ଜଣେ ମୁସ୍ଲିମ ବ୍ୟକ୍ତି ଗୋଟିଏ ଘରୁ ଭଗବା ପତାକା କାଢି ଫୋପାଡ଼ୁଥିବା ଭିଡିଓ ସ୍କ୍ରୀପତେଡ୍ ଅଟେ।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗୁଛି ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ଗୋଟିଏ ଘରୁ ଭଗବା ପତାକା କାଢି ଫୋପାଡ଼ୁଥିବା ବେଳେ ଜଣେ ମହିଳା ତାଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି। ତା’ପରେ ଅନ୍ୟ ଜଣେ ବ୍ୟକ୍ତି ଆସି ସେ ମୁସ୍ଲିମ ବ୍ୟକ୍ତିଙ୍କୁ ମାରିଥିବା ନଜର ଆସିଛି। ଦାବି କରା ଯାଉଛି ଯେ ଏହା ଏକ ସତ୍ୟ ଘଟଣା ଏବଂ ମୁସ୍ଲିମ ବ୍ୟକ୍ତିଙ୍କୁ ମାଡ଼ ମାରିଲା ପରେ ସେ ନିଜ ଭୁଲ ସ୍ଵୀକାର କରିଛନ୍ତି।  କିନ୍ତୁ […]

Continue Reading

ବାଂଲାଦେଶରେ ଜଣେ ହିନ୍ଦୁ ସାଧୁନକର କେଶ କାଟି ତାଙ୍କ ଧର୍ମ ପରିବର୍ତ୍ତନ କରିବା ଦାବି ମିଥ୍ୟା ଅଟେ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତା ରେ ଚାଲୁଥିବା ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ଘେରା ପକାଇ ହଇରାଣ କରୁଥିବା ଜଣା ପଡ଼ୁଛି। ଦାବି କରା ଯାଉଛି ଯେ ଏହି ଘଟଣା ବାଂଲାଦେଶର ଅଟେ ଯେଉଁଠାରେ ସେଠିକାର ମୁସ୍ଲିମ ମାନେ ଜଣେ ହିନ୍ଦୁ ସାଧୁଙ୍କ କେଶ କାଟି ତାଙ୍କ ଧର୍ମ ପରିବର୍ତ୍ତନ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବାଂଲାଦେଶରେ କିଛି ଯୁବକ ମାନେ ରାସ୍ତାରେ […]

Continue Reading

କ’ଣ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟ ରେ ମୁସ୍ଲିମ ମାନେ ନପୁଂସକତା ମେଡିସିନ ମିଶ୍ରଣ ବିରିଆନୀ ହିନ୍ଦୁ ମାନଙ୍କୁ ଦେଉଛନ୍ତି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ବିରିୟାନୀ ଥାଳି ସହିତ ଚିଡ଼ା ହେଇଥିବାର ଦେଖିବାକୁ ମିଳିଛି। ଏହା ସଥେ କିଛି ବଟିକାର ଫୋଟୋ ମଧ୍ୟ ଅଛି। ଏହି ଫୋଟୋ ପୋଷ୍ଟ କରି ଦାବି କରା ଯାଇଅଛି ଯେ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟରେ ହିନ୍ଦୁ ଗ୍ରାହକଙ୍କ ବିରିୟାନୀ ତିଆରି କରିବା ପାଇଁ ମୁସ୍ଲିମ ମାନେ ନପୁଂସକତା ବଟିକାର ବ୍ୟବହାର କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ଜଣେ ହିନ୍ଦୁ ବ୍ୟକ୍ତି ମୁସ୍ଲିମ ଭେଷରେ ହିନ୍ଦୁଙ୍କୁ ନିନ୍ଦା କରୁଥିବା ଭିଡିଓ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି। 

ଜଣେ ବ୍ୟକ୍ତିଙ୍କର ହିନ୍ଦୁ ମାନଙ୍କୁ ନିନ୍ଦା କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ମୁସ୍ଲିମ ଲୋକଙ୍କ ଧାର୍ମିକ ଟୋପି ପିନ୍ଧିଥିବା ଏହି ବ୍ୟକ୍ତି କହୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପରେ ମଧ୍ୟ ହିନ୍ଦୁ ମାନେ ବିଜେପିକୁ ନିର୍ବାଚନରେ ହରାଇ ଦେଲେ। ଯଦି କେହି ଲୋକ ମସଜିଦ ନିର୍ମାଣ କରିଥାନ୍ତା, ତେବେ ମୁସ୍ଲିମ ମାନେ ତା’କୁ ୪୦୦ ପାର ଭୋଟ୍ ଦେଇ ବିଜୟୀ କରି ଦେଇଥାନ୍ତେ। ଦାବି କରା ଯାଉଛି ଯେ ଭିଡିଓରେ ହିନ୍ଦୁଙ୍କୁ […]

Continue Reading

କ’ଣ ପ୍ରକୃତରେ ଏହି ଭିଡିଓରେ ଜଣେ ମୁସ୍ଲିମ ବ୍ୟକ୍ତି ଜଣେ ହିନ୍ଦୁଙ୍କୁ ନିଜ ଅଞ୍ଚଳରୁ ଧକା ଦେଇ ବାହାର କରୁଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ସେୟାର କରାଯାଉଛି, ଯେଉଁଥିରେ ଜଣେ ମୁସଲମାନ ଟୋପି ପିନ୍ଧିଥିବା ଜଣେ ବ୍ୟକ୍ତି ଭଗବା ସ୍କାର୍ଫ ପିନ୍ଧିଥିବା ବ୍ୟକ୍ତିଙ୍କ ସହ ଅସଦାଚରଣ କରୁଥିବା ଦେଖାଯାଉଛି। ଦାବି କରାଯାଉଛି ଯେ ଜଣେ ହିନ୍ଦୁ ଜଣେ ମୁସଲମାନ ଅଞ୍ଚଳରେ ଭଗବା ସ୍କାର୍ଫ ପିନ୍ଧି ଠିଆ ହୋଇଥିବାରୁ ତାଙ୍କୁ ମୁସ୍କିମ ବ୍ୟକ୍ତି ସେଠାରୁ ତାଙ୍କୁ ଠେଲି ବାହାର କରିବାର ଉଦ୍ଦ୍ୟୟମ କରୁଛନ୍ତି।  ଭାଇରାଲ ଭିଡିଓରେ ପ୍ରଥମ ମୁସଲମାନ ବ୍ୟକ୍ତି ଭଗବା କପଡା ପିନ୍ଧିଥିବା ବ୍ୟକ୍ତିଙ୍କୁ […]

Continue Reading

ସୈନ୍ୟମାଙ୍କୁ ଅଟକାଉଥିବା ପ୍ରଦର୍ଶନକାରିଙ୍କ ଏହି ଭିଡିଓ ପଶ୍ଚିମବଙ୍ଗର ନୁହେଁ ବରଂ ବାଂଲାଦେଶର।

ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରାଯାଉଛି, ଯେଉଁଥିରେ , ପ୍ରଦର୍ଶନକାରୀମାନେ ଦାତରେ ଲାଠୀ ଧରୀ ଦେଶର ସୈନିକମାନଙ୍କ ଗାଡ଼ି ସାମନାରେ ବାଧା ସୃଷ୍ଟୀ କରୁଥିବା  ଏହି ଭିଡିଓ ଦାବି କରାଯାଉଛି ଯେ ଏହି ଭିଡିଓ ପଶ୍ଚିମବଙ୍ଗର ଅଟେ। ଯେଉଁଠାରେ ଆହତ ସେନା ସୈନିକଙ୍କୁ ଡାକ୍ତରଖାନା ନେବାବେଳେ ଗାଡି ଅଟକି ଯାଇଥିଲା।  ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ବେଙ୍ଗଲରେ ଆହତ ସେନା ସୈନିକଙ୍କୁ ଡାକ୍ତରଖାନା ନେବାବେଳେ ଗାଡି ଅଟକି ଯାଇଥିଲା, ଏହା ହେଉଛି ଅବସ୍ଥା। ତୁମର […]

Continue Reading

ଏହି ଭାଇରାଲ୍ ଭିଡିଓ 2019ର ଅଟେ, ଯେତେବେଳେ ମୃତକଙ୍କ ସମ୍ପର୍କୀୟମାନେ ଏକ ଦୁର୍ଘଟଣା ଉପରେ କ୍ରୋଧ ପ୍ରକାଶ କରିଥିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେ ନିକଟରେ ମୌଲାନା ରାଜସ୍ଥାନର ବର୍ମର ସେଡୱା ଗ୍ରାମରେ ସମସ୍ତ ମୁସଲମାନମାନଙ୍କ ପାଇଁ ଫତୱା ଜାରି କରିଛନ୍ତି। ଯାହା ଅନୁଯାୟୀ ସେମାନେ ଜଟ୍, ଗୁଜରାଟ ଏବଂ ଚୌଧୁରୀଙ୍କ ଦୋକାନରୁ କୌଣସି ସାମଗ୍ରୀ କିଣିବା ଉଚିତ୍ ନୁହେଁ କିମ୍ବା ସେମାନଙ୍କ ଗାଡିରେ ବସିବା ଉଚିତ୍ ନୁହେଁ। ଭାଇରାଲ୍ ଭିଡିଓରେ ଜଣେ ମୁସଲମାନ ବ୍ୟକ୍ତି ଶୁଣିବାକୁ ମିଳେ ଯେ ଯଦି ଜଣେ ମୁସଲମାନର ହୃଦୟରେ ବିଶ୍ୱାସର ଶସ୍ୟ ରହିଯାଏ… .. ସେ […]

Continue Reading

କ’ଣ ଉତ୍ତରପ୍ରଦେଶର ଜଣେ ଦଳିତ ମହିଳା ୬ ଜଣ ମୁସ୍ଲିମ ଯୁବକଙ୍କ ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।

ୟୁପି ତକ୍ ଦ୍ଵାରା ପ୍ରକାଶିତ ଏକ ଖବରର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଉତ୍ତରପ୍ରଦେଶର ବାବାତପୁରରେ ଜଣେ ହିନ୍ଦୁ ଦଲିତ ମହିଳା, ବଳାତ୍କାର ଓ ଧର୍ମ ପରିବର୍ତ୍ତନ ହେବାର ଧମକ ଦିଆଯିବା ପରେ ୬ ଜଣ ମୁସଲମାନ ଯୁବକଙ୍କ ବେକ କାଟି ହତ୍ୟା କରିଛି ଏବଂ ବର୍ତ୍ତମାନ ସେହି ମହିଳା ନିଖୋଜ ଅଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଲିସ କହିବା ଅନୁଯାୟୀ ଏପରି […]

Continue Reading

କଲମ୍ବିଆରେ ଘଟିଥିବା ଘଟଣାର ଭିଡିଓ ଜବଲପୁରରେ ହୋଇଥିବା ହତ୍ୟା ଦାବିରେ ଭାଇରାଲ କରାଯାଉଛି।

ଲଭ ଜିହାଦକୁ ସଂଯୋଗ କରୁଥିବା ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଆପଣ ଝିଅକୁ ରକ୍ତରେ ଆଚ୍ଛାଦିତ ଦେଖିପାରିବେ। ଏହି ଭିଡିଓ ଜବଲପୁରର ବୋଲି ଦାବି କରାଯାଉଛି। ସେଠାରେ ଜଣେ ହିନ୍ଦୁ ଝିଅକୁ ତାଙ୍କ ମୁସଲମାନ ପ୍ରେମିକ ଦ୍ୱାରା ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା। ପୋଲିସ ଓ ହୋଟେଲ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ଭାଇରାଲ ଭିଡିଓରେ ଲେଖାଯାଇଛି ଯେ, ଜବଲପୁର ରେ ମୁସଲମାନ ପୁଅ  ହିନ୍ଦୁ ଝିଅ କୁ ଫସେଇଲା ତାପରେ ଝିଅଟିର ଗଳାକାଟି  […]

Continue Reading

ମଣିପୁରରେ ଗାଈ ବଧ କରିବାର ପୁରୁଣା ଭିଡିଓ କର୍ଣ୍ଣାଟକରେ କଂଗ୍ରେସ ବିଜୟର ଉତ୍ସବ ଭାବରେ ସେୟାର କରାଯାଇଥିଲା।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଦଳର ବିଜୟ ପରେ ସୋସିଆଲ ମିଡିଆରେ ବିଭିନ୍ନ ଦାବି ପ୍ରଚାର କରାଯାଉଛି। ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ କିଛି ଲୋକ କ୍ଷେତରେ ଗୋଟେ ଗାଈର ଶବ ପରୀକ୍ଷା କରୁଥିବା ଦେଖାଯାଇଛି। ଗାଈ ଗଳାରୁ ରକ୍ତ ବାହାରୁଥିବା ଦେଖାଯାଉଛି ଏହା ସହିତ  ବିଜେପି ପତାକା ତଳେ ପଡ଼ିଥିବାର ଦେଖାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ. କର୍ଣ୍ଣାଟକରେ କଂଗ୍ରେସର ଜିତିବା ପରେ ମୁସଲମାନ ମାନେ ବିଜେପି ପତାକାରେ […]

Continue Reading

କ’ଣ ଜଣେ ମୁସ୍ଲିମ ବ୍ୟକ୍ତି ମହିଳାଙ୍କ ସହିତ ଅଭଦ୍ର ଆଚାରନ କରିଥିବାରୁ କେରଳର ହିନ୍ଦୁ ମହିଳା ମାନେ ତାକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ମହିଳା ମାନେ ଜଣେ ବ୍ୟକ୍ତିକୁ ତାଙ୍କ କାରରୁ ଟାଣି ନେଉଥିବାର ନଜର ଆସିଛି। ଦାବି କରା ଯାଉଛି ଯେ ଏହି ଭିଡିଓରେ କିଛି ମହିଳା ମୁସଲମାନ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ଅଭିଯୋଗରେ ମାଡ ମାରୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ଦାବି ଅନୁଯାୟୀ, ମହିଳା ମାନେ ହିନ୍ଦୁ ସମ୍ପ୍ରଦାୟର ଅଟନ୍ତି ଏବଂ ସେମାନଙ୍କୁ ଶୋଷଣ କରୁଥିବା ବ୍ୟକ୍ତି ଜଣେ ମୁସଲମାନ ଅଟେ। କୁହାଯାଉଛି ଯେ […]

Continue Reading

କ’ଣ ଏହା ଜଣେ ମୁସଲିମ ବୃଦ୍ଧ ଲୋକ ଏବଂ ଏକ ଯୁବତୀଙ୍କ ମଧ୍ୟରେ ହେଉଥିବା ବିବାହର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ଜଣେ ଯୁବତୀଙ୍କୁ ବିବାହ କରିଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ବ୍ୟକ୍ତି ଜଣକ ଜଣେ ମୁସଲିମ ଅଟନ୍ତି ଏବଂ ତାଙ୍କ ଧର୍ମରେ ଏପରି ମଧ୍ୟ ହୁଏ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ଏକ ଭିଡିଓରୁ ନିଆ ଯାଇଛି ଯାହା ଏକ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରା ଯାଇଥିଲା।  କ’ଣ ଦାବି […]

Continue Reading

କ’ଣ ବିଜେପି ଗୁଜୁରାଟ ନିର୍ବାଚନ ଜିତିବା ପରେ ସେଠିକାର ମୁସ୍ଲିମ ମହିଳା ଉତ୍ସବ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟର ଗୁଜୁରାଟ ନିର୍ବାଚନରେ ବିଜେପି କୁ ବଡ଼ ଜିତ ହାସଲ ହେଇଛି। ୧୮୨ ଟି ସିଟ ରୁ ନିର୍ବାଚନରେ ବିଜେପି ୧୫୬ ସିଟ୍ ଉପରେ ବିଜଯ ପାଇଛି। ଏହା ବିଜେପିର ଗୁଜୁରାଟରେ ସବୁଠାରୁ ବଡ଼ ବିଜଯ ବୋଲି ଦାବି କରା ଯାଉଛି।  ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ କିଛି ମୁସ୍ଲିମ ମହିଳା ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫୋଟୋ ସହିତ ଚିଡ଼ା ହେଇଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି […]

Continue Reading

କାନପୁରରେ ପୋଲିସ ଉପରକୁ ପଥର ଫିଙ୍ଗିଥିବା ଯୁବକମାନେ ମୁସଲମାନ ନଥିଲେ; ମିଥ୍ୟା ସାମ୍ପ୍ରଦାୟିକ ଦାବି ସହିତ ଏହି ଭିଡିଓ ଭାଇରାଲ୍ କରା ଯାଉଛି। 

ଇଣ୍ଟର୍ନେଟ୍ ରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଆପଣ ଦେଖିପାରିବେ ପୋଲିସ୍ ଘର ଛାତ ଉପରେ କିଛି ଯୁବକଙ୍କୁ ପିଟୁଛନ୍ତି। ଦାବି କରା ଯାଇଛି ଯେ କାନପୁରରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କିଛି ମୁସଲମାନ ଲୋକେ ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଏହି କାରଣରୁ ପୋଲିସ ତାଙ୍କୁ ମାଡ ମାରିଥିଲା। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଲିସ ଉପରକୁ ପଥର ଫିଙ୍ଗୁଠିବା ଲୋକେ ମୁସ୍ଲିମ ସମ୍ପ୍ରଦାୟର ନୁହଁନ୍ତି।  କ’ଣ […]

Continue Reading

କ’ଣ ଭାରାତର ସମ୍ବିଧାନରେ ଧାରା ୩୦(କ) ଅନ୍ତର୍ଗତ ହିନ୍ଦୁ ମାନଙ୍କୁ କୌଣସି ଶିକ୍ଷା ଅନୁଷ୍ଠାନରେ ବେଦ, ଗୀତା ଇତିୟାଦୀର ଶିକ୍ଷା ପ୍ରଦାନ କରିବା ଅନୁମତି ଦିଆ ଯାଇ ନାହିଁ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଭାରତର ସମ୍ବିଧାନର ଧାରା ୩୦ ଏବଂ ୩୦(କ) ବିଷୟରେ ଉଲ୍ଲେଖ କରା ଯାଇଛି। ପୋଷ୍ଟରେ ଦୁଇଟି ଧାରା ମଧ୍ୟରେ ପାର୍ଥକ୍ୟ ଦେଖାଇ ପ୍ରମାଣ କରା ଯାଇଛି ଯେ କେଉଁ ପ୍ରକାରରେ ଆମ ସମ୍ବିଧାନରେ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁ ଧର୍ମଙ୍କ ମଧ୍ୟରେ ଦେଶରେ ଶିକ୍ଷା ପ୍ରଦାନ କରିବା ଅନୁମତି ଦିଆ ଯାଇଛି।  ଦାବି ଅନୁଯାୟୀ ଧାରା ୩୦(କ) ଅନୁସାରେ ହିନ୍ଦୁ ମାନଙ୍କୁ ହିନ୍ଦୁ ଧର୍ମର […]

Continue Reading

ମୁସଲମାନମାନେ ହିନ୍ଦୁ ମନ୍ଦିର ଭାଙ୍ଗୁଥିବାର ଏହି ଭିଡିଓ ପାକିସ୍ତାର ଅଟେ। 

ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗୁଥିବା ଆକ୍ରମଣାତ୍ମକ ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଇଛି। ଦାବି ହେଉଛି ଯେ ମୁସଲମାନମାନେ ଦେଶର ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜା କରିଛନ୍ତି। ଭିଜୁଆଲରେ ମାଓବାଦୀମାନେ ସବୁକିଛି ଫିଙ୍ଗିବା ସହୀତ, ଲୁହା ଏବଂ କାଠ ରଡରେ ହିନ୍ଦୁ ମୂର୍ତ୍ତିଗୁଡ଼ିକୁ ନଷ୍ଟ କରୁଥିବାର ଦେଖାଯାଉଛନ୍ତି। ଏବଂ ମୋବାଇଲ୍ ଫୋନ୍ ସହିତ ଘଟଣାକୁ ରେକର୍ଡ କରୁଛନ୍ତି। Suryavanshi Jayant ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, […]

Continue Reading

କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ଏବଂ ଜୟଦେବ ଜେନାଙ୍କ ଫଟୋକୁ ଏଡିଟ୍ କରି ସିଏମ୍ ନବୀନ ପଟ୍ଟନାୟକଙ୍କୁ ଟାରଗେଟ କରାଯାଉଛି।

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ନାମରେ ଅନେକ ଭିଡିଓ ଏବଂ ଫଟୋ ମିଥ୍ୟା ଦାବିରେ ଭାଇରାଲ ହୋଇଛି। ଏବଂ ଆମେ ମିଥ୍ୟା ଦାବିରେ ଭାଇରାଲ ହେଉଥିବା ପୋଷ୍ଟର ସତ୍ୟତା ଜାଞ୍ଚ ମଧ୍ୟ କରିଛୁ। ଏହି ପରି ଅନ୍ୟ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ  ଓଡ଼ିଶା କଂଗ୍ରେସ ଦଳର ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖାଯାଉଛନ୍ତି। ଫଟୋରେ ନବୀନ ପଟ୍ଟନାୟକ ଏବଂ ନିରଂଜନ ପଟ୍ଟନାୟକ ମୁଣ୍ଡରେ ମୁସଲମାନମାନଙ୍କ ଟୋପି ଲଗାଇଥିବାର […]

Continue Reading

ଦୁର୍ଗାମଣ୍ଡପ ବୋର୍ଡ଼ରେ ନମାଜର ସମୟ ଲେଖାଯାଇ ଟଙ୍ଗାଯାଇଥିବା ଫଟୋ ପଶ୍ଚିମବଙ୍ଗର ନୁହେଁ ବାଙ୍ଗଲାଦେଶର ଅଟେ।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମା ଦୁର୍ଗାଙ୍କ ମଣ୍ଡପ ପାଖରେ ଏକ ପୋଷ୍ଟର ଲଗାହୋଇଥିବାର ଦେଖାଯାଉଛି। ଯେଉଁଥିରେ ମୁସ୍ଲିମ ମାନଙ୍କର ପ୍ରାଥନା ଟାଇମ ଲେଖାଯାଇଛି। ପୋଷ୍ଟରେ ଦାବି କରାଯାଉଛି ଯେ, ପଶ୍ଚିମବଙ୍ଗରେ ନମାଜ ପଢ଼ାଯାଉଥିବା ସମୟରେ ମାଙ୍କର ପୂଜା ବନ୍ଦ ରହୀବ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  16 ଅକ୍ଟୋବରରେ Kailash Gupta ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। […]

Continue Reading

ହାତରେ ପ୍ଲାକାର୍ଡ ଧରିଥିବା ମୁସ୍ଲିମ ମହିଳାର ଫଟୋକୁ ଏଡିଟକରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମୁସ୍ଲିମ ମହିଳା ଏକ ପୋଷ୍ଟର ଧରିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ମୁସଲମାନମାନେ ଆଜି ପର୍ଯ୍ୟନ୍ତ “ଶିଆ ଏବଂ ସୁନ୍ନି” ଭାଇ ଓ ଭଉଣୀ ପାଇପାରିବେ ନାହିଁ। ଆଉ କେତେକ ମୂର୍ଖ ହିନ୍ଦୁ ହିନ୍ଦୁ-ମୁସଲମାନ ଭାଇ-ଭାଇ କହୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ଏଡ଼ିଟ୍ କରାଯାଇଛି।  13 ଅକ୍ଟୋବରରେ Tridip Kumar Nandi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। […]

Continue Reading

ରୋହିଙ୍ଗା ମାନେ ମୁସ୍ଲିମ୍ ଦେଶ ଛାଡ଼ି ଭାରତକୁ ଆସୁଥିବାର ଏହି ଦୃଶ୍ୟ କି ?

ସୋସିଆଲ ମିଡିଆରେ ରୋହିଙ୍ଗା ଏବଂ ମୁସ୍ଲିମମାନଙ୍କୁ ନେଇ ଅନେକ ଖବର ଭାଇରାଲ ହୁଏ। ଏଥିମଧ୍ୟରେ ଅନ୍ୟ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସହ ସହ ଲୋକମାନେ ଆସୁଥିବାର ଦେଖା।ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ରୋହିଙ୍ଗାମାନେ ମୁସ୍ଲିମ ଦେଶକୁ ଛାଡ଼ି ଭାରତକୁ ଆସୁଛନ୍ତି। ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ।  8 ଜୁଲାଇରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ […]

Continue Reading

କ’ଣ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ମୁସଲିମ ପରିବାର ବଂଶରୁ ଆସିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ଯେଉଁଥିରେ ଜବାହାରଲାଲ ନେହେରୁଙ୍କର ବଂଶାନୁକ୍ରମିକ ବିଷୟରେ କୁହା ଯାଇଅଛି। ଏହି ପୋଷ୍ଟ ଅନୁଯାୟୀ ଜବାହାରଲାଲ ନେହେରୁ ଏକ ମୁସଲିମ ପରିବାରରେ ଜନ୍ମ ନେଇଥିଲେ ଏବଂ ତାଙ୍କ ଦାଦା (ବାପାଙ୍କର ବାପା) ନାମ ଗୟାସୁଦ୍ଦିନ ଗାଜି ଥିଲା।  ଫ୍ୟାକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପଏହି ପୋଷ୍ଟ ବିଷୟରେ ସତ୍ୟତା […]

Continue Reading

ଭାରତର ବୃଦ୍ଧ ମୁସ୍ଲିମ ବ୍ୟକ୍ତି ସହ ତାଙ୍କର ସନ୍ତାନ ମାନେ ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ମୁସ୍ଲିମ ମାନଙ୍କ ପାଇଁ ଭାରତ ଜନ ସଂଖ୍ୟା ବଡ଼ିବା ଦାବିରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, କିଛି ବର୍ଷ ପରେ ଭାରତରେ ମୁସଲମାନମାନଙ୍କର ଜନସଂଖ୍ୟା ହିନ୍ଦୁମାନଙ୍କ ଅପେକ୍ଷା ଅଧିକ ହେବ ଏବଂ ସେମାନେ ଅଧିକ ଶକ୍ତିଶାଳୀ ହେବେ। ପୋଷ୍ଟରେ ଏକ ଚିତ୍ର ଅଛି ଯେଉଁଥିରେ ଜଣେ ବୃଦ୍ଧ ମୁସଲମାନ ବ୍ୟକ୍ତିଙ୍କୁ ଅନେକ ପିଲା ଘେରି ରହିଥିବାର ନଜର ଆସୁଛନ୍ତି।  ଫଟୋରେ ବୃଦ୍ଧ ବ୍ୟକ୍ତିର ଏତେ ସାରା  ପିଲା […]

Continue Reading

ଇଜିପ୍ଟର 2013 ବିରୋଧ ପ୍ରଦର୍ଶନ ଭିଡିଓକୁ “ମୁସ୍ଲିମାନେ ଶବ ନାଟକ କରି ଇସ୍ରାଇଲକୁ ବଦନାମ କରୁଥିବା” ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଇସ୍ରାଇଲ ଆତଙ୍କକୁ ନେଇ ଅନେକ ଖବର ପ୍ରକାଶିତ ହେଉଛି। ଏହିପରି 1 ମିନିଟର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କିଛି ଲୋକ ତଳେ ସୋଇ ମୃତ ଶରୀର ନାଟକ କରୁଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଇସ୍ରାଇଲକୁ ବଦନାମ କରିବା ପାଇଁ ଜିବନ୍ତି ଲୋକଙ୍କୁ ଶବ କରିଛନ୍ତି ଏବଂ ବିଶ୍ୱକୁ ଜଣାଇବେ ଶହ ଶହ ମୁସଲିମ ପ୍ରାଣ ହରାଉଛନ୍ତି । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

ଦିଲ୍ଲିର ମୁସ୍ଲିମ ଜିମ୍ ଟ୍ରେନର ହିନ୍ଦୁ ମହିଳାଙ୍କୁ ଜିମ୍ ସିଖାଇବା ବାହାନାରେ ସ୍ପର୍ଶ କରୁଛନ୍ତି ?

ସୋସିଆଲ ମିଡିଆରେ ଜଣେ ଜିମ୍ ଟ୍ରେନର ଜଣେ ମହିଳା ଟ୍ରେନରକୁ ସ୍ପର୍ଶ କରୁଥିବା ଏକ ଭିଡିଓ ଭାଇରାଲ ହେଇଛି। ଭିଡିଓ ସହ ଦାବି କରାଯାଉଛି ଯେ,   ଜଣେ ମୁସଲମାନ ଜିମ୍ ଟ୍ରେନର ଦିଲ୍ଲୀର ଜଣେ ହିନ୍ଦୁ ମହିଳାଙ୍କୁ ଫାଶରେ ପକାଇବାର ଦୃଶ୍ୟ। ଦିଲ୍ଲୀର ମୁସଲମାନ ଜିମ୍ ଟ୍ରେନର ବିଲାଲ ଅହମ୍ମଦ ଖାନ ହିନ୍ଦୁ ପରିବାରର ଯୁବକ ଯୁବତୀଙ୍କୁ ଫାନ୍ଦରେ ପକାଇବା ପାଇଁ ଏକାଧିକ ଜିମ୍ ଚଳାଉଛନ୍ତି। ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀ ବାଙ୍ଗଲାଦେଶ ଗସ୍ତ ପରେ ବାଙ୍ଗଲାଦେଶ ମୁସ୍ଲିମଙ୍କ ପ୍ରଦର୍ଶନକରୁଥିବାର ଫଟୋ ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ମୋଦିଙ୍କ ଗ୍ରସ୍ତକୁ ନେଇ ବାଙ୍ଗଲା ଦେଶର ରାସ୍ତାରେ ମୁସ୍ଲିମମାନେ ଅଧିକ ସଂଖ୍ୟାରେ ପ୍ରଦର୍ଶନ କରୁଛନ୍ତି। ଏହା ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ଟ୍ୱିଟର ଆକାଉଣ୍ଟରେ ବିବେକ କାଫିର ନାମକ ଜଣେ ବ୍ୟକ୍ତି  ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ,ମୋଦି ବାଙ୍ଗଲାଦେଶ ଗ୍ରସ୍ତପରେ […]

Continue Reading

ମୁସ୍ଲିମ ଯୁବକ ମନ୍ଦିର ଭିତରେ ପଶି ଭଗବାନ ଶିବଙ୍କ ଉପରେ ପରିସ୍ରା କରୁଛି ?

ସୋସିଆଲ ମିଡିଆରେ ହିନ୍ଦୁ ମୁସ୍ଲିମ ଭାଇଚାରାକୁ ନେଇ ଅନେକ ବାଦ ବିବାଦ ଲାଗି ରହିଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବକ ମନ୍ଦିର ଭିତରେ ଭଗବାନ ଶିବଙ୍କ ଉପରେ ପରିଶ୍ରା କରୁଛି। ଭିଡିଓରେ ଦାବି କରାଯାଉଛି ଯେ, ଭିଡିଓରେଥିବା ପିଲା ମୁସ୍ଲିମ ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।  16 ମାର୍ଚ୍ଚରେ Jeevan Rout ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓପୋଷ୍ଟ […]

Continue Reading

ବିବାହ କରିନଥିବା ସମ୍ୱିତ ପାତ୍ରଙ୍କ ଝିଅ ମୁସ୍ଲିମ ଯୁବ ସହ ଫେରାର ହୋଇଥିବା ମିଥ୍ୟା ଖବର ଭାଇରାଲ ହେଉଛି।

ବିଜେପି ଜାତୀୟ ମୁଖପାତ୍ର ସମ୍ୱିତ ପାତ୍ର ସର୍ବଦା ସୋସିଆଲ ମିଡିଆ ଏବଂ ସମସ୍ତ ଡିବେଟରେ ଚର୍ଚ୍ଚିତ ଚେହେରା ଅଟନ୍ତି। ତେବେ ଲଭ୍ ଜିହାଦ୍’ ଉପରେ ହୋଇଥିବା ଆଲୋଚନା ପରେ, ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଝିଅ ଏକ ମୁସ୍ଲିମ ସହ ପଳାଇବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବିପି ନ୍ୟୁଜ୍ ରିପୋର୍ଟର ଏକ ସ୍କ୍ରିନ୍ ସୋର୍ଟ ଏହି ଦାବିରେ ଭାଇରାଲ ହେବାରେ ଲାଗିଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ମିଥ୍ୟା […]

Continue Reading

ପିତା ଝିଅ ପାଦରେ ପଗଡ଼ି ରଖୁଥିବାର ଏହି ଭାଇରାଲ ଭିଡିଓର ଲଭ ଜିହାଦ କୌଣସି ସମ୍ପର୍କ ନାହିଁ। ଜାଣନ୍ତୁ ସତ୍ୟତା ।

ଲଭ ଜିହାଦକୁ ନେଇ ସୋସିଆଲ ମିଡ଼ିଆରେ ଅନୋକ ସମୟରେ ପୋଷ୍ଟ ଭାଇରାଲ ହେବାରେ ଲାଗିଥାଏ। ହିନ୍ଦୁ ମିସ୍ଲିମ ପ୍ରେମ ବିବାହ ସମ୍ପର୍କକୁ ଲଭ ଜିହାଦ ନାମରେ ଚର୍ଚ୍ଚା କରାଯାଇଥାଏ। ହିନ୍ଦୁ ଝିଅ ମୁସଲ୍ମାନ ପୁଅକୁ ବିବାହ କରିଲେ ହିନ୍ଦୁ ଧର୍ମରେ ଏହା ଏକ ଆଲୋଚନା ବିଷୟ ବନିଯାଏ। ଏପରି ଦାବିରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲେଗିଛି। ଭିଡିଓରେ ଝିଅର ବାପା ଝିଅ ପାଦ ତଳେ ତାଙ୍କ ପଗଡ଼ି ରଖୁଥିବାର ଦେଖି ପାରୁଥିବେ। ଭିଡିଓରେ […]

Continue Reading

ହାଇଦ୍ରାବାଦରେ ଗଣେଶ ପ୍ରତିମୂର୍ତ୍ତି ସ୍ଥାପନା ନେଇ ହୋଇଥିବା ଝଗଡ଼ାକୁ ମିଥ୍ୟା ସାମ୍ପ୍ରଦାୟିକ ରୂପଦେଇ ଭାଇରାଲ କରାଯାଉଛି।

ଗଣେଶ ପୂଜା ପାଇଁ  ସୋସିଆଲ ମିଡିଆରେ ଅନେକ ପ୍ରକାରର ଦାବି ଭାଇରାଲ ହେବାରେ ଲାଗିଛି, ଏଥିମଧ୍ୟରୁ କେତେକ ଦାବି ହିନ୍ଦୁ-ମୁସଲମାନ ବିବାଦ ସହ ସାମ୍ପ୍ରଦାୟିକତା ସହ ଜଡିତ ହୋଇ ସାମ୍ପ୍ରଦାୟିକ ସମ୍ପର୍କକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଭାଇରାଲ କରାଯିବାରେ ଲାଗିଛି। ଏପରି ଏକ ଭିଡିଓ  ଭାଇରାଲ ହେଉଛି। ଯୋଉଁଥିରେ ଦାବି କରାଯାଉଛି ଯେ, ହାଇଦ୍ରାବାଦରେ ଗଣେଷ ମୁର୍ତ୍ତି ନେଲାବେଳେ ମୁସଲିମମାନେ  ଆକ୍ରମଣ କରିଲେ।  ଭିଡିଓରେ କିଛି ଲୋକ କିଛି ଲୋକଙ୍କୁ ମାଡ ମାରୁଥିବାର ଦେଖିବାକୁ ମିଳୁଛି ଏବଂ […]

Continue Reading

କ’ଣ ଏ.ବି.ପି. ନ୍ୟୁଜ ଏହା ପ୍ରସାରିତ କରିଛି ଯେ ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କ ପୂର୍ବଜ ମୁସଲମାନ ଥିଲେ ଓ ସେ ନିଜେ ମଧ୍ୟ ମୁସଲମାନ ଅଟନ୍ତି? ଜାଣନ୍ତୁ ସତ୍ୟ।

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କୌଣସି ନା କୌଣସି କାରଣ ରୁ ସୋସିଆଲ ମିଡିଆରେ ଚର୍ଚା ରେ ରୁହି ଆସିଛନ୍ତି। କାଲୀ ୨୫ ଜୁନ ୨୦୨୦ ରେ ଫେସବୁକର ଓଡିଶା ୱୀଥ ବିଜେପି ନାମକ ପେଜରେ ଜଣେ ଫେସବୁକ ୟୁଜର ଏ.ବି.ପି. ନ୍ୟୁଜ ର ଗୋଟିଏ ସମ୍ବାଦ ପୋସ୍ତ କରିଛନ୍ତି ଯେଉଁ ତିରେ ଲେଖା ଯାଇ ଅଛି ଯେ ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କ ପୂର୍ବଜ ମୁସଲମାନ ଥିଲେ ଓ ସେ ନିଜେ ମଧ୍ୟ ଜଣେ […]

Continue Reading

ଜାକିର ଅର୍ଥାତ୍ ସୁଫି ଭିଡିଓକୁ ମୁସ୍ଲିମମାନେ ଜାଣିଶୁଣି ଛିଙ୍କି କୋରୋନା ସଂକ୍ରମଣକୁ ଅଧିକ କ୍ରିୟାଶୀଳ କରିବା ଦାବିରେ ଭାଇରାଲ କରାଯାଉଛି।

କୋରୋନାକୁ ନେଇ ନିଜାମୁଦ୍ଦିନ ମସଜିଦ ରେ 2000 ମୁସ୍ଲିମ  ନମାଜ ପଢ଼ିଲାପରେ ଦେଶରେ କୋରୋନାକୁ ନେଇ ଆତଙ୍କ ବଢ଼ିବାରେ ଲାଗିଛି। କୋରୋନା ପାଇଁ ସରକରା ଟିଭି ଏବଂ ଅନ୍ୟାନ୍ୟ ମାଧ୍ୟମରେ ସମାଜିକ ଦୁରତା ବନାଇ ରଖିବା ପାଇଁ ଲୋକଙ୍କୁ ଅନୁରୋଧ କରିବା ସତ୍ୱେ କିଛି ଲୋକ ଏହି ନିୟମକୁ ମାନୁ ନାହାନ୍ତି।  ଏହା ଦ୍ୱାରା ଦେଶରେ କୋରୋନାର ଆତଙ୍କ ବଢ଼ିବାରେ ଲାଗିଛି। ନିଜାମୁଦ୍ଦିନ ମସଜିଦରୁ ମୁସ୍ଲିମମାନଙ୍କୁ କାଢ଼ିବା ପରେ ମୁସ୍ଲିମମାନେ କେଉଁଠ୍ରେ ଅଛନ୍ତି ଏବଂ କୋରୋନାରେ ସଂକ୍ରମଣ […]

Continue Reading

ମୁମ୍ୱାଇ ଭିଡ଼ିଓକୁ ଦିଲ୍ଲୀରେ ଧରା ପଡ଼ିଥିବା ମୁସ୍ଲିମ କୋରୋନା ପିଡ଼ିତ ପୁଲିସ କର୍ମି ଉପରେ ଛେପ ପକାଇବା ଦାବିରେ ଭାଇରାଲ କରାଯାଉଛି।

ନିଜାମୁଦ୍ଦିନ ମସଜିଦରୁ ମୁସ୍ଲିମ ଲୋକମାନେ ଫେରିବା ପାରେ ଦେଶରେ କୋରୋନା ସଂକ୍ରମଣର ଆତଙ୍କ ବଢ଼ି ଯାଇଛି। ଦେଶର ଅଲଗା ଅଲଗା ଜାଗାରୁ ପୋଲିସ ନିଜାମୁଦ୍ଦିନ ଯାଇଥିବା ମୁସ୍ଲିମମାନଙ୍କୁ ଖୋଜି ତାଙ୍କର କୋରୋନା ସଂକ୍ରମଣର ପରିକ୍ଷା କରାଉଛି। ସେଥି ମଧ୍ୟରୁ କିଛି ମୁସ୍ଲିମ କୋରୋନା ସଂକ୍ରମଣରେ ଚିହ୍ନଟ ହୋଇଥିବା ସୂଚନା ମିଳୁଛି। ଏଥି ମଧ୍ୟରେ 3 ଏପ୍ରିଲରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳି ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭାଇରାଲ […]

Continue Reading

ଭାଇରାଲ ଭିଡିଓରେ କ’ଣ ମୁସ୍ଲିମମାନେ ହିନ୍ଦୁ ବ୍ୟକ୍ତିକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତମାନ ଦେଶରେ ହିନ୍ଦୁ ମୁସ୍ଲିମ ଭାଇଚାକୁ ନେଇ ଏକ ବଡ଼ ପ୍ରଶ୍ନ ବାଚକ ଚିହ୍ନ ଲାଗିଜାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ଚର୍ଚ୍ଛା ଲାଗି ରହିଛି। ଏଥି ମଧ୍ୟରେ 1 ମାର୍ଟରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳୀ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, ଭାଇରାଲ ଭିଡିଓକେ ମୁସ୍ଲିମମାନେ ହିନ୍ଦୁ ଭାଇମାନଙ୍କୁ ଅତ୍ୟାଚାର କରି ମାରୁଛନ୍ତି। ଶିର୍ଷକରେ ଲେଖା ଯାଇଛି ଯେ, […]

Continue Reading

ଅରୋଙ୍ଗାବାଦ ଘଟଣାକୁ ଦିଲ୍ଲିର କହି ଭାଇରାଲ କରାଯାଉଛି।

ଦିଲ୍ଲିରେ ହଉଥିବା ଆତଙ୍କକୁ ଦେଖି ଦଶରେ ଶାନ୍ତି ଭାଙ୍ଗ ହୋଇଯାଇଛି। ଦିଲ୍ଲିର ରାସ୍ତାରେ ଲୋକ ପଥର ମାରିବାରୁ କିଛି ଲୋକ ଆଘାତ ହୋଇଛିନ୍ତି। ଏହା ଛଡ଼ା ଏହି ମାଡ଼ଗୋଳରୁ ଏକ ପୋଲିସ କର୍ମିର ମଧ୍ୟ ମୃତ୍ୟୁ ହୋଇଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଏକ ଭିଡିଓରେ କିଛି ଲୋକ ଆସି ଏକ ବସ ଡ୍ରାଇଭର ଉପରେ ଆକ୍ରମଣ କରୁଛନ୍ତି। ବାହାରୁ କିଛି ଲୋକ ଆସି ବସ ଭିତରେ ବଡ଼ି ପୁରାଣ […]

Continue Reading

କ’ଣ ନମାଜ ପଢ଼ିବା ପାଇଁ ମୁସ୍ଲିମ ବର୍ଗର ଲୋକ ଟ୍ରେନ ରୋକି ଦିଅନ୍ତି? ଜାଣନ୍ତୁ ଭାଇରାଲ ଫୋଟୋର ସତ୍ୟତା।

21 ଫେବୃଆରିରେ Sameekhya Champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଅଧିକ ସଂଖ୍ୟାରେ ମୁସ୍ଲିମ ଟ୍ରେନ ଟ୍ରାକ ଉପରେ ବସି ନମାଜ ପଢ଼ୁଛନ୍ତି। ମୁସ୍ଲିମ ବର୍ଗର ଲୋକମାନେ ନମାଜ ପଢ଼ୁଥିବା ସମୟରେ ପାଖରେ ଏକ ଟ୍ରେନ ଠିଆ ହୋଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଟ୍ରେନକୁ ଅଟକାଇ ମୁସ୍ଲିମ ବର୍ଗର ଲୋକମାନେ ନମାଜ ପଢ଼ୁଛନ୍ତି। ମୁସ୍ଲିମମାନେ ଏକ ଟ୍ରେନକୁ ଅଟକାଇ ନମାଜ ପଢ଼ିବାରୁ ଟ୍ରେନ ଯାତାୟତରେ ଅନେକ […]

Continue Reading

ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି VHP ଲିଡର ଆଚାର୍ଯ୍ୟ ଧର୍ମେନ୍ଦ୍ର ଅଟନ୍ତି।

6 ଫେବୃଆରିରେ Nrushinghnath Sahu ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଜଣେ ବୃଦ୍ଧ ବ୍ୟକ୍ତି କାରରେ ବସି CAA ସମର୍ଥନରେ କହୁଛନ୍ତି। ଏହା ସହିତ ଭାରତରେ ମୁସ୍ଲିମଧର୍ମର ଲୋକମାନେ ଭାରତରେ ଖୁସିରେ ଅଛନ୍ତି। ଭାରତରେ ମୁସ୍ଲିମମାନଙ୍କୁ କୌଣସି ପ୍ରକାରର ଅସୁବିଧା ନହେଉଥିବାର କଥା କହୁଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭିଡିଓରେ କହୁଥିବା ବ୍ୟକ୍ତି ହାଇଦ୍ରାବାଦର ଶାହୀ ନବାବୀ ଖାନଦାନର ପ୍ରକୃତ ବାରିସ ଅଟନ୍ତି। ଏହା ସହିତ […]

Continue Reading

ଭିଡିଓରେ ଥିବା ମହିଳାମାନେ ଶାହୀନ ବାଗ ଆନ୍ଦୋଳନ ବିରୋଧ ନୁହେଁ ବରଂ ଗୁଜୁରାଟରେ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକାଠି ହୋଇଛନ୍ତି।

ଦେଶ ସାରା CAA ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ସୋସିଆଲ ମିଡିଆରେ ଏହି ବିରୋଧ ପ୍ରଦର୍ଶନର ଭିଡିଓ ଏବଂ ଫୋଟୋ ମଧ୍ୟ ଭାଇରାଲ ହେଉଛି । ଏଥି ମଧ୍ୟରେ 4 ଫେବୃଆରିରେ Nirmal Mohanty ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ଶାହୀନ ବାଗ ଏବଂ ଘଣ୍ଟାଘରରେ ପ୍ରଦର୍ଶନ କରୁଥିବା ମୁସ୍ଲିମ ମହିଳାମାନଙ୍କ ବିରୋଧରେ ଠିଆ ହେଲେ କଟ୍ଟର ହିନ୍ଦୁ ରାଜପୁତ ମହିଳାମାନେ। ପୋଷ୍ଟରେ […]

Continue Reading

କ’ଣ ଭାଇରାଲ ଭିଡିଓରେ ପ୍ରଦର୍ଶନକାରି ପ୍ରଦର୍ଶନ ପାଇଁ ଅଧିକ ପଇସାର ଦାବି କରୁଛନ୍ତି? ଜାଣନ୍ତୁ ସତ୍ୟ।

23 ଜାନୁଆରିରେ  ଅର୍ପନ ହିନ୍ଦୁ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଭିଡିଓ  ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ମୁସ୍ଲିମ ପ୍ରଦର୍ଶନକାରି ମହିଳା ଆରୋପ ଲଗାଉଥିବାର ଦେଖା ଯାଉଛନ୍ତି ଯେ, କେବଳ 500 ଟଙ୍କା ଦେଇ ଆମକୁ ପ୍ରଦର୍ଶନ କରିବା ପାଇଁ ଡାକି ଦିଆ ଯାଉଛି । ଆମେ ନିଜ ଘର ଦ୍ୱାର ଛାଡ଼ି ,ପଠପଢ଼ା ଛାଡ଼ି , ନିଜ ପରିବାର ଛାଡ଼ି ପ୍ରଦର୍ଶନରେ ଆସୁଛୁ ଆମକୁ କିନ୍ତୁ କେବଳ 500 ଟଙ୍କା ଏବଂ […]

Continue Reading

କ’ଣ ଦୁବାଇ ମସଜିଦରେ ମୁସ୍ଲିମ ମହିଳାମାନେ ରାମ ଭଜନ କରୁଛନ୍ତି ? ଜାଣନ୍ତୁ ସତ୍ୟତା।

22  ଜାନୁଆରି ରେ Sameekhya Champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ କିଛି ମୁସ୍ଲିମ ବର୍ଗର ଲୋକମାନେ ରାମ ଭଜନ ଗାଉଥିବାର ଦେଖା ଯାଉଛି।। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଦୁବାଇରେ ମୁସ୍ଲିମ ମହିଳାମାନେ ମସଜିଦରେ ରାମ ଭଜନ ପ୍ରସ୍ତୁତ କରିଛନ୍ତି ଏବଂ ତାଙ୍କ  ସ୍ୱାମିମାନେ ତାଳିମାରି ତାଙ୍କର ସମର୍ଥନ କରୁଛନ୍ତି। ଏହା ସହିତ ଲେଖା ଯାଇଛି ଯେ, ଭାରତରେ ଏପରି ହୋଇଥିଲେ ଇସ୍ଲାମ ଧର୍ମ […]

Continue Reading