ଭାଇରାଲ କରା ଯାଉଛି। 

ଦେଶର ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ବର୍ଷା ସ୍ଥିତି ହେଇଥିବା ସମୟରେ ଏହାର ପ୍ରଭାବ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉତ୍ପନ ହୋଇ ଲୋକଙ୍କ ଜୀବନ ଅସୁବିଧାରେ ପଡ଼ିଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି ଯେଉଁଥିରେ ଗୋଟିଏ ଡ୍ୟାମ୍ ରୁ ତୀବ୍ର ବେଗରେ ପାଣି ଛଡ଼ା ହେଇଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଭାଇରାଲ ଭିଡିଓ ସମ୍ବଲପୁରର ହୀରାକୁଦ ଡ୍ୟାମର ଦୃଶ୍ୟ […]

Continue Reading

ହଙ୍ଗକଙ୍ଗରେ ହେଇଥିବା ଏକ ପୁରୁଣା ଦୁର୍ଘଟଣାର ଭିଡିଓକୁ ନିକଟରେ ଚୀନର ବିମାନ ଦୁର୍ଘଟଣାର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ନିକଟରେ ଚୀନରେ ଏରୋଲୋଫ୍ଟ ବୋଇଙ୍ଗ ୭୩୭ ବିମାନ ଦୁର୍ଘଟଣା ହୋଇଥିବା ଖବର ସାମନାକୁ ଆସିଛି। ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନ ଜରୁରୀକାଳୀନ ଅବତରଣ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, ଏହି ଦୁର୍ଘଟଣାରେ ୪୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଦୁର୍ଘଟଣା ଗ୍ରସ୍ତ ବିମାନର ଫୋଟୋ ସହିତ ଦାବି କରା ଯାଇଛି ଯେ ଏହା ଚୀନରେ ହେଇଥିବା ଦୁର୍ଘଟଣାର ଦୃଶ୍ୟ […]

Continue Reading

ଚୀନର ଏକ ବୁଲଡୋଜର ପ୍ରଦର୍ଶନ ଭିଡିଓକୁ ଉତ୍ତରପ୍ରଦେଶ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ବିଜୟୀ ହେବା ସହିତ ଯୋଡି ଭାଇରାଲ କରା ଯାଉଛି। 

ଉତ୍ତରପ୍ରଦେଶ ନିର୍ବାଚନର ଫଳାଫଳ ବାହାରିଲା ପରେ ସୋସିଆଲ ମିଡିଆରେ ବୁଲଡୋଜରର ଏକ ଭିଡିଓ ସେୟାର କରା ଯାଉଛି ଯେଉଁଥିରେ ଦାବି କରା ଯାଉଛି ଯେ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ନିର୍ବାଚନ ଜିତିବା ପରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓଟି କୁ ଏହି ପରି ସେୟାର କରା ଯାଉଛି ଯେପରି କି ଲୋକେ ବୁଲଡୋଜରରେ ଷ୍ଟନ୍ଟ୍ ଦେଖାଇ ଆଦିତ୍ୟନାଥଙ୍କ ବିଜୟୀ ହେବା ଉତ୍ସବ ପାଳନ କରୁଛନ୍ତି।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଚୀନର […]

Continue Reading

ରକେଟ୍ ଲଞ୍ଚ ଭିଡିଓକୁ ଚୀନ୍ ଦ୍ୱାରା ନିର୍ମିତ କୃତ୍ରିମ ସୂର୍ଯ୍ୟ ନିର୍ମିତ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି ।

ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଉଛି ଯେ, ଚୀନ୍ କୃତ୍ରିମ ସୂର୍ଯ୍ୟ ସୃଷ୍ଟି କରିଛି। ଇଣ୍ଟରନେଟରେ ଭାଇରାଲ ଭିଡିଓରେ  ଆକାଶରେ ଦେଖାଯାଉଥିବା ଉଜ୍ଜ୍ୱଳ ଜିନିଷ ହେଉଛି ଚୀନ୍ ଦ୍ୱାରା ନିର୍ମିତ ସୂର୍ଯ୍ୟ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭାଇରାଲ ହେଉଥିବା ପୋଷ୍ଟରେ ଲେଖାଅଛି, ଚାଇନାରେ ନକଲି ସୂର୍ଯ୍ୟ ଲଞ୍ଜ କଲା। ଏହି ଭିଡିଓ ଆମକୁ ହ୍ୱାଟ୍ସଅପରେ ସେୟାର କରାଯାଇଥିଲା। ଆମ ଅନୁସନ୍ଧାନ ପୂର୍ବରୁ […]

Continue Reading

ଚାଇନାର ସାଂଘାଇ ବ୍ରିଜ ଭିଜୁଆଲକୁ ଏଡ଼ିଟ୍ କରି ଭାଇରାଲ କରାଯାଉଛି।

 ସୋସିଆଲ ମିଡିଆରେ ଚାଇନାର ସାଂଘାଇର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ପୁରା ଭିଡିଓ ଏକ ଓଭରଲିପ୍ ଲୁପ୍ ପରି ଦେଖାଯାଉଛି। ପୋଷ୍ଟରେ ଦେଖାଯାଉଛି ଯେ, ଅନେକ ବ୍ରିଜ ଉପର ତଳ  ଗୋଲ ହୋଇ ବୁଲିଥିବାର ଦେଖଆଯାଉଛି। ଏବଂ ଭିଡିଓରେ ଅନେକ ଗାଡ଼ି ଏକା ସାଥିରେ ଚାଲୁଥିବାର ଦେଖାଯାଉଛଇ। ଭିଡିଓରେ ଦାବି କରାଯାଇଛି ଏହି ଭିଡିଓ ସାଂଘାଇ ଚାଇନାର ନାନପୁ ବ୍ରିଜର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ମିଥ୍ୟା ପ୍ରମାଣିତ ହେଲା।  ଏହି ଭିଡିଓ ଆମକୁ […]

Continue Reading

କ’ଣ ଚୀନ ଦୀପାବଳି ପାଖେଇ ଆସିଥିବାରୁ ଭାରତକୁ ବିଷାକ୍ତ ଏବଂ କ୍ଷତିକାରକ ବାଣ ପଠାଉଛି? ଜାଣନ୍ତୁ ସତ୍ୟ।

ଦୀପାବଳି ଯେତିକି ପାଖେଇ ଆସୁଛି ବାଣ ବିଷୟରେ ସୋସିଆଲ ମିଡିଆରେ ସେତିକି ପୋଷ୍ଟ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗଣମାଧ୍ୟମ ଦ୍ଵାରା ଏକ ସମ୍ବାଦ ଭାଇରାଲ ହେବାରେ ଲାଗିଛି ଯେ ଚୀନ ଭାରତକୁ ବିଷାକ୍ତ ବାଣ ପଠାଉଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର?  ୧୯ ଅକ୍ଟୋବରରେ ନନ୍ଦୀଘୋଷ ଟିଭି ଚ୍ୟାନାଲର ଫେସବୁକ ଏକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରା ଯାଇଛି। ଏହି ଭିଡିଓରେ ଦାବି କରା […]

Continue Reading

କ’ଣ ଭିଡିଓରେ ଥିବା ବନ୍ୟାର ଏହି ଦୃଶ୍ୟ ମହାରାଷ୍ଟ୍ର ରାଜ୍ୟର ଅଟେ? ଜାଣନ୍ତୁ ସତ୍ୟ।

ଗତ ମାସ ମହାରାଷ୍ଟ୍ର ପ୍ରବଳ ବର୍ଷାର ସମ୍ମୁଖୀନ ହୋଇଥିଲା ଏବଂ ଅନେକ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ଅନୁଭୂତ ହୋଇଥିଲା। ସେଠାରେ ଅନେକ ସମ୍ପତ୍ତି ଏବଂ ଭିତ୍ତିଭୂମିର ଖ୍ଯାତି ସମେତ ଜୀବନହାନି ଘଟିଛି। ମହାରାଷ୍ଟ୍ର ଲୋକେ ଏହି ବନ୍ୟା ସ୍ଥିତିର ଯନ୍ତ୍ରଣା ଭୋଗୁଥିବାବେଳେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ସମାନ ଘଟଣା ସମ୍ବନ୍ଧୀୟ ଭିଡିଓ ଏବଂ ପୋଷ୍ଟ ସେୟାର କରିଛନ୍ତି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛିଯେ […]

Continue Reading

ବର୍ଷେ ପୁରୁଣା ଫୋଟୋକୁ ଚାଇନା ବର୍ଡରେ ସହିଦ ଜବାନଙ୍କୁ ତାଙ୍କ ପୁଅ ଏବଂ ସ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଉଥିବା ଦାବିରେ ଭାଇରାଲ କରାଯାଉଛି।

ଚୀନ ଭାରତ ବିବାଦକୁ ନେଇ ସହିଦ ହୋଇଥିବା ସବାନଙ୍କ ଶ୍ରଦ୍ଧାଞ୍ଜଳିର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 20 ଜବାନ ସହିଦଙ୍କ ଖବର ପରେ ଦେଶରେ ଚୀନ୍ ବିରୋଧ ପ୍ରଦର୍ଶନ ଚାଲିଛି। ଏଥି ମଧ୍ୟରେ  Asok Rout ନାମକ ଜଣେ ଫେସବୁକ ୟୁଜର 21 ଜୁନରେ ତାଙ୍କ ଆକାଉଣ୍ଟରେ ଜଣେ ସହିଦ ଜବାନଙ୍କ  ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ ସହିଦ ଜବାନଙ୍କ ପାଖରେ ତାଙ୍କ ପୁଅ ଏବଂ ସ୍ତ୍ରୀ କାନ୍ଦୁଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି […]

Continue Reading

କ’ଣ କୋରୋନା ରୋଗୀଙ୍କ ମୃତ ଶରୀର କୁ ଚୀନ ସମୁଦ୍ରରେ ଫୋପାଡ଼ି ଦୁନିୟା ରେ କୋରୋନା ସଙ୍କ୍ରାମାନ ବିସ୍ତାର କରିବା କୁ ଚାହୁଁଛି? ଜାଣନ୍ତୁ ସତ୍ୟ।

୧୬ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଗୋଟିଏ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଚୀନ କୋରୋନା ସଂକ୍ରମଣ ରେ ମୃତ୍ୟୁ ହେଇଥିବା ମର ଶରୀର କୁ ସମୁଦ୍ର ଦ୍ଵାରା ବିଭିନ୍ନ ଦେଶ କୁ ପଠାଇଛି। କିଛି କୋରୋନା ସଂକ୍ରମିତ ଶରୀର ସମୁଦ୍ର ଦ୍ଵାରା ଭାସି ଭାସି ଭାରତ ରେ ମଧ୍ୟ ପହଞ୍ଚିଛି ବୋଲି ମଧ୍ୟ ଦାବି କରିଛନ୍ତି।  ଏହା ପରେ ଆମେ ଭିଡିଓ […]

Continue Reading

କ’ଣ ଚୀନ ସହିତ ଯୁଧ୍ୟ କରିବା ପାଇଁ ଭାରତ ଲେହ-ଲଦାକ ଅଞ୍ଚଲରେ ଗ୍ଲୋବ ମାଷ୍ଟର C-17 ବିମାନ ଏକତ୍ର କରିଛି? କ’ଣ ସତ୍ୟତା ଏହି ଭିଡିଓର?

୨୭ ମେ ରେ ଜଣେ ଫେସବୁକ ୟୁଜର “ଓଡ଼ିଶା ବ୍ରେକିଙ୍ଗ ନ୍ୟୁଜ” ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ଲେହ ଏୟାରବେସରେ ଠିଆ ହୋଇଥିବା ଏହି ସବୁ ବିମାନ C-17 ଗ୍ଲୋବମାଷ୍ଟର ଅଟେ, ଯାହାକି ଭାରତୀୟ ବାୟୁସେନାର ସବୁଠାରୁ ବଡ଼ ଏବଂ ଭୀମକାୟ ଷ୍ଟ୍ରେଟେଜିକ ଟ୍ରାନ୍ସପୋର୍ଟ ଓ ମାଲବାହକ ବିମାନ ଅଟେ। ଭାରତୀୟ ସଶସ୍ତ୍ର ସେନା ଚୀନ କୁ କାଉଣ୍ଟର କରିବା ପାଇଁ ଭାରି ଅସ୍ତ୍ରଶସ୍ତ୍ର ସହିତ ଖାଦ୍ୟ […]

Continue Reading

WHO କରୋନା ଭାଇରସରୁ ବଞ୍ଚିବା ପାଇଁ ହୋଲି ରଙ୍ଗ ବ୍ୟବହାର ନ କରିବା ପାଇଁ କୌଣସି ବିଜ୍ଞପ୍ତି ଜାରି କରି ନାହିଁ।

କରୋନା ଭାଇରସ କୁ ନେଇ ବିଶ୍ୱରେ ଆତଙ୍କ ଭରି ରହିଛି। ଏଥି ମଧ୍ୟରେ ଭାରତର ସବୁ ପର୍ବରେ  ଚାଇନାରୁ ଜିନିଷ ଆସି ଥାଏ। ମାର୍ଚ ମାସରେ ହୋଲି ପର୍ବ ବଡ଼ ଧୁମଧାମରେ ମନା ଯିବାର ଆୟୋଜନ ପୁରା ଦେଶରେ ଚେଲିଛି। ବଜାରକୁ ଭଳିକି ଭଳି ରଙ୍ଗ ଆସି ଗଲାନି। ପ୍ରାୟ ରଙ୍ଗ ଏବଂ ପିଚକାରି ଚାଇନାରୁ ଆସିଥାଏ। ତେବେ ଚାଇନାରେ କରୋନା ଭାଇରସ ଆତଙ୍କ ପରଠାରୁ ଲୋକଙ୍କ ମନରେ ମଧ୍ୟ  ଆତଙ୍କ ଭରି ରହିଛି। ଏଥି ମଧ୍ୟରେ […]

Continue Reading

କ’ଣ ଭାଇରସର ଭୟବହତା ମଧ୍ୟରେ ଚୀନବାସୀ କୁକୁର ମାଁକ୍ସ ଖାଉଛନ୍ତି? ଜାଣନ୍ତୁ ସତ।

୧୮ ଫେବ୍ରୁଆରି ରେ ଓଡିଆ ସ୍କ୍ରାପ୍ସ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ କିଛି ଫୋଟୋ ପୋଷ୍ଟ କରି ଏହା ଦାବି କରା ଯାଇଅଛି ଯେ କୋରୋନା ଭାଇରସରୁ ୨୦୦୦ ଲୋକେଙ୍କର ମୃତ୍ୟୁ ହୋଇସାରିଛି ଓ ୫୦ ହଜାର ଲୋକେ ଏହି ଆରପିଜିରୁ ଆକ୍ରାନ୍ତ ହୋଇଛନ୍ତି। ତାପରେ ମଧ୍ୟ ଚୀନବାସୀ କୁକୁର ମାଁକ୍ସ ଖାଉଛନ୍ତି। ଚୀନର ଗୋଟିଏ ବଜାରରେ କୁକୁରଙ୍କୁ ଜିଅନ୍ତା ଗରମ ପାଣିରେ ସିଝା ଯାଉଛି ଓ କଟା ଯାଉଅଛି। ଚିନବାସୀ ଏହି କୁକୁର ମାନଙ୍କୁ […]

Continue Reading

କ’ଣ ଚୀନର ଉହାନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲର ଲାବରେ କୋରୋନା ଭାଇରସ ଲିକ ହେଇଛି? କ’ଣ ସେଇଠିକାର ଗବେଷକ ମାନଙ୍କୁ ବାଦୁଡି ମାନେ କାମୁଡ଼ି ବାରୁ ଏହି ରୋଗ ବ୍ୟାପିଚି? ଜାଣନ୍ତୁ ସତ।

ଚୀନର କୋରୋନା ଭାଇରସ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। କୋରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଚୀନର ହୁବେଇ ପ୍ରାନ୍ତର ରାଜଧାନୀ ଉହାନକୁ ଏହି ଭାଇରସର କେନ୍ଦ୍ର ରୂପେ ଧରାଯାଉଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଉହାନର ମାଛ ମାର୍କେଟର କିଛି ଦୂରରେ ଥିବା ଏକ ସରକାରୀ ଲାବରେ ହିଁ ସମ୍ଭବତଃ କୋରୋନା ଭୂତାଣୁର ସୃଷ୍ଟି ହୋଇଥିଲା। ଚୀନର ସାଉଥ ଚାଇନା ୟୁନିଭର୍ସିଟି ଅଫ ଟେକ୍ନୋଲୋଜିର କହିବା […]

Continue Reading

ଇଣ୍ଡୋନେସିଆ ଭିଡିଓକୁ ଚାଇନାର କହି ଭାଇରାଲ କରାଯାଉଛି।

30 ଜାନୁଆରିରେ ଇଂ ନିମାଇଁ ପ୍ରସାଦ ମାହାପାତ୍ର ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ Mohamed Amttia ନାମକ ଫେଜବୁକ ୟୁଜର ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଏକ ସୁରକ୍ଷ୍ୟା କର୍ମି ଜଣେ ବ୍ୟକ୍ତିକୁ ନିର୍ଦୟ ରୂପରେ ପିଟି ଚାଲିଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭିଡିଓଟି ଚାଇନାର ଅଟେ ଏବଂ ଚାଇନା ପୋଲିସ ଅପରାଧିକୁ ଏପରି ନିର୍ଦୟ ଭଳି ପିଟନ୍ତି। ଏହି ପ୍ରକାର ଦଣ୍ଡ ଭାରତରେ ଅପରାଧିମାନଙ୍କୁ ମଧ୍ୟ ଦରକାର। ଆମ […]

Continue Reading

କ’ଣ ପେଟ୍ରୋଲ ଦାମ ବଢିଲା ପରେ ଜର୍ମାନୀର ଲୋକେ ନିଜ କାର ରାସ୍ତାରେ ଛାଡ଼ି ଚାଲିଗଲେ? କ’ଣ ଏତେ ଗାଡି ରାସ୍ତାରେ ଦେଖି ଜର୍ମାନୀର ସରକାର ପେଟ୍ରୋଲ ଦାମ କମ କରି ଦେଇଥିଲା?

ଆପଣ ରାସ୍ତାରେ ଗାଡି ତ ବହୁତ ଦେଖି ଥିବେ, କିନ୍ତୁ କେବେ ଏମିତି ପରିସ୍ଥିତିର ସାମ୍ନା କରିଛନ୍ତି କି?ରାସ୍ତାରେ ଏପରି ହଜାର ହଜାର ଗାଡ଼ି ଅଟକି ରହିଥିବାର ଦେଖିଛନ୍ତି କି? ଆମେ କିଛି ସମୟ ବା କିଛି ଘଣ୍ଟା ବିଷୟରେ କହୁ ନାହୁଁ। ଆମେ ଆଜି ଏହା ବତାଇବା ପାଇଁ ଯାଉଛୁ ଯେ ଏମିତି କେଉଁ ଘଟଣା ପାଇଁ ଏହି ସହରର ରାସ୍ତା ଅପରେ ଗାଡି ଜମା ହେଇଗଲା ଓ ଏହି ସହର ର ନାମ କଣ।  […]

Continue Reading