
ବିଶ୍ୱର ସର୍ବବୃହତ ବୋଲି ବିଶ୍ୱାସ କରାଯାଉଥିବା ଏକ ବିଶାଳ ୨୧୦ ଟନ୍ ଓଜନର ୩୩ ଫୁଟ ଉଚ୍ଚ ଶିବ ଲିଙ୍ଗମକୁ ତାମିଲନାଡୁର ମହାବଳୀପୁରମରୁ ବିହାରର ପୂର୍ବ ଚମ୍ପାରଣର ବିରାଟ ରାମାୟଣ ମନ୍ଦିର ମନ୍ଦିର ପରିସରରେ ସ୍ଥାପନ କରିବା ପାଇଁ ଅଣାଯାଇଥିଲା। ପ୍ରାୟ ୨,୫୦୦ କିଲୋମିଟର ଯାତ୍ରା କରି ଏହାର ଆଗମନ ରାସ୍ତାରେ ପ୍ରାର୍ଥନା କରୁଥିବା ଅନେକ ଭକ୍ତଙ୍କୁ ଆକର୍ଷିତ କରିଥିଲା।
ଏହି ପୃଷ୍ଠଭୂମିରେ ଏକ ବିଶାଳ ଶିବଳିଙ୍ଗ ପରି ପ୍ରତୀତ ହେଉଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାରାଳ ହେଉଛି। ଦାବି କରା ଯାଉଛି ଯେ ଏହା ଚୀନ ଦ୍ଵାରା ନିର୍ମିତ ଏକ ଶିବଳିଙ୍ଗ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏକ ଏୟାର ଟର୍ବାଇନର ଫଟୋକୁ ଚୀନରେ ନିର୍ମିତ ହୋଥିବା ଶିବଲିଙ୍ଗ ଦାବି ସହିତ ସେୟାର କକରା ଯାଉଛି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫଟୋର ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫଟୋ ୨୬ ସେପ୍ଟେମ୍ବର ୨୦୨୫ ରେ ସାଉଥ୍ ଚାଇନା ମରନିଙ୍ଗ ପୋଷ୍ଟ ୱେବସାଇଟ ରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଚୀନ୍ ତାର ପଶ୍ଚିମ ଜିନଜିଆଙ୍ଗ ଅଞ୍ଚଳରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଉଡ଼ନ୍ତା ଏୟାର ଟର୍ବାଇନ୍, ଯାହାକୁ “ଏସ ୧୫୦୦” କୁହାଯାଏ, ସଫଳତାର ସହିତ ଉଡ଼ାଣ କରିଥିଲା। ଏହି ବିଶାଳ ଟର୍ବାଇନ୍ ପ୍ରାୟ ଏକ ବାସ୍କେଟବଲ୍ କୋର୍ଟ ଆକାରର ଏବଂ ଏକ ୧୩ ମହଲା କୋଠା ପରି ଉଚ୍ଚ। ଏକ ହିଲିୟମ୍ ପୂର୍ଣ୍ଣ ସେଲ୍ ବ୍ୟବହାର କରି ଆକାଶରେ ଭାସିଥିଲା ଏବଂ ଏକ ପରୀକ୍ଷାମୂଳକ ଉଡ଼ାଣ ସମୟରେ ୧ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରିଥିଲା।

ଏହି ଟର୍ବାଇନର ନିର୍ମାଣର ଏକ ଭିଡିଓ ଆମକୁ ୟୁଟ୍ଯୁବରେ ଅପ୍ଲୋଡ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଟର୍ବାଇନର ନାମ ହେଉଛି ଏସ ୧୫୦୦। ଏହାର ପରିସର ୬୦ ମିଟର ଲମ୍ବା ଏବଂ ୪୦ ମିଟର ଉଚ୍ଚତା ଏହା ଆକାଶ ପବନକୁ ସ୍ୱଚ୍ଛ ଶକ୍ତିରେ ପରିଣତ କରିବା ପାଇଁ ପ୍ରସ୍ତୁତ କରା ଯାଇଛି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଇଛି। ଭାଇରାଲ ଫଟୋ ଚାଇନାରେ ନିର୍ମିତ ଶିବଳିଙ୍ଗର ନୁହେଁ। ଏହା ଏକ ବିଶାଳ ଏୟାର ଟର୍ବାଇନ ଯାହା ଆକାଶ ପବନକୁ ସ୍ୱଚ୍ଛ ଶକ୍ତିରେ ପରିଣତ କରିବା ପାଇଁ ପ୍ରସ୍ତୁତ କରା ଯାଇଛି।
Title:ଏକ ଏୟାର ଟର୍ବାଇନର ଫଟୋକୁ ଚୀନରେ ନିର୍ମିତ ହୋଥିବା ଶିବଲିଙ୍ଗ ଦାବି ସହିତ ସେୟାର କକରା ଯାଉଛି।
Fact Check By: Siddharth SahuResult: False


