ଭାରତ ଚୀନ ସେନା ମଧ୍ୟରେ ସିକିମରେ ହେଇଥିବା ପୁରୁଣା ବିବାଦ ଭିଡିଓକୁ ସମ୍ପ୍ରତ୍ତି ସମୟରେ ଅରୁଣାଚଳ ପ୍ରଦେଶର ଘଟନା ଦାବି ସହିତ ଭାଇରାଲ କରା ଯାଉଛି। ଜାଣନ୍ତୁ ପୁରା ସତ୍ୟ।

Military Partly False Social

ସୋସିଆଲ ମିଡିଆରେ ଭାରତ ଏବଂ ଚୀନ ସେନା ମଧ୍ୟରେ ହେଉଥିବା ଏକ ଝଗଡାର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଭାରତ ଏବଂ ଚୀନ ସେନା ପରସ୍ପର ସହିତ ମୁହାଁମୁହିଁ ହେଉଥିବା ଦେଖିବାକୁ ମିଳିଛି। 

ଦାବି କରା ଯାଉଛି ଯେ ଏହି ଭିଡିଓ ସମ୍ପ୍ରତ୍ତି ସମୟରେ ଅରୁଣାଚଳ ପ୍ରଦେଶର ଦୃଶ୍ୟ ଅଟେ। ଚୀନ ସେନା ଭାରତ ସୀମାରେ ପ୍ରବେଶ କରିବାର ଚେଷ୍ଟା କରୁଥିବା ସମୟରେ ଭାରତ ଯବାନ ମାନେ ସେମାନଙ୍କୁ ଅଟକାଇଥିଲେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓ ୨୦୨୦ ମସିହାର ସିକିମ୍ ରାଜ୍ୟର ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି କୁହା ଯାଇଛି ଯେ “LAC ରେ ପୁଣି ଭାରତ ଏବଂ ଚୀନ ସେନା ମୁହାଁମୁହିଁ ହେଇଛନ୍ତି। ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗ ସେକ୍ଟରରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ଶୀତ ହାତାହାତି ହୋଇଛନ୍ତି। ଏହି ଘଟଣାରେ ଉଭୟ ପକ୍ଷର ସେନା ଆଘାତ ହୋଇଥିବା ସୂଚନା ମିଳିଛି। LAC ସେକ୍ଟରରେ ମାଡ଼ି ଆସୁଥିଲେ ଚୀନର ୩୦୦ ରୁ ଅଧିକ ସୈନିକ। ପିଏଲଏ ସେନାକୁ ଜବାବ ଦେଇଥିଲେ ଭାରତ ସେନା ଯେଉଁଥିରେ ୨୦ ଭାରତ ଯବାନଙ୍କ ଆହତ ହେଇଥିବା ଜାଣିବାକୁ ମିଳିଛି। କିଛି ସମୟର ହାତାହାତି ପରେ ସେଠାରୁ ହଟି ଯାଇଥିଲେ ଉଭୟ ଦେଶ ସେନା।”

ଏହା ସହିତ ପୋଷ୍ଟରେ ଲେଖା ଯାଇଛି, “ପୁଣି ମୁହାଁମୁହିଁ ହେଲେ ଭାରତ-ଚୀନ୍‌ ସେନା ,ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗ ସେକ୍ଟରରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ, ଅରୁଣାଚଳ ପ୍ରଦେଶର ତଓ୍ୱାଙ୍ଗରେ ଭାରତ-ଚୀନ୍ ସେନା ମୁହାଁମୁହିଁ ପ୍ରସଙ୍ଗରେ ଲୋକସଭାରେ ମନ୍ତବ୍ୟ ରଖିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଏନଡ଼ିଟିଭି ର ୟୁଟ୍ୟୁବ ଚ୍ୟାନାଲରେ ୨୨ ଯୂନ୍ ୨୦୨୦ ମସିହାରେ ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ସାଇଟ କୁହା ଯାଇଛି ଯେ ଲଦାଖରେ ସାଂଘାତିକ ମୁହାଁମୁହିଁ ହେବାର କିଛି ଦିନ ପରେ ସିକ୍କିମରେ ଭାରତୀୟ ଏବଂ ଚୀନ୍ ସେନା ଅଧିକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ପାଞ୍ଚ ମିନିଟରୁ ଅଧିକ ସମୟ ଧରି ଚାଲିଥିବା ମୋବାଇଲ୍ ଫୋନ୍ ଭିଡିଓରେ ଉଭୟ ପକ୍ଷର ସୈନିକ ମାନେ ଝଗଡା କରୁଥିବା ଦୃଶ୍ୟ ସାମନାକୁ ଆସିଥିଲା। 

ସମାନ ଭିଡିଓ ଭାସ୍କର ନ୍ୟୁଜ୍ ମଧ୍ୟ ପ୍ରସାରିତ କରିଥିଲା। 

୨୩ ଜୁନ୍ ୨୦୨୦ ର ସିଏନ ୨୪ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଚୀନ ସୈନିକ ମାନେ ସିକିମ୍ ରେ ଭାରତ ସୀମାରେ ପ୍ରବେଶ କରିବାର ଚେଷ୍ଟା କରୁଥିବା ବେଳେ ଭାରତ ଯବାନ ମାନେ ତାଙ୍କ ବିରୋଧ କରିଥିଲେ। ଭାରତ ସେନା ଯବାନ ମାନେ ଚିନୀଙ୍କୁ ଅଟକାଇ ‘ଗୋ ବ୍ୟାକ୍’ ନାରା ମଧ୍ୟ ଦେଇଥିଲେ। କିନ୍ତୁ ଚୀନ ପକ୍ଷରୁ ପ୍ରଥମ ଆକ୍ରମଣ ହୋଇଥିଲା ଯାହା ପରେ ଭାରତ ସେନା ଚୀନ ସୈନ୍ୟଙ୍କୁ ଘେରି ଥିଲେ ଏବନ ସେଠାରେ ଝଗଡା ଆରମ୍ଭ ହୋଇଥିଲା। ସୀମାରେ ଘଟିଥିବା ଏହି ସଂଘର୍ଷରେ ୧୦ ଜଣ ସୈନିକଙ୍କ ଆଘାତ ହେଥିବା ସୂଚନା ମଧ୍ୟ ଆସିଥିଲା। 

Archive

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଟାଇମ୍ସ ଅଫ୍ ଇଣ୍ଡିଆ ୱେବସାଇଟରେ, ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଭାଷଣ ମିଳିଲା, ଯେଉଁଥିରେ ସେ 9 ଡିସେମ୍ବରରେ ଅରୁଣାଚଳ ପ୍ରଦେଶରେ ତବାଙ୍ଗ ଅଞ୍ଚଳରେ ଭାରତ ଏବଂ ଚୀନ ସେନା ମଧ୍ୟରେ ହେଇଥିବା ଝଗଡା ବିଷୟରେ କହିଥିଲେ। 

ସେ କହିଥିଲେ, “9 ଡିସେମ୍ବରରେ PLA ସୈନ୍ୟ ମାନେ ଅରୁଣାଚଳ ପ୍ରଦେଶର ତବାଙ୍ଗରେ LAC ସୀମା ଉଲଂଘନ କରି ଷ୍ଟାଟସ୍ କୋ କୁ ପରିବର୍ତନ କରିବାକୁ ଉଦ୍ଦୟମ କରିଥିଲେ। ଭାରତ ସେନା ଦୃଢତା ସହିତ ଚୀନ ସେନାର ସାମନା କରିଛି। PLA ସେନାକୁ ଆକ୍ରମଣ କରିବାରୁ ଅଟକାଇବାରେ ଆଢ୍ୟ ଆମ ସେନା ସକ୍ଷମ ହେଇଛି ଏବଂ ସେମାନଙ୍କୁ ତାଙ୍କ ପୋଷ୍ଟକୁ ଫେରି ଯିବା ପାଇଁ ବାଧ୍ୟ କରିଛି। ଏହି ଝଗଡାରେ ଦୁଇ ପକ୍ଷର ସୈନିକ ମାନଙ୍କୁ ଆଘାତ ପହଞ୍ଚିଛି କିନ୍ତୁ ଆମର କୌଣସି ଯବାନଙ୍କର ନୃତୟୁ କିମ୍ବା କେହି ଗମ୍ଭୀର ରୂପରେ ଆଘାତ ହୋଇ ନାହାଁନ୍ତି।”

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ପୁରୁଣା ଅଟେ। ୨୦୨୦ ମସିହାରେ ସିକିମ୍ ରେ ଭରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ହେଇଥିବା ସଂଘର୍ଷର ଭିଡିଓକୁ ନିକଟରେ ଅରୁଣାଚଳ ପ୍ରଦେଶ ସୀମାରେ ଘଟିଥିବା ଘଟଣାର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:ଭାରତ ଚୀନ ସେନା ମଧ୍ୟରେ ସିକିମରେ ହେଇଥିବା ପୁରୁଣା ବିବାଦ ଭିଡିଓକୁ ସମ୍ପ୍ରତ୍ତି ସମୟରେ ଅରୁଣାଚଳ ପ୍ରଦେଶର ଘଟନା ଦାବି ସହିତ ଭାଇରାଲ କରା ଯାଉଛି। ଜାଣନ୍ତୁ ପୁରା ସତ୍ୟ।

Fact Check By: Siddharth Sahu 

Result: Partly False

Leave a Reply

Your email address will not be published. Required fields are marked *